ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ନିର୍ଦ୍ଦେଶ, ବଢିବନି ବିଧାୟକଙ୍କ ଦରମା!

ଓଡ଼ିଶା ରାଜନୀତିରେ ପୁନର୍ବିଚାର ନାଟକ। ବିଧାୟକଙ୍କ ବର୍ଦ୍ଧିତ ଦରମାର ପୁନର୍ବିଚାର ପ୍ରସଙ୍ଗ ଯେତିକି ହାସ୍ୟାସ୍ପଦ ସେତିକି ରୋମାଞ୍ଚକର । ଡିସେମ୍ବର 18 ତାରିଖରେ ଦରମା ବୃଦ୍ଧିକୁ ପୁନର୍ବିଚାର କରିବାକୁ ବିଜେପି ବିଧାୟକ ମାନଙ୍କ ନିବେଦନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ସୂଚନା ମିଳୁଛି ଏସବୁ ଅମିତ ଶାହଙ୍କ ଟ୍ୟୁସନ ଇଫେକ୍ଟ । ଯାହାକୁ ବାଧ୍ୟ ହୋଇ ବିଜେପି ବିଧାୟକ ପୁନର୍ବିଚାରର ନାଟକ କରୁଛନ୍ତି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମୋହନ ମାଝୀଙ୍କୁ ତାଗିଦ୍ କରିଥିବାରୁ ଦରମା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ହେବା ନେଇ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ଆଲୋଚନା ହେଉଛି ।

ଶୁଣିବାକୁ ମିଳୁଛି ଫାଷ୍ଟ ଟାଇମ୍ ସିଏମ୍ ମୋହନ ମାଝୀଙ୍କ ଭେରି ଫାଷ୍ଟ ଡିସିସନକୁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ବିରୋଧ କରିଛନ୍ତି । ଗୋଟାଏ ଦିନରେ 3 ଗୁଣା ଦରମା ବୃଦ୍ଧିକୁ ବିରୋଧ କରିବା ସହ ମୋହନଙ୍କୁ କଡ଼ା ଟ୍ୟୁସନ୍ ବି କରିଛନ୍ତି । ଶାହ ଜାଣନ୍ତି ଏମିତି ହେଲେ ବୋଧହୁଏ ପଦ୍ମ ଫୁଟିବା ଶେଷ ହେଇଯିବ ।ମୋହନ ମାଝୀ ସିନା ଫାଷ୍ଟ ଟାଇମ୍ ସିଏମ୍ କିନ୍ତୁ ଶାହ ତ ରାଜନୀତିର ନାଡ଼ି ଚିପିବାରେ ମାହିର । ଆଉ ଏମିତିରେ ବି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ ନ କରିବାର ଚିଠି ଦେଇ ମାଇଲେଜ୍ ନେଇ ସାରିଛନ୍ତି । ଯଦିଓ ପାର୍ଟି ମେମ୍ବରଙ୍କୁ ବିରୋଧ କରିବାକୁ ନ କହି ସମାଲୋଚିତ ମଧ୍ୟ ।

ଗୋଟାଏ ପଟେ ନବୀନଙ୍କ ଲୋକପ୍ରିୟତା ଆଉ ଗୋଟାଏ ପଟେ ହାଇଲାଇଟ ହେବା ପାଇଁ ମୋହନ ମାଝୀଙ୍କ ବିକଳ ମାନସିକତା ସବୁ କିଛିକୁ ପରଖି ଶାହ କଡ଼ା ଟ୍ୟୁସନ୍ ବି କରିଛନ୍ତି। ଖୋଦ୍ ସେଇଥିପାଇଁ ହାଇଦ୍ରାବାଦରେ ହେବାକୁ ଥିବା ଇନଭେଷ୍ଟର ମିଟିଂ କ୍ୟାନସେଲ କରି ମୋହନମାଝୀ ତରବରିଆ ଭାବରେ ପାର୍ଟି ଅଫିସରେ ଏ ପୁନର୍ବିଚାର ସ୍କ୍ରିପ୍ଟରେ ରୋଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନିଷ୍ପତ୍ତି ଏତେ ତରବରିଆ ଭାବରେ ହେଇଛି ଯେ ସମସ୍ତ ନେତା ଉପସ୍ଥିତ ହୋଇ ପାରି ନାହାନ୍ତି । ଏମିତିକି ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଅନୁପସ୍ଥିତ । ଦରମା ଦେବାରେ ନମ୍ବର ୱାନ ହବାକୁ ଯୋଉ ସ୍ୱପ୍ନ ମୋହନମାଝୀ ଦେଖିଥିଲେ ତାକୁ ଶାହ ପସନ୍ଦ କରି ନାହାନ୍ତି ।ଲକ୍ଷେ 11 ହଜାରରୁ  3 ଲକ୍ଷ 45 ହଜାର ଦରମା ବୃଦ୍ଧି ବିଜେପି ପାିଁ କାଳ ହୋଇ ଥାଆନ୍ତା । ଯାହାକୁ ଆକଳନ କରି ନିଷ୍ପତ୍ତିରେ ବ୍ରେକ୍ ଲଗାଇଛନ୍ତି ଅମିତ ଶାହ ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *