ନୂଆପଡ଼ାରେ AI ପ୍ରଚାର

ନୂଆପଡ଼ା ପଲିଟିକ୍ସରେ AI, କେଉଁଠି ସମ୍ପର୍କ  ଭାଙ୍ଗୁଛି ତ ପୁଣି କେଉଁଠି ଖେଳ ବିଗାଡ଼ୁଛି । ଅଡ଼ୁଆ ହେଉଛି ଏଆଇ ଫଟୋ ଏବଂ  ଡିପ୍ ଫେକ୍ ଭିଡିଓ।ବର୍ତ୍ତମାନ ସବୁ କ୍ଷେତ୍ରରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିଲାବେଳେ ସେଥିରୁ ବାଦ୍ ପଡ଼ିନି ନୂଆପଡ଼ା ବାଇ ଇଲେକ୍ସନ୍ ନିଜ ଦଳର ଭୋଟ୍ ବଢେଇବାକୁ ଏଆଇର ବ୍ୟବହାର ସାଙ୍ଗକୁ ଅପୋଜିସନ୍ ପାର୍ଟିର ଭୋଟ୍ କମାଇବାକୁ ମଧ୍ୟ ଏଆଇର ବ୍ୟବହାର କରାଯାଉଛି ।ଭୋଟ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ଏଆଇ ଜେନେରେଟେଡ୍ ଫଟୋ, ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ପ୍ରାର୍ଥୀମାନେ ଜିତିବା ପାଇଁ ନୂଆ ନୂଆ ସମୀକରଣ ତିଆରି କରୁଥିବା ବେଳେ ଏଆଇ ଜେନେରେଟେଡ ଗୋଟିଏ ଫଟୋ କିମ୍ବା ଭିଡିଓ ସବୁ ଖେଳ ବିଗାଡ଼ି ଦେଉଛି।

ନୂଆପଡ଼ା ଜିଲ୍ଲାର ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଭାଇରାଲ ହେଉଛି ଏଆଇ ଜେନେରେଟେଡ ଫଟୋ ଭିଡିଓଏକ ଭିଡିଓରେ ତ ଏମିତି ଦେଖାଯାଉଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏଥିରେ ସମସ୍ତେ ଚାମ୍ପିଅନ ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ବିଜୟୀ ହେଉଛନ୍ତି । ବିଜେଡିର ସମର୍ଥକ ଏହି ପ୍ରକାରର ଭିଡିଓ ପୋଷ୍ଟ କରି ଅପୋଜିସନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେହିପରି ବସନ୍ତ ପଣ୍ଡା, ଅଭିନଦନ ଏବଂ ଜୟ ଢୋଲକିଆଙ୍କୁ ନେଇ ଏକାଧିକ ଏଆଇ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଜୟ ଢୋଲକିଆ ଗୀତ ଗାଉଥିଲା ବେଳେ ଅଭିନନ୍ଦନ ତାଙ୍କ ମୁଣ୍ଡ ପୋଛିଦବା ଓ ରାଲିରେ ପାଣିବୋତଳ ଧରି ଜୟଙ୍କ ପଛରେ ବୁଲୁଥିବାର ଡିପ୍ ଫେକ୍ ଭିଡିଓ ଭାଇରାଲ ହେଉଛି ।
କିଛି ଫଟୋ ଏମିତି ଅଛି ଯେଉଠି ବିଜେପି ପ୍ରାର୍ଥୀ ଜୟ ଛିଡ଼ା ହୋଇ ହାତଯୋଡ଼ି ଜୁହାର କରୁଛନ୍ତି । ଜୟଙ୍କ ପାର୍ଶ୍ଵରେ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା କାନ୍ଦୁଛନ୍ତି। ପଣ୍ଡା ବାପା-ପୁଅଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ଲେଖା ହୋଇଛି । ଅନ୍ୟ ଏକ ଫଟୋରେ ଜୟ ବିଜେପି ଟିକେଟ୍ ଧରି ହସୁଥିଲା ବେଳେ ପଣ୍ଡା ବାପପୁଅ ଶିଶୁପାଳ ବୋଲି ଲେଖାଯାଇଛି ।

କେବଳ ଏତିକି ନୁହେଁ ନବୀନଙ୍କ ସହ ରାଜୁ ଢୋଲକିଆଙ୍କ ସମର୍ଥନ ଦର୍ଶାଇ ଭିଡ଼ିଓ ଜାରି ହୋଇଛି ।ଆଉ କିଛି ଏମିତି ଫଟ ପୋଷ୍ଟ ହୋଉଛି ଯୋଉଥିରେ ଜୟ ଢୋଲକିଆ ଟିକେଟ ପାଇଁ ବିକ୍ରି ହୋଇଯାଇଥିବାର ବାର୍ତ୍ତା ଆସୁଛି ।ଏସବୁ ଫଟ ଏବଂ ଭିଡିଓ ଦେଖିବାକୁ ମଜା ଲାଗୁଥିଲେ ବି ରାଜନୀତିର ଘିଅରେ ନିଆଁ ଢାଳୁଛି। ବସନ୍ତ ପଣ୍ଡା ଏବଂ ଅଭିନନଦନ ପଣ୍ଡା ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ଜାରି ରଖିଥିଲା ବେଳେ ଡିଫ ଫେକ୍ ଭିଡ଼ିଓ ଏବଂ ଏଆଇ ଫଟ ଭିନ୍ନ ବାର୍ତ୍ତା  ଦେଉଛି । ଯାହା ପଣ୍ଡା ଫ୍ୟାମିଲି ସପୋର୍ଟରଙ୍କୁ କଷ୍ଟ ଦେଉଛି । ନୂଆପଡ଼ା ଉପନିର୍ବାଚନରେ ଏଆଇ ଜେନେରେଟେଡ ଫଟୋ ଓ ଭିଡ଼ିଓରେ ବ୍ରେକ୍ ନ ଲାଗିଲେ  ଏହା ନିର୍ବାଚନକୁ ପ୍ରଭାବିତ କରିପାରେ ।

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *