IPS ଅଫିସରଙ୍କ କ୍ୟାରୀୟର ବର୍ବାଦ କରିଦେବ ଜେଲରଙ୍କ FIR !

ସିନୟର IPS ଅଫିସର ସୁଶାନ୍ତ ନାଥଙ୍କ ନାଁରେ ଆସିଛି ଯୌନ ଉତ୍ପୀଡନ ଦେଉଥିବାର ସଂଗୀନ ଅଭିଯୋଗ ହୋଇଛି । ନଭେମ୍ୱର 3 ତାରିଖରେ ସଂସଦର ଷ୍ଟାଣ୍ଡିଂ କମିଟି ଆଗରେ ହାଜରେ ହେବେ ସୁଶାନ୍ତ ନାଥ। ଏଭଳି ଅଭିଯୋଗ ଆସିବା ପରେ ଓଡ଼ିଶା ସରକାର ସୁଶାନ୍ତ ନାଥଙ୍କୁ ଜେଲ ଡିଜିରୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି । ତେବେ ନାଥ ବାବୁଙ୍କ ନାଁରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି, ତାଙ୍କର ପୂର୍ବତନ ସହକର୍ମୀ। ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ଲିଖିତ ଅଭିଯୋଗ ପରେ ନାଥ ବାବୁଙ୍କ ବିରୁଦ୍ଧରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ନାଥ ବାବୁଙ୍କ ବିରୁଦ୍ଧରେ ଆସିଛି ଯୌନ ନିର୍ଯାତନା, ପଦର ଅପବ୍ୟବହାର, ଅପରାଧିକ ଧମକ ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ସଂଗୀନ ଅଭିଯୋଗ । ୨୦୨୫ ମସିହା ଜୁଲାଇ୧୮ତାରିଖରେ ସୁଶାନ୍ତ ନାଥ, ନିଜ ବନ୍ଧୁ କୁଲଦୀପ ରଥଙ୍କ ଜରିଆରେ ସନ୍ତୋଷିନୀ ଦାଶଙ୍କୁ ହୋଟେଲକୁ ଡାକିଥିଲେ ।ସେହି ପ୍ରସ୍ତାବରେ ରାଜି ନହେବାରୁ ତାଙ୍କର ବାରମ୍ବାର ବଦଳି ସହ ସସପେଣ୍ଡ ଏବଂ ଦରମା ବନ୍ଦ ହେବାର ଅଭିଯୋଗ ଆଣିଛନ୍ତି ସନ୍ତୋଷିନୀ ଦାଶ।

ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା-BNSର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୋଲିସ କେସ୍ ଫାଇଲ୍ କରିଛି। ଅନ୍ୟପଟେ ଓଡ଼ିଶାର DGP ହେବା ରେସରେ ଅଛନ୍ତି ସୁଶାନ୍ତ ନାଥ ।ମାତ୍ର ଯୌନ ନିର୍ଯାତନାର ଅଭିଯୋଗ, ନାଥ ବାବୁଙ୍କ ପାଇଁ କାଳ ହେଲାଣି।ଓଡ଼ିଶା ସରକାରଙ୍କ ପକ୍ଷରୁ UPSC ନିକଟକୁ ପଠା ଯାଇଥିବା ୧୧ଜଣିଆ IPS ଅଧିକାରୀଙ୍କ ଲିଷ୍ଟରେ 3ଜଣଙ୍କ ମଧ୍ୟରେ ଥିଲେ ନାଥ ବାବୁକିନ୍ତୁ SI ନିଯୁକ୍ତି ଦୁର୍ନୀତି ମାମଲାରେ ସୁଶାନ୍ତ ନାଥଙ୍କୁ CBI ପଚରା ଉଚରା କରିବାର ସଙ୍କେତ ମିଳିବା ପରେ, ରାଜ୍ୟ ସରକାର ନାଥ ବାବୁଙ୍କର ‘ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‘ ପ୍ରତ୍ୟାହାର କରିଥିଲେ।ଯାହା ଫଳରେ ତାଙ୍କ ନାଁ DGP ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲା ।ସେହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ।ତେବେ ଡିଜିପି ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ, ଚୌଦ୍ୱାର ଜେଲର ପୂର୍ବତନ ମହିଳା ଜେଲରଙ୍କ FIR ସୁଶାନ୍ତ ନାଥଙ୍କ କ୍ୟାରିୟର ବର୍ବାଦ କରିଦେଇ ପାରେ। ଯୌନ ନିର୍ଯାତନା ଅଭିଯୋଗ ଆଧାରରେ ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି କଲେଣି ।ସେପଟେ ସଂସଦରେ ଷ୍ଟାଣ୍ଡିଂ କମିଟି ।ଏମିତି ହେବନି ତ ସରକାର ବାହଦୂର 1993 ବ୍ୟାଚର IPS ସୁଶାନ୍ତ ନାଥଙ୍କୁ ଚାକିରିରୁ ନିଲମ୍ବିତ କରିଦେବେ । ଆଉ ଦିନେ ଯେଉଁ ଜେଲ ବିଭାଗ ସମ୍ଭାଳୁଥିଲେ ନାଥ ବାବୁ, ସେହି ଜେଲକୁ ତାଙ୍କୁ ଏକ ଅଭିଯୁକ୍ତ ଭାବରେ ପଠାଇ ଦେବେ।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *