ନବୀନ ବାବୁ, ‘ଆମେ ତମ ପାଖରେ ଚାକିରି କରିନାହୁଁ’

‘‘ଆମେ କିଏ କୋଉଠି ବସିବୁ, ସେସବୁ ଆମ ବ୍ୟକ୍ତିଗତ କଥା। କିଏ ଆମକୁ କାହିଁକି ନାଲିଆଖି ଦେଖାଇବ? କେହି ବି ଆମକୁ ନାଲିଆଖି ଦେଖେଇ ପାରିବେ ନାହିଁ । ଆମର ବୟସ ହେଲାଣି, ଆମେ କଣ ଚାକିରି କରିଛୁ ? ଯେତେବେଳେ ଯୋଉଠି ମନ ହବ ବସିବୁ, ଆମକୁ କେହି ମନା କରି ପାରିବେ ନାହିଁ । ଆମେ କେତେବେଳେ କୋଉଠି ବସିବୁ ସେଥିରେ କ’ଣ ଅଛି? ଆମେ କଣ ହୋଟେଲରେ ବସି ପାରିବୁନି ? ନାଲିଆଖି ଦେଖାଅନି, ଆମେ ହୋଟେଲରେ ବସିବୁ, କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ।’’
ଏଭଳି ମୁହଁ ଚିଞ୍ଚଡ଼ା କଥା କହି ନବୀନ ପଟ୍ଟନାୟକଙ୍କୁ ନାଲିଆଖି ଦେଖାଇବା ବନ୍ଦ କରିବା ପାଇଁ ତାଗିଦ କରିଛନ୍ତି BJDର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ନବୀନଙ୍କୁ ଖାତିର କରୁନଥିବା ପ୍ରଫୁଲ୍ଲଙ୍କ କଥାରୁ ସ୍ପଷ୍ଟ ହେଲାଣି ଯେ BJD କନ୍ଦଳ ଘମାସନ ହେଲାଣି। ଯେଉଁଥିରେ BJDର ବରିଷ୍ଠ ନେତା ନବୀନଙ୍କୁ କାଉଣ୍ଟର କରିବା ଆରମ୍ଭ କରିଦେଲେଣି।

  • ଭୈରବ ପାଣ୍ଡିଆନଙ୍କୁ ପାଇଁ ଓକିଲାତି କରୁଥିବା ନବୀନ ପଟ୍ଟନାୟକଙ୍କୁ ଜଣେ ମିଛୁଆ ବୋଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ କହିଲେ ।
  • ପ୍ରଭାତ ତ୍ରିପାଠୀ BJDରେ ନାହାନ୍ତି କହୁଥିବା ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ପ୍ରଭାତ କହିଲେ,ତାଙ୍କ ଉପରୁ 10 ନଭେମ୍ୱର 2017ରେ ନିଲମ୍ବନର ଆଦେଶ ଉଠା ଯାଇଛି। 9 ଏପ୍ରିଲ 2025ରେ ନବୀନ କହୁଛନ୍ତି ମୁଁ BJDରେ ନାହିଁ। ଏଥିରୁ ବୁଝା ପଡୁଛି ନବୀନ ଜଣେ ମିଛୁଆ।
Pravat Tripathy
  • ପୂର୍ବତନ ମନ୍ତ୍ରୀ ଅମର ଶତପଥି କହିଲେ,“ପ୍ରଭାତ ତ୍ରିପାଠୀ BJDର ଆସେଟ୍, ନବୀନ ବାବୁଙ୍କ ସହ ସେ ଗତ ନିର୍ବାଚନରେ ଷ୍ଟେଜ୍ ସେୟାର୍ କରିଛନ୍ତି । ପ୍ରଭାତଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ହଟିଛି। ପ୍ରଭାତ ଏବେ BJDରେ ନାହାନ୍ତି ବୋଲି ନବୀନ ବାବୁ କହିବା ଠିକ୍ ହୋଇନି।’’

ପ୍ରଭାତ-ଅମରଙ୍କ କାଉଣ୍ଟରକୁ 24ଘଣ୍ଟା ନପୁରୁଣୁ, ନବୀନଙ୍କୁ ତାଗିଦ୍ କଲେଣି ଆଉ ଜଣେ ନେତା।
ହୋଟେଲରେ ନେତାଙ୍କ ବୈଠକକୁ ନେଇ ନବୀନ ମନା କରୁଥିଲା ବେଳେ, ପ୍ରଫୁଲ୍ଲ ମଲ୍ଲିକ କହିଲେଣି, ଆମ ତମ ପାଖରେ ଚାକିରି କରିନାହୁଁ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି
…

  • ‘‘ନବୀନ ବାବୁ ନାଲିଆଖି ଦେଖାଇ ପାରିବେ ନାହିଁ
  • କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ
  • ଆମେ କେହି ଚାକିରି କରିନୁ, ଆମର ବୟସ ହେଲାଣି
  • ଆମେ କିଏ କୋଉଠି ବସିବୁ, ଆମ ବ୍ୟକ୍ତିଗତ କଥା
  • ଆମ ମନ ଯେତେବେଳେ ଯୋଉଠି ହବ ବସିବୁ
  • ଆମକୁ କେହି ମନା କରି ପାରିବେନି
  • ବରିଷ୍ଠ ନେତାମାନେ ହୋଟେଲରେ ମେଳି କରି ନାହାନ୍ତି
  • ଆମେ କେତେବେଳେ କୋଉଠି ବସିବୁ ସେଥିରେ କଣ ଅଛି
  • ଆମେ କଣ ହୋଟେଲରେ ବସି ପାରିବୁନି?
  • ମୁଁ ଦୁଇଟା ଦୃଷ୍ଟିରୁ ପାଣ୍ଡିଆନଙ୍କୁ ବିଚାର କରେ, 1- ସେ ନବୀନ ବାବୁଙ୍କ ପୂର୍ବତନ ପ୍ରାଇଭେଟ୍ ସେକ୍ରେଟାରୀ, 2- ସେ ଜଣେ ଅବସରପ୍ରାପ୍ତ IAS 
  • ପାଣ୍ଡିଆନ ସ୍ପଷ୍ଟ କରନ୍ତୁ, ସେ BJDରେ ହସ୍ତକ୍ଷେପ କରୁ ନାହାନ୍ତି ’’
    ଜଣକ ପରେ ଜଣେ ବରିଷ୍ଠ ନେତା ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରୁଥିଲା ବେଳେ, ପାଣ୍ଡିଆନ ପନ୍ଥୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ କେତେ ଲୋକହସା କରିବେ ?
Visited 75 times, 1 visit(s) today
Share this post

Leave A Comment

Your email address will not be published. Required fields are marked *