Category Politics

BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।

ବେଇମାନ କିଏ?

ନୂଆପଡ଼ା ବାଇ-ଇଲେକ୍ସନକୁ ଆଉ ମାତ୍ର 3 ଦିନ ବାକି। ବେଇମାନ ଶବ୍ଦ ବର୍ତ୍ତମାନ ପଲିଟିକାଲ ପାର୍ଟିଙ୍କ ପାଇଁ ମୁଖ୍ୟ ମୁଦ୍ଧା ପାଲଟିଛି। ନଭେମ୍ବର 3 ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକପ୍ରଚାର ସମୟରେ ବେଇମାନ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ସହ ବେଇମାନୀ ହୋଇଥିବା କହିଥିଲେ ନବୀନ । ଯାହାର କାଉଣ୍ଟର ଆଟାକ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଏ ବେଇମାନ ବୋଲି କହି ତାତ୍ସଲ୍ୟ କରିଛନ୍ତି ।

ବେଇମାନର ସଂଜ୍ଞା କ? ବେଇମାନ କାହାକୁ କୁହାଯାଏ ?  ବୋଲି ପ୍ରଶ୍ନ କରିବା ସହ ବୋଧହୁଏ ନବୀନଙ୍କ ସ୍କ୍ରିପ୍ଟ ରାଇଟର୍ ବେଇମାନର ସଂଜ୍ଞା କ, ତାହା ବୁଝାଇ ନାହାନ୍ତି ବୋଲି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ମୋହନ ମାଝୀ।
ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଆଣି ପ୍ରାର୍ଥୀ କରିଥିଲା ବିଜେଡି କାକଟପୁରରେ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ସାରିଥିଲା ପରେ ମନ୍ତ୍ରୀପଦର ଲୋଭ ଦେଖାଇ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥଇଲେ ମୋହନ ମାଝୀ।  ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ କିଏ ବେଇମାନି କରିଥିଲା? ବୋଲି କହିଛନ୍ତି ମୋହନ। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ ନବୀନ । ତାହେଲେ କିଏ ବେଇମାନ କହି ପ୍ରଶ୍ନ କରିବା ସହିତ ପରୋକ୍ଷରେ ନବୀନଙ୍କୁ ବେଇମାନ କହିଛନ୍ତି ମୋହନ ମାଝୀ।

ତେବେ ବେଇମାକୁ ନେଇ ଏ ଲଢେଇ ନବୀନ-ମୋହନଙ୍କ ଭିତରେ ସୀମିତ ନ ରହି ତୃଣମୁଳ ସ୍ତରରେ ବି ଜାରି ରହିଛି । ଉଭୟ ବିଜେଡି ଓ ବିଜେପିର କର୍ମୀ ନେତା ପରସ୍ପରକୁ ବେଇମାନ କହିବାରେ ଲାଗିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରୁ ଲଢୁଥିବାରୁ ତାଙ୍କୁ ବିଜେଡ଼ି ତରଫରୁ ଟାର୍ଗେଟ କରାଯାଉଥଇଲା ବେଳେ ନବୀନଙ୍କ ପୁରୁଣା ସମ୍ପର୍କର ହିସାବ ଦେଉଛନ୍ତି ବିଜେପି ସମର୍ଥକ ।

 

ରାଜୁ ଢୋଲକିଆଙ୍କ ମୃତ୍ୟୁ ପାଇଁ BJD ଦାୟି

ନୂଆପଡ଼ା ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ନୂଆପଡ଼ାକୁ ନେଇ ସେତିକି ନୂଆ କଥା ଶୁଣିବାକୁ ମିଳୁଛି । 3 ପ୍ରମୁଖ ଦଳ ନିର୍ବାଚନ ଜିତିବା ପାଇଁ ଗୋଟି ଚାଳନା କରୁଥିବା ବେଳେ ସ୍ୱର୍ଗତଃ ରାଜୁ ଢୋଲକିଆଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ଟଣାଓଟଣା ଜାରି ରହିଛି । ପୋଷ୍ଟରରେ ଫଟ ମାରିବା ହେଉ କି ରାଜୁଙ୍କ ପକେଟ୍ ଭୋଟ ସବୁଠି ଦୁଇଦଳ ଭାଗ ବସାଉଛନ୍ତି। ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ବିଜେପିକୁ ପ୍ରାର୍ଥୀ ଚୋର କହିଥିଲେ। ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ୟା ପରେ ବିସ୍ଫୋରକ ବୟାନ ଦେଇଛନ୍ତି। କଳ୍ପନା କହିଛନ୍ତି ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ। ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଉଚିତ ସମ୍ମାନ ଦେଇନି ବୋଲି ସେ ଅସନ୍ତୋଷ ଝାଡ଼ିଛନ୍ତି। ଶେଷ ସମୟରେ ବି ତାଙ୍କ ପାଖରେ ବିଜେଡି ନଥିଲା ବୋଲି କଳ୍ପନା କହିଛନ୍ତି । ଯୋଉ ଦଳରେ ରାଜେନ୍ଦ୍ର ଢୋଲକିଆ ଶେଷ ପର୍ଯ୍ୟନ୍ତ ଥିଲେ ସେ ଦଳର ନେତା ରାଜୁଙ୍କ ସହ ନଥିଲେ । ଯାହା ରାଜୁଙ୍କୁ ଆଘାତ ଦେବା ସହ ମୃତ୍ୟୁର ଅନ୍ୟତମ କାରଣ ସାଜିଥିବା କଳ୍ପନା ସ୍ପଷ୍ଟ କରିଛନ୍ତି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଏ କଥା ପ୍ରକାଶ କରିଛନ୍ତି କି ରାଜୁଙ୍କ ଦେହ ଖରାପ ଥିଲା ବେଳେ ନବୀନ ପଟ୍ଟନାୟକ ଦେଖା କରିବାକୁ ଆସି ନଥିଲେ । ଏପରିକି ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ତାଙ୍କର ଦେଖା ନଥିଲା ।

ଜୟ ବିକ୍ରି ହୋଇନାହିଁ- କଳ୍ପନା ଢୋଲକିଆ
ରାଜେନ୍ଦ୍ର ଢୋଲକିଆ ବିଜେଡିରେ ବିଧାୟକ ଥିଲାବେଳେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ବଦଳରେ ବିଜେପିରୁ ପ୍ରାର୍ଥୀ ହେବାର କାରଣ ବିଷୟରେ ଜୟଙ୍କ ମା କଳ୍ପନା ଉତ୍ତର ରଖିଛନ୍ତି । ଜୟ ଢୋଲକିଆ ଟଙ୍କା ପାଇଁ ବିଜେପି ପାଖରେ ବିକ୍ରି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେଡି ରାଜୁଙ୍କୁ ଗୁରୁତ୍ୱ ଦେଇ ନଥିବାରୁ ଜୟ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ବିଜେପି ପୋଷ୍ଟରରେ ରାଜୁ ଢୋଲକିବଙ୍କ ଫଟ ରହିବା ନେଇ ସମାଲୋଚନା ହେଉଥିଲାବେଳେ କଳ୍ପନା କହିଛନ୍ତି କି ରାଜୁଙ୍କ ଫଟ କୋଉଠି ରହିବ ଏ ନିଷ୍ପତ୍ତି ପରିବାର ନେବେ। ବିଜେଡି ନୁହେଁ !

ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାର : ନବୀନ କରିବେ କାଉଣ୍ଟର

ନୂଆପଡ଼ାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାରକୁ କରିବେ କାଉଣ୍ଟର ।ବିଧାନସଭା ଯାଉନଥିବା ନବୀନ ଯିବେ ନୂଆପଡ଼ା ।ଥରେ ନୁହେଁ ଥର ଯିବେ ବିଜେଡି ସୁପ୍ରିମୋ ।ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ନୂଆପଡ଼ା ଯିବାର ଅଛି BJD ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସାଧାରଣ ସଭା ସହ ରୋଡ ସୋ କରିବେ ଆସନ୍ତା ନଭେମ୍ବର 3ରେ ନବୀନଙ୍କ ପ୍ରଥମ ପ୍ରଚାର ସଭା ହେବ କୋମନା ବ୍ଲକରେ । ଆଉ ଦ୍ୱିତୀୟ ଥର ନଭେମ୍ବର 7ରେ ନୂଆପଡ଼ାରେ ଡେରା ପକାଇବେ BJD ସୁପ୍ରିମୋ। ଖରିଆର ରୋଡ ଠାରୁ ନୂଆପଡ଼ା ଯାଏଁ ରୋଡ ସୋ କରିବେ ନବୀନ ପଟ୍ଟନାୟକ ।

ଧାମନଗରକୁ ଯାଇନଥିଲେ
ତେବେ ନୂଆପଡ଼ା  ଉପନିର୍ବାଚନ ପାଇଁ ଦୁଇ ଦିନ ନବୀନଙ୍କ ପ୍ରଚାର ପ୍ରୋଗ୍ରାମକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଧାମନଗର ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ଭିଡିଓ କନଫରେନ୍ସିଂରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ ସାରି ଦେଇଥିଲେସେଥିପାଇଁ BJDକୁ ଦବାକୁ ପଡ଼ିଥିଲା ବହୁମୂଲ୍ୟ। BJD ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ BJPର ଯୁବନେତା ସୁରଜ ସୂର୍ଯ୍ୟବଂଶୀ। BJDର ବଡ଼ ଲସ ପରେ ବାଧ୍ୟ ହୋଇ ନବୀନ ପଟ୍ଟନାୟକ ପଦମପୁର ଉପନିର୍ବାଚନରେ BJDର ମଙ୍ଗ ଧରିଥିଲେ। ଆଉ ସେଠାରେ ତତ୍କାଳୀନ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ନବୀନ

BJDର ଟେନସନ୍ କଳ୍ପନା
ଆଉ ଏବେ ପଦମପୁରର ପଡ଼ୋଶି ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ହେଉଛି ଉପନିର୍ବାଚନ। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ଆଉ ନାହାନ୍ତି BJD ସୁପ୍ରିମୋ ଏପରିକି ନୂଆପଡ଼ାର ପୂର୍ବତନ ବିଧାୟକ ରାଜୁ  ଢୋଲକିଆଙ୍କ ପରିବାର ଏବେ BJP ଶିବିରରେ ଏବେ BJD ପାଖରେ ନା ଅଛି ସିମ୍ପାଥୀ କାର୍ଡ ନା ସରକାରରେ ଅଛି ବିଜୁ ଜନତା ଦଳ । ଅନ୍ୟପଟେ ରାଜୁ ଢୋଲକିଆଙ୍କ ସ୍ତ୍ରୀ କଳ୍ପନା ଢୋଲକିଆ, ପୁଅ ଜୟଙ୍କ ପାଇଁ କଲେଣି ମାରାଥନ ପ୍ରଚାର

ଗୋଟାଏ ପଟେ ସରକାରରେ BJP, ତା ସହ ମାଙ୍କ ପ୍ରଚାର ଜୟଙ୍କ ପାଇଁ ସ୍ଥିତି ସହଜ କରୁଛି । ଅନ୍ୟପଟେ ବିଜୁ ଜନତା ଦଳର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ମାନଙ୍କର ଘେରାବନ୍ଦୀ ଧିରେ ଧିରେ ଦୁର୍ବଳ ହେଉଛି । ଏଥିପାଇଁ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିବାକୁ ଯାଉଛନ୍ତି । ତେବେ ବିଧାନସଭାରେ ସମ୍ପୂଣ୍ଣ ଅନୁପସ୍ଥିତ ରହୁଥିବା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପଲିଟିକ୍ସରେ ପ୍ରାସଙ୍ଗିକତାକୁ ହୁଏତ ନୂଆପଡ଼ା ଉପନିର୍ବାଚନ ବଜାୟ ରଖିପାରେ ।
ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ

ବଦଳୁଛି ନବୀନଙ୍କ ଆଭିମୁଖ୍ୟ, ଅଭିଯୁକ୍ତଙ୍କ ସପକ୍ଷରେ BJD

ବଦଳୁଛି BJDର ଆଭିମୁଖ୍ୟ । ବଦଳିଗଲେଣି ନବୀନ ପଟ୍ଟନାୟକ । ପ୍ରଶ୍ନଘେରରେ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ ଥିୟୋରି। ଅଭିଯୁକ୍ତଙ୍କ ସପକ୍ଷରେ ଓକିଲାତି କରୁଛି ବିଜେଡି । ସ୍ୟାଡୋ କରପସନ ଅଭିଯୋଗରେ ଦଳର ତୁଙ୍ଗ ନେତାଙ୍କୁ ବହିସ୍କାର କରିଥିବା ବିଜେଡି ସୁପ୍ରିମୋ ଏବେ ଭିନ୍ନ ମୁଦ୍ରାରେପିତବାସ ପଣ୍ଡାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ନିଲମ୍ବନ ତ ଦୂରର କଥା ଓଲଟା ତାଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି ବିଜେଡି ଲିଡର କେବଳ ସେତିକି ନୁହେଁ କ୍ଷମତାରୁ ଯିବା ପରଠୁ ବିଭିନ୍ନ ଅଭିଯୋଗରେ ଗିରଫ ହୋଇଥିବା ନେତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିପାରୁନି ବିଜେଡି।

ବିଜେଡିର ଇତିହାସ କହୁଛି ନେତାଙ୍କ ବିରୁଦ୍ଧରେ ସାମାନ୍ୟ ଅଭିଯୋଗ ଆସିଲେ ଦଳ ବାହାରର ରାସ୍ତା ଦେଖାଉଥିଲେ ନବୀନ । ନେତା ଯେତେ କ୍ଷମତାଶାଳୀ ଏବଂ ଉପକାରି ହୋଇଥିଲେ ବି କଠୋର ଆଭିମୁଖ୍ୟ ରଖୁଥିଲା ବିଜେଡି । ଦୁର୍ନୀତି ତ ଦୂରର କଥା ଛାୟା ଦୁର୍ନୀତିରେ ବି କଠୋର ହେଉଥିଲେ ନବୀନ । 2002ରେ ନଳିନୀ ମହାନ୍ତି, କମଳା ଦାସ ଏବଂ ପ୍ରଶାନ୍ତ ନନ୍ଦଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲେ ନବୀନ ପଟ୍ଟନାୟକ । ମନ୍ତ୍ରୀମଣ୍ଡଳରୁ ବହିଷ୍କାର ବି କରିଥିଲେ । ସେହିପରି ନବୀନଙ୍କ ଏକାନ୍ତ ଅନୁଗତ ଥିବା ରାଜନୈତିକ ପରାମର୍ଶଦାଦା ପ୍ୟାରି ମହାପାତ୍ରଙ୍କୁ ମଧ୍ୟ ଦଳ ବିରୋଧୀ ଅଭିଯୋଗରେ ବହିସ୍କାର କରିଛନ୍ତି ଦିନ ଥିଲା ନେତାଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ, ପାର୍ଟି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲା । କିନ୍ତୁ କ୍ଷମତାରୁ ହଟିବା ପରେ ବିଜେଡିରେ ଆଉ ଏମିତି ହଉନି । ଗତ ୮ ମାସରେ ବିଜେଡିର ୪ ଟାଣୁଆ ନେତା ଗିରଫ ହୋଇଛନ୍ତି । ମାତ୍ର କେବଳ ଅମରେଶ ଜେନା ଓରଫ ବାଇଁଆଙ୍କୁ ଛାଡ଼ିଦେଲେ ବାକି ୩ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନି ବିଜେଡି ।

ମାର୍ଚ୍ଚ 13ରେ ବିଜେଡିର ଯୁବ ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେପ୍ଟେମ୍ବର 20ରେ ନିମାପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀଲିପ ନାୟକଙ୍କୁ ଗିରଫ କରିଥିଲା EOWପାଖାପାଖି 13 କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍ ଯାଇଥିଲେ ବି କୌଣସି ପଦକ୍ଷେପ ନେଇ ନଥିଲା ବିଜେଡି । ନିଲମ୍ବନ କିମ୍ବା ବହିଷ୍କାର ହୋଇନଥିଲେ ବିଜେଡି ନେତା। ଓଲଟା ପଲିଟିକାଲ ଇଣ୍ଟେନସନ୍ ରଖି  ଆରେଷ୍ଟ କରାଯାଇଛି ବୋଲି କହିଥିଲେ । ସେହିପରି ଆଇନଜାଦୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ଦଳରୁ ବାହାର କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢୁଛିଯଦିଓ ନବୀନ ପଟ୍ଟନାୟକ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରି ବିକ୍ରମଙ୍କ ସପକ୍ଷରେ କହୁଛନ୍ତି । ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା (ବିଏମ୍‌ସି)ର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ବିଦା କରିଥିବା ବେଳେ ରାଜା ଚକ୍ର, ବିକ୍ରମ ପଣ୍ଡା ଏବଂ ଦିଲିପ ନାୟକଙ୍କୁ ଅଣ୍ଟିରେ ପୁରାଇଛି ବିଜେଡି । କ୍ଷମତାରୁ ହଟିଲା ପରେ ନବୀନଙ୍କ ଆଭିମୁଖ୍ୟ ବଦଳିଯାଇଥିବା ଚର୍ଚ୍ଚା ।