Category Cinema

ରିଲରେ ହିରୋ,ରିୟଲରେ ମନି ଲଣ୍ଡର!

ରିଲ୍ ଓ ରିୟଲ ଲାଇଫ ଭିତରେ ଢେର୍ ତଫାତ୍ । ଅନ୍ ସ୍କ୍ରୀନରେ ରୋଲ୍ କରୁଥିବା ଆକ୍ଟର ଆକ୍ଟ୍ରେସଙ୍କ ଅଫ୍ ସ୍କ୍ରୀନର ବାସ୍ତବତା ଭିତର ଢେର୍ ତଫାତ୍ । ଅଭିନୟ ମାଧ୍ୟମରେ ବେଶ୍ ଲୋକପ୍ରିୟତା ପାଇଥିବା  ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED )ର ସମନ ହୋଇଛି । ରିଲରେ ଆଦର୍ଶ ଚରିତ୍ରରେ ଅଭିନୟ କରୁଥିବା ମହେଶଙ୍କୁ ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୭ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି ।

ମହେଶ ବାବୁଙ୍କୁ ସମନ, ୬କୋଟିର ଠକେଇ ଅଭିଯୋଗ

  • ମନି ଲଣ୍ଡ୍ରିଂ ମାମଲାରେ ମହେଶ ବାବୁଙ୍କୁ ସମନ ହୋଇଛି 
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି
  • ଏପ୍ରିଲ ୨୭ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ
  • ରିଅଲ ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲା
  • ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ
  • ସାଇ ସୂର୍ଯ୍ୟା ଡେଭଲପର୍ସସୁରାନା ଗ୍ରୁପ ଡେଭଲପର୍ସ ସହ ଜଡ଼ିତ ମାମଲା
  • ଗ୍ରାହକଙ୍କୁ ଠକିଥିବା ଅଭିଯୋଗ
  • ଏହି ୨ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ
  • ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବାରୁ ମାମଲା ହୋଇଛି 
  • ‘ଗ୍ରୀନ ମିଡୋଜ’ ନାମକ ଯୋଜନାକୁ ନେଇ ତଦନ୍ତ ହେଉଛି 
  • ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ଅଭିଯୋଗ ରହିଛି
  • ସାଇ ସୂର୍ଯ୍ୟା ଡେଭଲପର୍ସଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି 
  • ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଥିବା ଅଭିଯୋଗ