Posts tagged BJP

BJP ପାଇଁ କମିଲା ABVP ଭୋଟ୍

ନବୀନ ପଟ୍ଟନାୟକଙ୍କ ପରି ଭୟ ନକରି କଲେଜ ଏବଂ ୟୁନିଭରସିଟି ଛାତ୍ରସଂସଦ ନିର୍ବାଚନ କରାଇବାକୁ ସାହସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 8 ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଲା। ସରକାରୀ ଦଳର ସମର୍ଥନ ପାଇ ଅଖିଳ ଭାରତୀୟ ପରିଷଦ-ABVP ଆଗରେ ରହିଲା, କିନ୍ତୁ ବିଜୁ ଜନତା ଦଳର ଛାତ୍ର ୟୁନିଟ୍ ଦେଲା କଡ଼ା ଟକ୍କର । ଉତ୍କଳ ୟୁନିଭରସିଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର ମା’ ମାଣିକେଶ୍ୱରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ୟୁନିଭରସିଟି ପରି 6ଟି ବିଶ୍ୱବିଦ୍ୟାଳୟରେ ABVPର ଦବଦବା ରହିଛି । କିନ୍ତୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ଖଲ୍ଲିକୋଟ ୟୁନିଭରସିଟିରେ ଦଳୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ବାଲେଶ୍ୱରର ଫକୀର ମୋହନ ୟୁନିଭରସିଟି, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଲ ୟୁନିଭରସିଟି ଏବଂ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଜେପି ସମର୍ଥିତ ABVPର ସଭାପତି ପ୍ରାର୍ଥୀଙ୍କୁ ଝଟକା ଲାଗିଛି।

