ମା‘ ଦୁର୍ଗା ଆସିବା ବେଳ ହେଲେ କାଶତଣ୍ଡି ଆସେ ଆଉ ମା ଫେରିଗଲେ,ସିଏ ବି ଫେରିଯାଏ। ଦୁର୍ଗା ମା‘ ବିସର୍ଜନ ନେଲା ପରେ ଧିରେ ଧିରେ ମଉଳିଯାଏ କାଶତଣ୍ଡି। କାଶତଣ୍ଡିର ସୌନ୍ଦର୍ଯ୍ୟତା କିଏ ବା ନଜାଣେ? କାଶତଣ୍ଡୀକୁ ଦେଖିଲେ କବିର କଲମ ହୁଏ ଚଳଚଞ୍ଚଳ।ଖୁସି ହୁଅନ୍ତି ପ୍ରକୃତି ପ୍ରେମୀ। ତା ସୁନ୍ଦରତା ପାଇଁ ଅଟକିଯାଏ ଆଖି। ଭାବୁକ ମାନେ ଭାବନା ରାଇଜରେ ବୁଡ଼ିଯାଆନ୍ତି।ମା ଦୁର୍ଗା ଧରାବତରଣ କରିବା ଠିକ ପୂର୍ବରୁ କାଶତଣ୍ଡି ବି ଧରାବତରଣ କରେ ଆଉ ମା ଦୁର୍ଗା ଧରାରୁ ବିଦାୟ ନେଲେ କାଶତଣ୍ଡି ବି ମୌଳିଯାଇ ବିଦାୟ ନିଏ।ପୁଣି ମାଆଙ୍କ ଆସିବା ବାଟକୁ ଅପେକ୍ଷା କରିଥାଏ।
କୁହାଯାଏ କାଶତଣ୍ଡି ଥିଲା ଦଳିତ ଘରର ଝିଅ।ଦେଖିବାକୁ ସେ ବହୁତ ସୁନ୍ଦର।ସବୁଦିନ ସକାଳେ ନଦୀ ପଠାକୁ ବୁଲିବାକୁ ଯାଏ।ସେଇ ରାସ୍ତାଦେଇ ପ୍ରତିଦିନ ରାଜକୁମାର ସକାଳ ଭ୍ରମଣରେ ଯାନ୍ତି।କାଶତଣ୍ଡୀ ରାଜକୁମାରଙ୍କୁ ଦେଖି ମନେ ମନେ ଭଲ ପାଇ ବସିଥିଲା।ସବୁଦିନ ରାଜକୁମାରଙ୍କୁ ଦେଖିବା ଲାଗି ନଦୀ ପାଠକୁ ଧାଇଁ ଆସୁଥିଲା। ରାଜକୁମାରଙ୍କ କାଶତଣ୍ଡି ଉପରେ ନଜର ପଡିଲା ଆଉ ସେ ସୌନ୍ଦର୍ଯ୍ୟତାରେ ବିଭୋର ହୋଇଗଲେ।ରାଜକୁମାର ମଧ୍ୟ୍ୟ କାଶତଣ୍ଡିକୁ ଭଲପାଇ ବସିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା।ସବୁଦିନ କାଶତଣ୍ଡୀ ଆଉ ରାଜକୁମାର ପରସ୍ପରକୁ ଦେଖା କରିବାକୁ ଲାଗିଲେ।ରାଜକୁମାର କାଶତଣ୍ଡୀକୁ ଜୀବନ ସାଥି କରିବାକୁ ଚାହୁଁଥିଲେ।ରାଜକୁମାର ଓ କାଶତଣ୍ଡୀର ପ୍ରେମ କାହାଣୀ ମହାରାଜାଙ୍କ ପାଖରେ ପହଁଚିଲା।ଆଉ ସେ କାଶତଣ୍ଡୀକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିବା ସହ ରାଗିଯାଇ ରାଜକୁମାରଙ୍କୁ ତୁରନ୍ତ ତାଙ୍କ ସାମ୍ନାରେ ହଜାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜକୁମାର ସେ ସମୟରେ ନଦୀ ପଠାରେ କାଶତଣ୍ଡୀ ସହିତ ଥିଲେ।
ସେନାପତି ରାଜକୁମାରଙ୍କୁ ମହାରାଜାଙ୍କ ନିର୍ଦ୍ଦେଶ ସମ୍ପର୍କରେ ଜଣେଇଲେ ଓ ତୁରନ୍ତ ତାଙ୍କ ସାଙ୍ଗରେ ଆସିବାକୁ କହିଲେ।କିନ୍ତୁ ରାଜକୁମାର କାଶତଣ୍ଡିକୁ ଛାଡି ଯିବାକୁ ଚାହୁଁନଥିଲେ। ରାଜକୁମାରଙ୍କ ଏକା ଜିଦି ସେ ଯଦି ଯିବେ କାଶତଣ୍ଡିକୁ ସାଙ୍ଗରେ ନେଇ ରାଜଉଆସକୁ ଯିବେ।ବୋହୁ ବୁଝା ବୁଝି ପରେ ରାଜକୁମାର ନ ମାନିବାରୁ ସେନାପତି ରାଜକୁମାରଙ୍କ ଜିଦି ସମ୍ପର୍କରେ ମହାରାଜଙ୍କୁ ଜଣାଇଲେ। କାଶତଣ୍ଡିକୁ ହତ୍ୟା କରି ବଳପୂର୍ବକ ରାଜକୁମାର ଉଠାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ କୁମାରଙ୍କ ଲୁହ,ବ୍ୟାକୁଳତା ଅନୁରୋଧ ଜୀବନ ହରିବାର ଧମକ କାଶତଣ୍ଡୀର ଜୀବନ ରକ୍ଷା କରିପାରିଲା ନାହିଁ। କାଶତଣ୍ଡିକୁ ହତ୍ୟା କରାଯାଇ ନଦୀପଠାରେ ପୋତିଦିଆ ଗଲା।ମରିବା ପୂର୍ବରୁ କାଶତଣ୍ଡି ରାଜକୁମାରଙ୍କୁ ସବୁ ବର୍ଷ ଶରତର ଫେରିବାକୁ କଥା ଦେଇଥିଲା।
ସେବେଠାରୁ,କାଶତଣ୍ଡିକୁ ପୋତା ଯାଇ ଥିବା ସ୍ଥାନ ସହିତ ଅନ୍ୟ ସ୍ଥାନରେ ସୁନ୍ଦର କାଶତଣ୍ଡୀ ଫୁଲ ଫୁଟେ।ରାଜକୁମାର ଧାଇଁଆସନ୍ତି ନଦୀପଠାକୁ କାଶତଣ୍ଡିକୁ ଦେଖିବା ପାଇଁ। ମାଆଙ୍କ ଆଗମନରେ କାଶତଣ୍ଡି ଆସେ,ମାଆଙ୍କ ବିଦାୟ ସହିତ କାଶତଣ୍ଡି ବି ମଉଳି ଯାଏ।ଏହା ଥିଲା କାଶତଣ୍ଡିର ପ୍ରେମ ଆଉ ବିରହର କାହାଣୀ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା