ଜଣେ ଶିକ୍ଷକରେ ଚାଲିଛି ସ୍କୁଲ!

ସରୁନି ଶିକ୍ଷା ସମସ୍ୟା । ମାଷ୍ଟରଠାରୁ ଆରମ୍ଭକରି ହେଡ଼ ମାଷ୍ଟର ସବୁଠି ସଂଖ୍ୟା ସଟେଜ୍ । 80 % ସ୍କୁଲରେ ହେଡ଼ମାଷ୍ଟର ନଥିଲା ବେଳେ  ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି 1100 ସ୍କୁଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ 450 ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ 300 ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛିଦୁଇ ପ୍ରମୁଖ ରାଜନେତାଙ୍କ ଜିଲ୍ଲାରେ ଶିକ୍ଷାର ବିକଳ ଚିତ୍ରରୁ ଶିକ୍ଷାର ବିକଳ ଅବସ୍ଥା ଅନୁମାନ କରାଯାଇପାରେ । ରାଜ୍ୟରେ ଅନେକ ସ୍କୁଲ୍ ରହିଛି ଯୋଉଠି ଜଣେ ଲେଖାଏଁ ଶିକ୍ଷକ ଭରସା । ସେହି ଜଣେ ଟିଚର ପାଠ ପଢାଉଛନ୍ତି, ହେଡ଼ ମାଷ୍ଟର ଦାୟିତ୍ୱ ବି ତୁଲାଉଛନ୍ତି । ଶ୍ରେଣୀ ପିଛା ଅତି କମରେ ଜଣେ ଶିକ୍ଷକ ଯୋଗାଇଦେବା ବଦଳରେ ବିଦ୍ୟାଳୟ ପିଛା ନିଯୁକ୍ତି ପାଇଛନ୍ତି ଜଣେ ଟିଚର । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।  ରାଜ୍ୟର ଗୋଟିଏ କି ଦୁଇଟି ସ୍କୁଲରେ ଏପରି ଅବସ୍ଥା ନୁହେଁ। 1100 ସ୍କୁଲରେ ପ୍ରାଥମିକ ଶିକ୍ଷାର ଏ ବିକଳ ଚିତ୍ର ।

କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ୧୦ଟି ସ୍କୁଲରେ ଜଣେ ଶିକ୍ଷକରେ ସମ୍ପୂର୍ଣ ସ୍କୁଲ ପାଠପଢ଼ା ହେଉଛି I ପୁରୀ ଜିଲ୍ଲା ଗୋପରେ ୧୫ରୁ ଅଧିକ ସ୍କୁଲ, ସତ୍ୟବାଦୀ ବ୍ଲକ୍‌ରେ ୬ରୁ ଅଧିକ ସ୍କୁଲରେ ମଧ୍ୟ ସମାନ ଅବସ୍ଥା। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ରେ ୪ ସ୍କୁଲ, ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି । ଓଡ଼ିଶାରେ ୬୧,୫୬୫ ପ୍ରାଇମେରୀ ସ୍କୁଲରେ ୭୬,୪୪,୦୫୨ ପିଲା ପାଠ ପଢୁଛନ୍ତି । ,୪୪,୧୧୬ ଶିକ୍ଷକଙ୍କ ଭରସାରେ ସ୍କୁଲ ଚାଲୁଛି । ହାରାହାରି ୨୨ ଜଣ ପିଲାଙ୍କୁ ପାଠ ପଢ଼ାଇବାକୁ ଜଣେ ଶିକ୍ଷକ ଅଛନ୍ତି। ମାତ୍ର ଏମିତି ଅନେକ ସ୍କୁଲ ଅଛି ଯେଉଁଠି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପୁରା ସ୍କୁଲ୍ ଚାଲୁଛି । ଜଣେ  ଶିକ୍ଷକରେ ପୁରା ସ୍କୁଲ୍ ଚାଲିବା କଷ୍ଟକର ହୋଇପଡ଼ିଥିବା ବେଳେ ପିଲାଙ୍କ ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି।  ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ସ୍କୁଲରେ ଶ୍ରେଣୀ ପିନ୍ଧା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ସହ ଶିକ୍ଷକଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ ମୁକ୍ତ କରିବାକୁ ଦାବି ହେଉଛି ।

Visited 7 times, 1 visit(s) today
Share this post

Leave A Comment

Your email address will not be published. Required fields are marked *