ହ୍ୱିଲ୍ ଚେୟାରରୁ ଜାତୀୟ ରେକର୍ଡ !

ଓଡ଼ିଶାର ସୁନା ଝିଅ। ଦୁଇଗୋଡ଼ ଅଚଳ ହେଲେ ବି ଗଢିଛନ୍ତି ସ୍ୱତନ୍ତ୍ର ପରିଚୟ। ହ୍ୱିଲ ଚେୟାରରେ ରହି ତିଆରି କରିଛନ୍ତି ପରିଚୟର ପାହାଡ଼। ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅସୁସ୍ଥତା। ଗାଁରେ ରହି ପାଇଛନ୍ତି ଜାତୀୟ ସ୍ତରର ସଫଳତା । ଭିନ୍ନକ୍ଷମ ହୋଇଥିବା ସତ୍ତ୍ୱେ ସେ ପାଲଟିଛନ୍ତି ଜଣେ ସଫଳ ସ୍ୱିମର। ଓଡ଼ିଶାର ସୀମାରେ ସୀମିତ ନ ରହି ପାଲଟିଛନ୍ତି ଦେଶର ଗୌରବ ।
ଏଭଳି ଜଣେ ଦିବ୍ୟାଙ୍ଗ ପାରା କ୍ରୀଡାବିତ୍‌ ହେଉଛନ୍ତି ଗଂଜାମ ହିଞ୍ଜିଳିକାଟୁ ଅଞ୍ଚଳର ଗିରିଆ ଗାଁର କବିତା ଦଳାଇବାପା ସ୍ୱରାଜ୍ୟ ଦଳାଇ ଓ ମାଆ ନର୍ମଦାଙ୍କ ସାନ ଝିଅ କବିତା । ଯାହାଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଜନ୍ମର ବର୍ଷେ ପରେ ପୋଲିଓରେ ଆକ୍ରାନ୍ତ ହୋଇ ଚାଲିବାର ସାମର୍ଥ୍ୟ ହରେଇଥିଲେ କବିତା । ଆର୍ଥିକ ଅସୁବିଧା ହେତୁ ଦଶମରେ ଅଟକିଥିଲେ, ଉଚ୍ଚ ଶିକ୍ଷାରେ ବନ୍ଧା ହେଲା ଡୋରି। ସ୍କୁଲସ୍ତରରେ ଜଣେ ଦକ୍ଷ ପାରା ଆଥଲେଟ୍‌ ଭାବେ ତାଙ୍କର ପ୍ରତିଭା ସାମ୍ନାକୁ ଆସିଥିଲାପହଁରା ସହିତ ହ୍ୟାଣ୍ଡ ବଲ୍‌ରେ ମାହିର  ସାଜିଛନ୍ତି କବିତା।

୨୦୧୯ରେ ଭୁବନେଶ୍ୱର ଆସି ଘରୋଇ କପଡା କମ୍ପାନୀରେ କାମ କରିବା ସହ ୨୦୨୩-୨୪ ମସିହାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିଲେ ସନ୍ତରଣ ଓ ହ୍ୟାଣ୍ଡ ବଲ୍‌ର ଅଭ୍ୟାସ । କବିତା ୨୦୦୨୩- ୨୪ରେ ଗ୍ୱାଲିଅରରେ ଅନୁଷ୍ଠିତ ଏକ ଜାତୀୟସ୍ତରୀୟ ପାରା ପ୍ରତିଯୋଗିତାରେ ସ୍ୱିମିଂ ବିଭାଗରେ ୩ଟି ରୌପ୍ୟ ପଦକ ଜିତିଥିଲେ । ଏହାପରେ ୨୦୨୪ରେ ଗୋଆରେ ଆୟୋଜିତ ଜାତୀୟ ପାରା ସ୍ୱିମିଂ ପ୍ରତିଯୋଗିତାରେ ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଓ ଚଳିତବର୍ଷ ହାଇଦ୍ରାବାଦରେ ଆୟୋଜିତ ପାରା କ୍ରୀଡା ପ୍ରତିଯୋଗିତାରେ ସ୍ୱିମିଂ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଛନ୍ତି

ରାଜ୍ୟକୁ ଗୌରବାନ୍ୱିତ କରିଥିବା କବିତାଙ୍କୁ ନା କୌଣସି ପ୍ରୋତ୍ସାହନ ମିଳୁଛି, ନା ମିଳୁଛି ସୁଯୋଗ । ତଥାପି ତାଙ୍କ ଚେଷ୍ଟାରେ କେବେ ବ୍ରେକ୍ ଲାଗିନି । ଇଣ୍ଟରନ୍ୟାସନାଲ ଲେବଲରେ ଖେଳିବାକୁ ଆଗ୍ରହୀ ଅଛନ୍ତି କବିତା ଦଳାଇ । ସରକାରଙ୍କ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ହୁଏତ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରନ୍ତେ

ରାଜାଙ୍କ ଚ୍ୟାଲେଞ୍ଜ, ପାଣ୍ଡିଆନଙ୍କୁ ବାନ୍ଧ

  • BJD ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ BJP ସରକାରକୁ ଚ୍ୟାଲେଞ୍ଜ
  • ତାମିଲ ନେଇ ଗଲା ତାମିଲ ନେଇଗଲା, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ।
  • ପ୍ରଧାନମନ୍ତ୍ରୀ ଆସି କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
  • ତେବେ କାହିଁକି ବାନ୍ଧୁନ?
  • CBI ତଦନ୍ତ କୁଆଡେ ଗଲା?
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କି ଆମ ସରକାର ରାଜନୈତିକ ସୁରକ୍ଷା ଦିଆଯାଉନି। ତେବେ ଏଇଠି କଣ ହେଉଛି?
  • ରାଜା ସ୍ୱାଇଁଙ୍କ ଟାର୍ଗେଟରେ କେବଳ BJP ସରକାର ନୁହଁନ୍ତି, ନିଜ ଦଳ BJD ମଧ୍ୟ
  • BJD ସଭାପତି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଭି.କେ.ପାଣ୍ଡିଆନଙ୍କୁ ବାନ୍ଧିବା ପାଇଁ BJP ସରକାରଙ୍କୁ ଉସୁକାଉଛନ୍ତି ରାଜା ସ୍ୱାଇଁ
  • ଭୈରବ ପାଣ୍ଡିଆନ ହେଉଛନ୍ତି, ତାମିଲିନାଡୁର ମୂଳବାସୀନ୍ଦା,
  • 2024 ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା BJP
  • ସେତେବେଳେ ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁକୁ ନେଇ ଯାଇଛନ୍ତି ବୋଲି BJP ପକ୍ଷରୁ ଅଭିଯୋଗ ହେଉଥିଲା।
  • BJP ସରକାର ସେହି ତାମିଲି ବ୍ୟକ୍ତିଙ୍କୁ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ  ବେଲି ରାଜା ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି

ପ୍ରତିଶୋଧ ନେବ ତ ଭାରତ!

