କାହିଁକି ଇନ୍ଦିରାଙ୍କୁ ଗୁଳି କରିଥିଲେ ବଡିଗାର୍ଡ

31 ଅକ୍ଟୋବର 1984 । ସକାଳ ପ୍ରାୟ 9 ଟାରେ ନିଜର ବାସଭବନ ସଫଦରଜଙ୍ଗ ରୋଡରୁ ବାହାରି ଆକବର ରୋଡ ଆଡ଼କୁ ଯାଉଥିଲେ ଇନ୍ଦିରା ଗାନ୍ଧୀସେଦିନ ବ୍ରିଟିସ ଡିରେକ୍ଟର ପିଟର ଅଷ୍ଟିନଭଙ୍କ ସହ ଇନ୍ଦିରାଙ୍କ ଇଣ୍ଟର୍ଭ୍ୟୁ ଥିଲା ଇନ୍ଦିରାଙ୍କ ସହ ଥିଲେ କନେଷ୍ଟବଳ ନାରାୟଣ ସିଂହ,ପର୍ସନାଲ ସେକ୍ରେଟାରୀ ଆର କେ ଧବନ, ରାମେଶ୍ୱର ଦୟାଲହଠାତ୍ ଇନ୍ଦିରାଙ୍କ ଉପରକୁ ଗୁଳି ଚଳାଇଥିଲେ ବଡ଼ିଗାର୍ଡ ବେୱ୍ୱନ୍ତ ସିଂହବେୱନ୍ତଙ୍କ ଗନରୁ ତିନୋଟି ଗୁଳି ବାଜିବା ମାତ୍ରେ ଅନ୍ୟ ଜଣେ ବଡ଼ିଗାର୍ଡ ସତୱନ୍ତ ସିଂହ ଫାଇରିଂ କରିଥିଲେ। ଇନ୍ଦିରାଙ୍କ ଦେହରେ ବାଜିଥିଲା 33 ଟି ଗୁଳି । ଦିଲ୍ଲୀ ଏମ୍ସରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ।

ଇନ୍ଦିରାଙ୍କ ମୃତ୍ୟୁକୁ ନେଇ ଅନେକ କଥା କୁହାଯାଉଥିଲା ବେଳେ କିଛି ଜଣ ଏମିତି ବି କୁହନ୍ତି ଯେ ଯଦି ଇଣ୍ଟେଲିଜେନ୍ସ ଏଜେନ୍ସିର ପରାମର୍ଶକୁ ମାନି ଥାଆନ୍ତେ ହୁଏତ ଇନ୍ଦିରା ଗାନ୍ଧୀ ସେଦିନ ବଞ୍ଚି ଯାଇଥାଆନ୍ତେ। ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ମୁଖ୍ୟ କାରଣ ଥିଲା ଅପରେସନ୍ ବ୍ଲୁ ଷ୍ଟାର। ପଞ୍ଜାବର ସ୍ୱଣ୍ଣ ମନ୍ଦିରରେ ଅସ୍ତ୍ରଧାରୀ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ସେନା ଗୁଳିର ବର୍ଷା କରିଥିଲା। ଏ ଗୁଳିକାଣ୍ଡରେ ଖଲିସ୍ତାନୀ ଆତଙ୍କବାଦୀ ନିପାତ ହେବା ସହ ମନ୍ଦିରର କ୍ଷତି ହୋଇଥିଲା । ଯାହା ଶିଖ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିଲା । ଅପରେସନ୍ ବ୍ଲୁ ଷ୍ଟାର ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଇନ୍ଦିରାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଶିଖ୍ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଇନ୍ଦିରା ଗାନ୍ଧୀ ଏ କଥାକୁ ଗୁରୁତ୍ୱ ଦେଇ ନଥିଲେ । 10 ବର୍ଷ ହେବ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ବେୱନ୍ତ ସିଂହ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲେ । ଯାହାଙ୍କ ସହ ଏ ଚକ୍ରାନ୍ତରେ ଜଡିତ ଥିଲେ ଅନ୍ୟ ଜଣେ ଶିଖ୍ ବଡ଼ିଗାର୍ଡ ସତୱନ୍ତ ସିଂହ।

ଅକ୍ଟୋବର 30 ରେ ନିର୍ବାଚନ ପ୍ରଚାରରେ ଆସିଥିଲେ ଇନ୍ଦିରା। ତା ପରଦିନ ଇନ୍ଦିରାଙ୍କ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବାକୁ ଡିରେକ୍ଟର ତାଙ୍କର ଇଣ୍ଟରଭ୍ୟୁ ନେବାର ଥିଲା। ଇନ୍ଦିରା ଗାନ୍ଧୀ ଆକବର ରୋଡ 1 ଆଡ଼କୁ ବଢୁଥିଲା ବେଳେ ୱେଟର କପ ପ୍ଲେଟ୍ ନେଇ ଯାଉଥିବାର ଦେଖି ଚେଞ୍ଜ କରିବାକୁ କହିଲେ । ଆଉ ଏ ସମୟରେ ଅଚାନକ ଗୁଳି ଚଳାଇଥିଲା ଇନ୍ଦିରାଙ୍କ ଫେଭରାଇଟ ବଡିଗାର୍ଡ ବେୱନ୍ତ ସିଂହ। ଇନ୍ଦିରା ତଳେ ପଡିଥିବା ଅବସ୍ଥାରେ ସତୱନ୍ତ ସିହଂ 30ଟି ଗୁଳି ଚଲେଇଲେ। ଏମ୍ସ ହସ୍ପିଟାଲରେ କିଛି ସମୟ ଚିକିତ୍ସିତ ହେବା ପରେ 2 ଟା 23ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲାଜାନୁୟାରୀ 6 1989ରେ ଏ ଘଟଣାରେ ସତୱନ୍ତଙ୍କୁଫାଶି ହୋଇଥିଲା ବେଳେ ଇନ୍ଦରାଙ୍କୁ ଗୁଳି ଚଳାଇବ ଦିନ ହିଁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଥିଲେ ବେୱନ୍ତ । ଇଣ୍ଟେଲିଜେନ୍ସ ରିପୋର୍ଟକୁ ନମାନି ଶିଖ କର୍ମଚାରୀଙ୍କୁ ପାଖରେ ରଖିବାରୁ ବଡ଼ ମୁଲ୍ୟ ଦେଇଥିଲେ ଇନ୍ଦିରା  ।

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *