Posts tagged Naveen Patnaik

Happy Birthday ନବୀନ ପଟ୍ଟନାୟକ

“ଆପଣମାନେ ଖୁସି ତ, ମୁଁ ବି ଖୁସି” ଏ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଂକ୍ଷିପ୍ତ ସ୍ଲୋଗାନ, କିନ୍ତୁ ଅତି ଲୋକପ୍ରିୟ। ନବୀନ ପଟ୍ଟନାୟକ ୧୬ ଅକ୍ଟୋବର ୨୦୨୬ରେ ୮୦ ବର୍ଷରେ ପାଦ ଥାପିଛନ୍ତି । ୫୧ ବର୍ଷ ବୟସ ପର୍ଯ୍ୟନ୍ତ ରାଜନୀତିର ଧାର ଧରିନଥିବା ନବୀନ ପଟ୍ଟନାୟକ, ବାପାଙ୍କର ଦେହାନ୍ତ ପରେ ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି । ୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ଓଡ଼ିଶା ପଲିଟିକ୍ସରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ। ଅନୁକମ୍ପାକୁ ଆଶ୍ରା କରି ଲୋଡ଼ା ପଡ଼ିଲେ ବିଜୁ ପରିବାର ସଦସ୍ୟ। ମାତ୍ର ବିଜୁଙ୍କ ବଡ଼ ପୁଅ ପ୍ରେମ୍, ଝିଅ ଗୀତା ମେହେଟ୍ଟା ଏବଂ ସ୍ତ୍ରୀ ଜ୍ଞାନ ପଟ୍ଟନାୟକ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ଶେଷ ସାହାରା ସାଜିଲେ।ବିଜୁଙ୍କ ସମର୍ଥକ ମାନଙ୍କର କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କଲେ ନବୀନ । ୧୯୯୭ ଜୁନରେ ଜନତା ଦଳରେ ସାମିଲ ହେଲେ । ଆସିକା ଲୋକସଭା ଆସନରୁ ବିଜୟୀ ହୋଇ ନିର୍ବାଚନ ପଲିଟିକ୍ସର ଫାଷ୍ଟ ଷ୍ଟେପ୍ ଚଢ଼ିଲେ। ତା’ପରେ ୨୬ ଡିସେମ୍ବର ୧୯୯୭ରେ ନବଗଠିତ ବିଜୁ ଜନତା ଦଳରେ ଯୋଗଦେଲେ । ବିଜୁ ଜନତା ଦଳ ଓ ବିଜେପି ମେଣ୍ଟର ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୯୯୮ରେ ପୁଣି ଆସିକା ଭୋଟରଙ୍କ ଆସ୍ଥାଭାଜନ ହେଲେ । ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ୱାସ ଜିଣି କେନ୍ଦ୍ର ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କଲେ ନବୀନ ।

୧୯୯୯ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଗାଦିରୁ ହଟି ସାରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।। ଅଞ୍ଜନାଙ୍କ ମାମଲା ଓଡ଼ିଶା କଂଗ୍ରେସକୁ ଢେର୍ ପଛକୁ ଠେଲିଦେଲା। ଅଞ୍ଜନାକୁ ମୁଦ୍ଦା କରି ବିଧାନସଭା ନିର୍ବାଚନକୁ ଓହ୍ଲାଇଲା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି।୨୦୦୦ ମସିହାରେ ହିଞ୍ଜିଳି ଆସନରୁ ବିଧାନସଭାକୁ ଏଣ୍ଟ୍ରି କଲେ ନବୀନ। BJD–BJPର ମେଣ୍ଟ ଆଗରେ ଚିତପଟାଙ୍ଗ ମାରିଲା କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି ୬୮ ସିଟ ହାତେଇବା ସହ BJP ୩୮ଟି ଆସନ ହାସଲ କରେ । କଂଗ୍ରେସ ମାତ୍ର ୨୬ଟି ଆସନରେ ସୀମିତ ରୁହେ। ସେଇଠୁ ହିଁ ଆରମ୍ଭ ହେଲଷ ନବୀନଙ୍କର ମୁଖ୍ୟମନ୍ତ୍ରୀ ଇନିଂସ । ମାତ୍ର ୨୦୦୯ରେ ନବୀନଙ୍କ ପାଇଁ ଆସିଥିଲା ଅଗ୍ନୀ ପରୀକ୍ଷା। ବିଜେପି ଠାରୁ ଅଲଗା ହୋଇ ଇଲେକ୍ସନ୍ ଲଢିବାକୁ ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ। ସେଥିରେ ସଫଳ ମଧ୍ୟ ହେଲେ। ବିଜେଡିକୁ ଏକାକୀ ୧୨୩ ଆସନ ମିଳିଲା। 2014 ଓ 2019 ନିର୍ବାଚନରେ ନବୀନଙ୍କୁ ମିଳିଲା ଅପ୍ରତିଦ୍ୱନ୍ଦ୍ୱୀର ମୁକୁଟ । କିନ୍ତୁ 2000 ମସିହାରୁ 2019 ନିର୍ବାଚନ ଯାଏଁ ନବୀନଙ୍କ ବିଜୟର ସିକ୍ରେଟ୍ ଥିବା ମଲିଟିପୁଲ୍ ପାଓ୍ୱାର ସେଣ୍ଟରରେ ପଡିଗଲା ତାଲା । 2020 ମସିହାରୁ ବିଜୁ ଜନତା ଦଳ ସରକାର ଏବଂ ପାର୍ଟିର ସମସ୍ତ ଡିସିସନ୍ ନେଲେ ଭୈରବ ପାଣ୍ଡିଆନ୍ । ବିଜେଡିର ବରିଷ୍ଠ ନେତାମାନଙ୍କର ଗୁରୁତ୍ୱ ରହିଲା ନାହିଁ, କିମ୍ବା ବରିଷ୍ଠ ଅଫିସର ମାନଙ୍କ ମତାମତ ଆଉ ଲୋଡିଲେ ନାହିଁ ନବୀନ । ଏକମାତ୍ର ଡିସିସିନ୍ ମେକର ହୋଇଗଲେ ପାଣ୍ଡିଆନ । ଅଣଓଡ଼ିଆ ଆଇଏଏସ ଅଫିସର ଭୈରବ ପାଣ୍ଡିଆନଙ୍କ ମୋହରେ ନବୀନ, ନିଜର ଅନ୍ୟ ସମସ୍ତ ବିଶ୍ୱସ୍ଥ ଲୋକଙ୍କୁ ହରାଇଲେ । ଯାହାର ଫଳ ଭୋଗିଲେ ନବୀନ ନିଜେ । ଅପରାଜୟ ନବୀନ 2024ରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ପରାଜୟର ସ୍ୱାଦ ଚାଖିଲେ । ଆଉ ଷଷ୍ଠ ଥରର ମୁଖ୍ୟମନ୍ତ୍ରୀ ହେବାର ଆଶା, ସ୍ୱପ୍ନରେ ରହିଗଲା। ଯଦି ପାଣ୍ଡିଆନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଭରସା କରିଥାନ୍ତେ, ହୁଏତ ନବୀନ ପଟ୍ଟନାୟକଙ୍କର ନିଜର 80 ତମ ଜନ୍ମଦିନ ବିରୋଧି ଦଳର ନେତା ଭାବେ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପାଳନ କରିଥାନ୍ତେ ।