ପ୍ରତିଶୋଧ ନେବ କି ଟିମ୍ ଇଣ୍ଡିଆ । ପରାଜୟର ଉତ୍ତର ଫେରାଇବାକୁ ପ୍ରସ୍ତୁତ ତ ଇଣ୍ଡିଆ ଟିମ୍ ।ବାରବାଟିର ମହାଲଢେଇରେ କିଏ ମାରିବ ବାଜିମାତ୍ ।କଟକର ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଖେଳାଯାଇଛି 3 ଟି ଟି ଟ୍ୱେଣ୍ଟି ମ୍ୟାଚ୍ । ଯେଉଁଥିରୁ କାଉଥ୍ ଆଫ୍ରିକା ସହ ଦୁଇଟି ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ । 2015 ଏବଂ 2022ରେ ସାଉଥ୍ ଆଫ୍ରିକା ସହ ମ୍ୟାଚ୍ ଖେଳିଥିଲା ବେଳେ 2017 ରେ ବାରବାଟିରେ ଶ୍ରୀଲଙ୍କାକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆ । 2017ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ବାକି ଦୁଇଟି ମ୍ୟାଚରେ ରହିଥଇଲା ବିଦେଶି ଦଳର ଦବଦବା ଉଭୟ 2015 ଏବଂ 2022ରେ ସାଉଥ୍ ଆଫ୍ରିକାଠାରୁ ପଛରେ ରହିଥଇଲା ଭାରତ । ଉଭୟ ମ୍ୟାଚରେ ବିଜୟ ହାସଲ କରିଥିଲା ସାଉଥ ଆଫ୍ରିକା । ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଇଣ୍ଡିଆ ଟିମ୍ ।

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ‘କ୍ଲିନ୍ ସୁଇପ୍’ର ସାମ୍ନା କରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ବିଦେଶି ଦଳକୁ ୨-୧ରେ ପରାସ୍ତ କରି ସିରିଜ୍ କବଜା କରିଛି । ପୁରା ଭାରତର ନଜର ଏବେ ବାରବାଟୀ ଷ୍ଟାଡିୟମ ଉପରେ । ପରାଜୟର ପ୍ରତିଶୋଧକୁ ଅପେକ୍ଷା କରିଛି ଇଣ୍ଡିଆ।  ସାଉଥ ଆଫ୍ରିକା ସହ ୨୦୧୫ରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ୬ ୱିକେଟରେ ଜିତିଥିଲା ସାଉଥ ଆଫ୍ରିକା। ୨୦୨୨ରେ ଉଭୟ ଦଳ ମଧ୍ୟରେ ହୋଇଥିବା ଅନ୍ୟ ଏକ ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତ ଏଠାରେ ଏକମାତ୍ର ଟି-୨୦ ମ୍ୟାଚ୍ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା ।
ବାରବାଟୀ ଟି-20 ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଅଭିଷେକ ଶର୍ମା ,ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲଓ୍ୱା ମଧ୍ୟ ଦେଖିବାକୁ ମିଳିପାରେ । ଗୋଟିଏ ପଟେ ବାରବାଟୀରେ ଦକ୍ଷିଣ ଆଫ୍ରିକା 2ଟି ଯାକ ଟି-20ରେ ବିଜୟୀ ହୋଇ ନିଜ ଦବଦବା ରଖିଥିବା ବେଳେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ବଦଲା ନେବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା । 

କେମିତି ୱେଟରରୁ ହିରୋ ହେଲେ ଅକ୍ଷୟ

ୱେଟରରୁ ସୁପରଷ୍ଟାର। ଜୀବନ ବଦଳାଇଦେଲା ବ୍ୟାଙ୍କକ। ପାଠରେ ପଛୁଆ ଥିବା ବ୍ୟକ୍ତି ଜଣଙ୍କ ପାଲଟିଗଲେ ଆଗଧାଡ଼ିର ନାୟକ । ୟେ କାହାଣୀ ହେଉଛି ବଲିଉଡ଼୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କର।  ଯିଏ କେବଳ ନିଜ ଜୀବିକା ବଦଳାଇନାହାନ୍ତି ବରଂ ନାଁ ରେ ବି ଆଣିଛନ୍ତି ପରିବର୍ତ୍ତନ । ଅକ୍ଷୟ କୁମାରଙ୍କ ପ୍ରକୃତ ନାଁ ଥିଲା ରାଜୀବହରିଓମ ଭାଟିଆ। ଗୋଟାଏ ଫିଲ୍ମରେ ଅକ୍ଷୟ ଚରିତ୍ରରେ ଅଭିନୟ କଲାପରେ ସେ ତାଙ୍କର ନାଁ ଚେଞ୍ଜ କରିଥିଲେ ତେବେ ଦିଲ୍ଲୀର    ଚାନ୍ଦିନୀଚୌକ ଗଳିରୁ ଆସିଥିବା ରାଜୀବ  ଅକ୍ଷୟ ପାଲଟିବାକୁ କିଛି କମ୍ ସମୟ ଲାଗି ନଥିଲ ଏଥିପାଇଁ ତାଙ୍କୁ କିଛି କମ ସଙ୍ଘର୍ଷ କରିବାକୁ ପଡ଼ିନି। ହୋଟେଲରେ ୱେଟର ଭଳି କଷ୍ଟକର କଷ୍ଟକର କାମ କରିଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କର ଛୋଟ ବେଳୁ ମାର୍ସାଲ୍ ଆର୍ଟ ପ୍ରତି ଆଗ୍ରହ ଥିଲା। ପାଠ ଭଲ ନ ହେବାରୁ ସେ ଏ ଦିଗରେ ମନ ଦେଲେ। ବ୍ୟାଙ୍କକ୍ ଯାଇ ମାର୍ସାଲ୍ ଆର୍ଟ ଶିଖିବା ସହ କିଛି ଦିନ ପରେ ପିଲାଙ୍କ ପାଇଁ ଟ୍ରେନିଂ ସେଣ୍ଟର କଲେ । ମାସକୁ 5 ହଜାର ରୋଜଗାର କରୁଥିବା ଅକ୍ଷୟଙ୍କ ଭାଗ୍ୟ ବଦଳିଗଲା । ଟ୍ରେନିଂ ନେଉଥିବା ଜଣେ ପିଲାର ବାପା ତାଙ୍କୁ ମଡେଲିଂ କରିବାକୁ ପରାମର୍ଶ ଦେଲେ। ତାଙ୍କ କଥାରେ ମଡେଲିଂ କରିଥିଲେ ଅକ୍ଷୟ। ମାସକୁ ପାଞ୍ଚ ହଜାର ଟଙ୍କା ଇନକମ୍ କରୁଥିବା ଅକ୍ଷୟ ଦି ଘଣ୍ଟାକୁ 21 ହଜାର ଟଙ୍କା ହାସଲ କରିଥିଲେ। ମଡେଲିଂ କଲାପରେ ଅକ୍ଷୟ କୁମାର ମଡେଲିଂ କୁ ହିଁ ତାଙ୍କର ପେଶାରେ ପରିଣତ କରିଦେଇଥିଲେ । ଥରେ ମଡେଲିଂ ପାଇଁ ବାହାରକୁ ଯିବାକୁ ଥିବା ସମୟରେ ଠିକ୍ ଟଟାଇମରେ ପହଞ୍ଚି ନ ପାରିବାରୁ ସେ ପ୍ରୋଜେକ୍ଟ ତାଙ୍କ ହାତରୁ ଖସି ଯାଇଥିଲା। ମଡେଲିଂର ଆସାଇନମେଣ୍ଟ କରି ପାରିନଥିଲେ ଅକ୍ଷୟ।  ଆଉ ଏହି ସମୟରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। 1991ରେ “ସୌଗନ୍ଧ” ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ । 1992ରେ ରିଲିଜ ହୋଇଥିବା ଖିଲାଡି ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା

ଆକ୍ସନ୍ ସାଙ୍ଗକୁ  ସିକ୍ୱେନ୍ସ, ଫିଟନେସ୍ ଓ ଡେଡିକେସନ୍‌ରେ ସେ ଲୋକଙ୍କ ମନ ଜିତିଥିଲେ। ଏହାପରେ ଗୋଟାଏ ପରେ ଗୋଟାଏ ହିଟ୍ ମୁଭିରେ ଲିଡ ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେଦିନ ୱେଟର ଭାବେ କାମ କରୁଥିବା ଅକ୍ଷୟ ଏବେ ବଲିଉଡର ସୁପରଷ୍ଟାର।

ଓଡ଼ିଶାରୁ ଓକିଲ ତିଆରି ହେବେ ତ?

ଲ‘ କଲେଜରେ ନାହାନ୍ତି ଆବଶ୍ୟକୀୟ ଲେକ୍ଚର। ଆଇନ ଶିକ୍ଷାକୁ ଅବହେଳା କରୁଛନ୍ତି ସରକାର।ସରକାର ବଦଳିଲେ ବି ବଦଳୁନି ପରିସ୍ଥିତି ।ଗେଷ୍ଟ ଲେକ୍ଚରରେ ଚାଲିଛି ପାଠପଢା।କୁଳପତିଙ୍କୁ ଛାଡ଼ି ନାହାନ୍ତି ଜଣେ ହେଲେ ପ୍ରଫେସର।ରାଜ୍ୟର ପୁରୁଣା ଲ ୟୁନିଭରସିଟିରେ ସାଙ୍ଘାତିକ ସ୍ଥିତିରେ ଚାଲିଛି ପାଠପଢା। ମହାପୁରୁଷ ମଧୁସୂଦନ ଦାସଙ୍କ ନାଁରେ 1869 ରେ ପ୍ରତିଷ୍ଠା ହୋଇଥିଲା ଲ କଲେଜ୍ । 2021 ଏପ୍ରିଲ 28 ରେ ମଧୁବାବୁଙ୍କ ଜନ୍ମଦିନରେ ୟୁନିଭରସିଟିର ମାନ୍ୟତା ପାଇଲା କଲେଜ। ମାତ୍ର ୟା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ଅଧ୍ୟାପକ ସଂକଟ ଯୋଗୁ ପଛେଇଛି ପାଠପଢ଼ା ଆଇନ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନର ଏଭଳି ପରିସ୍ଥିତି ଶିକ୍ଷା ବ୍ୟବସ୍ଥାର ବିକଳ ଚିତର ସାମ୍ନାକୁ ଆଣିଛି । ମଧୁସୂଦନ ଲ ୟୁନିଭରସିଟିରେ ଏଲ୍‌ଏଲ୍‌ବିଠୁ ଆରମ୍ଭ କରି ଏଏଲ୍‌ଏମ୍, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲସହ ପିଏଚ୍‌ଡି ପାଠ୍ୟକ୍ରମ ରହିଛି । ବିଭିନ୍ନ ପାଠ୍ୟକ୍ରମରେ ଥିବା ସିଟ୍‌ରେ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଲେକ୍ଚର ନାହାନ୍ତି ।

ଏପରିକି କୁଳପତିଙ୍କୁ ଛାଡ଼ି ବିଶ୍ବବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର୍ ବି ନାହାନ୍ତି। ଯାହାଫଳରେ ପିଏଚ୍‌ଡି ତଥା ଗବେଷଣା ଆରମ୍ଭ ହୋଇପାରୁନାହିଁ। ସବୁଠୁ ଦୁଃଖର କଥା ହେଉଛି ୟୁନିଭରସିଟି ମାନ୍ୟତାକୁ ୪ ବର୍ଷ ବିତିଲାଣି ତଥାପି ନିଯୁକ୍ତି ହେଇ ପାରୁ ନାହାନ୍ତି ସ୍ଥାୟୀ ଅଧ୍ୟାପକ। ଗେଷ୍ଟ ଲେକ୍ଚରଙ୍କ ଭରସାରେ ଚାଲିଛି ପାଠପଢା।ଆଇନ ଭଳି ଗୁରୁତ୍ତର ଶିକ୍ଷାକୁ ହାଲକାରେ ନେଇ ମାତ୍ରାଧିକ ଅବହେଳା କରୁଛନ୍ତି ସରକାର। ପ୍ରଫେସର,ଲେକ୍ଚରଙ୍କ ଅଭାବରୁ ପାଠପଢାରେ ଉନ୍ନତି ଆସିପାରୁନାହିଁ ।
ଏମିତି ସ୍ଥିତିରେ ଆଇନ ଶିକ୍ଷାର ଅବନତି ହେବାରେ ଲାଗିଛି। ମହାପୁରୁଷ ମଧୁସୂଦନଙ୍କୁ ପରୋକ୍ଷରେ ଅପମାନ ଦେଉଛନ୍ତି ସରକାର। ବିଶ୍ୱବିଦ୍ୟାଳୟ ମାନ୍ୟତା ପରଠୁ କେବଳ କୁଳପତି ଏବଂ କୁଳସଚିବଙ୍କ ନିଯୁକ୍ତି ଛାଡ଼ି ଅନ୍ୟ କୌଣସି ନିଯୁକ୍ତି ହୋଇନାହିଁ। ଜଣେ ହେଲେ ପ୍ରଫେସର୍ ନିଯୁକ୍ତି ପାଇ ନାହାନ୍ତି । ୬ଟି ମଞ୍ଜୁରୀପ୍ରାପ୍ତ ପ୍ରାଧାପକ, ୧୨ଟି ସହଯୋଗୀ ଅଧ୍ୟାପକ ଏବଂ ୩୨ଟି ସହକାରୀ ଅଧ୍ୟାପକ ଭଳି ମୋଟ୍ ୫୦ଟି ପୋଷ୍ଟ ରହିଛି। ଏହି ପଦକୁ ସରକାରୀ ଅନୁମୋଦନ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇନାହିଁ। ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ୪୦ ଜଣ ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ଵବିଦ୍ୟାଳୟରେ ପାଠପଢ଼ା ଚାଲିଛି। ସ୍ଥାୟୀ କୂଳପତି ନଥିବାରୁ ନିଯୁକ୍ତି ପ୍ରକ୍ରିୟା ଅଟକିଛି।

ଏପଟେ କୁଳପତି ତାଙ୍କ ୪ ବର୍ଷ ୬ ମାସ କାର୍ଯ୍ୟକାଳ ମଧ୍ୟରେ ମାତ୍ର ଗୋଟିଏ କ୍ଳାସ୍ ନେଇଥିବା ସୂଚନା । ଅଧ୍ୟାପକ ଅଭାବ ପାଇଁ ପାଠପଢ଼ା ବିଳମ୍ବ ହେଉଥିବାରୁ ୨ ବର୍ଷିଆ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ସରିବାକୁ ୩ ବର୍ଷରୁ ଅଧିକ ସମୟ ଲାଗୁଛି । ୨ ବର୍ଷରେ ଛାତ୍ର ଛାତ୍ରୀମାନେ ସାର୍ଟିଫିକେଟ୍ ପାଇପାରୁ ନାହାନ୍ତି। ଏପରିକି ଅତିଥି ଅଧ୍ୟାପକ ନିଜେ ଗୋଟିଏ ବର୍ଷ ଏଲ୍‌ ଏଲ୍‌ଏମ୍ କରି ୨ ବର୍ଷିଆ ଏଲ୍‌ ଏଲ୍‌ ଏମ୍ ଛାତ୍ର ଛାତ୍ରୀଙ୍କୁ ପଢ଼ାଉଥିବା ଅଭିଯୋଗ ହେଉଛି । ଛାତ୍ର ଛାତ୍ରୀ ପିଏଚ୍ ଡି ପାଇଁ ଇଚ୍ଛୁକ ଥାଇ ମଧ୍ୟ ଏପରି ସ୍ଥିତି ପାଇଁ ନିରାଶ ହେଉଛନ୍ତି। ସେହିପରି ବିଶ୍ଵବିଦ୍ୟାଳୟରେ ଥିବା ୭୦ଟି ଅଣଶିକ୍ଷକ ପଦବି ମଧ୍ୟରୁ ୬ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ୬୪ଟି ପଦବି ପୀଙ୍କା ପଡ଼ିଛି। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ କଲେ ଅ ଅନୁଷ୍ଠାନ ଆସ୍ଥା ହରେଇ ପାରେ ।