ନବୀନ ବାବୁ, ‘ଆମେ ତମ ପାଖରେ ଚାକିରି କରିନାହୁଁ’

‘‘ଆମେ କିଏ କୋଉଠି ବସିବୁ, ସେସବୁ ଆମ ବ୍ୟକ୍ତିଗତ କଥା। କିଏ ଆମକୁ କାହିଁକି ନାଲିଆଖି ଦେଖାଇବ? କେହି ବି ଆମକୁ ନାଲିଆଖି ଦେଖେଇ ପାରିବେ ନାହିଁ । ଆମର ବୟସ ହେଲାଣି, ଆମେ କଣ ଚାକିରି କରିଛୁ ? ଯେତେବେଳେ ଯୋଉଠି ମନ ହବ ବସିବୁ, ଆମକୁ କେହି ମନା କରି ପାରିବେ ନାହିଁ । ଆମେ କେତେବେଳେ କୋଉଠି ବସିବୁ ସେଥିରେ କ’ଣ ଅଛି? ଆମେ କଣ ହୋଟେଲରେ ବସି ପାରିବୁନି ? ନାଲିଆଖି ଦେଖାଅନି, ଆମେ ହୋଟେଲରେ ବସିବୁ, କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ।’’
ଏଭଳି ମୁହଁ ଚିଞ୍ଚଡ଼ା କଥା କହି ନବୀନ ପଟ୍ଟନାୟକଙ୍କୁ ନାଲିଆଖି ଦେଖାଇବା ବନ୍ଦ କରିବା ପାଇଁ ତାଗିଦ କରିଛନ୍ତି BJDର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କୁ ଖାତିର କରୁନଥିବା ପ୍ରଫୁଲ୍ଲଙ୍କ କଥାରୁ ସ୍ପଷ୍ଟ ହେଲାଣି ଯେ BJD କନ୍ଦଳ ଘମାସନ ହେଲାଣି। ଯେଉଁଥିରେ BJDର ବରିଷ୍ଠ ନେତା ନବୀନଙ୍କୁ କାଉଣ୍ଟର କରିବା ଆରମ୍ଭ କରିଦେଲେଣି।

  • ଭୈରବ ପାଣ୍ଡିଆନଙ୍କୁ ପାଇଁ ଓକିଲାତି କରୁଥିବା ନବୀନ ପଟ୍ଟନାୟକଙ୍କୁ ଜଣେ ମିଛୁଆ ବୋଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ କହିଲେ ।
  • ପ୍ରଭାତ ତ୍ରିପାଠୀ BJDରେ ନାହାନ୍ତି କହୁଥିବା ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ପ୍ରଭାତ କହିଲେ,ତାଙ୍କ ଉପରୁ 10 ନଭେମ୍ୱର 2017ରେ ନିଲମ୍ବନର ଆଦେଶ ଉଠା ଯାଇଛି9 ଏପ୍ରିଲ 2025ରେ ନବୀନ କହୁଛନ୍ତି ମୁଁ BJDରେ ନାହିଁ। ଏଥିରୁ ବୁଝା ପଡୁଛି ନବୀନ ଜଣେ ମିଛୁଆ।
Pravat Tripathy
  • ପୂର୍ବତନ ମନ୍ତ୍ରୀ ଅମର ଶତପଥି କହିଲେ,ପ୍ରଭାତ ତ୍ରିପାଠୀ BJDର ଆସେଟ୍, ନବୀନ ବାବୁଙ୍କ ସହ ସେ ଗତ ନିର୍ବାଚନରେ ଷ୍ଟେଜ୍ ସେୟାର୍ କରିଛନ୍ତି ପ୍ରଭାତଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ହଟିଛି। ପ୍ରଭାତ ଏବେ BJDରେ ନାହାନ୍ତି ବୋଲି ନବୀନ ବାବୁ କହିବା ଠିକ୍ ହୋଇନି।’’

ପ୍ରଭାତ-ଅମରଙ୍କ କାଉଣ୍ଟରକୁ 24ଘଣ୍ଟା ନପୁରୁଣୁ, ନବୀନଙ୍କୁ ତାଗିଦ୍ କଲେଣି ଆଉ ଜଣେ ନେତା
ହୋଟେଲରେ ନେତାଙ୍କ ବୈଠକକୁ ନେଇ ନବୀନ ମନା କରୁଥିଲା ବେଳେ, ପ୍ରଫୁଲ୍ଲ ମଲ୍ଲିକ କହିଲେଣି, ଆମ ତମ ପାଖରେ ଚାକିରି କରିନାହୁଁ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି

  • ‘‘ନବୀନ ବାବୁ ନାଲିଆଖି ଦେଖାଇ ପାରିବେ ନାହିଁ
  • କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ
  • ଆମେ କେହି ଚାକିରି କରିନୁ, ଆମର ବୟସ ହେଲାଣି
  • ଆମେ କିଏ କୋଉଠି ବସିବୁ, ଆମ ବ୍ୟକ୍ତିଗତ କଥା
  • ଆମ ମନ ଯେତେବେଳେ ଯୋଉଠି ହବ ବସିବୁ
  • ଆମକୁ କେହି ମନା କରି ପାରିବେନି
  • ବରିଷ୍ଠ ନେତାମାନେ ହୋଟେଲରେ ମେଳି କରି ନାହାନ୍ତି
  • ଆମେ କେତେବେଳେ କୋଉଠି ବସିବୁ ସେଥିରେ କଣ ଅଛି
  • ଆମେ କଣ ହୋଟେଲରେ ବସି ପାରିବୁନି?
  • ମୁଁ ଦୁଇଟା ଦୃଷ୍ଟିରୁ ପାଣ୍ଡିଆନଙ୍କୁ ବିଚାର କରେ, 1- ସେ ନବୀନ ବାବୁଙ୍କ ପୂର୍ବତନ ପ୍ରାଇଭେଟ୍ ସେକ୍ରେଟାରୀ, 2- ସେ ଜଣେ ଅବସରପ୍ରାପ୍ତ IAS 
  • ପାଣ୍ଡିଆନ ସ୍ପଷ୍ଟ କରନ୍ତୁ, ସେ BJDରେ ହସ୍ତକ୍ଷେପ କରୁ ନାହାନ୍ତି ’’
    ଜଣକ ପରେ ଜଣେ ବରିଷ୍ଠ ନେତା ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରୁଥିଲା ବେଳେ, ପାଣ୍ଡିଆନ ପନ୍ଥୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ କେତେ ଲୋକହସା କରିବେ ?
Visited 60 times, 1 visit(s) today
Share this post

Leave A Comment

Your email address will not be published. Required fields are marked *