ବିଜୁ ଜନତା ଦଳକୁ ନେଇ ବିଭିନ୍ନ ନେତାଙ୍କ ଅସନ୍ତୋଷ ଧିରେଧିରେ ପଦାକୁ ଆସୁଛି।ବିଶେଷକରି ବରିଷ୍ଠ ନେତା ଏବେ ନବୀନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।ଦଳ ଭିତରେ ଥିବା ପ୍ରଫୁଲ୍ଲ ମଲ୍ଲିକ,ନୃସିଂହ ସାହୁଙ୍କ ଭଳି ନେତା ଟାର୍ଗେଟ କରିବା ସହ ଏ ଧାରାରେ ସାମିଲ ହେଲେଣି ଦଳରେ ନଥିବା ନେତା। ନବୀନଙ୍କୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି।ଯୋଉଥିରେ ସାମିଲ ହୋଇଛନ୍ତି ବିଜେଡି ଟିକେଟରେ ସାଂସଦ ହୋଇ ପରେ ଦଳ ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ।ନବୀନଙ୍କୁ ନେଇ ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ।ବାବାଙ୍କ ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ। ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି BJDର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ। ଖାଲି ଏତିକି ନୁହେଁ BJD ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି। ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି,ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍ ଶୁଣେଇଛନ୍ତି ପ୍ରସନ୍ନ।

ନବୀନ ଓ ପାଣ୍ଡିଆନଙ୍କ ପୋଲ୍ ଖୋଲିଛନ୍ତି ପ୍ରସନ୍ନ
ସେ ପ୍ରକାଶ କରିଛନ୍ତି କି
- ‘ପାଣ୍ଡିଆନ ହିଁ ଟିକେଟ୍ ବାଣ୍ଟନ୍ତି,
- ନବୀନ ମିଛ କହୁଛନ୍ତି,
- କେବଳ ପାଣ୍ଡିଆନ ପାଇଁ ହିଁ ଦଳ ହାରିଛି,
- ପାଣ୍ଡିଆନଙ୍କ ପାଇଁ ଦଳ ଭାଙ୍ଗିଯାଉଛି,
- ତଥାପି ଲାଜ ଲାଗୁନି ତାଙ୍କ ସପୋର୍ଟରେ କହୁଛନ୍ତି,
- ବିଜେଡି ନେତା ଅଣନିଶ୍ବାସୀ ହେଲେଣି,
- ବିଜେଡି ତିନିଫାଳ ହୋଇଯିବ,
- ଚେତାବନୀ କାମ ଦେବ ନାହିଁ,
- ଅଳ୍ପଦିନ ପରେ ସବୁ ଦେଖିବ,
- ମୁଁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛି। ନଚେତ୍ ପଲିଟିକାଲ ଡେଥ୍ ହୋଇଯାଇଥାଆନ୍ତା’

ତେବେ ବିଜେଡିରେ ଏବେ ପ୍ରବଳ କନ୍ଦଳ ଚର୍ଚ୍ଚାର କାରଣ ପାଲଟିଛି। ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ମୁହଁ ଖୋଲି ପାଣ୍ଡିଆନଙ୍କ ବିରୋଧରେ ବର୍ଷୁଛନ୍ତି।ହେଲେ ନବୀନ ବାବୁ ବାରମ୍ବାର ତାଙ୍କୁ କ୍ଲିନ୍ଚିଟ୍ ଦେଉଛନ୍ତି। ଯାହାକୁ ନାପସନ୍ଦ କରୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।ସେ କହିଛନ୍ତି, ଦଳ ବୁଡ଼ିଗଲାଣି ହେଲେ ବି ନବୀନ ବାବୁଙ୍କ ଚେତା ପଶୁନି । ତାଙ୍କ ସମର୍ଥନରେ କହିବାକୁ କେମିତି ଲାଜ ଲାଗୁନି ବୋଲି ସେ ପ୍ରଶ୍ନ ବି କରିଛନ୍ତି।ବରିଷ୍ଠ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ସତ ବୋଲି ପ୍ରକାଶ କରିଛନ୍ତି ପାଟ୍ଟଶାଣୀ।କହିଛନ୍ତି ,ଦଳକୁ ବିକ୍ରି କରିବାକୁ ପାଣ୍ଡିଆନ ଚେଷ୍ଟା କରୁଥିଲେ। ସବୁ ଷଡ଼ଯନ୍ତ୍ରର ମୁଖ୍ୟ ପାଣ୍ଡିଆନ।