ପଲ୍ୟୁସନ୍ ପଲିଟିକ୍ସ:କଂଗ୍ରେସ ନୀରବ

ପଲ୍ୟୁସନ୍ ଯାଞ୍ଚ ଆଳରେ ବକେୟା ଚାଲାଣ ଆଦାୟ କରିବାକୁ ଜାଲ ପକେଇଛନ୍ତି ବିଜେପି ସରକାର। ପୁରୁଣା ଫାଇନ ନ ଦେଲେ ପଲ୍ୟୁସନ ସାର୍ଟିଫିକେଟ ନ ଦେବାର ନିୟମ କରି ଜନତାଙ୍କୁ ହରଡାଘଣାରେ ପକାଇଛନ୍ତି ନୂଆ ସରକାର। ଟୋଲ ଗେଟରେ ବି ଫାସଟ୍ୟାଗ ଉପରେ ଚଲେଇଛନ୍ତି ଫାଇନ୍ ପଲିଟିକ୍ସ। ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ନ ମିଳିବା, ପୁରୁଣା ଫାଇନ୍ ନ ଦେଲେ ପଲ୍ୟୁସନ୍ ସାର୍ଟିଫିକେଟ ନ ଦେବାର ନିୟମ ଲାଗୁକୁ ନେଇ ଗର୍ଜିଛି ବିଜେଡି। ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଯୁବ ଓ ଛାତ୍ର ବିଜେଡି। ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ବି ଦିଆ ଯାଇଛି ଡାକରା। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଛନ୍ତି ବିଜେଡି ସମର୍ଥକ। ଆନ୍ଦୋଳନ ପରେ କଟକଣା କୋହଳ କରିବା ସହ ଏପ୍ରିଲ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ ପାଇଁ ଫାଇନ ନ କାଟିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ମାତ୍ର ଏଭଳି ଗୁରୁତ୍ତର ପ୍ରସଙ୍ଗକୁ ନେଇ କାହିଁକି ରାସ୍ତାକୁ ଓହ୍ଲାଉ ନାହିଁ କଂଗ୍ରେସ? ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଉଠାଇ ମାଇଲେଜ୍ ନେବାର ସୁଯୋଗ ଥିଲାବେଳେ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ? ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଶାସନରେ ନଥିବା କଂଗ୍ରେସ ଶାସନକୁ ଫେରିବାକୁ ଚାହୁଁଥିଲା ବେଳେ କାହିଁକି ବ୍ୟବହାର କରି ପାରୁନି ପ୍ରପର ଷ୍ଟ୍ରାଟେଜି? ବିଜେଡି ଭଳି ଅଧିକ ସିଟ ଥିଲେ ବିଧାନସଭା ଚଲାଇ ନ ଦେବାର ଚେତାବନୀ ଦେଉଥିବା ପିସିସି ସଭାପତି ଏତେ ବଡ଼ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁ ନାହାନ୍ତି କାହିଁକି? ଆଗକୁ ପଞ୍ଚାୟତ ନିର୍ବାଚନ ଥିଲାବେଳେ ଭୋଟରଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଭୋଟ ବ୍ୟାଙ୍କ ବଢେଇବାର ସୁଯୋଗ ଥିଲା ବେଳେ କାହିଁକି ହାତ ଛଡ଼ା କରୁଛି କଂଗ୍ରେସ। ଦଳୀୟ ବିବାଦ ଆଳରେ ଜନତାଙ୍କଠୁ ମୁହଁ ଫେରାଉ ନାହାନ୍ତି ତ କଂଗ୍ରେସ ନେତା? ଯଦି ଏ କଥା ସତ ହୁଏ , ତେବେ ଭୋଟରଙ୍କ ଆସ୍ଥା ଜିତିବା ହୁଏତ ସହଜ ହୋଇ ନପାରେ?

Visited 10 times, 1 visit(s) today
Share this post

Leave A Comment

Your email address will not be published. Required fields are marked *