ପାଣ୍ଡିଆନଙ୍କ ପାଇଁ ନବୀନ କାହିଁକି ମିଛ କହୁଛନ୍ତି?

BJD ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ। ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କୁ ନବୀନଙ୍କର ଖୋଲା ସମର୍ଥନକୁ ସେ ବିରୋଧ କରିଛନ୍ତି ପ୍ରଭାତ କହିଛନ୍ତି,ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ9 ଏପ୍ରିଲ(ଗତକାଲି)ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଲେ.. 

  • ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁ BJDରେ ନାହିଁ,
  • ଗୋଟେ କେସ୍ ର ତଦନ୍ତ ଷ୍ଟେଜରେ BJD ମୋତେ ନିଲମ୍ବନ କରିଥିଲା,
  • ଆଜି ଯାଏଁ ମୁଁ ଦଳରେ ନାହିଁ ବୋଲି ବୋଧେ ନବୀନଙ୍କୁ, ତାଙ୍କ ଅଫିସ ଫିଡ୍ କରିଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ 2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ନିଲମ୍ବନ ପ୍ରତ୍ୟାହାର ପାଇଁ ମୁଁ ନିଜ ଆଡୁ କହି ନଥିଲି,
  • ମାନେ ଗତକାଲି ଯାଏଁ ମୁଁ BJDର ସଦସ୍ୟ ଥିଲି,
  • ଅପର ପକ୍ଷରେ ନବୀନ ବାବୁ କହିଲେ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ଯାହା ରାଜ୍ୟବାସୀ ଓ BJD କର୍ମୀଙ୍କୁ irritate କରିଛି
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା
  • ମୁଁ ନିଲମ୍ବନ ନହୋଇ ମୁଁ ଦଳରେ ନାହିଁ କହିବା ଅର୍ଥ ମୁଁ ଆଉ BJDରେ ସୁରକ୍ଷିତ ନୁହେଁ

ସେହିଭଳି ବିଭିନ୍ନ ନିର୍ବାଚନରେ BJD ତାଙ୍କୁ ପ୍ରଚାର କାର୍ଯ୍ୟରେ ଉପଯୋଗ କରିଛି । ଯଦି ସେ 2017ରେ BJDରୁ ନିଲମ୍ବିତ, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ  କାହିଁକି ବସିଥିଲେ ବୋଲି ପ୍ରଭାତ ପ୍ରଶ୍ନ କରିଛନ୍ତି? ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିବା ପ୍ରଭାତ, ପାଣ୍ଡିଆନଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କହି ଟାର୍ଗେଟ କରି କହିଛନ୍ତି…

  • ନିର୍ବାଚନ ସଭାରେ ମୋ ବିନା ଉପସ୍ଥିତିରେ ପାଣ୍ଡିଆନ ମୋ ସପକ୍ଷରେ କହିଥିଲେ,
  • ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ସମୟରେ BJD ପାଇଁ ମୋ ଯୋଗଦାନ କଣ ଥିଲା, 10 ହଜାର ଲୋକଙ୍କ ଆଗରେ ପାଣ୍ଡିଆନ ସ୍ୱୀକାର କରିଥିଲେ

ଅପର ପକ୍ଷରେ ୱାକଫ୍ ବିଲରେ BJD ସାଂସଦ ମାନଙ୍କ ଭୋଟିଂ ବିବାଦର ସମାଧାନ ପରିବର୍ତ୍ତେ, ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରି, ସ୍ଥିତିକୁ ଗୋଳିଆ କରାଗଲା ପାଣ୍ଡିଆନଙ୍କୁ ସମର୍ଥନ ଦେଇ ତାଙ୍କ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି ବୋଲି ପ୍ରଭାତ ଆକ୍ଷେପ କରି କହିଛନ୍ତି…

  • ଗତ ନିର୍ବାଚନରେ ଲୋକେ ଅଣଓଡ଼ିଆ ପାଣ୍ଡିଆନାଙ୍କ ରାଜନୈତିକ ପ୍ରାଧାନ୍ୟକୁ ଗ୍ରହଣ କଲେନି,
  • ଯଦି ସେ 10 ମାସ ହେବ ଦଳରେ ନାହାନ୍ତି, ଲୁଚୁଛି ନା ଗୋଡ଼ ଦୁଇଟା ଦିଶୁଛି ଯଦି ପାଣ୍ଡିଆନ ନିଷ୍ପତ୍ତି ନେଉଥିବେ ତେବେ BJDର ଭବିଷ୍ୟତ ଅନ୍ଧାର,
  • ଯିଏ କହୁଛନ୍ତି ପାଣ୍ଡିଆନ ଆମ ନେତା ଓ ତାଙ୍କ ଦୟାରୁ ନେତା ହୋଇଛନ୍ତି, ଲୋକେ ସେ ନେତା ମାନଙ୍କୁ ହଟାଇ ଦେବେ

ସେହିଭଳି ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ସୁଜାତାଙ୍କ ଦୃଢ଼ ସମର୍ଥକ ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାତ। ସେ BJDରେ ନଥିବା କଥା କହୁଥିବା ଅତନୁଙ୍କୁ ପ୍ରଭାତଙ୍କ ପ୍ରଶ୍ନ…. 

  • “BJDର ନିର୍ବାଚନ ପ୍ରକ୍ରିୟା ଚାଲିଛି,
  • BJDରେ ସଦସ୍ୟ କିଏ ଅଛି କି ନାହିଁ, ଅତନୁ ବାବୁ କେମିତି ଆଗରୁ ଜାଣି ଗଲେ?
  • ମିଡନାଇଟ୍ ଅପରେସନ ପରେ ମୁଁ BJDର ନିର୍ବାଚନ ପରିଚାଳନା କରିଥିଲି,
  • ପ୍ୟାରୀ ବାବୁଙ୍କ ସହ ଅତନୁ ବାବୁ ମିଡନାଇଟ ଅପରେସନରେ ଥିଲେ

ମୋ ସମର୍ଥନରେ ନେତା ଆସିବେ ନା ନାହିଁ, ତାହା ସମୟ କହିବ । କିନ୍ତୁ ମୋତେ କହିବା ଜରିଆରେ ଅନ୍ୟ ବରିଷ୍ଠ ନେତାଙ୍କୁ ନବୀନ ୱାର୍ଣ୍ଣିଙ୍ଗ ଦେଇଛନ୍ତିତେବେ BJD ବିଧାୟକ ଥିବା ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଜଣେ adult, ପୁଅ BJDରେ ଯାହା କରିବ କରୁକିନ୍ତୁ ୱାକଫ୍ ବିଲ୍ ସମୟରେ BJD ସାଂସଦଙ୍କ ଭୋଟ୍ ସଂପର୍କରେ ଦଳର ନିଷ୍ପତ୍ତି କଣ ଥିଲା, ତାହା ନବୀନ ସ୍ପଷ୍ଟ କରନ୍ତୁ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି ।

Visited 44 times, 1 visit(s) today
Share this post

Leave A Comment

Your email address will not be published. Required fields are marked *