Posts tagged Mohan Charan Majhi

ଛାତ୍ରନେତାଙ୍କୁ ଭରସା FaceBook-ଇନ୍‌ଷ୍ଟା-WhatsApp

କଲେଜ ଇଲେକ୍ସନକୁ ଭରସା ସୋସିଆଲ ମିଡିଆ । ଘରକୁ ଘର ଯାଇ କ୍ୟାମ୍ପେନ୍ କରିବାକୁ ସମୟ ପାଉ ନାହାନ୍ତି ଛାତ୍ରନେତା । FaceBook-ଇନ୍‌ଷ୍ଟା-WhatsAppରେ ଚାଲିଛି ପ୍ରଚାର । ଆସନ୍ତା 15 ତାରିଖରେ କଲେଜ ଇଲେକ୍ସନ, ହାତରେ ମାତ୍ର 3 ଦିନ ବାକି । 14 ତାରିଖରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ପରେ କ୍ୟାମ୍ପସ ଭିତରେ ପ୍ରଚାର ମନା । ହାତରେ ଯଥେଷ୍ଟ ସମୟ ନଥିବାରୁ ହରଡ଼ଘଣାରେ ପ୍ରାର୍ଥୀ । ନା ଡୋର ଟୁ ଡୋର କ୍ୟାମ୍ପେନ୍ କରି ପାରୁଛନ୍ତି ନା କ୍ୟାମ୍ପସରେ କ୍ଲାସ୍ ୱାଇଜ୍ କ୍ୟାମ୍ପେନ ହେଇପାରୁଛି । ସବୁ ଷ୍ଟୁଡେଣ୍ଟ୍ସଙ୍କୁ ଭେଟି ଭୋଟ ମାଗିବାକୁ ନାହିଁ ସମୟ । ପୂର୍ବରୁ କଲେଜ ଇଲେକ୍ସନକୁ ନେଇ ଛାତ୍ର ନେତାଙ୍କ ପାଖରେ ଯଥେଷ୍ଟ ସମୟ ରହୁଥିଲା । ପ୍ରାର୍ଥୀ ହେବାର ବହୁ ପୂର୍ବରୁ ଚାଲୁଥିଲା ନନ୍ ଅଫିସିଆଲ କ୍ୟାମ୍ପେନିଂ ।  ଷ୍ଟୁଡେଣ୍ଟ୍ସ ୟୁନିୟନ୍ ଇଲେକ୍ସନ୍ ରେଗୁଲାର ହେଉଥିବାରୁ ନୋଟିଫିକେସନ ପୂର୍ବରୁ ବି ନିଜ ସପୋର୍ଟରଙ୍କ ସଂଖ୍ୟା ବଢାଉଥିଲେ ଷ୍ଟୁଡେଷ୍ଟ ଲିଡର । ଘରକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟୁଥିଲେ। କିନ୍ତୁ ଏଥର ସମୟ ଅଭାବ ପାଇଁ ଅଡ଼ୁଆରେ ପ୍ରାର୍ଥୀ। ଘରକୁ ଘର ଯାଇ ହେଉନି, ପ୍ରଚାର ପାଇଁ ଭରସା ସୋସିଆଲ ମିଡିଆ । ହ୍ୱାଟ୍ସପ୍ ଗ୍ରୁପ୍-ଫେସ୍‌ବୁକ-ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଓ ପୋଷ୍ଟର ଜରିଆରେ ଚାଲିଛି ପ୍ରଚାର ।

2019ରେ ବାତ୍ୟାର କାରଣ ଦର୍ଶାଇ ଇଲେକ୍ସନ୍ ବନ୍ଦ କଲା ବିଜେଡି ସରକାର । ଚଳିତ ବର୍ଷ ମଧ୍ୟ ଛାତ୍ରସଂସଦ ନିର୍ବାଚନକୁ ନେଇ ନିଶ୍ଚିନ୍ତତା ନଥିଲା । ତରବରିଆ ଭାବରେ ଅକ୍ଟୋବର 5 ତାରିଖରେ କଲେଜ ଇଲେକ୍ସନକୁ ନେଇ ହିଣ୍ଟ୍ସ ଦେଲେ ମୁଖ୍ୟମନ୍ତ୍ରୀ। 7 ତାରିଖରେ ଆସିଲା ନୋଟିଫିକେସନ୍ । ମାତ୍ର 2 ଦିନ ଭିତରେ ପ୍ରାର୍ଥୀ କସରତରେ ଲାଗିଲେ ପଲିଟିକାଲ ପାର୍ଟି । 9 ତାରିଖରେ ନୋମିନେସନ ପରେ 10 ତାରିଖରେ ଆସିଲା ଫାଇନାଲ କ୍ୟାଣ୍ଡିଡେଟ ଲିଷ୍ଟ । 11 ତାରିଖ ରବିବାରରେ ବନ୍ଦ ରହିଲା କ୍ୟାମ୍ପସ । 15 ତାରିଖରେ ଭୋଟ ଥିଲା ବେଳେ ହାତରେ ମାତ୍ର 3 ୱାର୍କିଂ ଡେ । ଫଳରେ ଭୋଟରଙ୍କୁ କନଭିନ୍ସ କରିବାକୁ ପ୍ରାର୍ଥୀଙ୍କ ପାଖରେ ନାହିଁ ଯଥେଷ୍ଟ ସମୟ ।ଯଦିଓ 8 ବର୍ଷ ପରେ କଲେଜ ଇଲେକ୍ସନ୍ କରି ବିଜେପି ସରକାର ବାଃ ବାଃ ନେବାକୁ ଚେଷ୍ଟା କରିଛନ୍ତି ମାତ୍ର ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଉଛି ଟାଇମ୍ ଫ୍ୟାକ୍ଟର । କଲେଜରେ ପ୍ରତିକ୍ରିୟା, ଇଲେକ୍ସନ୍ ବନ୍ଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ଇଲେକ୍ସନ୍ ପାଇଁ ପ୍ରପର ଷ୍ଟ୍ରାଟେଜି କରି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଷ୍ଟୁଡେଣ୍ଟ ପଲିଟିକକ୍ସକୁ ନେଇ ଉଭୟ ନବୀନ ଓ ମୋହନଙ୍କ ଫଣ୍ଡା ଠିକ୍ ନାହିଁ ବୋଲିି ଚର୍ଚ୍ଚା।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା

କ୍ଲାସ ଟିଚରରୁ ଚିଫ୍ ମିନିଷ୍ଟର

କଳାପଟାରେ ଅକ୍ଷର ଲେଖୁଥିଲେ,ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। କାହା ହାତରେ ଚକ୍ ତ ତାହା ହାତରେ ବେତ ଥିଲା, କିନ୍ତୁ ସମୟ ବଦଳିଲା,ଆଉ ସେହି ‘ସାର୍’ମାନେ କ୍ଲାସରୁମରୁ ପହଞ୍ଚିଗଲେ ବିଧାନସଭା । ସ୍କୁଲ୍ ଚେୟାରରୁ ମିଳିଲା ମୁଖ୍ୟମନ୍ତ୍ରୀ ସିଂହାସନ । ସାର୍ ରୁ ପାଲଟିଗଲେ ସିଏମ୍ । ଓଡ଼ିଶା ପଲିଟିକ୍ସରେ ଶିକ୍ଷକରୁ ରାଜନେତା ଏବଂ ରାଜନେତାରୁ ମୁଖ୍ୟମନ୍ତ୍ରୀ ଏହି ତାଲିକାରେ ରହିଛନ୍ତି 5 ଫେମସ ପର୍ସନାଲିଟି । ମୋହନ ଚରଣ ମାଝୀ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ  ବିନାୟକ ଆଚାର୍ଯ୍ୟ ଓ ସଦାଶିବ ତ୍ରିପାଠୀ। ଯୋଉମାନେ କ୍ଲାସ ଟିଚରରୁ ପାଲଟିଛନ୍ତି ଚିଫ୍ ମିନିଷ୍ଟର ।
ମୋହନ ମାଝୀ
ପଲିଟିକ୍ସରେ ଏଣ୍ଟ୍ରି କରିବା ପୂର୍ବରୁ ଝୁମ୍ପୁରା ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଜୀ ଥିଲେ ମୋହନ ମାଝୀ। ୧୯୯୭ରେ ରାଇକଳାର ସରପଞ୍ଚ ଭାବେ ପଲିଟିକାଲ କ୍ୟାରୀୟର ଆରମ୍ଭ କରି ୨୦୦୦ରେ କେଉଁଝରରୁ ଫାଷ୍ଟ ଟାଇମ୍ mla ହେଲେ । ୨୦୦୪ରେ ପୁଣି ବିଧାୟକ ହେଲେ ।
୨୦୦୫-୦୯: ଓଡ଼ିଶା ବିଧାନସଭାରେ ସରକାରୀ ଉପମୁଖ୍ୟ ସଚେତକ (Deputy Chief Whip) ଦାୟିତ୍ୱ।
୨୦୧୯: ପୁଣିଥରେ କେନ୍ଦୁଝରରୁ ବିଧାୟକ
୨୦୧୯-୨୦୨୪ ବିଜେପିର ମୁଖ୍ୟ ସଚେତକ (Chief Whip)।
୨୦୨୪: ଚତୁର୍ଥ ଥର ବିଧାୟକ ନିର୍ବାଚିତ ହୋଇ ୧୨ ଜୁନ୍ ୨୦୨୪ରେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ହେଲେ।

 ଗିରିଧର ଗମାଙ୍ଗୋ
ଗିରିଧର ଗମାଙ୍ଗୋଙ୍କ କାହାଣୀ ଟିକେ ଭିନ୍ନ। ସେ ବି ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। S.K.C.G. College, ପାରଳାଖେମୁଣ୍ଡିରୁ ପି.ଜି ପରେ ସେ ଶିକ୍ଷକ ଭାବେ କାମ କରିଥିଲେ ଏବଂ ୧୯୭୨ରେ ପଲିଟିକ୍ସରେ ଏଣ୍ଟ୍ରି କଲେ। ଆସେମ୍ବେଲି ଇଣ୍ଟ୍ରୋରେ ମଧ୍ୟ ସେ ତାଙ୍କ profession ‘Teacher’ ବୋଲି  ଉଲ୍ଲେଖ କରିଛନ୍ତି ।୧୯୭୨ରେ ପ୍ରଥମ ଥର କୋରାପୁଟରୁ ଲୋକସଭାକୁ ନିର୍ବାଚିତ। ପରେ ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ ଓ ୨୦୦୪ରେ ମଧ୍ୟ ଜିତିଥିଲେ। ୯ ଥର ଲୋକସଭା ସାଂସଦ ହେଉଛନ୍ତି ଗିରିଧର ଗମାଙ୍ଗ । କେନ୍ଦ୍ରରେ ବିଭିନ୍ନ ମନ୍ତ୍ରୀ ପଦ ସମ୍ଭାଳିବା ପରେ ୧୭ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଙ୍ଗୋ ।
ହେମାନନ୍ଦ ବିଶ୍ୱାଳ
ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଓଡ଼ିଶାର ଆଉ ଜଣେ ପ୍ରମୁଖ ନେତା ହେଉଛନ୍ତି  ହେମାନନ୍ଦ ବିଶ୍ୱାଳ ।ସେ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ। ପରେ ପଞ୍ଚାୟତ ରାଜନୀତିରୁ ଆରମ୍ଭ କରି ୧୯୭୨ରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୪, ୧୯୮୦, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ଲାଇକେରାରୁ ମୋଟ ୬ ଥର ବିଧାୟକ । ୭ ଡିସେମ୍ବର ୧୯୮୯ରୁ ୩ ମାର୍ଚ୍ଚ ୧୯୯୦ ପର୍ଯ୍ୟନ୍ତ ପ୍ରଥମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। । ୬ ଡିସେମ୍ବର ୧୯୯୯ରୁ  ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ହେମାନନ୍ଦ ବିଶ୍ୱାଳ ୨ ଥର  ଜଣେ ଶିକ୍ଷକରୁ ରାଜନେତା ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରମୁଖ ନେତା।

ସଦାଶିବ ତ୍ରିପାଠୀ
ସଦାଶିବ ତ୍ରିପାଠୀଙ୍କ ରାଜନୈତିକ ଯାତ୍ରା ଆହୁରି ପୁରୁଣା। ସେ ୧୯୨୯ରୁ ୧୯୩୬ ପର୍ଯ୍ୟନ୍ତ ଶିକ୍ଷକ ଥିଲେ। ପରେ କଂଗ୍ରେସ ଓ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ହୋଇଥିଲେ। ବିଧାନସଭାର ରେକର୍ଡ ଅନୁସାରେ୧୯୩୭, ୧୯୪୬, ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ରେ ସେ ବିଧାନସଭାର ସଦସ୍ୟ ଥିଲେ। ନବରଙ୍ଗପୁରରୁ ଅଧିକାଂଶ ଥର ଏବଂ ୧୯୬୧ରେ ଉମରକୋଟରୁ ନିର୍ବାଚିତ ହୋଇଥିଲେ। ପ୍ରାୟ ୧୨ ବର୍ଷ ମନ୍ତ୍ରୀ ରହିବା ପରେ ୨୧ ଫେବୃଆରୀ ୧୯୬୫ରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ।  ମୁଖ୍ୟମନ୍ତ୍ରୀ ପଦରୁ ଓହରିବା ପରେ ୧୮ ମାର୍ଚ୍ଚ ୧୯୬୭ରୁ ୨୩ ଜାନୁଆରୀ ୧୯୭୧ ପର୍ଯ୍ୟନ୍ତ ବିଧାନସଭାର ବିରୋଧୀ ଦଳ ନେତା ଥିଲେ।
 ବିନାୟକ ଆଚାର୍ଯ୍ୟ
ଆଉ ଜଣେ ପ୍ରସିଦ୍ଧ ‘ମାଷ୍ଟର’ରୁ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ। ବ୍ରହ୍ମପୁରର ଆସ୍କା ରୋଡ୍ ହାଇସ୍କୁଲ୍‌ରେ ସହକାରୀ ଶିକ୍ଷକ ଭାବେ ସେ ଶିକ୍ଷକତା କରିଥିଲେ। ପରେ ବିଭିନ୍ନ ହାଇସ୍କୁଲ୍‌ରେ Headmaster ଭାବେ ମଧ୍ୟ କାମ କରିଥିଲେ। ତାଙ୍କ ଶିକ୍ଷକ ଜୀବନ ପାଇଁ ସେ ‘ବିନୋ ମାଷ୍ଟର’ ଭାବେ ଲୋକପ୍ରିୟ ଥିଲେ।୧୯୬୭, ୧୯୭୧ ଓ ୧୯୭୪ରେ ବ୍ରହ୍ମପୁରରୁ ୩ ଥର ବିଧାୟକ ହୋଇଥିଲେ। ୧୯୭୧ରେ ବିରୋଧୀ ଦଳ ନେତା ଥିଲେ। ପରେ ଅର୍ଥ, ଅବକାରୀ, ଗୃହ ଆଦି ବିଭାଗର ମନ୍ତ୍ରୀ ହୋଇ ୨୯ ଡିସେମ୍ବର ୧୯୭୬ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୩୦ ଏପ୍ରିଲ ୧୯୭୭ ପର୍ଯ୍ୟନ୍ତ ଥିଲା।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗଡୁନି ସରକାରୀ ବସ୍‌!

