ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।

ଓଡ଼ିଶାରେ ସ୍କୁଟରରେ ବୁଲୁଥିଲେ ମୋଦି

ପ୍ରାୟ ୫୦ ବର୍ଷ ତଳେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଯୁବ ପ୍ରଚାରକ, ପୁରୀ ଜିଲ୍ଲା କଣାସ ବ୍ଲକରେ ପହଞ୍ଚନ୍ତିଗୋଟିଏ ଦଦରା ସ୍କୁଟରରେ ଆସି, ବକୁ ଗାଁରେ ଥିବା ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରନ୍ତି। ରୁଟି-ଡାଲମା ଖାଇବା ପରେ କ୍ଷିର ପିଇ ନିକଟରେ ଥିବା ପୋଖରୀରେ ଗାଧାନ୍ତି। ଏହାପରେ ଓଡ଼ିଶା ଇତିହାସ ଓ ସଂସ୍କୃତି ଉପରେ ଆଲୋଚନାରେ ମଜ୍ଜିଯାନ୍ତି RSSର“ଇତିହାସ ପୁର୍ନଲିଖନ ସଂକଳନ ସମିତି”ର ସଭ୍ୟ ଥିବା ସେହି ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଏବଂ ଐତିହ୍ୟକୁ ଅତି ନିଖୁଣ ଭାବରେ ଅନୁଧ୍ୟାନ କରିବା। ସେହି ବ୍ୟକ୍ତିଙ୍କ ନାମ ଥିଲା, ନରେନ୍ଦ୍ର ଦାମୋଦର ଦାସ ମୋଦି

ଓଡ଼ିଶା ସହ ନରେନ୍ଦ୍ର ମୋଦିଙ୍କର ୫୦ ବର୍ଷର ସମ୍ପର୍କ
ସେତେବେଳେ ଏଇ ନାମ ଏତେ ବଡ଼ ନଥିଲା। ଇଏ ସେହି ସମୟର କଥା ଯେତେବେଳେ ଇନ୍ଦିରା ଇଜ୍ ଇଣ୍ଡିଆ ଓ ଇଣ୍ଡିଆ ଇଜ୍ ଇନ୍ଦିରା ବୋଲି କଂଗ୍ରେସ ଚାଟୁକାର କହୁଥିଲେ। ଆଉ ନରେନ୍ଦ୍ର ମୋଦି ସେତେବେଳେ ଗାଁରୁ ଗାଁ ବୁଲୁଥିଲେ
୧୯୭୫ ମସିହାରେ ଯେତେବେଳେ କଣାସ ବ୍ଲକକୁ ମୋଦି ଆସିଥିଲେ, ସେତେବେଳେ ତାଙ୍କ ସହିତ ଥିଲେ କୃଷ୍ଣଚନ୍ଦ୍ର ଜଗଦ୍ଦେବ। ମୋଦି, ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରିଥିଲେ । ସେହି ସମୟର କଥା ମନେ ପକାଇ କୃଷ୍ଣଚନ୍ଦ୍ର ଜଗଦ୍ଦେବ କୁହନ୍ତି, ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କର ସଂପର୍କ ଆଜିର ନୁହେଁ , ୫୦ ବର୍ଷ ତଳର
ସ୍କୁଟରରେ ବସି ମୋଦି ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ ଏବଂ ବ୍ରହ୍ମଗିରି ଅଞ୍ଚଳରେ ବୁଲିଥିଲେ। ଶୁଣିଥିଲେ ୧୮୧୭ ପାଇକ ବିଦ୍ରୋହର କାହାଣୀ। ବକ୍ସିଙ୍କ ବିରତ୍ୱର ଗାଥା, ପାଇକଙ୍କ ଅଦମ୍ୟ ସାହାସ, ମୋଦିଙ୍କୁ ଅବିଭୂତ କରିଥିଲା। ଯାହାକୁ ସେ ନିଜ ଯାତ୍ରାର ଅନେକ ବର୍ଷ ପରେ ବି ଭୁଲି ନଥିଲେ ୪ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ୨୦୧୭ରେ ଧୁମଧାମରେ ନୂଆଦିଲ୍ଲୀରେ ପାଳିତ ହୋଇଥିଲା ପାଇକ ବିଦ୍ରୋହର ୨ ଶହ ବର୍ଷପୂର୍ତ୍ତି । ପାଇକ ବିଦ୍ରୋହ” ର ସମ୍ମାନରେ ସ୍ୱତନ୍ତ୍ର ଭାରତୀୟ ମୁଦ୍ରା ଏବଂ ଏକ ପୋଷ୍ଟାଲ୍ ଷ୍ଟାମ୍ପର ଶୁଭାରମ୍ଭ କଲେ। ରାଜଭବନର ଏକ ସ୍ୱତନ୍ତ୍ର ଉତ୍ସବରେ “ପାଇକ ବିଦ୍ରୋହ” ର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କଲେ, ନରେନ୍ଦ୍ର ମୋଦୀ।

ଜଗନ୍ନାଥ ପ୍ରେମୀ ମୋଦି
ଓଡ଼ିଆ ସଂସ୍କୃତି-ବୀରତ୍ୱର ପ୍ରଶଂସକ ନରେନ୍ଦ୍ର ମୋଦୀ, ଜଗନ୍ନାଥ ମହାପ୍ରଭୁଙ୍କର ପ୍ରଗାଢ଼ ବିଶ୍ୱାସୀ। କ୍ଷମତା-ବ୍ୟସ୍ତତା, ପଲିଟିକ୍ସ-ପାଓ୍ୱାର ମଧ୍ୟରେ ପ୍ରଭୁଙ୍କ ଆଶିଷ ଲାଭ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିବାରେ କେବେବି ଅବହେଳା କରିନାହାଁନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀତ୍ୱ କାଳରେ ହେଉ ଅବା ପ୍ରଧାନମନ୍ତ୍ରୀ ଭାବେ, କାଳିଆ ସାଆନ୍ତେଙ୍କ ନିକଟରେ ମୋଦୀଜୀଙ୍କର ଶ୍ରଦ୍ଧାଭାବ ସେମିତି ଅତୁଟ ରହିଛି।

ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାର ଆଦି ଦେବତା। ଓଡ଼ିଶାର ଆଦିବାସୀଙ୍କ ଦେବତା। କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କ ପ୍ରତି ମୋଦିଙ୍କ ମନରେ ଯେତିକି ସମ୍ମାନ, ଓଡ଼ିଶାର ଆଦିବାସୀଙ୍କ ପ୍ରତି ମଧ୍ୟ ସେତିକି ଭାବ ରହିଛି ତାଙ୍କ ମନରେ। ଯାହାର ଉଦାହରଣ, ରାଷ୍ଚ୍ରପତି ଭାବେ ଜଣେ ଓଡ଼ିଆ ଆଦିବାସୀଙ୍କ ନାମ ଘୋଷଣା। ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଏବେ ଦେଶର ମହାମହିମ ।
ଓଡ଼ିଆଙ୍କୁ ମୋଦିଙ୍କ ଗୁରୁତ୍ତ୍ୱ
ମୋଦି ’ଦଶକ’ ଅମଳ,  ଓଡ଼ିଆଙ୍କର ପ୍ରତିଷ୍ଠା ଓ ପାୱାର ’ଅମଳ’ର ଦଶକ କହିଲେ ଭୁଲ ହେବ ନାହିଁ। ରାୟସୀନା ହିଲରେ ଯଦି ଜଣେ ଓଡ଼ିଆ ଅଛନ୍ତି, ତେବେ ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ହୋଇଥିଲେ ଶକ୍ତିକାନ୍ତ ଦାସ। ସେମତି ଭାରତର ଚତୁର୍ଦ୍ଦଶ ସିଏଜି ଥିଲେ, ଆଉ ଜଣେ ଓଡ଼ିଆ ଗିରିଶ ଚନ୍ଦ୍ର ମୁର୍ମୁ।  ପ୍ରଧାନମନ୍ତ୍ରୀଙ୍କର ବର୍ତ୍ତମାନର 2 ଜଣ ପ୍ରଧାନ ପ୍ରମୁଖ ସଚିବ ଉଭୟ ଓଡ଼ିଆ
ଓଡ଼ିଆଙ୍କୁ ପଦ୍ମଶ୍ରୀ ଉପହାର
