କାହା କଣ୍ଟ୍ରୋଲରେ ଅମିରଙ୍କ ସମ୍ପତ୍ତି?ଯିଏ ଚାହିଁଲେ କରିଦେବେ ଦେବାଳିଆ

ଅମିର ଖାଁ ଫିଲ୍ମ ଲାଇନରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ବଲିଉଡ୍‌ରେ ଏମିତି ଜଣେ ଲୋକ ଅଛନ୍ତି, ଯିଏ ଚାହିଁଲେ ଗୋଟିଏ ସେକେଣ୍ଡରେ ଅମିର ଖାଁଙ୍କୁ କାଙ୍ଗାଳ କରିପାରିବେ ।ଏ କଥା ଆଉ କେହି ନୁହେଁ ବରଂ ଅମିର ଖାଁ ନିଜେ ସମସ୍ତଙ୍କ ଆଗରେ ସ୍ୱୀକାର କରିଛନ୍ତି । ଗଣମାଧ୍ୟମରେ ସାକ୍ଷାତକାରରେ ନିଜ ଚାଟାର୍ଡ ଆକାଉଣ୍ଟାଣ୍ଟ ବିମଳ ପାରେଖଙ୍କୁ ନେଇ ଏମିତି କିଛି କହିଛନ୍ତି ଅମିର ଖାଁ ।

ବିମଳଙ୍କ କଣ୍ଟ୍ରୋଲରେ ଅମିରଙ୍କ ସମ୍ପତ୍ତି
ବଲିଉଡ୍‌ର ସବୁଠୁ ବଡ଼ ତାରକାମାନଙ୍କ ଧନ-ସମ୍ପତ୍ତି ପଛରେ ଥିବା ଅଜଣା ମାଷ୍ଟରମାଇଣ୍ଡ ହେଉଛନ୍ତି ବିମଲ ପାରେଖ ।  ବିମଲ ପାରେଖ ବଲିଉଡ୍‌ର ପ୍ରାୟ ପ୍ରତ୍ୟେକ A1 ଷ୍ଟାରଙ୍କ ସମ୍ପତ୍ତି ପରିଚାଳନା କରୁଛନ୍ତି। ଅମିର ଖାଁ ତାଙ୍କୁ “ମଦର ଫିଗର” ବୋଲି କହନ୍ତି,ଯିଏ ତାଙ୍କୁ ଆର୍ଥିକ ଭାବେ ସୁରକ୍ଷା ଦେବା ସହ ସମୟ ସମୟରେ ଟଙ୍କା କଥାରେ ଚାପ ମଧ୍ୟ ଦେଇଥାନ୍ତି। ୧୯୮୦ରୁ Chartered Accountant ବିମଳ ପାରେଖ ନିଜ ଚାକିରି ଛାଡ଼ି ଅମିରଙ୍କ ସମ୍ପତ୍ତି ପରିଚାଳନା କରୁଛନ୍ତି । ବଲିଉଡ୍‌ରେ ପ୍ରଫିଟ ସେୟାରିଙ୍ଗ ଡିଲ ଯେଉଁଠି ଫିଲ୍ମ ହିଟ୍ ହେଲେ ସମସ୍ତଙ୍କ ଲାଭ ସେହି ମଡେଲ୍‌ ପଛରେ ମଧ୍ୟ ବିମଲ ପାରେଖଙ୍କ ବଡ଼ ଭୂମିକା ରହିଛି। Dangal ଭଳି ଫିଲ୍ମ ଏହାର ଶ୍ରେଷ୍ଠ ଉଦାହରଣ। ବଲିଉଡ୍‌ର ବିଜନେସ୍ ମଡେଲରେ ରିଭୋଲ୍ୟୁସନ୍ ଆଣି ବମଳ ଅମିରଙ୍କୁ ବେଶ୍ ପ୍ରଫିଟ୍ ଦେଇଛନ୍ତି । ଯେହେତୁ ଅମିରଙ୍କର କେତେ ଟଙ୍କା କେଉଁଠି ଇନଭେଷ୍ଟ ହୋଇଛି ସେ ସବୁ ତଥ୍ୟ ଓ ଆଇଡ଼ିଆ ବିମଲ ପାରେଖଙ୍କର ତେଣୁ ସେ ଚାହିଁଲେ ଅମିରଙ୍କୁ କାଙ୍ଗାଳ କରିଦେଇ ପାରନ୍ତି ବୋଲି କହିଛନ୍ତି ଅମିର ଖାଁ ।

Visited 16 times, 1 visit(s) today
Share this post

Leave A Comment

Your email address will not be published. Required fields are marked *