ଦାରାଙ୍କ ପାଇଁ ମୋହନଙ୍କ ଦୁଇଟି ରୂପ

ଦାରା ସିଂହଙ୍କ ମୁକ୍ତି ମାମଲାରେ ସୁପ୍ରିମକୋର୍ଟରେ 3 ସପ୍ତାହ ପାଇଁ ଶୁଣାଣି ଘୁଞ୍ଚିଛି। ରାଜ୍ୟ Sentence Review Board, ଦାରାଙ୍କର ମୁକ୍ତି ସପକ୍ଷରେ ନାହିଁ ବୋଲି ସେପ୍ଟମ୍ବର 17 ତାରିଖରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ହୋଇଛି। ଓଡ଼ିଶା ସରକାରଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟ, ଦାରାଙ୍କର ଓକିଲଙ୍କୁ 2 ସପ୍ତାହ ସମୟ ଦେଇଛନ୍ତି। State Sentence Review Boardର ଚେୟାରମ୍ୟାନ୍ ଥିବା ହୋମ୍ ସେକ୍ରେଟାରୀ ହେମନ୍ତ ଶର୍ମା ଚାହୁଁନାହାନ୍ତି ଦାରା ସିଂହ ମୁକ୍ତ ହୁଅନ୍ତୁ। ଅଗଷ୍ଟ 28 ତାରିଖରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟକୁ ଢ଼ାଲ କରି ଦାରାଙ୍କୁ ମୁକ୍ତି ନକରିବାକୁ ହେମନ୍ତ ଶର୍ମା ଏବଂ ତାଙ୍କର ଟିମ୍ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ।
ସ୍ୱାଧିନତା ଦିବସରେ ଦାରା ସିଂହଙ୍କୁ ମୁକ୍ତ କରାଯିବ ବୋଲି ପୂର୍ବରୁ ମିଡିଆରେ ପ୍ରଚାର ହୋଇଥିଲା । ଯାହାକୁ ନେଇ ଅଗଷ୍ଟ 15 ତାରିଖରେ ଦାରା ସିଂହଙ୍କ ସମର୍ଥକମାନେ କେନ୍ଦୁଝର ଜେଲ ଆଗରେ ଏକତ୍ରିତ ହୋଇ ଦାରା ସିଂହଙ୍କର ସମର୍ଥନରେ ଜେଲ୍ ଆଗରେ ସ୍ଲୋଗାନ ଦେଇଥିଲେ । ଏକଥା କେନ୍ଦୁଝର ଜିଲ୍ଲା ପ୍ରଶାସନ, ଗତ ଅଗଷ୍ଟ 28 ତାରିଖରେ Sentence Review Boardକୁ ଜଣାଇଲା। ଦାରାଙ୍କର ସମର୍ଥକମାନଙ୍କ ସ୍ଲୋଗାନ ସଂପର୍କରେ କେନ୍ଦୁଝର ଜିଲ୍ଲା ପ୍ରଶାସନର କୌଣସି ନିର୍ଦ୍ଧିଷ୍ଟ ସୁପାରିସ ନଥିଲା। ଏପରିକି ଜିଲ୍ଲା ପ୍ରଶାସନର ରିପୋର୍ଟ ଅଧାଖଣ୍ଡିଆ ଅର୍ଥାତ ଅସଂପୂର୍ଣ୍ଣ ଥିଲା ବୋଲି State Sentence Review Board ନିଜ ରିପୋର୍ଟରେ ଲେଖିଛନ୍ତି ।

କିନ୍ତୁ ଦାରାଙ୍କୁ ମୁକ୍ତି କରିବାକୁ ଚାହୁଁନଥିବା, Sentence Review Board ଦାରାଙ୍କ ସମର୍ଥକ ମାନଙ୍କର ସ୍ଲୋଗାନରୁ ମୌକା ପାଇଗଲା ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାର ବସିଥିବା ବୋର୍ଡ ମିଟିଂରେ ଅଗଷ୍ଟ 31 ତାରିଖରେ ନିଷ୍ପତ୍ତି ହେଲା ଯେ ଦାରାଙ୍କୁ ମୁକ୍ତ କରାଯିବ ନାହିଁ। ଅପରପକ୍ଷରେ ଅଭିଯୋଗ ହେଉଛି ଯେ ଖ୍ରୀଷ୍ଟିଆନ୍ ଲବି ଯୋଗୁ ହେମନ୍ତ ଶର୍ମା ଏବଂ ତାଙ୍କ ଟିମ୍, ଦାରା ସିଂହଙ୍କ ମୁକ୍ତ ସପକ୍ଷରେ ନାହାଁନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଦଳରେ ଥିଲାବେଳେ ମୋହନ ମାଝୀ 2022 ସେପ୍ଟେମ୍ବର 21ରେ ଦାରା ସିଂହଙ୍କୁ ମୁକ୍ତ କରିବା ପାଇଁ କେନ୍ଦୁଝର ଜେଲ ଆଗରେ ଧାରଣା ଦେଇଥିଲେ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀତଥାପି ଦାରା ସିଂହ ମୁକୁଳି ପାରୁନାହାନ୍ତି ଦାରାଙ୍କର ମୁକ୍ତି ଆବେଦନକୁ 6 ଥର ଖାରଜ କଲେଣି ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ

 

 

 

ମାମଲାର ଶୁଣାଣି କରି 2003ରେ ଦାରାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ CBIକୋର୍ଟ।କିନ୍ତୁ 2005ରେ ଓଡ଼ିଶା ହାଇକୋର୍ଟ, ସେହି ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରିଥିଲେ। 26 ବର୍ଷ 7ମାସ କେନ୍ଦୁଝର ଜେଲ୍‌ରେ ଥିବା ଦାରା ସିଂଙ୍କୁ ମୁକ୍ତ କରିବାକୁ ଚାହୁଁଥିବା ମୋହନ ମାଝୀଙ୍କ ସରକାରଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଆଗରେ ଗୃହସଚିବ ହେମନ୍ତ ଶର୍ମା ଅଧିକ ପାଓ୍ୱାରଫୁଲ୍ ହୋଇଯାଇଛନ୍ତି।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *