Category Sports

IPL ପାଇଁ ପରୀକ୍ଷା ଦେବେ ଧୋନି

ଧୋନିଙ୍କ କମ୍ ବ୍ୟାକକୁ ନେଇ ଫ୍ୟାନ୍ସ ଉତ୍ସାହିତ । ଆଇପିଏଲ୍‌ର ଏଇ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଖରାପ ପ୍ରଦର୍ଶନ ଲାଗି ରହିଥିବାବେଳେ ଟିମ୍ ଲଭର୍ସ ମାନେ ଯଥାଶୀଘ୍ର ମହେନ୍ଦ୍ର ସିଂ ଧୋନିଙ୍କୁ ଦଳରେ ଦେଖିବାକୁ ଚାହୁଁଛନ୍ତି। ଆଘାତ କାରଣରୁ ଫିଲ୍ଡକୁ ଆସୁନଥିବା ଧୋନି ନିଜର ଫିଟନେସ ପ୍ରୁଫ୍ କଲାପରେ ହିଁ ଖେଳିବା ନେଇ ଚର୍ଚ୍ଚା । ଖୁବ୍ ଶୀଘ୍ର ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା ହେବ। ଏହି ପରୀକ୍ଷାରେ ସକ୍ସେସ ହେଲେ ଧୋନିଙ୍କୁ ଆସନ୍ତା ଶନିବାର ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିପାରେ। ଫିଟ୍‌ନେସ୍‌କୁ ନେଇ ସୁନିଶ୍ଚିତ ହେବା ପରେ ହିଁ ଧୋନିଙ୍କୁ ଖେଳିବାକୁ ଅନୁମତି ଦିଆଯିବ । ଚେନ୍ନାଇ ସୁପର କିଙ୍ଗସର ଚର୍ଚ୍ଚିତ ଖେଳାଳୀ ଧୋନିଙ୍କର ମାଂସପେଶୀରେ ଆଘାତ (calf strain) ଯୋଗୁଁ ସେ ଦଳରୁ ବାହାରେ ଥିଲେ ।

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (CSK) ମୋଟ ୫ ଥର ଆଇପିଏଲ୍ (IPL) ଟ୍ରଫି ଜିତିଛି। ଏହା ବ୍ୟତୀତ ତାଙ୍କ ଅଧିନାୟକତ୍ୱରେ ଦଳ ୨ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ (CLT20) ମଧ୍ୟ ଜିତିଛି। ସିଏସକେ ଟିମକୁ ସକ୍ସେସ ଦେଇଥିବା ଧୋନି ସିଜିନର ପ୍ରଥମ ତିନୋଟି ମ୍ୟାଚ୍‌ ମିସ୍ କରିଛନ୍ତି। ତାଙ୍କର ଫେରିବା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।
ଧୋନି କାହିଁକି IPL 2026 ର ପ୍ରାରମ୍ଭିକ ମ୍ୟାଚ୍‌ଗୁଡିକ ଖେଳି ନଥିଲେ?
ନିକଟରେ ଅଭ୍ୟାସ ସମୟରେ ଧୋନିଙ୍କୁ ନେଟ୍ସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ, ରିକଭରି ପ୍ରୋଟୋକଲ୍ ଯୋଗୁଁ ସେ ଆରମ୍ଭରେ ଦଳ ସହିତ ନଥିଲେ। ଫ୍ରାଞ୍ଚାଇଜ୍ ଏକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି, ଯାହାଦ୍ୱାରା ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ରୂପେ ଫିଟ୍ ହୋଇପାରିବେ। ତେବେ ଗୁଡ ନ୍ୟୁଜଟି ହେଉଛି ଫିଟ ଥିଲେ ଖେଳିବେ ଧୋନି।

ବୁମରାଙ୍କୁ ବଡ଼ ଗିଫ୍ଟ ଦେବ BCCI

ICC MENS T 20 WORLDCUP ବିଜୟ ପରେ ଚର୍ଚ୍ଚାରେ ଯଶପ୍ରିତ୍ ବୁମରାହ । ବୁମରାହଙ୍କ ଦରମା ବଢିବା ନେଇ ଚର୍ଚ୍ଚା । BCCIର ନିଷ୍ପତ୍ତି ପରେ 2 କୋଟି ଅଧିକ ଦରମା ପାଇବେ ଯଶପ୍ରିତ୍ ବୁମରାହ । A+ ଗ୍ରେଡ ଦରମା ବନ୍ଦ ହୋଇଥିବାରୁ ଏବେ 5 କୋଟି ପାଉଛନ୍ତି । ଯାହାକୁ ବଢେଇ 7 କୋଟି କରିବାକୁ ଚିନ୍ତା କରୁଛି BCCIଡିଲ ଅନୁଯାୟୀ A+ ଗ୍ରେଡରେ 7 କୋଟି, A ଗ୍ରେଡରେ 5 କୋଟି, B ଗ୍ରେଡରେ 3 କୋଟି ମିଳୁଥିଲା ବେଳେ C ଗ୍ରେଡରେ 1 କୋଟି ଟଙ୍କା ଦିଆଯାଉଛି । ଯଶପ୍ରିତ୍ ବୁମରା ବର୍ତ୍ତମାନ A ଗ୍ରେଡରେ ରହିଥିବାରୁ ତାଙ୍କୁ 5 କୋଟି ମିଳୁଛି । ୱାର୍ଲ୍ଡକପରେ ଦମଦାର ପ୍ରଦର୍ଶନ ପରେ ତାଙ୍କ ଦରମା ବଢିବାକୁ ଯାଉଛି ।

ଖାସକରି Jasprit Bumrah Axar Patelଙ୍କ ପାରିଶ୍ରମିକ ଉପରେ ବୋର୍ଡ୍ ଗୁରୁତ୍ୱ ଦେଉଛି। ରିପୋର୍ଟ ଅନୁସାରେ, ନିରନ୍ତର ଭଲ ପ୍ରଦର୍ଶନ ସତ୍ତ୍ୱେ ବୁମରାହଙ୍କ A+ ଗ୍ରେଡ୍ ବନ୍ଦ ହେବାରୁ ବାର୍ଷିକ ୭ କୋଟିରୁ କମି ୫ କୋଟି ମିଳୁଛି। ବୋର୍ଡ୍‌ର ମତ ହେଉଛି ଯେ ଏହିପରି ଖେଳାଳିଙ୍କ ପାରିଶ୍ରମିକ କମିବା ଉଚିତ୍ ନୁହେଁ। ବୁମରାହଙ୍କୁ ଯଥାର୍ଥ ପାରିଶ୍ରମିକ ଦେବା ପାଇଁ BCCI ପ୍ଲାନ୍ କରୁଛି ।
 T20 ଦଳର ଭାଇସ୍ କ୍ୟାପ୍ଟେନ୍ ଅକ୍ଷର ପଟେଲ ବର୍ତ୍ତମାନ ଗ୍ରେଡ୍ Cରେ ରହି ବାର୍ଷିକ ମାତ୍ର ୧ କୋଟି ପାଉଛନ୍ତି। ଯଦିଓ ସେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସୁଛନ୍ତି, ତଥାପି ତାଙ୍କ ପାରିଶ୍ରମିକ କମ୍ ଥିବା ନେଇ ପୂର୍ବରୁ ଆଲୋଚନା ହୋଇଥିଲା। ବର୍ତ୍ତମାନ ତାଙ୍କ ପାଇଁ ମଧ୍ୟ ଦରମା ବୃଦ୍ଧିର ସମ୍ଭାବନା ଦେଖାଯାଉଛି।

ପଦକ ଜିତିଲେ ବି ଚାକିରି ନାହିଁ !

କ୍ରୀଡ଼ା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ମାତ୍ର ଖେଳାଳିଙ୍କୁ ମିଳୁନି ଚାକିରି। ପ୍ରଦର୍ଶନୀରେ ଅଟକିଛି ସଫଳତା। କୋଟି କୋଟି ଟଙ୍କାର ବିଜ୍ଞାପନ ହେଉଛି, ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରିବାକୁ ବିଭିନ୍ନ ସମୟରେ ବିଭିନ୍ନ ସରକାର ମତ ରଖୁଛନ୍ତି। ୨ ବର୍ଷ ହେବ ଖେଳାଳିଙ୍କୁ ଚାକିରି ଦେଉ ନାହାନ୍ତି ସରକାରଖେଳ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଆଣୁଥିବା ଖେଳାଳିଙ୍କ ଭବିଷ୍ୟତ ଅନ୍ଧାରରେ। ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଚାକିରି ମିଳୁନି। ୨୦୨୪ ମାର୍ଚ୍ଚରେ ବିଜେଡ଼ି ସରକାର ସମୟରେ ୮୯ଜଣ କ୍ରୀଡ଼ାବିତଙ୍କୁ ପୋଲିସ ବିଭାଗରେ ଚାକିରି ଦିଆ ଯାଇଥିଲା। ଯେବେଠୁ ବିଜେପି ସରକାର କଲାଣି, ସେବେଠାରୁ ୨ ବର୍ଷ ଭିତରେ ଜଣଙ୍କୁ ବି ଚାକିରି ମିଳିନି120 ଖେଳାଳିଙ୍କ ଆପ୍ଲିକେସନ୍ ପଡ଼ିରହିଥିଲେ ବି ଚୁପ୍ ବସିଛି କ୍ରୀଡ଼ା ବିଭାଗକ୍ରୀଡ଼ାବିତ୍ ନିଯୁକ୍ତି ଯୋଜନା ବାଟବଣା ହେଉଛି

୨୦୧୫ ଫେବୃଆରୀ ୩ରେ କ୍ରୀଡ଼ାବିତ୍‌ମାନଙ୍କୁ ପୋଲିସ ବିଭାଗରେ ଚାକିରି ଦେବାକୁ ଯୋଜନା କରିଥିଲେ ସରକାର ଦାୟିତ୍ୱ ନେଇଥିଲେ ପୋଲିସ ଏବଂ କ୍ରୀଡ଼ା ବିଭାଗ ଅଲିମ୍ପିକରେ,ଏସିଆନ କ୍ରୀଡ଼ା ରେ ଭାଗ ନେଇଥିବା ଓ ରାଜ୍ୟ ପଦଳ ଜିତିଥିବା ଖେଳାଳିଙ୍କୁ  ସବ୍‌ଇନ୍ସପେକ୍ଟର ରାଙ୍କ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ଓ ଜାତୀୟ କ୍ରୀଡାରେ ପଦକ ଜିତିଲେ ମିଳୁଥିଲା କନେଷ୍ଟବଲ ଚାକିରି। ରବି କୁମାର, ବୀରେନ୍ଦ୍ର ଲାକ୍ରାଙ୍କୁ ଡିଏସପି ରାଙ୍କରେ ଚାକିରି ମିଳିଛି ।

୨୦୨୧ରେ ପୋଲିସ ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ ଖେଳାଳୀଙ୍କୁ ଚାକିରୀ ଦେବାକୁ ନିଷ୍ପତ୍ତି ନେଇଥିଲେ ସରକାର ଯୋଉ ଆଧାରରେ ୩୦୦ରୁ ଅଧ‌ିକ ଖେଳାଳିଙ୍କୁ ଚାକିରି ଦେଇ ଥିଲା ବିଜେଡି ସରକାରମାତ୍ର ୨୦୨୪ ପରଠାରୁ ରାଜ୍ୟରେ କୌଣସି ଖେଳାଳିଙ୍କୁ ଚାକିରି ମିଳିନି । ଦିନକୁ ଦିନ ଅନ୍ଧାର ହେଉଚି ଖେଳାଳିଙ୍କ ଭବିଷ୍ୟତ।

ପ୍ରତିଶୋଧ ମୁଡରେ ଟିମ୍ ଇଣ୍ଡିଆ: ଟେନସନରେ ନ୍ୟୁଜଲ୍ୟାଣ୍ଡ !

