Posts tagged Amit Shah

ନିଜ ଲୋକଙ୍କୁ ମନ୍ତ୍ରୀ କରିବାକୁ ମୋହନଙ୍କ ଇଚ୍ଛା !

ଜୁଲାଇ 2 ତାରିଖରେ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣି ଜୁଲାଇ 31 ତାରିଖରେ ନୂଆଦିଲ୍ଲୀରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେଲା । ଆଉ ଏବେ ଶୁଣା ଯାଉଛି ରାଷ୍ଟ୍ରପତିଙ୍କ 3 ଦିନିଆ ଓଡ଼ିଶା ଗସ୍ତ ସରିବା ପରେ ପୁଣି ଅଗଷ୍ଟ 6 ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରୁଛି। 29 ଦିନ ମଧ୍ୟରେ ଦୁଇ ଥର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ  ଭେଟିଛନ୍ତି ମୋହନ ମାଝୀ । ବିଜେପି ଏକ ଜାତୀୟ ଦଳ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାରେ କିଛି ଅସୁବିଧା ନାହିଁ । ମାତ୍ର ଲଗାତର ଗସ୍ତ ପଲିଟିକାଲ ଚର୍ଚ୍ଚାକୁ ସରଗରମ କରୁଛି । ଜୁଲାଇ 2 ତାରିଖରେ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ । ଯେଉଁ ବୈଠକରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସରକାରୀ ସ୍କୁଲର ବହିରେ ବ୍ୟାପକ ତ୍ରୁଟିକୁ ନେଇ ଭୀଷଣ ବିରକ୍ତ ହୋଇଥିଲେ ଅମିତ ଶାହ । ଜୁଲାଇ 2 ତାରିଖରେ ଅମିତ ଶାହଙ୍କ ସହ ହୋଇଥିବା CMଙ୍କ ମିଟିଂର ଫଟୋ ବାହାରକୁ ଆସିଲା ନାହିଁ । ସେହି ବୈଠକର ଫଟୋ ନ ଉଠାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କର ଅଫିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିଲା । ଏପରିକି ଓଡ଼ିଶାର BJP ନେତୃବର୍ଗଙ୍କୁ କୁହାଯାଇଥିଲା ଯେ ଶାହଙ୍କୁ ଭେଟିବା ସମୟରେ ଫୁଲତୋଡ଼ା ଉପହାର ଦେବେ ନାହିଁ । କିନ୍ତୁ ଜୁଲାଇ 31 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ଡ଼କରା ନଥିଲା ! ମୋହନ ମାଝୀ ନିଜ ଆଡୁ ଯାଇଥିଲେ। ଅମିତ ଶାହଙ୍କୁ ଭେଟିବା ସହ ଫୁଲତୋଡ଼ା ଏବଂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଫଟୋଚିତ୍ର ଦେଉଥିବାର ଫଟୋ ଭାଇରାଲ ହୋଇଛି

ମନ୍ତ୍ରୀ ପଦ ଯିବା ପରେ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ 28 ତାରିଖରେ ଓଡ଼ିଶା ଆସିଥିଲେ । ଧର୍ମେନ୍ଦ୍ରଙ୍କର ପାଓ୍ୱାର ଶୋର 24 ଘଣ୍ଟା ପରେ ଅର୍ଥାତ ଜୁଲାଇ 29 ତାରିଖରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧର୍ମେନ୍ଦ୍ରଙ୍କୁ ରିସିଭ୍ କରିବାକୁ ଏୟାରପୋର୍ଟକୁ 21 ଜଣ ବିଧାୟକ ଏବଂ 5 ଜଣ ମନ୍ତ୍ରୀ ଯାଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କର ବାସଭବନ ଅନ୍ୟ 3 ଜଣ ବିଧାୟକ ଏବଂ 2 ଜଣ ମନ୍ତ୍ରୀ ଯାଇ ସାକ୍ଷାତ କଲେ । ଧର୍ମେନ୍ଦ୍ରଙ୍କ ପାୱାର ଶୋ ଦେଖି ମୋହନ ମାଝୀ ଚାଲ ଚଲୋଉଥଇବା ଚର୍ଚ୍ଚା ହେଉଛି । ଜୁଲାଇ 29 ତାରିଖରେ ଦିଲ୍ଲୀ ଯାଇ ନୀତି ଆୟୋଗର ଅଧିକାରୀଙ୍କୁ ଭେଟିଲେ, BJP ସାଂସଦ ମାନଙ୍କ ସହ ମିଟିଂ କଲେ ଏବଂ ମହାନଦୀର ଜଳ ବିବାଦର ସମାଧାନ କରିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ କିନ୍ତୁ 30 ତାରିଖ ସଂଧ୍ୟାରୁ ମୁଖ୍ୟମନ୍ତ୍ରୀ ନିଜ ମିଶନରେ ଲାଗି ପଡିଲେ  । ପ୍ରଧାନମନ୍ତ୍ରୀଙ୍କର ପ୍ରିନିସପାଲ୍ ସେକେଟ୍ରାରୀ ପି.କେ.ମିଶ୍ର ଏବଂ ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ । ତାର ପରଦିନ ଅର୍ଥାତ ଜୁଲାଇ 31 ତାରିଖରେ Railway Minister ଅଶ୍ୱିନୀ ବୈଷ୍ଣବଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସିରିୟସ୍ ବୈଠକ ଚାଲିଲା । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସହ ମଧ୍ୟ ମିଟିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋହନଙ୍କୁ ମିଳୁନି ଶାହଙ୍କ ଗ୍ରୀନ୍ ସିଗନାଲ
ଓଡ଼ିଶାର ମନ୍ତ୍ରିମଣ୍ଡଳ ରିସଫଲ୍ କରିବା ପାଇଁ ଏକ ଲିଷ୍ଟ ଧରି ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଅମିତ ଶାହ ମାତ୍ର 5ରୁ 7ମିନିଟ୍ ସମୟ ଦେଇ ଏ ଆଲୋଚନାରେ ଆଗ୍ରହ ଦେଇ ନଥିବା ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳ Reshuffle ସଂପର୍କରେ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ମିଳିନି । ବରଂ BJPର ଅର୍ଗନାଇଜିଂ ସେକ୍ରେଟାରୀ B.L.ସନ୍ତୋଷଙ୍କୁ ଭେଟିବା ପାଇଁ ଶାହଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଗଲା  । ଫଳରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ନିଜ ଲୋକଙ୍କୁ ମିନ୍ତ୍ରୀ କରାଇ ଓଡ଼ିଶା ସରକାର ଉପରେ ଫୁଲ୍ କମାଣ୍ଡ ରଖିବାର ସ୍ୱପ୍ନ ଦେଖୁଥିବା ମୋହନ ମାଝୀଙ୍କର ଏଜେଣ୍ଡାକୁ ଝଟକା ଲାଗିଛି । ଅଗଷ୍ଟ 6ତାରିଖରେ ପୁଣି ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସଂପର୍କରେ ଆଲୋଚନା କରିପାରନ୍ତି । କାରଣ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ନମିଳିବା ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଅସମ୍ଭବ ! ଅନ୍ୟପଟେ ବିଜେପିର ରାଜ୍ୟ ନେତା ଏବଂ କର୍ମକର୍ତ୍ତା ବିଭିନ୍ନ କର୍ପୋରେସନରେ ଅଧ୍ୟକ୍ଷ ନିଯୁକ୍ତି କରିବାରେ ବିଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାୟୀ କରୁଛନ୍ତି । ତେବେ ବିଜେପିର ଇଣ୍ଟରନାଲ୍ ଫାଇଟିଂ ଓଡ଼ିଶାର ବିକାଶକୁ କେବଳ ଅଟକାଉ ନାହିଁ ଅଫିସର ରାଜକୁ ସଂପୂର୍ଣ୍ଣ ବାଟ ଖୋଲି ଦେଇଛି ।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ

 

ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ନିର୍ଦ୍ଦେଶ, ବଢିବନି ବିଧାୟକଙ୍କ ଦରମା!

ଓଡ଼ିଶା ରାଜନୀତିରେ ପୁନର୍ବିଚାର ନାଟକ। ବିଧାୟକଙ୍କ ବର୍ଦ୍ଧିତ ଦରମାର ପୁନର୍ବିଚାର ପ୍ରସଙ୍ଗ ଯେତିକି ହାସ୍ୟାସ୍ପଦ ସେତିକି ରୋମାଞ୍ଚକର । ଡିସେମ୍ବର 18 ତାରିଖରେ ଦରମା ବୃଦ୍ଧିକୁ ପୁନର୍ବିଚାର କରିବାକୁ ବିଜେପି ବିଧାୟକ ମାନଙ୍କ ନିବେଦନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ସୂଚନା ମିଳୁଛି ଏସବୁ ଅମିତ ଶାହଙ୍କ ଟ୍ୟୁସନ ଇଫେକ୍ଟ । ଯାହାକୁ ବାଧ୍ୟ ହୋଇ ବିଜେପି ବିଧାୟକ ପୁନର୍ବିଚାରର ନାଟକ କରୁଛନ୍ତି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମୋହନ ମାଝୀଙ୍କୁ ତାଗିଦ୍ କରିଥିବାରୁ ଦରମା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ହେବା ନେଇ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ଆଲୋଚନା ହେଉଛି ।

ଶୁଣିବାକୁ ମିଳୁଛି ଫାଷ୍ଟ ଟାଇମ୍ ସିଏମ୍ ମୋହନ ମାଝୀଙ୍କ ଭେରି ଫାଷ୍ଟ ଡିସିସନକୁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ବିରୋଧ କରିଛନ୍ତି । ଗୋଟାଏ ଦିନରେ 3 ଗୁଣା ଦରମା ବୃଦ୍ଧିକୁ ବିରୋଧ କରିବା ସହ ମୋହନଙ୍କୁ କଡ଼ା ଟ୍ୟୁସନ୍ ବି କରିଛନ୍ତି । ଶାହ ଜାଣନ୍ତି ଏମିତି ହେଲେ ବୋଧହୁଏ ପଦ୍ମ ଫୁଟିବା ଶେଷ ହେଇଯିବ ।ମୋହନ ମାଝୀ ସିନା ଫାଷ୍ଟ ଟାଇମ୍ ସିଏମ୍ କିନ୍ତୁ ଶାହ ତ ରାଜନୀତିର ନାଡ଼ି ଚିପିବାରେ ମାହିର । ଆଉ ଏମିତିରେ ବି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ ନ କରିବାର ଚିଠି ଦେଇ ମାଇଲେଜ୍ ନେଇ ସାରିଛନ୍ତି । ଯଦିଓ ପାର୍ଟି ମେମ୍ବରଙ୍କୁ ବିରୋଧ କରିବାକୁ ନ କହି ସମାଲୋଚିତ ମଧ୍ୟ ।

ଗୋଟାଏ ପଟେ ନବୀନଙ୍କ ଲୋକପ୍ରିୟତା ଆଉ ଗୋଟାଏ ପଟେ ହାଇଲାଇଟ ହେବା ପାଇଁ ମୋହନ ମାଝୀଙ୍କ ବିକଳ ମାନସିକତା ସବୁ କିଛିକୁ ପରଖି ଶାହ କଡ଼ା ଟ୍ୟୁସନ୍ ବି କରିଛନ୍ତି। ଖୋଦ୍ ସେଇଥିପାଇଁ ହାଇଦ୍ରାବାଦରେ ହେବାକୁ ଥିବା ଇନଭେଷ୍ଟର ମିଟିଂ କ୍ୟାନସେଲ କରି ମୋହନମାଝୀ ତରବରିଆ ଭାବରେ ପାର୍ଟି ଅଫିସରେ ଏ ପୁନର୍ବିଚାର ସ୍କ୍ରିପ୍ଟରେ ରୋଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନିଷ୍ପତ୍ତି ଏତେ ତରବରିଆ ଭାବରେ ହେଇଛି ଯେ ସମସ୍ତ ନେତା ଉପସ୍ଥିତ ହୋଇ ପାରି ନାହାନ୍ତି । ଏମିତିକି ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଅନୁପସ୍ଥିତ । ଦରମା ଦେବାରେ ନମ୍ବର ୱାନ ହବାକୁ ଯୋଉ ସ୍ୱପ୍ନ ମୋହନମାଝୀ ଦେଖିଥିଲେ ତାକୁ ଶାହ ପସନ୍ଦ କରି ନାହାନ୍ତି ।ଲକ୍ଷେ 11 ହଜାରରୁ  3 ଲକ୍ଷ 45 ହଜାର ଦରମା ବୃଦ୍ଧି ବିଜେପି ପାିଁ କାଳ ହୋଇ ଥାଆନ୍ତା । ଯାହାକୁ ଆକଳନ କରି ନିଷ୍ପତ୍ତିରେ ବ୍ରେକ୍ ଲଗାଇଛନ୍ତି ଅମିତ ଶାହ ।

ସାବାଡ଼ ହେବେ ନେତା, ମାସେ ଜେଲରେ ରହିଲେ କ୍ଷମତା ଯିବ

ମାସେ ଜେଲରେ ରହିଲେ ନେତାଙ୍କୁ ଦବାକୁ ପଡ଼ିବ ବଡ଼ ମୂଲ୍ୟ । ହରାଇବାକୁ ପଡ଼ିପାରେ ପଦ ।ଏମିତିକି ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ବି ବାଦ୍ ପଡ଼ିବେନି ।ଯେତେ କ୍ଷମତାର ଅଧିକାରୀ ହେଲେ ମଧ୍ୟ ଲାଗୁ ହେବ ସମାନ ନିୟମ।କୌଣସି ବି ରାଜନେତା, ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ ।୩୦ ଦିନରୁ ଅଧିକ ଜେଲ୍‌ରେ ରହିଲେ ଆସନ ଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ୩ଟି ବିଲ ଉପସ୍ଥାପନ କରିବେ। The Constitution (130th Amendment) Bill, 2025, The Jammu and Kashmir Reorganisation (Amendment) Bill, 2025 and The Government of Union Territories (Amendment) Bill, 2025 ଆଗତ ହେବ ।ଏହି ବିଲ ଅନୁଯାୟୀ 30 ଦିନ ଜେଲରେ ରହିଲେ 31 ଦିନରେ ହିଁ ନେତାଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିବ । ନେତାଙ୍କ ଆସନ, କ୍ଷମତା ସବୁ କିଛି ସେ ହରାଇବେ।

ଏହି ବିଲ୍‌ର ପ୍ରାବଧାନ ହେଉଛି , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍‌ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍ ୨ ମାସ ଜେଲ୍‌ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ । କେବଳ ଏଇ ଦୁଇଜଣ ନୁହନ୍ତି ଦେଶର ଅନେକ ରାଜନେତା ଜେଲ୍ ଦଣ୍ଡ ଭୋଗିଥିଲେ ବି ପଦ  ନ ଛାଡ଼ିବାର ଉଦାହରଣ ରହିଛି । ନେତାମାନେ ସେମାନଙ୍କ ପାୱାରକୁ ହତିଆର କରି ବିଭିନ୍ନ ଆଇନବିରୋଧୀ କାମ କରିବା ଏବଂ ପଦ ନ ଯିବାର ସମ୍ଭାବନା ହେତୁ ଅପରାଧ ବଢୁଛି । ତେଣୁ ଏ ଆଇନ୍ କାର୍ଯ୍ୟକାରୀ ହେଲେ ନେତାଙ୍‌କ ଅପରାଧିକ ମାମଲାରେ ହୁଏତ ରୋକ୍ ଲାଗିପାରେ  ।

ରାଜନୀତିରୁ ଅବସର ପରେ କ‘ଣ କରିବେ ଅମିତ ଶାହ ?

ଅମିତ ଶାହ, ଗୁଜୁରାଟର ତିନି ଥରର ଗୃହମନ୍ତ୍ରୀ ହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ହୋଇ ରାଜନୈତିକ ସଫଳତାରେ ଖୁବ୍ ଉର୍ଦ୍ଧ୍ୱରେ ଅଛନ୍ତି । ସେ ରାଜନୀତିରେ ଲମ୍ବା ଇନିଂସ ଖେଳି ଚାଲିଛନ୍ତି। ରାଜନୈତିକ ସମୀକ୍ଷକ ତ ତାଙ୍କୁ ବିଜେପିର ଚାଣକ୍ୟ ବି କୁହନ୍ତି । ରାଜନୀତିର ଶୀର୍ଷରେ ଥିବା ଅମିତ ଶାହ ତାଙ୍କର ଫ୍ୟୁଚର ପ୍ଲାନିଂ ବିଷୟରେ କହିଛନ୍ତି । ରାଜନୀତିରୁ ଅବସର ନେଲା ପରେ ସେ କଣ କରିବେ ସେ ନେଇ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ଅମିତ ଶାହ।

ଚାଷ କରିବେ,ଧର୍ମଗ୍ରନ୍ଥ ପଢିବେ
ଅନେକ ସମୟରେ ରାଜନେତାଙ୍କୁ ରାଜନୀତିରୁ ଅବସର ନେବାକୁ ପଡ଼ିଥାଏ । ଅବସର ନେଲାପରେ ଯଦିଓ ଦଳଗତ ସମ୍ପୃକ୍ତି ଓ ଲୋକସମ୍ପର୍କ ରୁହେ ତଥାପି ରାଜନୀତି ଭିନ୍ନ ଅନ୍ୟ କିଛି କାମରେ ମନୋନିବେଶ କରନ୍ତି। ରାଜନୀତିରୁ ଅବସର ନେବା ପରେ ଅମିତ ଶାହ ଆଧ୍ୟାତ୍ମିକତା ଓ ପ୍ରକୃତିର ଉପାସନା କରିବା ନେଇ ସ୍ପଷ୍ଟ କରିଛନ୍ତି । ରାଜନୈତିକ ଜୀବନରୁ ଅବସର ନେବା ପରେ ବେଦ, ଉପନିଷଦ ପାଠ କରିବା ସହ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି ।
ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ମହିଳା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ସମୟରେ ଶାହ କହିଛନ୍ତି ଯେ, ରାଜନୀତିରୁ ଅବସର ପରେ ମୁଁ ସେ  ବାକି ଜୀବନ ବେଦ, ଉପନିଷଦ ଓ ପ୍ରାକୃତିକ ଚାଷ କରି ବିତାଇବେ । ଯଦିଓ ସେ କିଭଳି ତାଙ୍କ ଜୀବନ ବିତାଇବେ ସେ ବିଷୟରେ ବିସ୍ତୃତ ଭାବେ କହିନାହାନ୍ତି । କିନ୍ତୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।
“ମୁଁ ମୋ ନିଜ ଫାର୍ମରେ ପ୍ରାକୃତିକ ଚାଷ କରୁଛି ଏବଂ ଦେଢ ଗୁଣା ଅଧିକ ଅମଳ ହେଉଛି । ପ୍ରାକୃତିକ ଚାଷ କରିବା ଦ୍ୱାରା ବର୍ଷା ହେଲେ ମାଟି ବର୍ଷା ପାଣିକୁ ଟାଣିନିଏ । କିନ୍ତୁ ରାସାୟନିକ ଚାଷ କରିବା ଦ୍ୱାରା ମାଟି ବର୍ଷା ଜଳକୁ ଶୋଷଣ କରି ପାରେ ନାହିଁ । ଜିଆ ବା କୀଟମାନେ ମାଟିରେ ପ୍ରାକୃତିକ ସାର ଉତ୍ପାଦନ କରନ୍ତି । କିନ୍ତୁ ରସାୟନ ଜିଆକୁ ମାରି ଦିଏ ଓ ମାଟିର ପ୍ରାକୃତିକ ସାରକୁ ନଷ୍ଟ କରି ଦିଏ” ବୋଲି କହିଛନ୍ତି ଶାହ ।

ଅମିତ ଶାହଙ୍କ ରାଜନୈତିକ ଜୀବନ

  • ଅମିତ ଶାହ RSS ସ‌ଂଘ ସ‌ହ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ 
    1980ରେ ଅବିବାହିତ ଅବସ୍ଥାରେ ABVPରେ ଯୋଗଦାନ
  • 1987 ମସିହାରେ BJPରେ ସ‌କ୍ରିୟ ଭାବେ ଯୋଗଦାନ
  • ଗୁଜରାଟରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ତିନି ଥର ଗୁଜରାଟର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି
    ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ ଶାସନ ସମୟରେ ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି
     ନରେନ୍ଦ୍ର ମୋଦୀ  ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ପରେ, ଅମିତ ଶାହ BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି
    ତାଙ୍କ ନେତୃତ୍ୱରେ BJP ବହୁତ ରାଜ୍ୟରେ ବିଜୟ ହାସଲ କରିବା ସହ  2019ରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଛି
    • 2019 ମସିହାରେ ମୋଦୀ ସରକାର ଦ୍ୱିତୀୟ ଅବଧି ପାଇଁ ଶାସନ ଆରମ୍ଭ କରିଲାପରେ, ଅମିତ ଶାହକୁ ଗୃହମନ୍ତ୍ରୀ ଅଛନ୍ତି 
    • ଧାରା 370 ବିଲୋପ, CAA ପାସ୍, ଏବଂ ନାଗରିକ ପଞ୍ଜିକରଣ (NRC) ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ବାଂଲାଦେଶୀଙ୍କୁ ତଡ଼ିବା ମୁଡରେ ନାହିଁ ମୋହନ ସରକାର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବାଂଲାଦେଶ ଓ ମିଆଁମାରରୁ ଆସିଥିବା ସନ୍ଦିଗ୍ଧଙ୍କ ଭାରତୀୟ ନାଗରିକତା ଦାବିକୁ ଯାଞ୍ଚ କରିବା ପାଇଁ ୩୦ ଦିନର ଅବଧି ନିର୍ଦ୍ଧାରଣ କରିଥିଲେ ୩୦ ଦିନ ପରେ, ଯଦି ସେମାନଙ୍କ ଦସ୍ତାବିଜ ଯାଞ୍ଚ ହୋଇପାରେ ନାହିଁ, ତେବେ ସେମାନଙ୍କୁ ଦେଶାନ୍ତର କରାଯିବ, ଏହା ଜଣାପଡ଼ିଛି।
ମେ ୧୯ତାରିଖର ନିର୍ଦ୍ଦେଶନାମାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ପାଇଁ ସେମାନଙ୍କର ବୈଧାନିକ କ୍ଷମତା ପ୍ରୟୋଗ କରିବାକୁ କହିଥିଲାଏହାସହ ଦେଶାନ୍ତର ପୂର୍ବରୁ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଅଟକ କେନ୍ଦ୍ର ବା Detention Centre ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ Detention Centre ଖୋଲାଯାଇଛି। କିନ୍ତୁ ଓଡ଼ିଶାରେ ଖୋଲାଗଲାଣି କି ? ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟରେ ବାଂଲାଦେଶୀ ହଟାଓ ଅଭିଯାନ ଜୋର୍‍ ଧରିଥିବାବେଳେ ଓଡ଼ିଶା ଏତେ ନିଷ୍କ୍ରିୟତା ଦେଖାଇଛି କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୩୦ ଦିନିଆ କଣ୍ଟ ପୂରଣ କରିପାରିବେ କି ମୋହନ ମାଝୀଙ୍କ ସରକାର? ଡବଲ ଇଞ୍ଜିନ ସରକାର ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରିବା ବାବଦରେ କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି ଓଡ଼ିଶାର ବିଜେପି ସରକାର।

ଇତି ମଧ୍ୟରେ ଶାହଙ୍କ ନିର୍ଦ୍ଦେଶକୁ ସପ୍ତାହ ବିତିଲାଣି । ଆଉ ଏବେ ମୁଖ୍ୟମନ୍ତ୍ରୀ ମାତିଲେଣି ସରକାରଙ୍କ ବର୍ଷ ପୂର୍ତ୍ତିର ଉତ୍ସବରେ ଏଣୁ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ କଥା କାହିଁକି ଚିନ୍ତା କରିବ ଭାଜପା ସରକାର? ବର୍ଷପୂର୍ତ୍ତି ଉତ୍ସବ ସରୁସରୁ ଆସିଯିବ ରଥଯାତ୍ରାରଥ ପରେ ବର୍ଷା। ବର୍ଷା ପରେ ବନ୍ୟା । ତେଣୁ ବାଂଲାଦେଶୀଙ୍କ କଥା ଭୁଲିଗଲେ ବି ଚଳିବ।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ୧୨ ଜଣ ଚିହ୍ନଟ ପାକ୍‍ ନାଗରିକଙ୍କୁ ଦେଶାନ୍ତର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେକିନ୍ତୁ ମାତ୍ର ଜଣେ ପାକିସ୍ତାନକୁ ଗଲେ । ବାକି ୧୧ ଜଣଙ୍କ ପାଇଁ କେନ୍ଦ୍ର ଠାରୁ ନିର୍ଦ୍ଦେଶ ମଗାଯାଇଛି ବୋଲି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର କ’ଣ କହିଲା ଏବଂ କାହିଁକି ୧୧ ପାକ୍‍ ନାଗରିକଙ୍କୁ ବହିଷ୍କାର କରାଯାଇ ପାରିଲା ନାହିଁ
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକ ଭାବେ ଅଧିକ । କିନ୍ତୁ ୮ବର୍ଷ ପୂର୍ବେ ଯେଉଁ ସାଢ଼େ ୩ ହଜାରରୁ କିଛି ଅଧିକ ବାଂଲାଦେଶୀ କେନ୍ଦ୍ରାପଡ଼ା ଓ ଅନ୍ୟ କେତେକ ଉପକୂଳ ଜିଲାରୁ ଚିହ୍ନଟ ହୋଇଥିଲେ, ସେମାନଙ୍କ ଛଡ଼ା ଆଉ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ଏକ ଅଟକଳ ଅନୁସାରେ ଓଡ଼ିଶାରେ ଲକ୍ଷାଧିକ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହୁଛନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨କୋଟିରୁ ଅଧିକ । ତା’ଛଡ଼ା ରୋହିଙ୍ଗିଆ ମୁସଲମାନ ବି ଅଛନ୍ତି । ରୋହିଙ୍ଗିଆ ମାନଙ୍କୁ ତଡ଼ିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମେ ୮ ତାରିଖରେ ସ୍ପଷ୍ଟ କରିଦେଲେ ଯେ ଭାରତରେ ରହିବାର ଅଧିକାର ଭାରତୀୟ ନାଗରିକଙ୍କର ଅଛି। ରୋହିଙ୍ଗିଆଙ୍କର ନାହିଁ । ଭାରତ ଏକ ଧର୍ମଶାଳା ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ତଡ଼ିବା ନିମନ୍ତେ କହିଥିଲେ ।ଗତ ୬ ମାସରେ ଦିଲ୍ଲୀରୁ କେବଳ ୭୭୦ ଜଣ ବାଂଲାଦେଶୀଙ୍କୁ ଠାବ କରି ପଠାଇ ଦିଆଯାଇଛି । ସୀମା ସୁରକ୍ଷା ବାହିନୀ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏସ୍‍ଏଫ୍‍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ପ୍ରେମୀ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ରଧାରୀ ବାଂଲାଦେଶୀମାନେ ଆମ ଭାଇ ବୋଲି କହି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବଡ଼ ହଟହଟା ହୋଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱୀକାର କରିସାରିଛନ୍ତି ଯେ ବସ୍ତି ଗୁଡ଼ିକରେ ବାଂଲାଦେଶୀ ଆଡ୍ଡା ଜମାଇ ବସିଛନ୍ତି।ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଫେରିବାଲା, କବାଡ଼ିବାଲାଙ୍କ ଭିତରେ ବାଂଲାଦେଶୀଙ୍କ ସଂଖ୍ୟା ଅଧିକ ବିଭିନ୍ନ ବିଲ୍ଡର୍ସଙ୍କ ପାଖରେ କାମ କରୁଥିବା ଲୋକଙ୍କ ଭିତରେ ସେମାନଙ୍କ ସଂଖ୍ୟା କିଛି କମ ନୁହେଁ । ସେମାନେ ବଙ୍ଗଳା କହୁଥିବାରୁ ଅନେକଙ୍କର ଧାରଣା ଯେ ସେମାନେ ପଶ୍ଚିମବଙ୍ଗର ଲୋକ । ସେମାନେ ମଧ୍ୟ ମୁର୍ସିଦାବାଦ କିମ୍ବା ମେଦିନିପୁରର ଲୋକ କହି ଚକମା ଦେଖାଉଛନ୍ତି  ।
ଫିଙ୍ଗର ପ୍ରିଣ୍ଟ ଏବଂ ଫେସିଆଲ୍‍ ରେକଗ୍‍ନିସନ ସିଷ୍ଟମ ଅନୁସାରେ ବାଂଲାଦେଶର ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯେଉଁ ବ୍ୟବସ୍ଥା ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରହଣ କରାଯାଉଛି, ତାହା ମଧ୍ୟ ଓଡ଼ିଶାରେ ଲାଗୁ ହେବା ଜରୁରୀ । ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଇନ୍ଦା ସୂତ୍ର, ସ୍ଥାନୀୟ ଲୋକ, ନଥିପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍‍ ଚିହ୍ନଟ ପ୍ରକ୍ରିୟାରେ ଧରିହେବ ।