ରାଜ୍ୟର 17ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଚିଟିଂ ଷ୍ଠାଫଙ୍କ ଘୋର ଅଭାବ ଛାତ୍ରସଂସଦ ନିର୍ବାଚନକୁ ଯଥେଷ୍ଟ ପ୍ରଭାବିତ କରିଛି । ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ 2086 ଜଣ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଶିକ୍ଷାଦାନ କରିବା କଥା । କିନ୍ତୁ ଏବେ ପାଠ ପଢ଼ାଉଛନ୍ତି ମାତ୍ର 636 ଜଣ ଶିକ୍ଷକ। ଅର୍ଥାତ 1450ଟି ଟିଚିଂ ଷ୍ଟାଫ୍ ପଦ ଖାଲି ପଡିଛି । ଶିକ୍ଷାଦାନରେ ଅବ୍ୟବସ୍ଥା, ଛାତ୍ରସଂସଦ ନିର୍ବାଚନକୁ ପ୍ରଭାବିତ କଲା। ଯାହା ଫଳରେ ବିଶ୍ୱବିଦ୍ୟାଳୟ ଗୁଡିକରେ ବିଜେପି ସମର୍ଥିତ ABVP ପ୍ରାର୍ଥୀଙ୍କୁ ଅଡୁଆ ହେଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକରେ ବାଜି ମାରିଛି ଛାତ୍ର ବିଜେଡି। ଭଦ୍ରକ ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ପ୍ରେସିଡେଣ୍ଟ,ସେକ୍ରେଟାରୀ ସମେତ ଅନ୍ୟ ପୋଷ୍ଟ ହାତେଇଛି ବିଜେଡି । ତେବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୁର୍ଯ୍ୟବଂଶିଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ଅଞ୍ଚଳରେ ଥିବା କଲେଜ ଗୁଡିକରେ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ନିମାପଡ଼ା କଲେଜରେ ହାରିଛନ୍ତି। ବିଜେପି ନେତା ସମୀର ଦାଶଙ୍କ ଗୋଟି ଚାଳନାରେ ଫେଲ୍ ମାରିଛନ୍ତି ଡେପୁଟି ସିଏମ୍। ସେହିଭଳି ବାଚସ୍ପତି ସୁରମା ପାଢୀ ଏବଂ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଶ ପଣ୍ଡାଙ୍କ ନୟାଗଡ଼ ଜିଲ୍ଲାରେ ବି ସମାନ ଅବସ୍ଥା । ବିଜେପି ପାୱାରରେ ଥାଇବି ପଛରେ ପଡ଼ିଲା ABVP। ବୈଜୟନ୍ତ ପଣ୍ଡାଙ୍କ ଗଡ଼ କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଭିକ୍ଟ୍ରି ହାତେଇଛି ବିସିଜେଡି। ବିଜେପିର ନ୍ୟାସନାଲ ସ୍ପୋକ୍ ପର୍ସନ୍ ସମ୍ବିତ ପାତ୍ରଙ୍କର ସଂସଦୀୟ କ୍ଷେତ୍ର ପୁରୀ ୱୋମେନ୍ସ କଲେଜରେ ବିସିଜେଡି ୱିନ୍ କରିଥିଲା ବେଳେ ଏସିସିଏସ୍ କଲେଜରେ ଷ୍ଟୁଡେଣ୍ଟସଙ୍କ ଭରସା ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ରରେ ତ ସାଙ୍ଘାତିକ ଅବସ୍ଥା । ବାଲେଶ୍ୱରର 17 କଲେଜରୁ ABVPକୁ ମାତ୍ର 5 ପ୍ରେସିଡେଣ୍ଟ ସିଟ୍ ମିଳିଥିଲା ବେଳେ ବିସିଜେଡିକୁ ମିଳିଛି 10 ସିଟ୍। ଯୋଉ କଣ୍ଟାବାଞ୍ଜି ନବୀନ ପଟ୍ଟନାୟକଙ୍କୁ ଅସ୍ୱୀକାର କରିଥିଲା, ସେହି କଣ୍ଟାବାଞ୍ଜି ଭୋକେସନାଲ କଲେଜରେ ଛାତ୍ରଛାତ୍ରୀଙ୍କ ଭରସା ଜିତିଛି ବିସିଜେଡି। ତେବେ ଅସଲ କଥା ହେଲା ବିଭିନ୍ନ ୟୁନିଭରସିଟିରେ ଟିଟିଂ ଷ୍ଟାଫ ସର୍ଟେଜ ରହିବା ଏବଂ ବିଜେପିର 28 ମାସର ସରକାରରେ ସନ୍ତୋଷ ଜନକ ପୋଷ୍ଟିଂ ନହେବା ଏବିଭିପିକୁ କାଳ ବୋଲି ଚର୍ଚ୍ଚା।

ପୁରୀରେ କାହା ପଲ୍ଲା ଭାରି? ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଉଛନ୍ତି କି ମୋହନ

ପୁରୀ ପଲିଟିକ୍ସକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି କୋଲ୍ଡ ୱାର । ପୂର୍ବତନ ବିଧାୟକ ମାନଙ୍କୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବଳ କଷୁଥିଲା ବେଳେ CMଙ୍କ କ୍ୟାମ୍ପରେ ଅଛନ୍ତି ଷ୍ଟାଣ୍ଡିଂ MLA । ତେବେ ପ୍ରଶ୍ନ, କାହା କଣ୍ଟ୍ରୋଲରେ ପୁରୀ? ଅକ୍ଟୋବର 11 ତାରିଖ ରାତିରେ ପୁରୀରେ ଡେରା ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । 12 ତାରିଖ ସକାଳୁ ସେବା ସଙ୍କଳ୍ପ ଅଭିଯାନ ମାଧ୍ୟମରେ ପୁରୀ ବଡ଼ଦାଣ୍ଡ ଓ ଡିଷ୍ଟିକ୍ଟ ହେଡକ୍ୱାର୍ଡର ହସ୍ପିଟାଲର ସଫେଇ କଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ସାମିଲ ହେଲେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସଂଧ୍ୟାରେ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମେନ୍ଦ୍ର, ସେହି ପ୍ରୋଗ୍ରାମରେ ଉପସ୍ଥିତ ରହିଲେ ଧର୍ମେନ୍ଦ୍ରଙ୍କ ଦୃଢ଼ ସମର୍ଥକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଧର୍ମେନ୍ଦ୍ରଙ୍କୁ ମୋହନଙ୍କ କାଉଣ୍ଟର
ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପ୍ରୋଗ୍ରାମ କଲେ ସେପଟେ ପୁରୀକୁ ମହାନଗର ନିଗମ ମାନ୍ୟତା ଦେଇ କ୍ରେଡିଟ୍ ନେଉଥିବା ମୁଖ୍ୟମନ୍ତ୍ରୀ, ଆକ୍ସନ୍ ମୁଡକୁ ଆସିଗଲେ। ଠିକ୍ ସେହିଦିନ, ମାନେ ଅକ୍ଟୋବର 12 ତାରିଖରେ ଲୋକସେବା ଭବନରେ ପୁରୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