ରବିବାର ୱାର୍ଲ୍ଡକପର ଫାଇନାଲ ମ୍ୟାଚ୍। ଇଣ୍ଡିଆ ଏବଂ ନ୍ୟୁଜଲ୍ୟାଣ୍ଡ ଭିତରେ ହେବ ମହା ଲଢେଇ। ଫାଇନାଲ ପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି। ଯଦିଓ ସେମିଫାଇନାଲରେ ଇଂଲଣ୍ଡ ଭଳି ଟିମକୁ ହରାଇ ଇଣ୍ଡିଆ ଫାଇନାଲକୁ ଆସିଛି ମାତ୍ର ରେକର୍ଡ କହୁଛି ଟି-ଟ୍ୱେଣ୍ଟି ୱାର୍ଲ୍କପକରେ ନ୍ୟୁଜଲ୍ୟାଣ୍ଡଠୁ କେବେବି ଜିତିନି ଇଣ୍ଡିଆସବୁବେଳେ ଜିତିଛି ନ୍ୟୁଜଲାଣ୍ଡଯାହା ଇଣ୍ଡିଆ ଟିମ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛିନ୍ୟୁଜିଲାଣ୍ଡ ତୁଳନାରେ ଭାରତୀୟ ଦଳ ଶକ୍ତିଶାଳୀ ମନେ ହେଉଥିଲେ ବି ପାଷ୍ଟ ରେକର୍ଡ ଚିନ୍ତା ବଢାଉଛି । କାରଣ- 2007, 2016 ଓ 2021ର ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ବିଜୟ ହାସଲ କରିଛି 5ବର୍ଷ ପରେ ଭାରତ ଏ ପରାଜୟର ପ୍ରତିଶୋଧ ନେଇପାରିବ ତ!

ଏ ପର୍ଯ୍ୟନ୍ତ ଭଭୟ ଦଳ 30ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତିଭାରତ 18ଟି ମ୍ୟାଚରେ ଜିତିଥିଲା ବେଳେ ନ୍ୟୁଜଲାଣ୍ଡ ଜିତିଛି 11ଟି ମ୍ୟାଚଏ ଦୃଷ୍ଟିରୁ ଦେଖିବାକୁ ଗଲେ ନ୍ୟୁଜଲ୍ୟାଣ୍ଡ ଠାରୁ ଆଗରେ ଅଛି ଇଣ୍ଡିଆ ପାଷ୍ଟ ରେକର୍ଡକୁ ଆଦୌ ହାଲକା ନନେଇ ଇଣ୍ଡିଆ ଟିମ୍ ସିରିୟସ୍ ଅଛିଏମିତିରେ ବି ୱେଷ୍ଟଇଣ୍ଡିଜ୍ ଭଳି ଟିମକୁ ହରାଇ ଇଣ୍ଡିଆ ଟିମ୍ ନିଜର ଦକ୍ଷତାର ପ୍ରମାଣ ଦେଇଛିସେମିଫାଇନାଲରୁ ହାରିବାର 4 ବର୍ଷ ପରେ ଇଂଲଣ୍ଡକୁ  ହରାଇ ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । 2019 ୱାର୍ଲ୍ଡକପ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡ ଠାରୁ ହାରିଥିଲା ଭାରତ4 ବର୍ଷ ପରେ ଅର୍ଥାତ 2023 ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜଲାଣ୍ଡକୁ ହରାଇଲା। ଆଉ ପରାଜୟର ନେଇଥିଲା ପ୍ରତିଶୋଧଏଥର ଟି-ଟ୍ୱେଣ୍ଟିର ପାଳି। ରେକର୍ଡ ରିପିଟ୍ ହୋଇପାରେ ।ଜିତିପାରେ ଟିମ୍ ଇଣ୍ଡିଆ

https://youtu.be/LSb539EWx3M

ଭାରତର ପ୍ରତିଶୋଧ,ଫାଇନାଲ ଖେଳି ପାରିବନି ଇଂଲଣ୍ଡ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଇଣ୍ଡିଆ ୱିନ୍ କରିଛି। 2026-T20 ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ 499ରନ ସଂଗ୍ରହ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ ହାତେଇଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ 246 ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା। 4 ବର୍ଷ ପରେ ଇଣ୍ଡିଆ ଟିମ୍ ଇଂଲଣ୍ଡଠୁ ପ୍ରତିଶୋଧ ନେଇଛି । ନିଜ ମାଟିରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା କରିଛି। ପୂର୍ବରୁ 2022ରେ,ଏହି T20 ବିଶ୍ୱକପ ସେମିଫାଇନାଲରେ ଇଣ୍ଡିଆ- ଇଂଲଣ୍ଡ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ, ଏଥିରେ ଇଂଲଣ୍ଡ ଜିତିଥିଲା ଓ ଇଣ୍ଡିଆ ହାରିଯାଥିଲା । 4 ବର୍ଷ ପରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ସେମି ଫାଇନାଲରେ ହରାଇ ପରାଜୟର ପ୍ରତିଶୋଧ ନେଇଛି।

ୱାଙ୍ଖେଡେ ଷ୍ଟାଡିୟମର ଦମଦାର ମ୍ୟାଚରେ ପ୍ରଦର୍ଶନ ଅତି ରୋମାଞ୍ଚକର ଥିଲା। ମ୍ୟାଚ ସମୟରେ ଉଭୟ ଦଳର ବୋଲର ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ୱାଙ୍ଖେଡେ ପିଚ୍‌ରେ ଅନ୍ୟ ବୋଲରମାନେ ୧୨ରୁ ଅଧିକ ଇକୋନୋମି ରେଟରେ ରନ ଦେଉଥିଲେ,ବୁମରା ମାତ୍ର ୮.୨ ଇକୋନୋମି ରେଟ ସହିତ ଇଂଲଣ୍ଡକୁ ଚକମା ଦେଇଛନ୍ତି। ତାଙ୍କର ଶେଷ ୧୨ ବଲ୍‌ରେ ମାତ୍ର ୧୪ ରନ ହାତେଇଛନ୍ତି ବିପକ୍ଷ ଖେଳାଳି। ଏହି ମ୍ୟାଚ ସମୟରେ, ବୁମରା ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଥିଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୫୦୦ ଉଇକେଟ ମଧ୍ୟ  ପୂରଣ କରିଛନ୍ତି। ୨୫୪ ରନର ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୭ତମ ଓଭର ସୁଦ୍ଧା ୫ ଉଇକେଟ ହରାଇ ୨୦୯ ରନ କରିଥିଲା। ସେଠାରୁ ଇଂଲଣ୍ଡକୁ ଜିତିବା ପାଇଁ ୧୮ ବଲ୍‌ରେ ୪୫ ରନ ଆବଶ୍ୟକ ଥିଲା।। କିନ୍ତୁ ବୁମରା ଟିମ ଇଣ୍ଡିଆର ଇନିଂସର ୧୮ତମ ଓଭର ବୋଲିଂ କରୁଥିଲେ।ଏହି ଓଭର ମ୍ୟାଚ୍‌ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେଲା।ସେ ଏହି ଓଭରରେ କେବଳ ୬ ରନ ଦେଇଥିଲେ, ଯାହା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା।ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ ହାତେଇଥିଲା ବେଳେ ୨୪୬ ରନ୍ ହାତେଇ ଇଂଲଣ୍ଡ ଫାଇନାଲରୁ ବାଦ୍ ପଡ଼ିଛି।