ବିଜୁ ଜନତା ଦଳକୁ ନେଇ ବିଭିନ୍ନ ନେତାଙ୍କ ଅସନ୍ତୋଷ ଧିରେଧିରେ ପଦାକୁ ଆସୁଛି।ବିଶେଷକରି ବରିଷ୍ଠ ନେତା ଏବେ ନବୀନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।ଦଳ ଭିତରେ ଥିବା ପ୍ରଫୁଲ୍ଲ ମଲ୍ଲିକ,ନୃସିଂହ ସାହୁଙ୍କ ଭଳି ନେତା ଟାର୍ଗେଟ କରିବା ସହ ଏ ଧାରାରେ ସାମିଲ ହେଲେଣି ଦଳରେ ନଥିବା ନେତା। ନବୀନଙ୍କୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି।ଯୋଉଥିରେ ସାମିଲ ହୋଇଛନ୍ତି ବିଜେଡି ଟିକେଟରେ ସାଂସଦ ହୋଇ ପରେ ଦଳ ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ।ନବୀନଙ୍କୁ ନେଇ ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ।ବାବାଙ୍କ ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ। ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି BJDର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ। ଖାଲି ଏତିକି ନୁହେଁ BJD ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି। ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି,ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍ ଶୁଣେଇଛନ୍ତି ପ୍ରସନ୍ନ।