କମଳା ପୂଜାରୀ, ଜିତେନ୍ଦ୍ରିୟ ହରିପାଲ, ଲୋକକବି ହଳଧର ନାଗ, ଚା ବିକାଳି-ପ୍ରକାଶ ରାଓ, ଶିକ୍ଷା ପାଇଁ ଉତ୍ସର୍ଗୀକୃତ ନନ୍ଦ ପୃଷ୍ଟିଙ୍କ ପରି ଅନେକ ସାଧାରଣ ବକ୍ତିଙ୍କ ଅସାଧାରଣ ପ୍ରତିଭାକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ନରେନ୍ଦ୍ର ମୋଦି।  ଓଡ଼ିଶାରେ ସବୁ ଅଛି କିନ୍ତୁ ଏହା କେବଳ ‘ବେଷ୍ଟ କେପ୍ଟ ସିକ୍ରେଟ୍ ଅଫ୍ ଇଣ୍ଡିଆ’ ହୋଇ ରହିଯାଇଥିଲା। ସେହି ସିକ୍ରେଟକୁ ବିଶ୍ୱ ମଞ୍ଚରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଶିଖର ସମ୍ମିଳନୀର ପ୍ରତୀକ, ଭାବେ କୋଣାର୍କ ଚକ୍ରକୁ ସ୍ଥାନିତ କରି, ପୁରା ଦୁନିଆକୁ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ବାବଦରେ ଜଣାଇଲେ । ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ କୋଣାର୍କ ଚକ୍ର ଆଗରେ ସ୍ୱାଗତ କରି ଓଡ଼ିଶା ଟୁରିଜମର ବ୍ରାଣ୍ଡ ଆମ୍ବାସଡର ହୋଇଗଲେ ମୋଦି
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

IPL ଢାଞ୍ଚାରେ ଖେଳିବ ଓଡ଼ିଶା

ଓଡ଼ିଶା ଖେଳିବ ମିନି IPL । ଦିନକ ପରେ ଆରମ୍ଭ ହେବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL)ବାରବାଟି ଷ୍ଟାଡ଼ିୟମରେ ହେବ କ୍ରିକେଟରଙ୍କ ମହାମିଳନ ।ଭାଗ ନେବେ 6 ଟି ଟିମ୍ । ସେପ୍ଟେମ୍ବର 17ରୁ 26 ପର୍ଯ୍ୟନ୍ତ ଚାଲିବ IPL ଢାଞ୍ଚାର ମ୍ୟାଚ୍ । ଓଡ଼ିଶାରେ ଟି-୨୦ ଲିଗ୍ ର ଆୟୋଜନ ହେବ। IPL ଭଳି ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ହେବବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ୱର ୧୭ ତାରିଖରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ ଖେଳାଯିବ ଓଡ଼ିଶା କ୍ରିକେଟ ଆସୋସିଏସନ ଏହି ଫ୍ରାଞ୍ଚାଇଜ ଭିତ୍ତିକ ଟି-୨୦ ଲିଗ୍ ଆୟୋଜନ କରୁଛି
ଏ ଖେଳକୁ ନେଇ ଅକ୍ସନ୍ ମଧ୍ୟ ହୋଇ ସାରିଛିଖେଳାଳିଙ୍କୁ A, B, C, D ରେ ଫ୍ରାଞ୍ଚାଇଜରେ ସାମିଲ କରିଛନ୍ତି । ମରକ୍ୟୁ ଖେଳାଳିଙ୍କ ମୂଲ୍ୟ ୧,୨୫,୦୦୦ ଟଙ୍କା, A ବର୍ଗର ଖେଳାଳିଙ୍କ ମୂଲ୍ୟ ୧,୦୦,୦୦୦ ଟଙ୍କା, B ବର୍ଗର ଖେଳାଳିଙ୍କ ମୂଲ୍ୟ ୭୫,୦୦୦ ଟଙ୍କା, C ବର୍ଗର ଖେଳାଳିଙ୍କ ମୂଲ୍ୟ ୫୦,୦୦୦ ଟଙ୍କା, D ବର୍ଗର ଖେଳାଳିଙ୍କ ମୂଲ୍ୟ ୪୦,୦୦୦ ଟଙ୍କା ରଖାଯାଇଛି

୬ଟି ଦଳ ଓ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା ସରିଛି । ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ୱଲପୁର ଓ୍ୱାରିୟର୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ଏହି ଲିଗର ବ୍ରାଣ୍ଡ ଆମ୍ୱାସାଡର ରହିଛନ୍ତି ଅଷ୍ଟ୍ରେଲିଆର ଫେମସ୍ କ୍ରିକେଟର ବ୍ରେଟ ଲି ଏବଂ ପୂର୍ବତନ ଓଡ଼ିଶା କ୍ରିକେଟର ଦେବାଶିଷ ମହାନ୍ତି
ଓଡ଼ିଶାର ବଛା ବଛା ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେପ୍ରତି ଦଳରେ ୧୬ ଜଣ ଖେଳାଳି ରହିଛନ୍ତି। ତେବେ ପୁରୀର ଅଧିନାୟକ ସନ୍ଦୀପ ପଟ୍ଟନାୟକ,ରାଉରକେଲାର ଆଶୀର୍ବାଦ ସ୍ୱାଇଁ, ସମ୍ୱଲପୁରର ଶୁଭ୍ରାଶୁଂ ସେନାପତି, ଭୁବନେଶ୍ୱରର ସୂର୍ୟ୍ୟକାନ୍ତ ପ୍ରଧାନ, କଟକର ସ୍ୱସ୍ତିକ ସାମଲ, କେନ୍ଦୁଝରର ଗୋବିନ୍ଦ ପୋଦ୍ଦାରପ୍ରତିଦିନ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ଏହି ଟି-୨୦ ଲିଗର ସବୁ ମ୍ୟାଚ ଡେ ନାଇଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ ବୋଲି ଚର୍ଚ୍ଚା ହେଉଛି

ଛାତ୍ରସଂସଦ ନିର୍ବାଚନ କରି ପାରିବ ତ BJP

  • ଛାତ୍ରସଂସଦ ନିର୍ବାଚନକୁ ନେଇ ଦ୍ୱନ୍ଦ
  • କଲେଜ ଇଲେକ୍ସନକୁ ନେଇ ସିରିୟସ୍ ନାହାନ୍ତି ବିଜେପି ସରକାର
  •  ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ବିବୃତ୍ତି ସତ୍ତ୍ୱେ ପ୍ରକାଶ ପାଇନି ବିଜ୍ଞପ୍ତି
  • ସରକାରଙ୍କଠାରୁ ଆରମ୍ଭ କରି ବିରୋଧୀ, ସମସ୍ତଙ୍କର ଅନାଗ୍ରହ
  •  ବିଜେପିର ଇଚ୍ଛା ନାହିଁ, ବିରୋଧୀଙ୍କ ଦାବୀ ନାହିଁ
  • କେମିତି ହେବ କଲେଜ ଇଲେକ୍ସନ୍?
    2024 ଡିସେମ୍ବର 26ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରସଂସଦ ନିର୍ବାଚନକୁ ନେଇ ଘୋଷଣା କରିଥିଲେ । 2018ରୁ ବନ୍ଦ ହୋଇ ରହିଥିବା କଲେଜ ଇଲେକ୍ସନକୁ 2025ରେ ବିଜେପି ସରକାର କରି ଦେଖାଇବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ବି ଦେଇଥିଲେ। ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ସେପ୍ଟେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ଭାବ୍ୟ ତାରିଖ ଦର୍ଶାଯାଇଥିଲା।  ମାତ୍ର  ଦ୍ୱିତୀୟ ସପ୍ତାହ ସରିଥିଲେ ମଧ୍ୟ ଏଯାଏଁ  ନୋଟିଫିକେସନ୍ ପ୍ରକାଶ ପାଇନାହିଁ।

ସେପ୍ଟେମ୍ବର ୧୭-୧୮ରେ ୯ଟାରୁ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଏବଂ ୧୮-୧୯ ରେ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହବା କଥା। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ନୋଟିଫିକେସନ୍ ପ୍ରକାଶ ପାଇ ନାହିଁ । ବିରୋଧି ଦଳରେ ଥିଲାବେଳେ ଛାତ୍ର ସଂସଦ ନିର୍ବାଚନକୁ ନେଇ ହୋ ହାଲ୍ଲା କରୁଥିବା ବିଜେପି ଏବେ କ୍ଷମତାକୁ ଆସିଲା ପରେ ଇଲେକ୍ସନକୁ ନେଇ ଚୁପ୍ ବସିଥିବା ଅନୁମାନ ହେଉଛି ।
ବିଜୁ ଜନତା ଦଳ ଯଦିଓ ଛାତ୍ର ସଭାପତି ମନୋନୀତ କରି ସାରିଛି କଲେଜ୍ ଇଲେକ୍ସନକୁ ନେଇ ଦାବୀ କରୁଥିବା ଦେଖିବାକୁ ମିଳୁନି। କଂଗ୍ରେସର ଛାତ୍ର ସଭାପତି ଗିରଫ ହେବା ପରଠାରୁ ନେତୃତ୍ୱହୀନ ଏବଂ ନୀରବ। ନୂଆ ଛାତ୍ର ସଭାପତି ହେବା କିମ୍ବା କଲେଜ୍ ଇଲେକ୍ସନକୁ ନେଇ କ୍ୟାମ୍ପସ ସକ୍ରିୟ ହେବା ମଧ୍ୟ ଦେଖିବାକୁ ମିଳୁନି। ବିଜେପିର ଛାତ୍ର ସଙ୍ଗଠନ ଭାବେ ଜଣାଶୁଣା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବେ ସମ୍ପୂର୍ଣ୍ଣ ନିରବ।

ଯାହା ଅନୁମାନ କରାଯାଉଛି ବିଜେପି ସରକାରର ବହୁ ବିଧାୟକ ଓ ଦଳୀୟ ନେତାମାନେ ନିର୍ବାଚନ ସପକ୍ଷରେ ନାହାନ୍ତି। ବିରୋଧୀ ଦଳ ପଟୁ ବି ଜୋର୍‌ଦାର ଚାପ ବି ଆସୁନାହିଁ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି ଇଲେକ୍ସନ ଝାମେଲାରେ ପସିବାକୁ ଚାହୁଁ ନାହାନ୍ତି । ତେଣୁ  ହୁଏତ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନଠାରୁ ଦୂରେଇକୁ ଯୋଜନା କରୁଛନ୍ତି।
ବିଜେଡି ସରକାରରେ ଥିଲା ବେଳେ କଲେଜ୍ ଇଲେକ୍ସନକୁ ବନ୍ଦ କରିଥିବା କାରଣରୁ ଏବେ ଇଲେକ୍ସନ୍ ପାଇଁ ଦାବି କରିବା ବୁମେରାଂ ହୋଇପାରେ । ଏମିତିରେ ବି ଦଳର ସ୍ଥିତି ଯାହା ଜାଣିଜାଣି ପରାଜୟକୁ ନିମନ୍ତ୍ରଣ କରିବାକୁ ବିରୋଧୀ ଚାହିଁବେ ନାହିଁ । ଯାହା ବିଜେପି ସରକାରଙ୍କୁ ସୁହାଇବ। ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ  ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିଥିବା ବିଜେପି ଛାତ୍ର ସମାଜକୁ କି ବାର୍ତ୍ତା ଦେବ? ନେତା ଗଢିବାରେ ନିଜେ ବାଧକ ହେଉନି ତ ବିଜେପି

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛିକିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