Posts tagged Mohan Majhi

ପୁରୀରେ କାହା ପଲ୍ଲା ଭାରି? ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଉଛନ୍ତି କି ମୋହନ

ପୁରୀ ପଲିଟିକ୍ସକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି କୋଲ୍ଡ ୱାର । ପୂର୍ବତନ ବିଧାୟକ ମାନଙ୍କୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବଳ କଷୁଥିଲା ବେଳେ CMଙ୍କ କ୍ୟାମ୍ପରେ ଅଛନ୍ତି ଷ୍ଟାଣ୍ଡିଂ MLA । ତେବେ ପ୍ରଶ୍ନ, କାହା କଣ୍ଟ୍ରୋଲରେ ପୁରୀ? ଅକ୍ଟୋବର 11 ତାରିଖ ରାତିରେ ପୁରୀରେ ଡେରା ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । 12 ତାରିଖ ସକାଳୁ ସେବା ସଙ୍କଳ୍ପ ଅଭିଯାନ ମାଧ୍ୟମରେ ପୁରୀ ବଡ଼ଦାଣ୍ଡ ଓ ଡିଷ୍ଟିକ୍ଟ ହେଡକ୍ୱାର୍ଡର ହସ୍ପିଟାଲର ସଫେଇ କଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ସାମିଲ ହେଲେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସଂଧ୍ୟାରେ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମେନ୍ଦ୍ର, ସେହି ପ୍ରୋଗ୍ରାମରେ ଉପସ୍ଥିତ ରହିଲେ ଧର୍ମେନ୍ଦ୍ରଙ୍କ ଦୃଢ଼ ସମର୍ଥକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଧର୍ମେନ୍ଦ୍ରଙ୍କୁ ମୋହନଙ୍କ କାଉଣ୍ଟର
ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପ୍ରୋଗ୍ରାମ କଲେ ସେପଟେ ପୁରୀକୁ ମହାନଗର ନିଗମ ମାନ୍ୟତା ଦେଇ କ୍ରେଡିଟ୍ ନେଉଥିବା ମୁଖ୍ୟମନ୍ତ୍ରୀ, ଆକ୍ସନ୍ ମୁଡକୁ ଆସିଗଲେ। ଠିକ୍ ସେହିଦିନ, ମାନେ ଅକ୍ଟୋବର 12 ତାରିଖରେ ଲୋକସେବା ଭବନରେ ପୁରୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

  • ଧର୍ମେନ୍ଦ୍ରଙ୍କ ପୁରୀର ପ୍ରୋଗ୍ରାମକୁ ଭୁବନେଶ୍ୱରରୁ କଲେ କାଉଣ୍ଟର
  • ପଲିଟିକାଲି ନୁହେଁ ବରଂ ପ୍ରଶାସନିକ ଶୈଳୀରେ ଧର୍ମେନ୍ଦ୍ରଙ୍କୁ ମିଳିଲା କାଉଣ୍ଟର
  • ଧର୍ମେନ୍ଦ୍ରଙ୍କ ସଫେଇ ଓ ସେବାୟତଙ୍କ କାର୍ଯ୍ୟକ୍ରମରେ ଥିଲେ ପଲିଟିକାଲ୍ ଲିଡର
  • ମାତ୍ର ମୋହନଙ୍କ ମିଟିଂରେ ରହିଲେ ଅଫିସର
  • ଚିଫ୍ ସେକ୍ରେଟାରୀ, ଡେଭଲପମେଣ୍ଟ କମିଶନର, CMOର ଶାସ୍ୱତ ମିଶ୍ରଙ୍କ ସହ ପୁରୀ କଲେକ୍ଟର ଏବଂ SPଙ୍କୁ ନେଇ ମିଟିଂ କଲେ ମୋହନ ମାଝୀ

 

କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ବିଦା ହେଲା ପରେ ବଦଳିଛି ପୁରୀ ଜିଲ୍ଲାର ପଲିଟିକାଲ୍ ଇକ୍ୟୁଏସନ୍ । ଧର୍ମେନ୍ଦ୍ରଙ୍କୁ କରଛଡ଼ା ଦେଉଛନ୍ତି ନେତା। ପ୍ରଧାନଙ୍କ କ୍ୟାମ୍ପର ଟାଣୁଆ ନେତା ଏବେ ମୁଖ୍ୟମନ୍ତ୍ରୀଙ୍କ ଟିମରେ । ପୁରୀ ଜିଲ୍ଲାରେ ଥିବା 6ଟି ବିଧାନସଭା ଆସନରୁ 4ଟି ଆସନରେ ବିଜେପି ବାଜିମାତ୍ କରିଥିଲା । ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯଦିଓ ପ୍ରାଇମେରୀ ଷ୍ଟେଜରେ ଧର୍ମେନ୍ଦ୍ରଙ୍କ ସହ ଥିଲେ, କିନ୍ତୁ ମନ୍ତ୍ରୀପଦ ଆଶାରେ ସେମାନେ ଏବେ ସିଏମଙ୍କ କ୍ୟାମ୍ପରେ । ନିମାପଡ଼ା MLA ତଥା ଡେପୁଟି ସିଏମ୍ ପ୍ରଭାତୀ ପରିଡ଼ା ତ ମୂଳରୁ ମନମୋହନ ସାମଲଙ୍କ ଟିମର । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯଦିଓ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ, କିନ୍ତୁ ତାଙ୍କ ଝିଆରି ତଥା ସିଟିଂ MLA ଉପାସନା ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ । ଆଉ ପୁରୀ ସାଂସଦ ସମ୍ବିତ ପାତ୍ର ଆରମ୍ଭରୁ ଧର୍ମେନ୍ଦ୍ରଙ୍କ ବିରୋଧୀ ଏ ଦୃଷ୍ଟିରୁ ବିଚାର କଲେ ପୁରୀ ଜିଲ୍ଲା ବିଜେପିର 4 ଜଣ ଷ୍ଟାଣ୍ଡିଂ MLA ଏବଂ MP ଧର୍ମେନ୍ଦ୍ରଙ୍କ ସହ ନାହାନ୍ତି। ଏକ୍ସ MLAଙ୍କ ଭରସାରେ ପଲିଟିକାଲ୍ ଆଟେନସନ୍ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଟା କରୁଥିଲା ବେଳେ ତାଙ୍କ ମିଟିଂକୁ ଫୁଜ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ।  କିନ୍ତୁ ଆସନ୍ତା ଡିସେମ୍ବର ମାସରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୁରୀ ସହରର କାର୍ଯ୍ୟକ୍ରମ, ହୁଏତ ଓଡ଼ିଶା ରାଜନୀତିକୁ ହଲଚଲ୍ କରିପାରେ । ଯଦି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମେନ୍ଦ୍ର ନିଜର ପଲିଟିକାଲ୍ ମୁଭମେଣ୍ଟରେ ସଫଳ ହୁଅନ୍ତି, ତାହାଲେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ବିଜୁ ଜନତା ଦଳକୁ ମଧ୍ୟ ବହୁତ ବଡ଼ ଝଟକା ମିଳିପାରେ ପୁରୀରୁ !
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ

ଦାରାଙ୍କ ପାଇଁ ମୋହନଙ୍କ ଦୁଇଟି ରୂପ

ଦାରା ସିଂହଙ୍କ ମୁକ୍ତି ମାମଲାରେ ସୁପ୍ରିମକୋର୍ଟରେ 3 ସପ୍ତାହ ପାଇଁ ଶୁଣାଣି ଘୁଞ୍ଚିଛି। ରାଜ୍ୟ Sentence Review Board, ଦାରାଙ୍କର ମୁକ୍ତି ସପକ୍ଷରେ ନାହିଁ ବୋଲି ସେପ୍ଟମ୍ବର 17 ତାରିଖରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ହୋଇଛି। ଓଡ଼ିଶା ସରକାରଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟ, ଦାରାଙ୍କର ଓକିଲଙ୍କୁ 2 ସପ୍ତାହ ସମୟ ଦେଇଛନ୍ତି। State Sentence Review Boardର ଚେୟାରମ୍ୟାନ୍ ଥିବା ହୋମ୍ ସେକ୍ରେଟାରୀ ହେମନ୍ତ ଶର୍ମା ଚାହୁଁନାହାନ୍ତି ଦାରା ସିଂହ ମୁକ୍ତ ହୁଅନ୍ତୁ। ଅଗଷ୍ଟ 28 ତାରିଖରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟକୁ ଢ଼ାଲ କରି ଦାରାଙ୍କୁ ମୁକ୍ତି ନକରିବାକୁ ହେମନ୍ତ ଶର୍ମା ଏବଂ ତାଙ୍କର ଟିମ୍ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ।
ସ୍ୱାଧିନତା ଦିବସରେ ଦାରା ସିଂହଙ୍କୁ ମୁକ୍ତ କରାଯିବ ବୋଲି ପୂର୍ବରୁ ମିଡିଆରେ ପ୍ରଚାର ହୋଇଥିଲା । ଯାହାକୁ ନେଇ ଅଗଷ୍ଟ 15 ତାରିଖରେ ଦାରା ସିଂହଙ୍କ ସମର୍ଥକମାନେ କେନ୍ଦୁଝର ଜେଲ ଆଗରେ ଏକତ୍ରିତ ହୋଇ ଦାରା ସିଂହଙ୍କର ସମର୍ଥନରେ ଜେଲ୍ ଆଗରେ ସ୍ଲୋଗାନ ଦେଇଥିଲେ । ଏକଥା କେନ୍ଦୁଝର ଜିଲ୍ଲା ପ୍ରଶାସନ, ଗତ ଅଗଷ୍ଟ 28 ତାରିଖରେ Sentence Review Boardକୁ ଜଣାଇଲା। ଦାରାଙ୍କର ସମର୍ଥକମାନଙ୍କ ସ୍ଲୋଗାନ ସଂପର୍କରେ କେନ୍ଦୁଝର ଜିଲ୍ଲା ପ୍ରଶାସନର କୌଣସି ନିର୍ଦ୍ଧିଷ୍ଟ ସୁପାରିସ ନଥିଲା। ଏପରିକି ଜିଲ୍ଲା ପ୍ରଶାସନର ରିପୋର୍ଟ ଅଧାଖଣ୍ଡିଆ ଅର୍ଥାତ ଅସଂପୂର୍ଣ୍ଣ ଥିଲା ବୋଲି State Sentence Review Board ନିଜ ରିପୋର୍ଟରେ ଲେଖିଛନ୍ତି ।

କିନ୍ତୁ ଦାରାଙ୍କୁ ମୁକ୍ତି କରିବାକୁ ଚାହୁଁନଥିବା, Sentence Review Board ଦାରାଙ୍କ ସମର୍ଥକ ମାନଙ୍କର ସ୍ଲୋଗାନରୁ ମୌକା ପାଇଗଲା। ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାର ବସିଥିବା ବୋର୍ଡ ମିଟିଂରେ ଅଗଷ୍ଟ 31 ତାରିଖରେ ନିଷ୍ପତ୍ତି ହେଲା ଯେ ଦାରାଙ୍କୁ ମୁକ୍ତ କରାଯିବ ନାହିଁ। ଅପରପକ୍ଷରେ ଅଭିଯୋଗ ହେଉଛି ଯେ ଖ୍ରୀଷ୍ଟିଆନ୍ ଲବି ଯୋଗୁ ହେମନ୍ତ ଶର୍ମା ଏବଂ ତାଙ୍କ ଟିମ୍, ଦାରା ସିଂହଙ୍କ ମୁକ୍ତ ସପକ୍ଷରେ ନାହାଁନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଦଳରେ ଥିଲାବେଳେ ମୋହନ ମାଝୀ 2022 ସେପ୍ଟେମ୍ବର 21ରେ ଦାରା ସିଂହଙ୍କୁ ମୁକ୍ତ କରିବା ପାଇଁ କେନ୍ଦୁଝର ଜେଲ ଆଗରେ ଧାରଣା ଦେଇଥିଲେ। ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ। ତଥାପି ଦାରା ସିଂହ ମୁକୁଳି ପାରୁନାହାନ୍ତି । ଦାରାଙ୍କର ମୁକ୍ତି ଆବେଦନକୁ 6 ଥର ଖାରଜ କଲେଣି ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ।

 

 

 

ମାମଲାର ଶୁଣାଣି କରି 2003ରେ ଦାରାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ CBIକୋର୍ଟ।କିନ୍ତୁ 2005ରେ ଓଡ଼ିଶା ହାଇକୋର୍ଟ, ସେହି ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରିଥିଲେ। 26 ବର୍ଷ 7ମାସ କେନ୍ଦୁଝର ଜେଲ୍‌ରେ ଥିବା ଦାରା ସିଂଙ୍କୁ ମୁକ୍ତ କରିବାକୁ ଚାହୁଁଥିବା ମୋହନ ମାଝୀଙ୍କ ସରକାରଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଆଗରେ ଗୃହସଚିବ ହେମନ୍ତ ଶର୍ମା ଅଧିକ ପାଓ୍ୱାରଫୁଲ୍ ହୋଇଯାଇଛନ୍ତି।

CMଙ୍କ ପସନ୍ଦ ଅଣଓଡ଼ିଆ IPS !

ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ 12 ବର୍ଷରେ ସରିଥିଲା । ନିଜ ବଂଶର ଭାଇଙ୍କ ପାଇଁ ହିଁ ତାଙ୍କୁ ବନବାସ ଭୋଗିବାକୁ ପଡ଼ିଥିଲା । ପୁଣି କୌରବଙ୍କ ସହ ଯୁଦ୍ଧରେ ଜିତିଲା ପରେ ସେ ହସ୍ତିନାପୁରର ରାଜା ହେଲେ । କିନ୍ତୁ ଓଡ଼ିଆ ଆଇପିଏସ୍ ଅଫିସରଙ୍କର ବନବାସ ଶେଷ ହେଉନାହିଁ । 12 ବର୍ଷରୁ ଅଧିକ ସମୟ ହେଇଗଲାଣି କୌଣସି ଓଡ଼ିଆ ଆଇପିଏସ୍ ଅଫିସର ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ହୋଇ ପାରି ନାହାନ୍ତି । ଡିଜିପି ପଦରୁ ପ୍ରକାଶ ମିଶ୍ର 2014 ମସିହା ଜୁଲାଇ 6 ରେ ହଟିଥିଲେ । ଏହା ମଧ୍ୟରେ ଆଠ ଜଣ ଓଡ଼ିଶାର ଡିଜିପି ହୋଇଗଲେଣି । ସେମାନଙ୍କ ମଧ୍ୟରେ 6 ଜଣ ହେଉଛନ୍ତି ଅଣ ଓଡ଼ିଆ ଆଇ ପିଏସ୍ ଅଫିସର। ଯଦିଓ ବିଜୟ ଶର୍ମା ଏବଂ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱରେ ରହିଥିଲେ କିନ୍ତୁ ସେମାନେ ପୂର୍ଣ୍ଣକାଳୀନ ଦାୟିତ୍ୱରେ ନଥିଲେ ଅର୍ଥାତ ସେମାନେ ଥିଲେ ଆକ୍ଟିଂ ଡିଜିପି । ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ ଡିଜିପି ହୋଇଥିବା 6 ଜଣ ଅଣଓଡ଼ିଆ ଆଇ ପି ଏସ ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ ଭି ଖୁରାନୀଆ । ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ । କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ ଆଇପିଏସ ଅଫିସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ କରି ୱାଇ ଭି ଖୁରାନୀଆଙ୍କୁ ଡିଜିପି କରିଥିଲା ।

ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ DGP ହୋଇଥିବା 6 ଅଣଓଡ଼ିଆ IPS ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ.ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ.ଭି. ଖୁରାନୀଆ । ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ IPS ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ୍ କରି ୱାଇ ଭି ଖୁରାନୀଆଙ୍କୁ DGP କଲେ ।ଉଭୟ ଖୁରାନୀଆ ଏବଂ ସୁଧାଂଶୁ ଷଡ଼ଙ୍ଗୀ 1990 ବ୍ୟାଚର IPS ଅଫିସର,କିନ୍ତୁ 2024ରେ ଖୁରାନୀଆ DGP ହେଲାବେଳକୁ ଧର୍ମରାଜ ଯୁଧିଷ୍ଠିରଙ୍କ ପରି ଓଡ଼ିଆ IPS ଅଫିସର ମାନଙ୍କର 12 ବର୍ଷର ବନବାସ ଶେଷ ହୋଇନଥିଲା । ସେଥିପାଇଁ ବୋଧହୁଏ ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳରେ ହରିୟାଣାର ମୂଳନିବାସୀ ୱାଇ.ଭି ଖୁରାନୀଆଙ୍କୁ DGP କରିଥିଲେ ମୋହନ ମାଝୀ ସରକାର । ଆଉ ଆସନ୍ତା 16 ତାରିଖରେ, ଅର୍ଥାତ ଅଗଷ୍ଟ 16ରେ ଖୁରାନୀଆ ରିର୍ଟାୟଡ୍ କରୁଛନ୍ତି, ଏହା ଭିତରେ ଓଡ଼ିଆ IPS ଅଫିସରଙ୍କ DGP ପଦରୁ ଦୂରେଇ ରହିବାର ସମୟ ସୀମା ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ ସହ ସମାନ ହେଇଗଲାଣି, ତେବେ ଓଡ଼ିଆଙ୍କ ଭିତରେ ପ୍ରଶ୍ନ ପରବର୍ତ୍ତୀ DGP କ’ଣ ଜଣେ ଓଡ଼ିଆ ହେବେ? ବରିଷ୍ଠତା ଦୃଷ୍ଟିରୁ 3 ଜଣ IPS ଅଫିସରଙ୍କ ମଧ୍ୟରୁ ଜଣେ DGP ହେବା କଥା। ସେମାନେ ହେଲେ 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, 1993 ବ୍ୟାଚର ସୁଶାନ୍ତ ନାଥ ଏବଂ 1993 ବ୍ୟାଚର ବିନୟ ତୋଷ ମିଶ୍ର ଏବଂ ସେହି 1993 ବ୍ୟାଚର ଆର ପି କୋଚେ

  • ବିନୟତୋଷ ମିଶ୍ରଙ୍କ ଅବସର ସମୟ ହେଉଥିବାରୁ ସେ DGP ହୋଇପାରିବେ ନାହିଁ
  •  ଶୁଣିବାକୁ ମିଳୁଛି ସୁଶାନ୍ତ ନାଥ, DGP ହେବାକୁ ଅନିଚ୍ଛୁକ ବୋଲି ସରକାରଙ୍କୁ ଜଣାଇ ଦେଇଛନ୍ତି
  • ସେଥିପାଇଁ 1994 ବ୍ୟାଚର ସଞ୍ଜୀବ ପଣ୍ଡା ଏବେ DGP ରେସକୁ ଆସି ଯାଇଛନ୍ତି
    ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚହୁଁଥିଲା ବେଳେ RSS ମଧ୍ୟ ସମର୍ଥନ କରୁଛି । 

ମୁଖ୍ୟମନ୍ତ୍ରୀଙ୍କର ଆଡଭାଇଜର ପ୍ରକାଶ ମିଶ୍ର, ସଞ୍ଜୀବ ପଣ୍ଡାଙ୍କୁ DGP କରିବା ପାଇଁ ଲବି କରୁଛନ୍ତି ।  କିନ୍ତୁ ଅଣଓଡ଼ିଆ IPS ଅଫିସର ଆର ପି କୋଚେଙ୍କ ସହ CMଙ୍କର ସପୋର୍ଟ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ନଜର ରହିଛି । କାରଣ କେନ୍ଦ୍ର ହୋମ ଡିପାର୍ଟମେଣ୍ଟ ଯୋଉ ଅଫିସରରଙ୍କ ନାଁରେ ମୋହର ଲଗାଇବ ସେହି ବ୍ୟକ୍ତି ଓଡ଼ିଶାର ପରବର୍ତ୍ତୀ DGP ହେବେ । ତେବେ ସିନିୟରିଟି, ଦକ୍ଷତା ଏବଂ ଓଡ଼ିଆ ଅସ୍ମିତାରେ ସୁଧାଂଶୁ ଷଡ଼ଙ୍ଗୀ ଫିଟ୍ ହେଉଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲାର ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ରାଗ ଥିଲା ପରି ଲାଗୁଛି ।
ଢେଙ୍କାନାଉ ଉପରେ ମୁଖ୍ୟମନ୍ତ୍ରୀଙ୍କ ରାଗ

  • ପ୍ରଥମେ ଢେଙ୍କାନାଳର ମୂଳନିବାସୀ IAS ଅଫିସର ସତ୍ୟବ୍ରତ ସାହୁଙ୍କୁ ଚିଫ୍ ସେକ୍ରେଟାରୀ କରାଇ ଦେଲେ ନାହିଁ
  • ତା’ପରେ ଏଭଳି ପରିସ୍ଥିତି ସୃଷ୍ଟି କଲେ ଯେ ଢେଙ୍କାନାଳର ମୂଳନିବାସୀ ରିଟାୟାର୍ଡ ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା, OERC ଅଧ୍ୟକ୍ଷ ପଦରୁ ରିଜାଇନ୍ କରିଦେଲେ
  • ଆଉ ଏବେ ଢେଙ୍କାନାଳ ଜିଲ୍ଲାର ମୂଳନିବାସୀ ସୁଧାଂଶୁ ଷଡ଼ଙ୍ଗୀ DGP ଦୌଡ଼ରେ
     ଏସବୁ ସତ୍ତ୍ୱେ ସଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ଯଦି ସୁଧାଂଶୁଙ୍କୁ ଗୁରୁତ୍ୱ ଦେବ ତେବେ ଢେଙ୍କାନାଳର ସମ୍ମାନ ରକ୍ଷା ହେଲା ବୋଲି ବୁଝିବାକୁ ପଡ଼ିବ । କେବଳ ଏତିକି ନୁହେଁ  ଓଡ଼ିଆ IPS ଅଫିସର ମାନଙ୍କର ବନବାସ ଶେଷ ହେଲା ବୋଲି ମଧ୍ୟ ଧରି ନବାକୁ ପଡ଼ିବ।
    ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ଧାନର MSP ବଢ଼ିଲା : ଓଡ଼ିଶା ସରକାରଙ୍କ ୬୮୫ କୋଟି ବଞ୍ଚିବ

ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କାର ବୋନସ୍ ଦେବାର ପ୍ରତିଶ୍ରୁତିରେ ଖିଲାଫ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ MSP ଯେତିକି ବଢୁଛି ରାଜ୍ୟ ସରକାରଙ୍କ ବୋନସ୍ ସେତିକି କମୁଛି । ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କରିବାକୁ କଥା ଦେଇ କଥା ରଖି ପାରୁ ନାହାନ୍ତି ସରକାର ।
2024 ମେ’ 5ରେ ବିଜେପି ପକ୍ଷରୁ 60 ପେଜର ମୋଦୀଙ୍କ ଗ୍ୟାରେଣ୍ଟି-2024 ଘୋଷଣାପତ୍ର ପ୍ରକାଶ ପାଇଥିଲା । ସେହି ଘୋଷଣା ପତ୍ରର 21ଟି ସଂକଳ୍ପ ମଧ୍ୟରେ ଦ୍ୱିତୀୟରେ ଥିଲା-ଧାନ
ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ, ଏହି ନୀତି ଜରିଆରେ..

  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଧାର୍ଯ୍ୟ କରିବୁ
  • ମାନେ 2024 ମସିହାରେ ଧାନ କ୍ୱିଣ୍ଟାଲର ସର୍ବନିମ୍ନ ସହାୟକ(MSP) ଦର ଥିଲା-2300
  • ଓଡ଼ିଶାରେ ଯଦି ବିଜେପି ସରକାର ଆସିବ, ତାହେଲେ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ ରାଜ୍ୟ ସରକାର 800 ଟଙ୍କାର ବୋନସ୍ ପ୍ରଦାନ କରିବେ
  • 12 ଜୁନ 2024ରେ ଶପଥ ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନକୁ ମଞ୍ଜୁର ଦେଲେ ମୋହନ ସରକାର
  • 8 ଡିସେମ୍ବର 2024 ମସହିହାରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କଲେ
    କିନ୍ତୁ ଏହା ପରବର୍ତ୍ତି ବର୍ଷ ମାନେ 2025 ଖରିଫ ଧାନ କିଣା ହେଲା ବେଳକୁ ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ପରିବର୍ତ୍ତେ 731 ଟଙ୍କା ଦେଲେ
  • ଆସନ୍ତା ଖରିଫ ଧାନ ଯେତେବେଳେ 2026 ଡିସେମ୍ବର ମାସରେ କିଣାଯିବ, ସେତେବେଳ 800 ଟଙ୍କାର ବୋନସ୍ ବଦଳରେ ସରକାର 659 ଟଙ୍କା ଦେବେ ।
  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଦେବେ, 800 ଟଙ୍କାର ବୋନସ୍ ପ୍ରଦାନ ତାହା ସ୍ଥାୟୀ ରହିବ ନାହିଁ
  • ଅର୍ଥାତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଧାର୍ଯ୍ୟ MSP ଯେତେ ବଢ଼ିବ, ଓଡ଼ିଶାର ସରକାରଙ୍କ ବୋନସ୍ ରାଶି ସେତିକି କମିବ

ବର୍ଷ                 MSP      ବୋନସ୍         କ୍ୱିଣ୍ଟାଲ୍ ଦର

୨୦୨୪       ୨୩୦୦        ୮୦୦        ୩୧୦୦

୨୦୨୫       ୨୩୬୯        ୭୩୧        ୩୧୦୦

୨୦୨୬      ୨୪୪୧         ୬୫୯        ୩୧୦୦

  • ମେ 13 ତାରିଖରେ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ପାଇଛି
  • ଫଳରେ 2026 ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ଦର 2441 ଟଙ୍କା ହେବ
  • କିନ୍ତୁ ଓଡ଼ିଶା ସରକାର 2441 ଟଙ୍କା ସହ 800 ଟଙ୍କା ଦେବେ ନାହିଁ
  • ନିଜର ପ୍ରତିଶ୍ରୁତିକୁ ଭୁଲି 800 ଟଙ୍କା ବଦଳରେ 659 ଟଙ୍କା ପ୍ରଦାନ କରିବେ

                  କଥା ଦେଇ କଥା ରଖିଲେନି ମୋହନ ସରକାର

ବର୍ଷ                                           ବୋନସ୍                            

୨୦୨୪                                     ୮୦୦                          

୨୦୨୫                                      ୭୩୧                          

୨୦୨୬                                      ୬୫୯ 

 କଥା ଦେଇ କଥା ରଖୁନଥିବା ମୋହନ ସରକାର ଆସନ୍ତା ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ଦେବେ । କାରଣ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ହେବ । ଓଡ଼ିଶା ସରକାର ବର୍ଷକୁ ପ୍ରାୟ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଛନ୍ତି । ଯଦି ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ବୋନସ୍ ଦେବେ, ତେବେ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାରେ ଓଡ଼ିଶା ସରକାରଙ୍କ ବୋନସ୍ ପ୍ରଦାନ ରାଶି 684 କୋଟି ଟଙ୍କା ହ୍ରାସ ପାଇବ । ମୋହନ ମାଝୀଙ୍କ 685 କୋଟି ଟଙ୍କା ଆର୍ଥିକ ବୋଝକୁ କମାଇ ଦେଲେ ମୋଦୀ ସରକାର ।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ନିଷ୍ପତ୍ତି ବଦଳାଇବାରେ ମାହିର ଓଡ଼ିଶା ସରକାର

U-Turn ମାରିବାରେ ମାହିର ବିଜେପି ସରକାର । ସଠିକ ଆକଳନ ଅଭାବରୁ ନେଉଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡ଼ୁଛି । ଦୂରଦୃଷ୍ଟିର ଅଭାବ ସରକାରଙ୍କୁ ଅଡ଼ୁଆରେ ପକାଉଛି । ନେଇଥିବା ଅନେକ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ବଦଳାଉଥିବାରୁ ଲୋକ ସରକାରଙ୍କୁ U-Turn ସରକାର  କହିଲେଣି  ।

ବିଧାୟକଙ୍କ ଦରମା 211% ବୃଦ୍ଧି

  • ଡିସେମ୍ବର 10, 2025ରେ ଓଡ଼ିଶା ବିଧାନସଭାରେ ବିଧାୟକ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାସ୍ ହେଲା
  • ଓଡ଼ିଶାର ବିଧାୟକ ମାନଙ୍କ ଦରମା ଏକାଥରେ 211% ବୃଦ୍ଧି ପାଇଲା
  • ଫଳରେ ବିଧାୟକଙ୍କ ମାସିକ ଦରମା ₹11ଲକ୍ଷରୁ ବୃଦ୍ଧି ପାଇ ₹3.45 ଲକ୍ଷ ହେଲା
  • ମୁଖ୍ୟମନ୍ତ୍ରୀଙ୍କ ଦରମା ₹74 ଲକ୍ଷ ହେଲା
  • ମନ୍ତ୍ରୀମାନଙ୍କ ଦରମା ₹58 ଲକ୍ଷ ହେଲା
  • ବାଚସ୍ପତିଙ୍କ ଦରମା ₹68 ଲକ୍ଷ ହେବାକୁ ସ୍ଥିର ହେଲା
  • ସେହି ବର୍ଦ୍ଧିତ ଦରମା ଜୁନ୍ 2024ରୁ ପିଛିଲା ଭାବେ ଲାଗୁ କରିବାକୁ ସ୍ଥିର ହେଲା
  • ବିଧାୟକଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ₹25 ଲକ୍ଷର ସହାୟତା ରାଶି ପ୍ରଦାନ
  • ପୂର୍ବତନ ବିଧାୟକଙ୍କ ପେନସନ ₹30,000ରୁ ₹80,000କୁ ବୃଦ୍ଧି କରାଗଲା
  • ପ୍ରତି 5 ବର୍ଷରେ ଦରମା, ଭତ୍ତା ଏବଂ ପେନସନ୍ ବୃଦ୍ଧି ପାଇଁ ବ୍ୟବସ୍ଥା କରାଗଲା
    ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ମାନଙ୍କ ଦରମା ପାଉଥିବା ଲିଷ୍ଟରେ 25 ତମ ସ୍ଥାନରେ ଥିବା ଓଡ଼ିଶା, ଏକାଥରେ 1 ନମ୍ବରକୁ ଆସିଗଲା
  • ଝାଡ଼ଖଣ୍ଡର ବିଧାୟକମାନେ ସର୍ବାଧିକ ଦରମା ପାଉଥିଲେ 2.88 ଲକ୍ଷ
  • ଓଡ଼ିଶାର ବିଧାୟକ ମାନଙ୍କ ଦରମା 2017ରେ ବୃଦ୍ଧି କରାଯାଇଥିଲା
  • ବଢ଼ିବା ଆବଶ୍ୟକ
  • ଜନଅସନ୍ତୋଷ, କେନ୍ଦ୍ର ନେତୃତ୍ୱଙ୍କ ଦ୍ୱାରା ତାଗିଦ୍ ପରେ ମାର୍ଚ୍ଚ 31 ରେ ଏ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିଛନ୍ତି ।

    ସୁଭଦ୍ରା

  • 2024 ମସିହା ମେ 5 ତାରିଖରେ ଓଡ଼ିଶା ବିଜେପି ପକ୍ଷରୁ 60 ପେଜର ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି-2024 ଘୋଷଣା ପତ୍ର ପ୍ରକାଶିତ ହେଲା
  • 21 ସଂକଳ୍ପ ଥିଲା, ଯାହର ତୃତୀୟରେ ଥିଲା- ସୁଭଦ୍ରା
  • ଆମେ ସୁଭଦ୍ରା ଯୋଜନା ଆରମ୍ଭ କରିବୁ। ଯେଉଁଥିରେ ପ୍ରତ୍ୟେକ ମହିଳା 50,000 ଟଙ୍କାର ନଗଦ ଭାଉଚର ପାଇବେ । ଯାହା 2ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ପାରିବ।

ବାସ୍ତବତା

  • ମୋଦୀଙ୍କ ଜନ୍ମଦିନରେ ସେପ୍ଟମ୍ବର 17 ତାରିଖ 2024ରେ ସୁଭଦ୍ରା ଆରମ୍ଭ ହେଲା
  • ସରକାର ଗଠନର 98ଦିନରେ ଆରମ୍ଭ କରିଦେଲୁ, ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିଲେ
  • କିନ୍ତୁ 2 ବର୍ଷ ପରିବର୍ତ୍ତେ 5 ବର୍ଷରେ 50000 ଟଙ୍କା ମିଳିବ
  • ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ପ୍ରଥମ U-Turn ଆରମ୍ଭ ହେଲା
  • ଓଡ଼ିଶାରେ ଏବେ 1,02,12,665 ହିତାଧିକାରୀଙ୍କୁ ମିଳୁଛି ସୁଭଦ୍ରା ଟଙ୍କ।
  • ବର୍ଷକୁ 10ହଜାର 212କୋଟି 66ଲକ୍ଷ 50ହଜାର ଟଙ୍କା ଖର୍ଚ୍ଚ-ମାନେ 5ବର୍ଷରେ 51,100 କୋଟି
    ଯଦି ଓଡ଼ିଶାର ଜନସଂଖ୍ୟକୁ ଆକଳନ କରିବା ତେବେ 21ରୁ 60 ବର୍ଷ ମଧ୍ୟରେ ଥିବା ମହିଳାଙ୍କ ସଂଖ୍ୟା ପ୍ରାୟ 1 କୋଟି 32 ଲକ୍ଷ ହେବ
  • ସେହି ସଂଖ୍ୟାର 77 % ମହିଳାଙ୍କୁ ମିଳୁଛି ସୁଭଦ୍ରା ଟଙ୍କା
  • 77% ମହିଳାଙ୍କ ଭିତରେ କଣ କେହି ଧନୀ ଶ୍ରେଣୀର ନୁହଁନ୍ତି?
  • ଓଡ଼ିଶାର 77% ମହିଳା ଏବଂ ସେମାନଙ୍କର ପରିବାର କଣ ଆର୍ଥିକ ଅନଗ୍ରସର?

 ଲଡ଼କି ବହେନ’ ଯୋଜନାରେ ମହାରାଷ୍ଟ୍ର ସରକାର ବର୍ଷକୁ ଦେଉଛନ୍ତି 18 ହଜାର ଟଙ୍କା

  • ‘ଲଡ଼କି ବହେନ’ ସ୍କିମରୁ 90ଲକ୍ଷ ହିତାଧିକାରୀଙ୍କୁ ବାଦ୍ ପଡ଼ିଲେ
  • ଓଡ଼ିଶାରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବାର ଆବଶ୍ୟକତା ରହିଛି

ଧାନ

2024ର 21 ସଂକଳ୍ପ ମଧ୍ୟରେ ଦ୍ୱିତୀୟରେ ଥିଲା-ଧାନ
ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ, ଏହି ନୀତି ଜରିଆରେ..

  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଧାର୍ଯ୍ୟ କରିବୁ
  • ଡିବିଟି ଜରିଆରେ 48 ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରାଯିବ
  • ବର୍ତ୍ତମାନର କଟଣି-ଛଟଣି ବ୍ୟବସ୍ଥାକୁ ସମାପ୍ତ କରି ସମସ୍ତ ମଣ୍ଡିରେ ଇଲେକ୍ଟୋନିକ୍ ଓଜନ ମାପ ଯନ୍ତ୍ର ମାଧ୍ୟମରେ ଧାନ କିଣିବୁ ।

ବାସ୍ତବତା

  • ଗତ ଜାନୁଆରୀ ମାସରେ ବାଲେଶ୍ୱର ଏକ ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ସରକାର 3100 ଟଙ୍କା ଦରରେ ଜଣେ ଚାଷୀଙ୍କ ଠାରୁ ସର୍ବାଧିକ 150 କ୍ୱିଣ୍ଟାଲ ଧାନ କିଣିବେ
  • 150 କ୍ୱିଣ୍ଟାଲରୁ ଅଧିକ ଧାନ କିଣିବେ ନାହିଁ।

ପରେ ପୁଣି ନିଷ୍ପତ୍ତି ବଦଳାଇ, 150 କ୍ୱିଣ୍ଟାଲ୍ ନୁହେଁ, ଚାଷୀର ସମସ୍ତ ଧାନ କିଣିବେ

  • ଜଳସେଚିତ ଜମି(Irrigated Land): ଏକର ପିଛା ସର୍ବାଧିକ 19 କ୍ୱିଣ୍ଟାଲ ଧାନ(8)
  • ଅଣଜଳସେଚିତ ଜମି: ଏକର ପିଛା ସର୍ବାଧିକ 13କ୍ୱିଣ୍ଟାଲ ଧାନ(11.5)
  • ପେନସନ୍
  • 2024 ମସିହା ମେ 5 ତାରିଖରେ ଓଡ଼ିଶା ବିଜେପିର ଘୋଷଣା ପତ୍ରର 18ତମ ସଂକଳ୍ପ ଥିଲା- ଆମେ “ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ 3000 ଟଙ୍କାର ମାସିକ ପେନସନ୍ ପ୍ରଦାନ କରିବୁ।

80% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ଏବଂ 80ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ 3500 ଟଙ୍କାର ପେନସନ୍ ଦେବୁ ।

  • ଭତ୍ତା-1000, 1200, 3500
  • କିନ୍ତୁ ଜାନୁଆରୀ 2025ରୁ 80% ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ 80ବର୍ଷର ଉର୍ଦ୍ଧ୍ୱ ବୟସ୍କ 4,85,105 ବ୍ୟକ୍ତିଙ୍କୁ 3500 ଟଙ୍କାର ପେନସନ୍ ମିଳିଲା।
  • ରାଜ୍ୟରେ ପେନସନ୍ ପାଉଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା 56,30,399 । ଯାହା ମଧ୍ୟରୁ 3500 ଟଙ୍କାର ପେନସନ୍ ମିଳିଲା, 4, 85,105 ବ୍ୟକ୍ତିଙ୍କୁ
  • ବିଜେପିର ସଂକଳ୍ପ ଅନୁଯାୟୀ ବଳକା 51,45,294 ବ୍ୟକ୍ତିଙ୍କୁ ମାସିକ ଭତ୍ତା 3000 ଟଙ୍କା ଦେଲେ ନାହିଁ ।
  • 51,45,294 ବ୍ୟକ୍ତିଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କର ଭୋଟ ବିଜେପି ନେଲା ବୋଲି ବିଚାର କରିବାକୁ ପଡ଼ିବ।

ଶିକ୍ଷକ ବଦଳି ନିଷ୍ପତ୍ତି

  • ୧୪ ମେ ୨୦୨୫ରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ନେଲେ MP ଏବଂ MLAମାନେ ବର୍ଷକୁ ଜିଲ୍ଲା ମଧ୍ୟରେ ୧୫ ଜଣ ସ୍କୁଲ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ।
  • ସୁପାରିଶ ପ୍ରକ୍ରିୟା: ବିଧାୟକ ଓ ଲୋକସଭା ସାଂସଦମାନେ ପ୍ରତିବର୍ଷ ମେ ୧୫ରୁ ଜୁନ୍ ୧୫ ମଧ୍ୟରେ ସେମାନଙ୍କର ଶିକ୍ଷକ ବଦଳି ତାଲିକା ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ।
  • ରାଜ୍ୟସଭା MPମାନେ ସେମାନଙ୍କ ସୁପାରିଶ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବେ।
  • ହାଇକୋର୍ଟଙ୍କ ହସ୍ତକ୍ଷେପ:୨୮ନଭେମ୍ବର ୨୦୨୫ରେ ହାଇକୋର୍ଟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ
  • ଜଷ୍ଟିସ୍ ଦୀକ୍ଷିତ କୃଷ୍ଣ ଶ୍ରୀପଦ କହିଲେ ଯେ, ଏପରି ଶିକ୍ଷକ ବଦଳି ନିଷ୍ପତ୍ତି ଦ୍ୱାରା ରାଜନୈତିକ ଦଳ ଏବଂ ଶିକ୍ଷକ ସମାଜ ମଧ୍ୟରେ ଏକ ଅସାଧୁ ମେଣ୍ଟ (Nexus) ସୃଷ୍ଟି ହେବାର ଭୟ ରହିଛି।
  • ଚେତାବନୀ: ଏହି ଧରଣର ରାଜନୈତିକ ପ୍ରଭାବ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଆଦୌ ଶୁଭଙ୍କର ନୁହେଁ ।

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଯେଉଁ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ । ବିଜୁ ବାବୁ ଆମେରିକାର ଗୁପ୍ତଚର ସଂସ୍ଥା CIA ସହ ସଂପର୍କରେ ଥିଲେ ।କେବଳ ନିଶିକାନ୍ତ ଦୁବେ କାହିଁକି ଓଡ଼ିଶା ସରକାର ମଧ୍ୟ ୨୦୨୪ ମସିହା ଅଗଷ୍ଟ ମାସରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନିତ କରିଥିଲେ ।

ବିଜେପି ସରକାର ରାଜ୍ୟ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରିଥିଲେ।

  • ଓଡ଼ିଶା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ନାଁ ଥିଲା “ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ”
  • ଯାହାକୁ ବଦଳାଇ କେବଳ “ରାଜ୍ୟ କ୍ରୀଡ଼ା ସମ୍ମାନ” (State Sports Award) କରିବାକୁ ନିଷ୍ପତ୍ତି ନେଇଥିଲେ ମୋହନ ମାଝୀଙ୍କ ସରକାର

ଏହି ନିଷ୍ପତ୍ତି ପରେ ବିଜେଡି ଏବଂ ବିଜୁ ପ୍ରେମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ:

  1. ବିରୋଧୀଙ୍କ ମତରେ ବିଜୁ ପଟ୍ଟନାୟକ କେବଳ ଜଣେ ନେତା ନୁହନ୍ତି, ସେ ଓଡ଼ିଶାର ଜଣେ ପ୍ରବାଦ ପୁରୁଷ ଏବଂ କ୍ରୀଡ଼ାପ୍ରେମୀ ଥିଲେ। ତାଙ୍କ ନାଁ ହଟାଇବା ତାଙ୍କ ସ୍ମୃତି ପ୍ରତି ଅସମ୍ମାନ।
  2. ବିରୋଧୀ ଦଳ ଏହାକୁ “ରାଜନୈତିକ ଆକ୍ରୋଶ” ବୋଲି ଦର୍ଶାଇଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ପୂର୍ବ ସରକାରଙ୍କ ପ୍ରତୀକ ଗୁଡ଼ିକୁ ପୋଛି ଦେବା ପାଇଁ ଏହା ଏକ ପ୍ରୟାସ।

ବିବାଦ ବଢ଼ିବା ପରେ ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ, ସରକାର  ନିଷ୍ପତ୍ତି ବଦଳାଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଥିଲେ ଯେ ବିଜୁ ବାବୁଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ଏବଂ ରାଜ୍ୟ କ୍ରୀଡ଼ା ପୁରସ୍କାରରେ ବିଜୁ ପଟ୍ଟନାୟକଙ୍କ ନାମ ପୂର୍ବପରି ବଜାୟ ରଖାଯିବ। ଏହିଭଳି ଭାବରେ ବାରମ୍ବାର ନିଜର ନିଷ୍ପତ୍ତି ପରିବର୍ତ୍ତନ କରି ସରକାର U-Turn କରିଛନ୍ତି ।