  • ଧର୍ମେନ୍ଦ୍ରଙ୍କ ପୁରୀର ପ୍ରୋଗ୍ରାମକୁ ଭୁବନେଶ୍ୱରରୁ କଲେ କାଉଣ୍ଟର
  • ପଲିଟିକାଲି ନୁହେଁ ବରଂ ପ୍ରଶାସନିକ ଶୈଳୀରେ ଧର୍ମେନ୍ଦ୍ରଙ୍କୁ ମିଳିଲା କାଉଣ୍ଟର
  • ଧର୍ମେନ୍ଦ୍ରଙ୍କ ସଫେଇ ଓ ସେବାୟତଙ୍କ କାର୍ଯ୍ୟକ୍ରମରେ ଥିଲେ ପଲିଟିକାଲ୍ ଲିଡର
  • ମାତ୍ର ମୋହନଙ୍କ ମିଟିଂରେ ରହିଲେ ଅଫିସର
  • ଚିଫ୍ ସେକ୍ରେଟାରୀ, ଡେଭଲପମେଣ୍ଟ କମିଶନର, CMOର ଶାସ୍ୱତ ମିଶ୍ରଙ୍କ ସହ ପୁରୀ କଲେକ୍ଟର ଏବଂ SPଙ୍କୁ ନେଇ ମିଟିଂ କଲେ ମୋହନ ମାଝୀ

 

କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ବିଦା ହେଲା ପରେ ବଦଳିଛି ପୁରୀ ଜିଲ୍ଲାର ପଲିଟିକାଲ୍ ଇକ୍ୟୁଏସନ୍ । ଧର୍ମେନ୍ଦ୍ରଙ୍କୁ କରଛଡ଼ା ଦେଉଛନ୍ତି ନେତା। ପ୍ରଧାନଙ୍କ କ୍ୟାମ୍ପର ଟାଣୁଆ ନେତା ଏବେ ମୁଖ୍ୟମନ୍ତ୍ରୀଙ୍କ ଟିମରେ । ପୁରୀ ଜିଲ୍ଲାରେ ଥିବା 6ଟି ବିଧାନସଭା ଆସନରୁ 4ଟି ଆସନରେ ବିଜେପି ବାଜିମାତ୍ କରିଥିଲା । ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯଦିଓ ପ୍ରାଇମେରୀ ଷ୍ଟେଜରେ ଧର୍ମେନ୍ଦ୍ରଙ୍କ ସହ ଥିଲେ, କିନ୍ତୁ ମନ୍ତ୍ରୀପଦ ଆଶାରେ ସେମାନେ ଏବେ ସିଏମଙ୍କ କ୍ୟାମ୍ପରେ । ନିମାପଡ଼ା MLA ତଥା ଡେପୁଟି ସିଏମ୍ ପ୍ରଭାତୀ ପରିଡ଼ା ତ ମୂଳରୁ ମନମୋହନ ସାମଲଙ୍କ ଟିମର । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯଦିଓ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ, କିନ୍ତୁ ତାଙ୍କ ଝିଆରି ତଥା ସିଟିଂ MLA ଉପାସନା ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ । ଆଉ ପୁରୀ ସାଂସଦ ସମ୍ବିତ ପାତ୍ର ଆରମ୍ଭରୁ ଧର୍ମେନ୍ଦ୍ରଙ୍କ ବିରୋଧୀ ଏ ଦୃଷ୍ଟିରୁ ବିଚାର କଲେ ପୁରୀ ଜିଲ୍ଲା ବିଜେପିର 4 ଜଣ ଷ୍ଟାଣ୍ଡିଂ MLA ଏବଂ MP ଧର୍ମେନ୍ଦ୍ରଙ୍କ ସହ ନାହାନ୍ତି। ଏକ୍ସ MLAଙ୍କ ଭରସାରେ ପଲିଟିକାଲ୍ ଆଟେନସନ୍ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଟା କରୁଥିଲା ବେଳେ ତାଙ୍କ ମିଟିଂକୁ ଫୁଜ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ।  କିନ୍ତୁ ଆସନ୍ତା ଡିସେମ୍ବର ମାସରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୁରୀ ସହରର କାର୍ଯ୍ୟକ୍ରମ, ହୁଏତ ଓଡ଼ିଶା ରାଜନୀତିକୁ ହଲଚଲ୍ କରିପାରେ । ଯଦି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମେନ୍ଦ୍ର ନିଜର ପଲିଟିକାଲ୍ ମୁଭମେଣ୍ଟରେ ସଫଳ ହୁଅନ୍ତି, ତାହାଲେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ବିଜୁ ଜନତା ଦଳକୁ ମଧ୍ୟ ବହୁତ ବଡ଼ ଝଟକା ମିଳିପାରେ ପୁରୀରୁ !
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ

ଡବଲ ଇଞ୍ଜିନ ସରକାରରେ ହାଇକୋର୍ଟକୁ ଡବଲ ଧୋକା

ଦେଶର 4ଟି ହାଇକୋର୍ଟ ପାଇଁ 14 ବିଚାରପତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସର୍ବାଧିକ 7 ଜଣ ବିଚାରପତି ନିଯୁକ୍ତି ପାଇବେ । କର୍ଣ୍ଣାଟକ ହାଇକୋର୍ଟରେ 3ଜଣ ଏବଂ ଛୋଟ ରାଜ୍ୟ ଝାଡ଼ଖଣ୍ଡ ହାଇକୋର୍ଟରେ 3ଜଣ ବିଚାରପତି ନିଯୁକ୍ତି ନିମନ୍ତେ ନୋଟିଫିକେସନ୍ ଜାରି ହୋଇଛି । ଆଉ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟ ପାଇଁ ଜଣେ ବିଚାରପତିଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଓଡ଼ିଶା ନିରାଶ ହୋଇଛି। ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସଙ୍କୁ ଆପଏଣ୍ଟ କରିଥିଲେ ଭାରତ ସରକାର । ସେଥିରେ ଓଡ଼ିଶାର ଭାଗ ପଡ଼ିନଥିଲା, ଏହାପରେ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ସୁପ୍ରିମକୋର୍ଟ କଲେଜିୟମର ସେହି ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ବୋଧହୁଏ ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିଚାର ପ୍ରକ୍ରିୟା ଗତିଶୀଳ ହେବାର ନାହିଁ । ନଚେତ କଂଗ୍ରେସ ଏବଂ ଇଣ୍ଡି ଆଲାଏନ୍ସ ଥିବା କର୍ଣ୍ଣାଟକ, ଝାଡଖଣ୍ଡ ଏବଂ ଜମ୍ମୁ-କାଶୀରରେ ବିଚାରପତି ନିଯୁକ୍ତି ହେବେ। ଅଥଚ ଓଡ଼ିଶାରେ ବିଜେପିର ସରକାର ଥାଇ ମଧ୍ୟ ଓଡ଼ିଶା ହାଇକୋର୍ଟରେ ଏବେ 19ଟି ବିଚାରପତି ପଦ ଖାଲି ପଡିଛି।

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ ।ବିଚାରପତିଙ୍କ ସଂଖ୍ୟା 13କୁ କମିଆସିବ।ଭାରତ ସରକାରଙ୍କର ଆଞ୍ଚଳିକ ବୈଷମ୍ୟବାଦର ଶିକାର ହେଉନାହିଁ ତ ଓଡ଼ିଶା ହାଇକୋର୍ଟ?

ନୂଆ ଦାୟିତ୍ୱରେ ଓଡ଼ିଶା MP ଖୁସି ତ!

BJP ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । 20 ଜାନୁଆରୀ 2026ରେ ସେ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ।କିନ୍ତୁ ନିଜର ଟିମ୍ ଗଠନ କରିବା ପାଇଁ ପ୍ରାୟ 7 ମାସ ନେଇଗଲେ  । ସାଧାରଣତଃ ମାସେରୁ ଦେଢ ମାସ ଭିତରେ ଟିମ୍ ହୋଇଯିବା କଥା, କିନ୍ତୁ ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ କହୁଥିବା ବିଜେପିର ନୂଆ ଟିମ୍ ଘୋଷଣା ହେବାକୁ ପ୍ରାୟ 7 ମାସ ଲାଗିଗଲା । ନିତିନ ନବୀନ 45 ବର୍ଷର ଯୁବକ, 5 ଥରର ବିଧାୟକର ଏକ୍ସପିରିଏନ୍ସ ସାଙ୍ଗକୁ ବିଜେପିର ରାଷ୍ଟ୍ରୀୟ ସଭାପତି, ହେଲେ ବି ଟିମ୍ ଘୋଷଣାରେ ବିଳମ୍ବ ।

RSSର ସୁଦୃଢ଼ ପ୍ରଭାବ

ସଂଗଠନ ସଂପାଦକ- ବି.ଏଲ୍. ସନ୍ତୋଷ
ସହ ସଂଗଠନ ସଂପାଦକ– ସୌଦନ ସିଂ ଏବଂ ଶିବପ୍ରକାଶ
ଉପସଭାପତି- ରାମମାଧବ
ନିତିନ ନବୀନଙ୍କ ଟିମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦ ସଙ୍ଗଠନ ସମ୍ପାଦକ ବି.ଏଲ ସନ୍ତୋଷ ରହିଛନ୍ତି

  • ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଶିବ ପ୍ରକାଶ ଏବଂ ସୌଦାନ ସିଂହ ରହିଛନ୍ତି
  • ତେବେ କେନ୍ଦ୍ରୀୟ ଅର୍ଗାନାଇଜେସନକୁ ରାମମାଧବଙ୍କର ପ୍ରତ୍ୟାବର୍ତ୍ତନ ZEN–Zର ପ୍ରଭାବ ବୋଲି ଧରି ନେବାକୁ ପଡ଼ିବ
  • RSSର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମମାଧବ ଭାରତର ଯୁବବର୍ଗଙ୍କ ନିକଟରେ ଅଧିକ ଗ୍ରହଣୀୟ

 ନିତିନ ନବୀନଙ୍କର ନୁଆ ଟିମରେ 3 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି

  • ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜ ସିନ୍ଧିଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ଥାନ

ନୀତିନ ନବୀନଙ୍କ ଟିମରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସ୍ଥାନ ମିଳିଛି

  • ଚାଟାର୍ଡ ଆକାଉଣ୍ଟାଟ୍ ପିୟୁଷ ଗୋଏଲଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି
    ସେହିଭଳି BJP IT cell chief ପଦରୁ Amit Malviyaଙ୍କୁ ହଟାଯାଇଛି । ଦିପକ ମାହସକେଙ୍କୁ IT cellର ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି।

    ଓଡ଼ିଶା ଦୃଷ୍ଟିରୁ ବିଚାର କଲେ,  2 ଜଣ ଓଡ଼ିଆଙ୍କୁ ନିତିନ ନବୀନଙ୍କ ଟିମରେ ସ୍ଥାନ ମିଳିଛି

    • ସେମାନେ ହେଲେ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର
    • ପୂର୍ବଭଳି ଜୟ ପଣ୍ଡାଙ୍କୁ ଏଥର ମଧ୍ୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ମିଳିଛି
    • ସମ୍ବିତ ପାତ୍ରଙ୍କୁ ନର୍ଥ ଇଷ୍ଟ ସଂଯୋଜକର ଦାୟିତ୍ୱ ଦିଆଯାଇଛି

    ମନ୍ତ୍ରୀ ରେସରୁ ଜୟ-ସମ୍ବିତ ଆଉଟ୍ !

    •  ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର ଆଗକୁ କେନ୍ଦ୍ରମନ୍ତ୍ରୀ ହେବାର ଚାନ୍ସ ବହୁତ କମ୍
    • ଯେହେତୁ ଉଭୟ ବୈଜୟନ୍ତ ଓ ସମ୍ବିତ ଅର୍ଗାନାଇଜେସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଲେ ହୁଏତ ସେମାନଙ୍କୁ ଆଉ ମନ୍ତ୍ରିମଣ୍ଡଳରେ ନିଆଯାଇ ନପାରେ
    • ଏଣୁ ମନ୍ତ୍ରୀ ରେସରୁ କଟି ପାରନ୍ତି ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର
      ଷ୍ଟୋରୀ ଲେକିଛନ୍ତି- ବିଜୟ କେତନ ବରାଳ

ଭିକ ମାଗୁଛନ୍ତି ଭତ୍ତା ହିତାଧିକାରୀ !

ବୟସ ପାଖାପାଖି ୭୦। ନା ଆଖିକୁ ଭଲରେ ଦିଶୁଛି ନା ଚଲାବୁଲା କରିବା ପାଇଁ ସାମର୍ଥ୍ୟ ଅଛି । ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେଇ ବୟସରେ ଭିକ ମାଗୁଛନ୍ତି ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତର ମୂଷାପାଲାର ଦୈତାରି ଭତ୍ରା ଓ ତାଙ୍କ ସ୍ତ୍ରୀ ବାଲ ଭତ୍ରା ବାଧ୍ୟ ହୋଇ ଭିକ ମାଗୁଛନ୍ତି । ଘରେ ରୋଜଗାର କରିବାକୁ କେହି ନାହାନ୍ତି । ୨ ପିଲା ମାନସିକ ରୋଗରେ ପୀଡ଼ିତ ହେଉଥିବାରୁ ପରିବାର ଭତ୍ତା ଉପରେ ନିର୍ଭରଶୀଳ । ତିନି ମାସ ହେବ ଭତ୍ତା ମିଳୁନି । ଖର୍ଚ୍ଚ କରିବା ତ ଦୂରର କଥା,ଖାଇବା ଗଣ୍ଡେ ଯୋଗାଡ଼ କରିବାକୁ ହାତ ପତେଇବାକୁ ପଡ଼ୁଛି। ଆଖିକୁ ଭଲ ନ ଦିଶିଲେ ବି ଜୀବନ ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ମୁଣ୍ଡଫଟା ଖରାରେ ଗାଁ ଗାଁ ବୁଲି ଜୀବନ ପାଇଁ କରୁଛନ୍ତି ସଙ୍ଘର୍ଷ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବେ କଣ ଓଲଟା ଭିକାରୀ ସଜେଇ ସାରିଲେଣି ସରକାର । ସରକାରଙ୍କ ଅବହେଳା ପାଇଁ ଭିକ ମାଗିବା ହିଁ ପାଲଟିଛି ଶେଷ ଆଶା  । ଜୀବନ ପାଇଁ ଘରଘର ବୁଲି ଭିକ ମାଗିବା ସହ ମୂଷାପାଲାରୁ ଲକ୍ଷ୍ମୀ ବସରେ ମୈଦଲପୁର ଆସି ଯାତ୍ରୀଙ୍କୁ ଭିକ ମାଗିବାକୁ ପଡ଼ୁଛି ।

ସଙ୍କଳ୍ପ ନାଁ ରେ ଧୋକ୍କା
ନିର୍ବାଚନ ପୂର୍ବରୁ ବିଜେପି ସଙ୍କଳ୍ପପତ୍ରରେ ଭତ୍ତା ହିତାଧିକାରୀଙ୍କୁ ମିଛ ସ୍ୱପ୍ନ ଦେଖାଇଥିଲା । ୨୦୨୪ ମସିହା ମେ ୫ ତାରିଖରେ
BJPର ଘୋଷଣା ପତ୍ରର ୧୮ତମ ସଂକଳ୍ପ ଥିଲା- ଆମେ “ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟ ମାନଙ୍କୁ ୩୦୦୦ ଟଙ୍କାର ମାସିକ ପେନସନ୍ ପ୍ରଦାନ କରିବୁ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବୁ । କିନ୍ତୁ ଜାନୁଆରୀ ୨୦୨୫ରୁ ୮୦ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଛାଡ଼ିଦେଲେ କାହାରିକୁ ବି ୩୦୦୦ ଟଙ୍କାର ଭତ୍ତା ଦେଇନାହାନ୍ତି ସରକାର । ୩୦୦୦ ତ ଦୂରର କଥା ମାସିକ ୧୦୦୦ ଟଙ୍କାର ଭତ୍ତା ହିତାଧିକାରୀଙ୍କୁ ବି ଠିକ୍ ସମୟରେ ଭତ୍ତା ମିଳୁନି ।

୫୧,୪୫,୨୯୪ ଲୋକଙ୍କୁ ଠକିଦେଲେ
ନିଜ ସଂକଳ୍ପତ୍ରରେ ବୃଦ୍ଧ, ବୟସ୍କ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ବୃଦ୍ଧିର ଲିଖିତ ପ୍ରତିଶ୍ରୁତି ଦେଇଥିଲା ବିଜେପି । ରାଜ୍ୟରେ ପେନସନ୍ ପାଉଥ‌ିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୫୬,୩୦,୩୯୯  । ଏମାନଙ୍କ ମଧ୍ୟରୁ ୪,୮୫,୧୦୫ ଜଣ ହିତାଧିକାରୀ ୩୫୦୦ ଟଙ୍କାର ପେନସନ୍ ପାଉଛନ୍ତି । ବଳକା ୫୧,୪୫,୨୯୪ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୩୦୦୦ ଟଙ୍କା ମିଳୁ ନାହିଁ । ମିଛ ପ୍ରଲୋଭନ ଦେଖାଇ  ଭୋଟ୍ ନେଲାପରେ ୫୧,୪୫,୨୯୪ ଭତ୍ତା ହିତାଧିକାରୀଙ୍କୁ ବିଜେପି ସରକାର ଠକିଦେଇଛି । ଆଉ ଏବେ ୩  ମାସ ହେଇଯିବ ରାଜ୍ୟବ୍ୟାପୀ ହିତାଧିକାରୀଙ୍କୁ ଭତ୍ତା ଦେଇ ନଥିବା ଅଭିଯୋଗ ଆସୁଛି । ରାଜ୍ୟର ଅଧିକାଂଶ ଭତ୍ତା ହିତାଧିକାରୀଙ୍କର ଭତ୍ତା ଟଙ୍କା ହିଁ ବଞ୍ଚିବାର ଏକମାତ୍ର ମାଧ୍ୟମ । ଟଙ୍କା ଦେବାର ଅନିୟମିତତା ହିତାଧିକାରୀଙ୍କୁ ସମସ୍ୟାରେ ପକାଉଛି ।ପରିସ୍ଥିତି ଏତେ ଶୋଚନୀୟ ଯେ ନବରଙ୍ଗପୁର ପରି ରାଜ୍ୟର ବିଭିନ୍ନ ହିତାଧିକାରୀ ଭିକ୍ଷାବୃତ୍ତି ଭରସାରେ ।