ଛାତ୍ରନେତାଙ୍କୁ ଭରସା FaceBook-ଇନ୍‌ଷ୍ଟା-WhatsApp

କଲେଜ ଇଲେକ୍ସନକୁ ଭରସା ସୋସିଆଲ ମିଡିଆ । ଘରକୁ ଘର ଯାଇ କ୍ୟାମ୍ପେନ୍ କରିବାକୁ ସମୟ ପାଉ ନାହାନ୍ତି ଛାତ୍ରନେତା । FaceBook-ଇନ୍‌ଷ୍ଟା-WhatsAppରେ ଚାଲିଛି ପ୍ରଚାର । ଆସନ୍ତା 15 ତାରିଖରେ କଲେଜ ଇଲେକ୍ସନ, ହାତରେ ମାତ୍ର 3 ଦିନ ବାକି । 14 ତାରିଖରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ପରେ କ୍ୟାମ୍ପସ ଭିତରେ ପ୍ରଚାର ମନା । ହାତରେ ଯଥେଷ୍ଟ ସମୟ ନଥିବାରୁ ହରଡ଼ଘଣାରେ ପ୍ରାର୍ଥୀ । ନା ଡୋର ଟୁ ଡୋର କ୍ୟାମ୍ପେନ୍ କରି ପାରୁଛନ୍ତି ନା କ୍ୟାମ୍ପସରେ କ୍ଲାସ୍ ୱାଇଜ୍ କ୍ୟାମ୍ପେନ ହେଇପାରୁଛି । ସବୁ ଷ୍ଟୁଡେଣ୍ଟ୍ସଙ୍କୁ ଭେଟି ଭୋଟ ମାଗିବାକୁ ନାହିଁ ସମୟ । ପୂର୍ବରୁ କଲେଜ ଇଲେକ୍ସନକୁ ନେଇ ଛାତ୍ର ନେତାଙ୍କ ପାଖରେ ଯଥେଷ୍ଟ ସମୟ ରହୁଥିଲା । ପ୍ରାର୍ଥୀ ହେବାର ବହୁ ପୂର୍ବରୁ ଚାଲୁଥିଲା ନନ୍ ଅଫିସିଆଲ କ୍ୟାମ୍ପେନିଂ ।  ଷ୍ଟୁଡେଣ୍ଟ୍ସ ୟୁନିୟନ୍ ଇଲେକ୍ସନ୍ ରେଗୁଲାର ହେଉଥିବାରୁ ନୋଟିଫିକେସନ ପୂର୍ବରୁ ବି ନିଜ ସପୋର୍ଟରଙ୍କ ସଂଖ୍ୟା ବଢାଉଥିଲେ ଷ୍ଟୁଡେଷ୍ଟ ଲିଡର । ଘରକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟୁଥିଲେ। କିନ୍ତୁ ଏଥର ସମୟ ଅଭାବ ପାଇଁ ଅଡ଼ୁଆରେ ପ୍ରାର୍ଥୀ। ଘରକୁ ଘର ଯାଇ ହେଉନି, ପ୍ରଚାର ପାଇଁ ଭରସା ସୋସିଆଲ ମିଡିଆ । ହ୍ୱାଟ୍ସପ୍ ଗ୍ରୁପ୍-ଫେସ୍‌ବୁକ-ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଓ ପୋଷ୍ଟର ଜରିଆରେ ଚାଲିଛି ପ୍ରଚାର ।

2019ରେ ବାତ୍ୟାର କାରଣ ଦର୍ଶାଇ ଇଲେକ୍ସନ୍ ବନ୍ଦ କଲା ବିଜେଡି ସରକାର । ଚଳିତ ବର୍ଷ ମଧ୍ୟ ଛାତ୍ରସଂସଦ ନିର୍ବାଚନକୁ ନେଇ ନିଶ୍ଚିନ୍ତତା ନଥିଲା । ତରବରିଆ ଭାବରେ ଅକ୍ଟୋବର 5 ତାରିଖରେ କଲେଜ ଇଲେକ୍ସନକୁ ନେଇ ହିଣ୍ଟ୍ସ ଦେଲେ ମୁଖ୍ୟମନ୍ତ୍ରୀ। 7 ତାରିଖରେ ଆସିଲା ନୋଟିଫିକେସନ୍ । ମାତ୍ର 2 ଦିନ ଭିତରେ ପ୍ରାର୍ଥୀ କସରତରେ ଲାଗିଲେ ପଲିଟିକାଲ ପାର୍ଟି । 9 ତାରିଖରେ ନୋମିନେସନ ପରେ 10 ତାରିଖରେ ଆସିଲା ଫାଇନାଲ କ୍ୟାଣ୍ଡିଡେଟ ଲିଷ୍ଟ । 11 ତାରିଖ ରବିବାରରେ ବନ୍ଦ ରହିଲା କ୍ୟାମ୍ପସ । 15 ତାରିଖରେ ଭୋଟ ଥିଲା ବେଳେ ହାତରେ ମାତ୍ର 3 ୱାର୍କିଂ ଡେ । ଫଳରେ ଭୋଟରଙ୍କୁ କନଭିନ୍ସ କରିବାକୁ ପ୍ରାର୍ଥୀଙ୍କ ପାଖରେ ନାହିଁ ଯଥେଷ୍ଟ ସମୟ ।ଯଦିଓ 8 ବର୍ଷ ପରେ କଲେଜ ଇଲେକ୍ସନ୍ କରି ବିଜେପି ସରକାର ବାଃ ବାଃ ନେବାକୁ ଚେଷ୍ଟା କରିଛନ୍ତି ମାତ୍ର ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଉଛି ଟାଇମ୍ ଫ୍ୟାକ୍ଟର । କଲେଜରେ ପ୍ରତିକ୍ରିୟା, ଇଲେକ୍ସନ୍ ବନ୍ଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ଇଲେକ୍ସନ୍ ପାଇଁ ପ୍ରପର ଷ୍ଟ୍ରାଟେଜି କରି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଷ୍ଟୁଡେଣ୍ଟ ପଲିଟିକକ୍ସକୁ ନେଇ ଉଭୟ ନବୀନ ଓ ମୋହନଙ୍କ ଫଣ୍ଡା ଠିକ୍ ନାହିଁ ବୋଲିି ଚର୍ଚ୍ଚା।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା

BJDରେ ସୁଜାତା, ମାଷ୍ଟରଷ୍ଟ୍ରୋକ୍ ନା ରିସ୍କ

ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଦ୍ଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଜଣେ ସାଧାରଣ ସଦସ୍ୟ ବୋଲି କ୍ଲିୟର କରିବା ସହିତ ଆଗାମୀ ନିର୍ବାଚନରେ ନିଜେ ଲିଡ୍ ନେବେ ବୋଲି କହିଛନ୍ତି । ତେବେ ସୁଜାତାଙ୍କ ଏଣ୍ଟ୍ରି ଯେତିକି ରୋଚକ ତା ଠୁ ଅଧିକ ରୋଚକ ହେଉଛି ନବୀନଙ୍କ ମନ୍ତବ୍ୟ । ବିଜେଡିରେ ଲିଡରସିପ ସଙ୍କଟକୁ ଭୋଟର ଅଗ୍ରାହ୍ୟ କରିଥିବା ବୁଝି ପାରିଛନ୍ତି ନବୀନ । 

  • ୨୦୦୦ ବ୍ୟାଚ୍‌ର IAS ଅଫିସର ହେଉଛନ୍ତି ସୁଜାତା ଆର୍. କାର୍ତ୍ତିକେୟନ ପାଣ୍ଡିଆନ
  • କେନ୍ଦ୍ରାପଡ଼ାର ମୂଳନିବାସୀ ସୁଜାତା ରାଉତ ଅଣଓଡ଼ିଆ IAS ଅଫିସର ଭି. କେ ପାଣ୍ଡିଆନଙ୍କ ସ୍ତ୍ରୀ
  • ଜଣେ IAS ଅଫିସର ଭାବରେ ସାଇକେଲ ବଣ୍ଟନ, ମଧ୍ୟାହ୍ନଭୋଜନରେ ଅଣ୍ଡା ବଣ୍ଟନ, ମମତା ଟଙ୍କା ବଣ୍ଟନ କ୍ଷେତ୍ରରେ ପ୍ରମୁଖ ଭୂମିକା ଲିଭେଇଛନ୍ତି ସୁଜାତା
  • ୨୦୨୧ ଜୁନ୍ ୧ରେ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ ହେବା ପରେ କମିଶନର-କମ୍-ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୁଜାତା ।
  • ୨ ମେ ୨୦୨୪ରେ ନିର୍ବାଚନ ଆୟୋଗ, ସରକାରୀ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗ ଦର୍ଶାଇ ତାଙ୍କୁ ମିଶନ ଶକ୍ତିର କମିଶନର-କମ୍-ସଚିବ ପଦରୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଥିଲା
  • ବିଜୁ ଜନତା ଦଳର ପରାଜୟ ପରେ ପ୍ରଶାସନୀକ ଅଧିକାରୀ ଭାବେ କାମ କରୁଥିବା ମିସେସ ପାଣ୍ଡିଆନ
    ମାର୍ଚ୍ଚ ୧୩, ୨୦୨୫ରେ voluntary retirement ନେଇ ଏବେ ପଲିଟିକ୍ସରେ ଏଣ୍ଟ୍ରି କରିଛନ୍ତି ।
  • ପୂର୍ବରୁ ସୁଜାତାଙ୍କ ସ୍ୱାମୀ ଭି. କେ ପାଣ୍ଡିଆନ ମଧ୍ୟ ଚାକିରୀରୁ ଭି ଆର ଏସ ନେଇ ବିଜେଡିର ନେତୃତ୍ୱ ନେଇଥିଲେ ।
  • ବିଜେଡିର ପରାଜୟ ପରେ ଅଣଓଡ଼ିଆ ଫ୍ୟାକ୍ଟରକୁ ବୁଝିପାରି ସ୍ତ୍ରୀ ସୁଜାତାଙ୍କୁ ଆଗକୁ ଛାଡ଼ି ଥାଇ ପାରନ୍ତି ପାଣ୍ଡିଆନ ।
  • ତେବେ ଏବେ ଦେଖିବା ବାକି ରହିଲା ବିଜେଡି ପାଇଁ ଆସେଟ୍ ନା ବୁମେରାଂ ହେବେ ମିସେସ ପାଣ୍ଡିଆନ ?

ବୁମେରାଂ ମନ୍ଦିର ରାଜନୀତି : ଶାସକ ଦଳଙ୍କୁ ଝଟକା !

ଭାରତୀୟ ରାଜନୀତିରେ ମନ୍ଦିରକୁ କେନ୍ଦ୍ର କରି ଭୋଟ୍ ରାଜନୀତି କରିବା କିଛି ନୂଆ କଥା ନୁହେଁ । କିନ୍ତୁ ସବୁବେଳେ ଏହା ପଲିଟିକାଲ ପ୍ରଫିଟ ଦେଇ ନଥାଏ । ଧର୍ମକୁ ଆଧାର କରି ରାଜନୀତି କରି କିଏ ସଫଳ ହୋଇଛି ତ ପୁଣି କିଏ ବିଫଳ । ଗତ 2 ବର୍ଷର ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏ କଥା ସ୍ପଷ୍ଟ ହୁଏ ଯେ ମନ୍ଦିର ରାଜନୀତି ଶାସକ ଦଳ ପାଇଁ ବୁମେରାଂ ହେଉଛି। ଦୀର୍ଘଦିନରେ ଶାସନରେ ଥିବା ଶାସକଦଳ ମନ୍ଦିର ରାଜନୀତି କରି ଚିତପଟାଙ୍ଗ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ଦୀର୍ଘ ବର୍ଷର ଶାସନ କ୍ଷମତାରୁ ବିଚ୍ୟୁତ ହୋଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ପରାଜିତ ହେବା ସହ ଦିଦିଙ୍କୁ ମଧ୍ୟ କ୍ଷମତଚ୍ୟୁତ ହେବାକୁ ପଡ଼ିଛି।

ଯୋଗୀଙ୍କୁ କାଳ ହେଲା ରାମମନ୍ଦିର ରାଜନୀତି
2024 ଜାନୁଆରି 22ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା । ତିନି ମାସ ପରେ  ଏପ୍ରିଲରେ ଲୋକସଭା ନିର୍ବାଚନ ହେଲା । ବିଜେପି ଓ ଏନଡିଏ ସାଂସଦଙ୍କ ସଂଖ୍ୟା 36କୁ କମିଗଲା । 2019ରେ ବିଜେପି ସାଂସଦ ସଂଖ୍ୟା 62 ଥିଲାବେଳେ 2024 ରେ ଏହା ବଢିବା ପରିବର୍ତ୍ତେ ଅଧାରେ ରହିଗଲା ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥାଟି ହେଉଛି ଫୈଜାବାଦ ଲୋକସଭା ଆସନ, ଯାହା ଅଧୀନରେ ଅଯୋଧ୍ୟା ରାମମନ୍ଦିର ରହିଛି ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ଲଲୁ ସିଂହ ପରାଜିତ ହୋଇଛନ୍ତି । ଦେଶରେ ୪୦୦ରୁ ଅଧିକ ଆସନ ପାଇବାକୁ ଆଶା ରଖି ଅବ୍ କୀ ବାର୍ ୪୦୦ ପାର୍ ସ୍ଲୋଗାନ ଦେଉଥିବା ଦଳର ଆସନ ସଂଖ୍ୟା ୨୪୦ରେ ସୀମିତ ରହିଯାଇଥିଲା

ବିଜେପି ରାମମନ୍ଦିରକୁ ନେଇ ରାଜନୀତି କଲା ପରେ ରେସରେ ଯୋଡ଼ି ହେଲେ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ । ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ର କରି ରାଜନୈତିକ ଗୋଟି ଚଲାଗଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସହ ଗାଁ ଗାଁରେ ଅର୍ପଣ ରଥ ନାଁ ରେ ରାଜନୀତି ଚାଲିଲା । ମହାପ୍ରଭୁଙ୍କୁ ଘରଘର ବୁଲାଇଲା ବିଜେଡି।  ମାତ୍ର ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା। ନିରବଚ୍ଛିନ ଭାବେ ଓଡ଼ିଶାର ଶାସନ ଗାଦୀରେ ବସିଥିବା ନବୀନପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ ହଟିଲେ। ଏପରିକି ନିଜେ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଲେ। ବିଧାନସଭାରେ 51 ଆସନରେ ସୀମିତ ରହିଥିବା ବିଜେଡି ଲୋକସଭାରେ ଖାତା ଖୋଲି ପାରିଲା ନାହିଁ। ମମତା ବାନାର୍ଜୀଙ୍କର ମଧ୍ୟ ସମାନ ଅବସ୍ଥା। ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ କରି ଧାର୍ମିକ ଭାବନାକୁ ଆକର୍ଷିତ କରିବାର ଚେଷ୍ଟା କରିଥିଲା। ‘‘ଜଗନ୍ନାଥ ଧାମ” ଭାବେ ଦୀଘାକୁ ଘୋଷଣା କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପଣ୍ଡିତମାନେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଏହି ପଦବୀ ଦିଆଯିବାକୁ ବିରୋଧ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଭାରି ଝଟକା ଖାଇଛି। ୧୫ ବର୍ଷର ଶାସନ ପରେ ଦଳ କ୍ଷମତାରୁ ବଞ୍ଚିତ ହୋଇଛି।ଦୀଘା ଅଞ୍ଚଳ ଅଧୀନରେ ପଡ଼ୁଥିବା ରାମନଗର ଆସନରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଛନ୍ତି। TMC ପ୍ରାର୍ଥୀ ଅଖିଲ ଗିରିଙ୍କୁ ପରାସ୍ତ କରିଛନ୍ତି BJP ପ୍ରାର୍ଥୀ ଚନ୍ଦ୍ର ଶେଖର ମଣ୍ଡଳ। ଧର୍ମୀୟ ଭାବନାକୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ସବୁବେଳେ ସଫଳ ହୁଏ ନାହିଁ, ବରଂ ବେଳେବେଳେ ଏହା ଶାସକ ଦଳ ପାଇଁ ବିପରୀତ ପରିଣାମ ବି ଆଣିଥାଏ। 

 

ପାଣ୍ଡିଆନ୍ ପାଓ୍ୱାରଫୁଲ୍: ଅଭିଜ୍ଞତା ଉପରେ ଭାରି ପଡ଼ିବ ଆନୁଗତ୍ୟ

(ବିଜୟ କେତନ ବରାଳ): ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ BJD ନେତା ଡ଼ ସଂତୃପ୍ତ ମିଶ୍ର। ସାଂସଦ ହେବାର ପ୍ରଥମ ଦିନରୁ ହିଁ ସଂତୃପ୍ତଙ୍କ ପାଇଁ ସ୍ପେଶାଲ ଆରେଞ୍ଜମେଣ୍ଟ କଲେଣି ଭୈରବ ପାଣ୍ଡିଆନ। ଅଭିଜ୍ଞ ନେତା ଡ଼ ସସ୍ମିତ ପାତ୍ରଙ୍କୁ BJDର ରାଜ୍ୟସଭା ନେତା ପଦରୁ ହଟାଇବାକୁ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ ! ସସ୍ମିତଙ୍କ ସ୍ଥାନରେ ସଂତୃପ୍ତଙ୍କୁ ରାଜ୍ୟସଭାରେ BJDର ନେତା କରିବା ପାଇଁ ପାଣ୍ଡିଆନ ଚାହୁଁଛନ୍ତି ! ତେବେ ସନ୍ତୃପ୍ତ ମିଶ୍ରଙ୍କର ରାଜ୍ୟସଭାରେ ପରିଚାଳନାରେ ଆଦୌ ଅଭିଜ୍ଞତା ନାହିଁ । କର୍ପୋରେଟ ଜଗତରୁ ଅବସର ନେବା ପରେ କଟକ ଭଳି ଗୁରୁତ୍ୱପୁର୍ଣ୍ଣ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ସଂତୃପ୍ତ। କିନ୍ତୁ ସମ୍ବେଦନଶୀଳ କଟକ ଭୋଟର ତାଙ୍କୁ ପ୍ରତ୍ୟାଖାନ କରିଥିଲେ। ତେବେ ନିଜ ଏଜେଣ୍ଡାରେ କିନ୍ତୁ ଆଗେଇ ଚାଲିଲେ ରାଜନୀତିର ଧାର ଧରିନଥିବା ସଂତୃପ୍ତ ବାବୁ। ପାଣ୍ଡିଆନଙ୍କ ଆଶୀର୍ବାଦରେ ମିଳିଗଲା BJD ସଭାପତି ନବୀନ ପଟ୍ଟନାୟକଙ୍କ ପଲିଟିକାଲ୍ ସେକ୍ରେଟାରୀ ପୋଷ୍ଟ।

କର୍ପୋରେଟ୍ ବନ୍ଧୁଙ୍କୁ ଗୁରୁତ୍ୱ
ସାଂସଦ ହେବା ମୋହରେ ସଂତୃପ୍ତ, ବ୍ୟାକ ଡୋରରେ ଏଣ୍ଟ୍ରି ମାରିଲେ। ଅନେକ ପୁରୁଣା ନେତାଙ୍କୁ ଅଣଦେଖା କରି ରାଜ୍ୟସଭା ପ୍ରାର୍ଥୀ ଭାବେ ସଂତୃପ୍ତ ବାବୁଙ୍କୁ ପାଣ୍ଡିଆନ ଚଏସ୍ କଲେ। ଆଉ ପାଣ୍ଡିଆନଙ୍କ ମୋହରେ ସଂତୃପ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଇଲେ ନବୀନ ପଟ୍ଟନାୟକ। ସଂତୃପ୍ତ ଗଲେ ରାଜ୍ୟସଭାକୁ। ଏପ୍ରିଲ 6 ତାରିଖରେ ସାଂସଦ ପଦର ଶପଥ ନେଲେ ସଂତୃପ୍ତ। ବିଧି-ବ୍ୟବସ୍ଥା ଅନୁଯାୟୀ ଶପଥ ଗ୍ରହଣ ଉତ୍ସବରେ ପ୍ରତ୍ୟେକ ସଭ୍ୟଙ୍କୁ 15ଟି ପାସ୍ ରାଜ୍ୟସଭା ତରଫରୁ ପ୍ରଦାନ କରାଯାଇଥାଏ । ଦିଲ୍ଲୀପ ରାୟ ଏବଂ ମନମୋହନ ସାମଲ ନିଜର ପରିବାର ଜନ ସହ ପଲିଟିକାଲ୍ ବନ୍ଧୁମାନଙ୍କୁ ପାସ୍ ଦେଇ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ । ମାତ୍ର ସଂତୃପ୍ତ ମିଶ୍ର କେବଳ BJD ସାଂସଦ ସସ୍ମିତ ପାତ୍ରଙ୍କ ବ୍ୟତୀତ କର୍ପୋରେଟ ୱାର୍ଲ୍ଡର ଅନ୍ୟ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ।
ଅଭିଜ୍ଞତା ଉପରେ ଭାରି ପଡ଼ିବ କି ଆନୁଗତ୍ୟ
ଅପର ପକ୍ଷରେ ଚଳିତ ମାସ 16,17 ଓ 18 ତାରିଖରେ ସଂସଦର ବିଶେଷ ଅଧିବେଶନ। ରାଜ୍ୟସଭା ଆଲୋଚନା ଓ ପରିଚାଳନାରେ ଏକ୍ସପେରିଏନ୍ସ ନଥିବା ସନ୍ତୃପ୍ତ ବାବୁଙ୍କୁ BJD ପକ୍ଷରୁ ଗୃହର ନେତା କରିବା ପାଇଁ ଏକା ଜିଦ୍ ଧରିଛନ୍ତି ପାଣ୍ଡିଆନ। ଅପରପକ୍ଷରେ ସସ୍ମିତ ପାତ୍ର ଜଣେ ଅଭିଜ୍ଞ ନେତା। ଯିଏ BJDର ରାଜ୍ୟସଭା ନେତା ପଦ ଦାୟିତ୍ୱରେ ଅଛନ୍ତି। ଏହା ବ୍ୟତୀତ ମାନସ ମଙ୍ଗରାଜ, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ 2 ବର୍ଷରୁ ଅଧିକ ସମୟ ହେଲାଣି ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେହି 5 ଜଣ BJDର ଅଭିଜ୍ଞ ସାଂସଦଙ୍କୁ ବାଦ୍ ଦେଇ କାହିଁକି ପାଣ୍ଡିଆନ ଚାହୁଁଛନ୍ତି ସଂତୃପ୍ତ ବାବୁଙ୍କୁ ?

କଣ ବିଜୁ-ନବୀନ ଇନ୍ସିପିରେସନାଲ ଟ୍ରଷ୍ଟରେ ସଦସ୍ୟ କଲାଭଳି ସନ୍ତୃପ୍ତ ବାବୁଙ୍କୁ ରାଜ୍ୟସଭାରେ BJD ନେତା କରିଦେବେ? ଯେଉଁ ଟ୍ରଷ୍ଟ ସମ୍ପର୍କରେ ନବୀନ ପଟ୍ଟନାୟକ ଗଣମାଧ୍ୟମ ଓ ଓଡ଼ିଶାବାସୀଙ୍କୁ ମିଛ କହିଲେ । ଭୈରବ ପାଣ୍ଡିଆନ, ସଂତୃପ୍ତ ମିଶ୍ର ଏବଂ ଅଶୋକ ପରିଜାଙ୍କୁ ନେଇ ଗଠିତ ସେହି ଟ୍ରଷ୍ଟ ସମ୍ପର୍କରେ ଓଡ଼ିଶାବାସୀ ପରବର୍ତ୍ତୀ ସମୟରେ ଜାଣିଲେ। ଯାହା ଦ୍ୱାରା ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ ବୋଲି ପ୍ରମାଣିତ ହେଲେ । ଏବେ ସେହି  ସଂତୃପ୍ତଙ୍କୁ ନେଇ ଉଭୟ ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ନୂଆ ଚାଲ ଚଳାଇଲେଣି। ଅନଭିଜ୍ଞ ନେତାଙ୍କୁ ରାଜ୍ୟସଭା ନେତା ଭାବେ ପ୍ରୋଜେକ୍ଟ କଲେ ଏହା କେବଳ ସଂସଦୀୟ ଗଣତନ୍ତ୍ର ପାଇଁ ଅଶୁଭ ନୁହେଁ, ବରଂ ଏହା ଓଡ଼ିଶାର ସ୍ୱାର୍ଥ ପାଇଁ ମଧ୍ୟ କ୍ଷତିକାରକ ହେବ