Posts tagged Supreme Court

ଦିଲ୍ଲୀପଙ୍କୁ ସୁହାଇବ କ୍ରସ୍ ଭୋଟିଂ !

ମାର୍ଚ୍ଚ 16ରେ ରାଜ୍ୟସଭାର 4ଟି ଆସନ ପାଇଁ ଓଡ଼ିଶା ବିଧାନସଭାରେ ହେବ ମତଦାନ ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପାଇଁ କ୍ରସ୍ ଭୋଟିଂ ହେବ ବୋଲି ଚର୍ଚ୍ଚା ହେଉଛି ତେବେ ଜାଣନ୍ତି କି କ୍ରସ୍ ଭୋଟିଂକୁ ନେଇ କଣ ରହିଛି ସୁପ୍ରିମକୋର୍ଟଙ୍କ ରାୟରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ’ କଲେ କଣ ହେବ ପରିଣତି ? କାଏମ୍ ରହିବ ତ ବିଧାୟକ ପଦ ?
୨୦୦୬ରେ କୁଲଦୀପ ନାୟାର ବନାମ ଭାରତ ସରକାରଙ୍କ ମାମଲାରେ ଚିଫଜଷ୍ଟିସ୍ ଅଫ୍ ଇଣ୍ଡିଆ ୱାଇ.କେ.ସବରୱାଲଙ୍କ ନେତୃତ୍ୱରେ 5 ଜଣିଆ ସାମ୍ୱିଧାନିକ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେରାଜ୍ୟସଭା ନିର୍ବାଚନରେ ବିଧାୟକ ମାନଙ୍କ ଭୋଟ୍ ଦେବା କ୍ଷେତ୍ରରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୁଏ ନାହିଁଯାହାକି କ୍ରସ୍ ଭୋଟିଂ ପାଇଁ ଗ୍ରୀନ୍ ସିଗନାଲ୍। ଫଳରେ ଓଡ଼ିଶାରେ ବିଧାୟକମାନେ କ୍ରସ୍ ଭୋଟିଂ କଲେ ମଧ୍ୟ ସେମାନେ ଅଯୋଗ୍ୟ ଘୋଷିତ ହେବେ ନାହିଁ ।

ଏହି ପରମ୍ପରା ଆରମ୍ଭ ହୋଇଥିଲା 2003 ମସିହାରେ…
୧୯୫୧ର Representation of the People Actକୁ ୨୦୦୩ରେ ସଂଶୋଧିତ କରାଯାଇଥିଲାସିକ୍ରେଟ୍ ବାଲଟ୍ ପରିବର୍ତ୍ତେ ପ୍ରଚଳନ ହେଲା ଓପନ୍ ବାଲଟ୍Conduct of Election Rulesଅନୁଯାୟୀ, ବିଧାୟକମାନେ ଭୋଟ୍ ଦେବା ପରେ ନିଜର ବାଲଟ୍ ପେପର୍‌କୁ ଦଳର ଏଜେଣ୍ଟଙ୍କୁ ଦେଖାଇବାକୁ ବାଧ୍ୟ। ନଚେତ୍ ଭୋଟ୍ ଇନଭାଲିଡ୍ ହେବତେବେ ବିଧାୟକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସମ୍ବିଧାନର ଧାରା ୩୨ରେ ହାକୁ ଚ୍ୟାଲେଞ୍ଜ କରିଥିଲେ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର।

  • ୨୨ ଅଗଷ୍ଟ ୨୦୦୬ରେ ସୁପ୍ରିମକୋର୍ଟରେ ଚାଲିଲା ବିଚାର । ପ୍ରଶ୍ନ ହେଲା– “ଦଳର ଏଜେଣ୍ଟଙ୍କୁ ବିଧାୟକମାନେ ଭୋଟ୍ ଦେଖାଇବା ଦଶମ ଅନୁସୂଚୀ ଅଧୀନରେ ଅଯୋଗ୍ୟତା ସୃଷ୍ଟି କିମ୍ବା ଧାରା ୧୯୪ର ବିଶେଷାଧିକାରକୁ କ୍ଷୁର୍ଣ୍ଣ କରେ କି?”
  • କିନ୍ତୁ ସୁପ୍ରିମକୋର୍ଟ କହିଲେ—ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବା ଦଳର ହ୍ୱିପ୍ ବିରୋଧରେ ଭୋଟ୍ ଦେଲେ ବିଧାୟକ ପଦ Disqualification ହେବ ନାହିଁ।
  • ସୁପ୍ରିମକୋର୍ଟ ସ୍ପଷ୍ଟ କଲେ ବିଧାନସଭାରେ ନିଜ ଦଳର ନିର୍ଦ୍ଦେଶ ଅବମାନନା କଲେ ବିଧାୟକମାନେ ଅଯୋଗ୍ୟ ହୁଅନ୍ତି।
  • ରାଜ୍ୟସଭା ନିର୍ବାଚନ, ବିଧାନସଭା କାର୍ଯ୍ୟାନୁଷ୍ଠାନର ଅଂଶ ନୁହେଁ ତେଣୁ ଏଥିରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୋଇପାରିବ ନାହିଁ ।
  • ଯେହେତୁ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ବିଧାନସଭାର ମତଦାନ ନୁହେଁ, ତେଣୁ ଦଶମ ଅନୁସୂଚୀର ବ୍ୟବସ୍ଥା ଲାଗୁ ହେବ ନାହିଁ ।
  • ଜଣେ ବିଧାୟକ ନିର୍ଦ୍ଧିଷ୍ଟ ଶୈଳୀରେ ଭୋଟ୍ ଦେଲେ ସେଥିପାଇଁ ବିଧାନସଭାର ସଦସ୍ୟତା ହରାଇବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଲେ ।
    ତେବେ କ୍ରସ୍ ଭୋଟିଂ ପାଇଁ MLAଙ୍କୁ ଦଳରୁ ସସପେଣ୍ଡ କରାଯାଇ ପାରିବ, କିନ୍ତୁ ବିଧାୟକ ପଦ ରଦ୍ଦ ହେବନାହିଁ କାର୍ଯ୍ୟକାଳ ସରିବା ଯାଏଁ ବିଧାୟକ ପଦ କାଏମ୍ ରହିବ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କ୍ରସ୍ ଭୋଟିଂ କଲେ ବି ରଦ୍ଦ ହେବ ନାହିଁ ବିଧାୟକ ପଦ

ଅମାନିଆ OAS ସଙ୍ଘ, ସୁପ୍ରିମକୋର୍ଟଙ୍କ ରାୟକୁ ଅସମ୍ମାନ କରି ଧର୍ମଘଟ

  • ସୁପ୍ରିମକୋର୍ଟକୁ ମାନୁ ନାହାନ୍ତି ଓଡ଼ିଶାର Oas ସଙ୍ଘ
  • ସୁପ୍ରିମକୋର୍ଟର 22 ବର୍ଷ ପୂର୍ବର ନିଷ୍ପତ୍ତିକୁ ଫୁ କରି ଉଡ଼େଇଦେଲେ Oas ସଙ୍ଘ
  • 2003 ଅଗଷ୍ଟ 6 ର ରାୟକୁ ବେଖାତିର କରୁଛନ୍ତି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।
  • ସରକାରୀ କର୍ମଚାରୀ ଧର୍ମଘଟ କରିବାର ଅଧିକାର ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ଓଡ଼ିଶାର ଅଫିସର

ଟି.କେ.ରଙ୍ଗରାଜନ ବନାମ ତାମିଲନାଡ଼ୁ ସରକାର ମାମଲାର ବିଚାର କରି ଜଷ୍ଟିସ୍ ଏମ ବି ଶାହ ଏବଂ ଏ ଆର ଲକ୍ଷ୍ମଣ ଗୁରୁତ୍ତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସମ୍ବିଧାନ ବ୍ୟାଖ୍ୟା କରି ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ରେଡ ସିଗନାଲ ଦେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ତ୍ୱପୁର୍ଣ୍ଣ ନ୍ୟାୟରେ କହିଥିଲେ ଯେ ଭାରତର ସମସ୍ତ କର୍ମଚାରୀଙ୍କ ପରି ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କର, ଧର୍ମଘଟ କରିବାର ମୌଳିକ କିମ୍ବା ଆଇନଗତ ଅଧିକାର ନାହିଁ । ସରକାରୀ କର୍ମଚାରୀ ମାନେ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଧର୍ମଘଟ କରି ପାରିବେ ନାହିଁଧର୍ମଘଟ ସାର୍ବଜନୀନ ସେବାରେ ବାଧା ସୃଷ୍ଟି କରେ ଯାହାକି  ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସହିତ ଅସଙ୍ଗତ ।

ମାତ୍ର ସୁପ୍ରିମକୋର୍ଟର ଏ ନିଷ୍ପତ୍ତି ବିରୁଦ୍ଧରେ ଯାଇଛନ୍ତି  ରାଜ୍ୟର oas ଏବଂ ors ଅଫିସର । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତିକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଫିସରେ BMCର ଅତିରିକ୍ତ କମିଶନର ରତିକାନ୍ତ ସାହୁଙ୍କୁ ମାଡ଼ ମାରିବା  ଘଟଣାକୁ ନେଇ ତେଜୁଛି ରାଜନୀତି। ସମୁହ ଛୁଟିରେ ଅଛନ୍ତି ପ୍ରଶାସନିକ ଅଧିକାରୀ । ବ୍ଲକ ଏବଂ ତହସିଲ ଅଫିସ ଛାଡ଼ି ଛୁଟିରେ ସରକାରୀ ବାବୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ୟୁରାନ୍ସ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅନୁରୋଧ ପରେ ବି କାର୍ଯ୍ୟରେ ଯୋଗ ଦେବା ନାଁ ଧରୁ ନାହାନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା  ପରିଚାଳନା ସାଙ୍ଗକୁ ସମ୍ଭାବ୍ୟ ବର୍ଷା ବାତ୍ୟାର ମୁକାବିଲା ପାଇଁ ରେଡି ହେବା ପରିବର୍ତ୍ତେ ଛୁଟି ମୁହାଁ ସରକାରୀ ଅଫିସର । ଆକ୍ରମଣକାରୀଙ୍କୁ ପୋଲିସ୍ ଆରେଷ୍ଟ କଲା ପରେ ବି ୟାଙ୍କ ହୁକୁମ୍ ସରୁନି । ଯଦିଓ BMCର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ BJP ମଧ୍ୟ ଆକ୍ସନ ନେଇଛି  ।      
                                     ମାମଲାରେ ସମ୍ପୃକ୍ତ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ୱାଇଁ, ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପାର୍ଟି ପ୍ରେସିଡେଣ୍ଟ ମନମୋହନ ସାମଲ  ସସ୍ପେଣ୍ଡ ମଧ୍ୟ କରି ସାରିଛନ୍ତି । ତଥାପି ବାବୁଙ୍କ ମନ ବୁଝୁନି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡି ବସିଛି ସଙ୍ଘ । ଯିଏ କି ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ହିଁ ନଥିଲେ । ଏପରିକି ଏ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ  ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ ବୋଲି ଚେତାବନୀ ବି ଦେଇଛନ୍ତି । ଆଉ ଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ବିଜୁ ଜନତା ଦଳର ସରକାରରେ ପାୱାରଫୁଲ ହେଇଥିବା କିଛି ଅଫିସର। ପାୱାର ପ୍ରାକ୍ଟିସରେ ଏମାନେ ଏତେ ବିହ୍ୱଳ ଯେ ନା ସରକାରଙ୍କ କଥା ଶୁଣୁଛନ୍ତି ନା ସୁପ୍ରିମକୋର୍ଟର ନିର୍ଦ୍ଦେଶ ମାନୁଛନ୍ତି ।
                    6 ଅଗଷ୍ଟ 2003ର ରାୟକୁ ଖୋଲାଖୋଲି ଅମାନ୍ୟ କରୁଛନ୍ତି  ଓଏସ୍ ସଙ୍ଘତେବେ ଅଭିଯୁକ୍ତ ଗିରଫ ହେଇ ସାରିଲା ପରେ ବି ପଲିଟିକାଲ ଇଣ୍ଟେନସନ୍ ରଖି କାମବନ୍ଦ କରିବା ଓ ଶେଷରେ ଆଇନର ବିରୁଦ୍ଧରେ ଯାଇ ଛୁଟିରେ ରହିବା ଠିକ୍ ଉପାୟ ତ? ନା ବିଜୁ ଜନତା ଦଳର ପଲିଟିକାଲ ପ୍ରଫିଟ୍ ପାଇଁ ସୁପ୍ରିକୋର୍ଟକୁ ବି  ଏ ବାବୁ ମାନଙ୍କ ଚ୍ୟାଲେଞ୍ଜ?

ସୁପ୍ରିମକୋର୍ଟର ବିଚାରପତିଙ୍କ ସମ୍ପତ୍ତି ବିବରଣୀ, ସମସ୍ତେ ଜାଣିବେ

  • ସୁପ୍ରିମକୋର୍ଟର ସମସ୍ତ ୩୩ ଜଣ କାର୍ଯ୍ୟରତ ବିଚାରପତି ସର୍ବୋଚ୍ଚ କୋର୍ଟର ୱେବସାଇଟରେ ପ୍ରକାଶ କରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ରାଜି ହୋଇଛନ୍ତି
  • ଏପ୍ରିଲ ପହିଲାରେ ଅନୁଷ୍ଠିତ ଏକ ପୂର୍ଣ୍ଣ କୋର୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ଏବଂ ଏହା ଭବିଷ୍ୟତ ବିଚାରପତି ମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।
  • ନ୍ୟାୟପାଳିକାର କାର୍ଯ୍ୟଧାରାର ଅସ୍ପଷ୍ଟତାକୁ ନେଇ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବିଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ପରେ ବିଚାରପତିଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଥିଲା

ୱେବସାଇଟରେ ସମ୍ପତ୍ତିର ପ୍ରକାଶନ ପୂର୍ବରୁ ବାଧ୍ୟତା ମୂଳକ ନଥିଲା
୨୦୦୯ରେ ହିଁ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ନ୍ୟାୟଳୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ-ଯାହା ଜନସାଧାରଣ ଏବଂ କୋର୍ଟ ଭିତରୁ ପ୍ରବଳ ଚାପ ପରେ ଆସିଥିଲା। ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ଦେଶର ସର୍ବୋଚ୍ଚ କୋର୍ଟର ୱେବସାଇଟରେ ବିଚାରପତି ମାନଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

  • ତଥାପି, ଏହି ସଂକଳ୍ପ ନିଜେ ୧୨ ବର୍ଷ ପୂର୍ବେ ୧୯୯୭ ରେ ନିଆଯାଇଥିବା ଅନ୍ୟ ଏକ ପୂର୍ଣ୍ଣ ନ୍ୟାଯଳୟର ସଂକଳ୍ପ ଅନୁଯାୟୀ ଥିଲା, ଯାହା ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ ଭାରତର ପ୍ରଧାନ ବିଚାରପତିଙ୍କୁ ସେମାନଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା।
  • ୧୯୯୭ର ସଂକଳ୍ପ ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବା ବାଧ୍ୟତା ମୂଳକ ଥିବାବେଳେ,୨୦୦୯ର ସଂକଳ୍ପ ସତ୍ତ୍ୱେ କୋର୍ଟ ୱେବସାଇଟରେ ସମ୍ପତ୍ତି ପ୍ରକାଶନ ଏପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଥିଲା।