ବଦଳୁଛି ନବୀନଙ୍କ ଆଭିମୁଖ୍ୟ, ଅଭିଯୁକ୍ତଙ୍କ ସପକ୍ଷରେ BJD

ବଦଳୁଛି BJDର ଆଭିମୁଖ୍ୟ । ବଦଳିଗଲେଣି ନବୀନ ପଟ୍ଟନାୟକ । ପ୍ରଶ୍ନଘେରରେ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ ଥିୟୋରି। ଅଭିଯୁକ୍ତଙ୍କ ସପକ୍ଷରେ ଓକିଲାତି କରୁଛି ବିଜେଡି । ସ୍ୟାଡୋ କରପସନ ଅଭିଯୋଗରେ ଦଳର ତୁଙ୍ଗ ନେତାଙ୍କୁ ବହିସ୍କାର କରିଥିବା ବିଜେଡି ସୁପ୍ରିମୋ ଏବେ ଭିନ୍ନ ମୁଦ୍ରାରେପିତବାସ ପଣ୍ଡାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ନିଲମ୍ବନ ତ ଦୂରର କଥା ଓଲଟା ତାଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି ବିଜେଡି ଲିଡର କେବଳ ସେତିକି ନୁହେଁ କ୍ଷମତାରୁ ଯିବା ପରଠୁ ବିଭିନ୍ନ ଅଭିଯୋଗରେ ଗିରଫ ହୋଇଥିବା ନେତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିପାରୁନି ବିଜେଡି।

ବିଜେଡିର ଇତିହାସ କହୁଛି ନେତାଙ୍କ ବିରୁଦ୍ଧରେ ସାମାନ୍ୟ ଅଭିଯୋଗ ଆସିଲେ ଦଳ ବାହାରର ରାସ୍ତା ଦେଖାଉଥିଲେ ନବୀନ । ନେତା ଯେତେ କ୍ଷମତାଶାଳୀ ଏବଂ ଉପକାରି ହୋଇଥିଲେ ବି କଠୋର ଆଭିମୁଖ୍ୟ ରଖୁଥିଲା ବିଜେଡି । ଦୁର୍ନୀତି ତ ଦୂରର କଥା ଛାୟା ଦୁର୍ନୀତିରେ ବି କଠୋର ହେଉଥିଲେ ନବୀନ । 2002ରେ ନଳିନୀ ମହାନ୍ତି, କମଳା ଦାସ ଏବଂ ପ୍ରଶାନ୍ତ ନନ୍ଦଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲେ ନବୀନ ପଟ୍ଟନାୟକ । ମନ୍ତ୍ରୀମଣ୍ଡଳରୁ ବହିଷ୍କାର ବି କରିଥିଲେ । ସେହିପରି ନବୀନଙ୍କ ଏକାନ୍ତ ଅନୁଗତ ଥିବା ରାଜନୈତିକ ପରାମର୍ଶଦାଦା ପ୍ୟାରି ମହାପାତ୍ରଙ୍କୁ ମଧ୍ୟ ଦଳ ବିରୋଧୀ ଅଭିଯୋଗରେ ବହିସ୍କାର କରିଛନ୍ତି ଦିନ ଥିଲା ନେତାଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ, ପାର୍ଟି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲା । କିନ୍ତୁ କ୍ଷମତାରୁ ହଟିବା ପରେ ବିଜେଡିରେ ଆଉ ଏମିତି ହଉନି । ଗତ ୮ ମାସରେ ବିଜେଡିର ୪ ଟାଣୁଆ ନେତା ଗିରଫ ହୋଇଛନ୍ତି । ମାତ୍ର କେବଳ ଅମରେଶ ଜେନା ଓରଫ ବାଇଁଆଙ୍କୁ ଛାଡ଼ିଦେଲେ ବାକି ୩ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନି ବିଜେଡି ।

ମାର୍ଚ୍ଚ 13ରେ ବିଜେଡିର ଯୁବ ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେପ୍ଟେମ୍ବର 20ରେ ନିମାପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀଲିପ ନାୟକଙ୍କୁ ଗିରଫ କରିଥିଲା EOWପାଖାପାଖି 13 କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍ ଯାଇଥିଲେ ବି କୌଣସି ପଦକ୍ଷେପ ନେଇ ନଥିଲା ବିଜେଡି । ନିଲମ୍ବନ କିମ୍ବା ବହିଷ୍କାର ହୋଇନଥିଲେ ବିଜେଡି ନେତା। ଓଲଟା ପଲିଟିକାଲ ଇଣ୍ଟେନସନ୍ ରଖି  ଆରେଷ୍ଟ କରାଯାଇଛି ବୋଲି କହିଥିଲେ । ସେହିପରି ଆଇନଜାଦୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ଦଳରୁ ବାହାର କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢୁଛିଯଦିଓ ନବୀନ ପଟ୍ଟନାୟକ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରି ବିକ୍ରମଙ୍କ ସପକ୍ଷରେ କହୁଛନ୍ତି । ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା (ବିଏମ୍‌ସି)ର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ବିଦା କରିଥିବା ବେଳେ ରାଜା ଚକ୍ର, ବିକ୍ରମ ପଣ୍ଡା ଏବଂ ଦିଲିପ ନାୟକଙ୍କୁ ଅଣ୍ଟିରେ ପୁରାଇଛି ବିଜେଡି । କ୍ଷମତାରୁ ହଟିଲା ପରେ ନବୀନଙ୍କ ଆଭିମୁଖ୍ୟ ବଦଳିଯାଇଥିବା ଚର୍ଚ୍ଚା ।

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *