Posts tagged V K Pandian

ରାଜନୀତିକୁ ଫେରିବେ ପାଣ୍ଡିଆନ

ରାଜନୀତିକୁ ଫେରିବେ ଭିକେ ପାଣ୍ଡିଆନ୍।ପୂର୍ବପରି ପୁଣି ଫିଲ୍ଡରେ ଆକ୍ଟିଭ୍ ହେବେ  ନବୀନଙ୍କ ଫେଭରାଇଟ୍ ପାଣ୍ଡିଆନ୍।ପୁଣିଥରେ ପ୍ରତ୍ୟକ୍ଷ ଭାବେ ନେବେ ବିଜୁ ଜନତା ଦଳର ଭାର ।ସନ୍ୟାସ ନେବା କଥା କହି ଓଡ଼ିଶାବାସୀଙ୍କ ମନରେ ସୃଷ୍ଟି କରିଥିବା ଭ୍ରମ ଖୁବ୍ ଶିଘ୍ର ସ୍ପଷ୍ଟ ହେବ।ପୁଣି ଚାଲିବ ପାଣ୍ଡିଆନ୍ ଥିୟୋରୀ ।ମିଛ ହେବ ପାଣ୍ଡିଆନଙ୍କ ସନ୍ୟାସ ବାଣୀ,ସନ୍ୟାସ ନୁହେଁ ବରଂ ପୁଣିଥରେ ରାଜନୀତିରେ ରାଜଯୋଗ ଖୋଜୁଛନ୍ତି ପାଣ୍ଡିଆନ୍।ଏ କଥା ଗୁଜବ କି ଅନୁମାନ ନୁହେଁ,ବରଂ ପାଣ୍ଡିଆନଙ୍କ ସୋସିଆଲ ମିଡିଆ ପୋଷ୍ଟର ମର୍ମାର୍ଥ।ସୋସିଆଲ୍ ମିଡିଆ ଏକ୍ସ ରେ ବଡ଼ଦିନ ଅବସରରେ ପାଣ୍ଡିଆନ୍ କରିଥିବା ଏ ପୋଷ୍ଟଙ୍କୁ ଦେଖନ୍ତୁ । ଯୋଉଠି ଅଲଗା କିଛଇ ସୁଚନା ଦେଉଛନ୍ତି ପାଣ୍ଡିଆନ।

ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ,ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡିଶା ବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ। ଏମିତି କିଛି ପୋଷ୍ଟ କରି ପଲିଟିକାଲ ଝଡ ସୃଷ୍ଟି କରିଛନ୍ତି ପାଣ୍ଡିଆନତେବେ କୋଉ ଭୁଲ୍ କଥା କହୁଛନ୍ତି ପାଣ୍ଡିଆନ୍। ଏ ଭୁଲ୍ ଆଉ  ଅଧିକ ଏକ୍ସାଇଟେଡ୍ ହେଇ ସନ୍ୟାସ ନେବା କଥା କହିଥିବା ଭୁଲ୍ ନୁହେଁ ତ?  

ସେ ସମୟରେ ବିଜୁ ଜନତା ଦଳକୁ ଆଙ୍ଗୁଠିରେ ନଚଉଥିବା ପାଣ୍ଡିଆନ୍ କୋଉ ଜାଣିଥିଲେ ଯେ ବିଜେଡି ଏଥର ମାଟି କାମୁଡିବ। ଯଦି ଜାଣି ଥାଆନ୍ତେ ହୁଏତ ସନ୍ୟାସ ନେବା କଥା କହି ନଥାଆନ୍ତେ। ଏମିତିରେ ବି ଯଦି ଆପଣ ସେ ପୋଷ୍ଟକୁ ଟିକେ ଧ୍ୟାନ ଦେଇ ଦେଖିବେ ସେ ପୋଷ୍ଟ ପଛରେ ଯୋଉ ଫଟ ଅଛି ତାହା କାଞ୍ଚି ଅଭିଯାନର ଫଟ।  ଯାହାର ପ୍ରତିଶୋଧ ନବାକୁ ତାମିଲ୍ ଅପେକ୍ଷା କରିଥିବା କଥା ବି ଅନେକ ଥର ଓଡ଼ିଶା ରାଜନୀତିର ପ୍ରସଙ୍ଗ ପାଲଟିଛି । ହୁଏତ ପାଣ୍ଡିଆନ୍ ଏ ବାର୍ତ୍ତା ବି ଦେଉଥାଇପାରନ୍ତି।

ତେବେ କେବଳ ଏତିକି ନୁହେଁ ଡବଲ୍ ଇଞ୍ଜିନର ଡବଲ୍ ଧୋକା, ବୋଲି ଡିସେମ୍ବର 23 ରେ ପୋଷ୍ଟ କରିବା ସହିତ ସମଗ୍ର ଜୀବନ ଓଡିଶାବାସୀଙ୍କ ସେବାରେ ଉତ୍ସର୍ଗ କରିବା ପାଇଁ ଆଗେଇ ଆସିବା ଏବଂ ସଦାସର୍ବଦା ତାଙ୍କ ପାଇଁ ଏକ ନୂଆ ଓ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖିବା କଥା ପୋଷ୍ଟ କରିଛନ୍ତି ପାଣ୍ଡିଆନ୍।

ଯଦି ଟିକେ ଗଭୀର ଭାବେ ଚିନ୍ତା କରିବେ ତେବେ ଏ ପୋଷ୍ଟରେ ଅନେକ କିଛି ତଥ୍ୟ ଅଛି। ପ୍ରଥମେ ପାଣ୍ଡିଆନ୍ ଏ କଥା କହିଲେ କି ।ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ ଏକଥା କହି ତାମିଲ୍ ବାଲା ଯେ ସଡ଼ିଶା ର ଦୁଖ ସୁଖର ସାଥି ହୋଇପାରିବେ ବୋଲି କହିଛନ୍ତି। ସେ ପୋଷ୍ଟର ସମୃଦ୍ଧ ଓଡ଼ିଶାର ସ୍ୱପ୍ନ କିନ୍ତୁ ରାଜନୀତି ଆଡ଼କୁ ଇସାରା କରୁଛି। ଯଦିଓ ସେ ନିଜର  ପଲିଟିକାଲ ଇଣ୍ଟ୍ରେଷ୍ଟ ଦେଖାଉଛନ୍ତି ତଥାପି ନବୀନଙ୍କ କାନ୍ଧରେ ବନ୍ଧୁକ ରଖୁଛନ୍ତି ପାଣ୍ଡିଆନ୍। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ବିଜେଡି ଲଢ଼ିବ ଓଡ଼ିଶା ହକର ଲଢ଼େଇ। କହି ପାଣ୍ଡିଆନ୍ ନବୀନଙ୍କ ଜମାପୁଞ୍ଜିକୁ ଆଶ୍ରା କରୁଥିବା ବି ସ୍ପଷ୍ଟ ହେଉଛି।

ଆଉ ଏମିତିରେ ବି ଦେଖିବାକୁ ଗଲେ ପାଣ୍ଡିଆନଙ୍କୁ ନେଇ ଯୋଉ ବିଜେପି ଅଯଥା ହୋହାଲ୍ଲା କରୁଥିଲା ନିର୍ବାଚନ ପରେ ପାଣ୍ଡିଆନଙ୍କର କିଛି ବି କରିପାରିନାହିଁ। ଓଲଟା ଡି ଏସ୍ କୁଟ୍ଟେଙ୍କୁ ସେଣ୍ଟ୍ରାଲ୍ ଡେପୁଟେସନରେ ପଠେଇଛି ବିଜେପି।ନୁଆ କରି ସରକାରକୁ ଆସିଥିବା ବିଜେପି ନିର୍ବାଚନ ପୁର୍ବରୁ ଯୋଉ ବାହାସ୍ଫୋଟ ମାରୁଥିଲା ସେମିତି କିଛି ବି କରି ପାରି ନାହିଁ। ତେଣୁ ଏ କଥା ସ୍ପଷ୍ଟ କରୁଛି କି ପୁଣିଥରେ ପାଣ୍ଡିଆନ୍ ପଲିଟିକ୍ସକୁ ରିଟଣ୍ଣ କଲେ ବିଜେପି ବି ସେମିତି କିଛି ଷ୍ଟେପ୍ ନେଇ ନପାରେ। ରାଜନୀତିରେ ନଥାଇ ବି ନବୀନଙ୍କ ନିବାସରେ ରହୁଥିବା ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଯୋଉ ଆନୁଗତ୍ୟ ରହିଛି ତାକୁ ଅସ୍ତ୍ର କରୁଛିନ୍ତି ପାଣ୍ଡିଆନ୍। ନବୀନଙ୍କ କାନ୍ଧରେ ବନ୍ଧୁକ ରଖି ପାଣ୍ଡିଆନ୍ ଗୁଳି ଫୁଟାଇଲେ ହୁଏତ ରାଜନୀତିରେ ଯେ କେହି ଶିକାର ହେବାର ସମ୍ଭାବନା ଅଛି।ତେବେ ପାଣ୍ଡିଆନଙ୍କ ରିଟଣ୍ଣ ପଲିସି ପଲିଟିକ୍ସରେ କି ରଙ୍ଗ ଆଣୁଛି ତାହା ଦେଖିବା ବାକି।

ନବୀନଙ୍କ କଣ୍ଟ୍ରୋଲରୁ ଯିବ BJD

ବିଜୁ ଜନତା ଦଳର ସରି ଆସିଲାଣି ସମୟ। ଆଉ ନାହିଁ ସେ ଦବ୍‍‍ଦବା। ୫୧ ବିଧାୟକଙ୍କୁ ନେଇ ସଶକ୍ତ ବିରୋଧୀ ଦଳର ଢ଼ୋଲ ପିଟୁଥିଲେ ବି ଭିତର ଫମ୍ପା। ୨୪ ବର୍ଷର ଶାସନ କ୍ଷମତା ଯିବା ପରେ, ଏବେ ମୁହଁ ଫେରାଇଲେଣି ନେତା। ଦାନା ବାନ୍ଧିଲାଣି ବିଦ୍ରୋହ। ଖୁବ୍‍ଶୀଘ୍ର ନେତୃତ୍ୱ ପରିବର୍ତ୍ତନ ପାଇଁ ବାଜିବ ବିଗୁଲ୍ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଖୋଜିଲେଣି ନେତା। ବିକଳ୍ପ ସନ୍ଧାନରେ ଥିବା ବିଜେଡି ବିଧାୟକଙ୍କ ଭିଡ ଜମିଲାଣି, ବିଜୁ ଜନତା ଦଳର ଫାଉଣ୍ଡର ମେମ୍ବର ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ପାଖରେ।

ଅନ୍ୟପଟେ ସିନିୟର ବିଜେଡି ନେତାମାନେ ନାଖୁସ୍ ଥିବା ଜାଣି ମଧ୍ୟ, ମଜା ନେଉଛନ୍ତି ନବୀନ-ପାଣ୍ଡିଆନ୍। ସେଥିପାଇଁ ନବୀନଙ୍କୁ ଆଉ ଭରସା କରୁନାହାନ୍ତି ବିଜେଡି ନେତା। ପାଣ୍ଡିଆନଙ୍କୁ ବିଜେଡିର ସର୍ବେସର୍ବା କରିଥିବା ନବୀନ, ଆଗକୁ ଯେ କଣ କରିବେ ତାହା ଆକଳନ କରିବା ମୁସ୍କିଲ୍ ! କିନ୍ତୁ ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ସତ୍ତା ହରାଇଥିବା କଥା ଅନେକ ନେତା ତାଙ୍କ ମୁହଁରେ କହିଲେଣି। କିନ୍ତୁ ଏବେ ବି, ପାଣ୍ଡିଆନଙ୍କ ରିମୋର୍ଟରେ ଚାଲୁଛନ୍ତି ନବୀନ ଯାହାକୁ ହଜମ କରି ପାରୁନାହାନ୍ତି ଦଳୀୟ ନେତା। ଏଥିପାଇଁ ବିଜେଡିର ଅନେକ ବିଧାୟକ ଏବଂ ବରିଷ୍ଠ ନେତାଏ କହିଲେଣି, ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ନବୀନ ପଟ୍ଟନାୟକ।

ସେପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ୍, ବିଜେଡି ବିଧାୟକ ହେବା ପରେ ଏବେ ସମସ୍ତଙ୍କ ନଜର ବିଜୟଙ୍କ ଉପରେନବୀନଙ୍କ ସ୍ଥାନରେ ବିଜୟ ମହାପାତ୍ର, ବିଜେଡିର ନେତୃତ୍ୱ ନିଅନ୍ତୁ ବୋଲି ଚର୍ଚ୍ଚା କଲେଣି। ଆଉ ତ୍ରାହିମାମ୍ ତ୍ରାହିମାମ୍ ଡାକି, ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଦିଲ୍ଲୀପ ରାୟଙ୍କ ପାଖରେ ଜମାଇଲେଣି ଭିଡ଼।

ଏହାରି ଭିତରେ ରାଜଧାନୀର ଏକ ହୋଟେଲରେ ବିଜେଡିର ୭ ପରାଜିତ ନେତା ବୈଠକ କରିଛନ୍ତିପୂର୍ବରୁ କେବେ ଏମିତି ଦେଖା ଯାଇନଥିଲା। ଯେଉଁମାନେ ଏକାଠି ହୋଇଥିଲେ, ସମସ୍ତେ ପୋଖତ ରାଜନେତାଙ୍କ ପୁଅ। ରାଜ୍ୟ ରାଜନୀତିରେ ସେମାନଙ୍କ ବାପାଙ୍କର ଥିଲା ଢ଼େର ଦବ୍‍‍ଦବା। ହେଲେ ପାଣ୍ଡିଆନଙ୍କ ରାଜରେ, ସେମାନଙ୍କର ସବୁ କାଟ୍‍ତି ମାଟିରେ ମିଶିଗଲା। ପୁଅମାନେ ଏବେ ବାପାଙ୍କ ଲିଗାସି କେମିତି ଆଗକୁ ନେବେ ତାକୁ ନେଇ ବେଶ୍ ଚିନ୍ତିତ କେବଳ ଯେ ଏଇ ଯୁବ ନେତା ଅସନ୍ତୁଷ୍ଟ ତାହା ନୁହେଁ, ବରିଷ୍ଠ ନେତା ବି ପତନ ପାଇଁ ପାଣ୍ଡିଆନଙ୍କୁ ଦାୟୀ କଲେଣି। ହେଲେ ନବୀନ ଦେଉଛନ୍ତି, ପାଣ୍ଡିଆନଙ୍କୁ କ୍ଳିନ୍‍ଚିଟ୍‍।

ତେବେ ବିକଳ୍ପ ଖୋଜୁଥିବା, ବିଜେଡି ବିଧାୟକମାନେ ଜାଣିଛନ୍ତି ଯେ ବିଜୁ ଜନତା ଦଳର ପ୍ରତିଷ୍ଠାରେ ସର୍ବାଧିକ ଯୋଗଦାନ ଥିଲା ଦିଲ୍ଲୀପ ରାୟଙ୍କର। ୨୦୦୦ ନିର୍ବାଚନ ସମୟରେ ବିଜୁ ଜନତା ଦଳ ପାଇଁ ନିଜ ଘର ବିକିଥିବା ଦିଲ୍ଲୀପ ରାୟଙ୍କୁ ଭେଟୁଛନ୍ତି ବିଜେଡି ଲିଡରସ୍। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦିଲ୍ଲୀପଙ୍କର କଳା ଏବଂ ବିଜୟଙ୍କ ବିଚକ୍ଷଣତାକୁ ଭରସା କରୁଛନ୍ତି ବିଜେଡି ନେତାଏ।ବିଜେଡିର ଏଭଳି ସ୍ଥିତିକୁ ଦେଖି ଲାଗୁଛି ଶରଦ ପାୱାରଙ୍କ ଦଶା ଭୋଗି ପାରନ୍ତି ନବୀନ । ଏକଦା ଜାତୀୟ ରାଜନୀତିରେ ଦବ୍‍ଦବା ରଖୁଥିବା ଶରଦ ପାୱାର, ଯେମିତି ଝିଅ ମୋହରେ ଅନ୍ଧ ହୋଇ ସତ୍ତା ହରାଇଲେ, ଠିକ୍‍ ସେମିତି ପାଣ୍ଡିଆନଙ୍କ ପାଇଁ ଲାଇମ୍‍ ଲାଇଟ୍‍‍ରୁ ହଟି ଯିବେ ନବୀନ । ଝିଅ ପାଇଁ ଯେମିତି ପାଓ୍ୱାର ହରାଇଲେ ଘଡ଼ି ଚିହ୍ନ। ନବୀନ ପଟ୍ଟନାୟକ ମଧ୍ୟ ହରାଇ ପାରନ୍ତି ଶଙ୍ଖ ଚିହ୍ନ!