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ଠପ୍ ହେବାକୁ ବସିଛି ସରକାରୀ ବସ୍ ସେବା। ତେଲ ବିଲ୍ ବାକି ରହିବାରୁ କେନ୍ଦୁଝରର ବିଭିନ୍ନ ରୁଟ୍‌ରେ ଓଏସଆରଟିସି ବସ୍ ଚଳାଚଳ ପ୍ରଭାବିତ ହୋଇଛି। ତେଲ ଟାଙ୍କିରେ ପ୍ରାୟ ୪୦ ଲକ୍ଷ ଟଙ୍କାର ବକେୟା ରହିଥିବା ଅଭିଯୋଗ ହୋଇଛି।ବକେୟା ଟଙ୍କା ପୈଠ ହୋଇନଥିବାରୁ ସରକାରୀ ବସ୍‌ଗୁଡ଼ିକୁ ତେଲ ଯୋଗାଇବାକୁ ଟାଙ୍କି କର୍ତ୍ତୃପକ୍ଷ ମନା କରିଦେଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ କେନ୍ଦୁଝରରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ ହୋଇଛି। କଲିକତା, ଭଞ୍ଜନଗର, ବଲାଙ୍ଗୀର, ଜଳେଶ୍ବର, ଆଖଣ୍ଡଳମଣୀ, ପୁରୀ, ଭୁବନେଶ୍ଵର ଏବଂ ଉପାନ୍ତ ଅଞ୍ଚଳ କୁହାଯାଉଥିବା ତେଲକୋଇ ବ୍ଳକର କାଳିଆହୋତାକୁ ନିୟମିତ ଯତାୟାତକରିଥାଏ ।  କେନ୍ଦୁଝରରୁ ପ୍ରାୟ ୧୩ଟି ଓଏସଆରଟିସି ବସ୍ ବିଭିନ୍ନ ରୁଟ୍‌ରେ ଯାତାୟାତ କରୁଥିବା ବେଳେ ଏବେ ତେଲ ସମସ୍ୟା ଯୋଗୁଁ ଅନେକ ରୁଟ୍‌ରେ ସେବା ବନ୍ଦ ହୋଇଥିବା କୁହାଯାଉଛି।

ଦିନକୁ ଦରକାର ୭୦ରୁ ୮୦ ହଜାର ଟଙ୍କାର ତେଲ
ବସ୍‌ଗୁଡ଼ିକର ଦୈନିକ ଚଳାଚଳ ପାଇଁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କାର ତେଲ ଆବଶ୍ୟକ ହୋଇଥାଏ। ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନେବା ପରେ ମାସିକ ବିଲ୍ ପୈଠ କରାଯାଏ। ତେବେ ଏହି ବିଲ୍‌ର ଅର୍ଥ ପୈଠରେ ବିଳମ୍ବ ହେଉଥିବାରୁ ବକେୟା ପରିମାଣ ବଢ଼ିଥିବା ଅଭିଯୋଗ ହୋଇଛି।
 ଜିଲ୍ଲାରୁ ରାଜ୍ୟସ୍ତରକୁ ଗଲା ପରିଚାଳନା, ବଢ଼ିଲା ସମସ୍ୟା
ପୂର୍ବରୁ ବସ୍ ପରିଚାଳନାର ଦାୟିତ୍ୱ ଜିଲ୍ଲାସ୍ତରରେ ରହୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବସ୍ ପରିଚାଳନା ଦାୟିତ୍ୱ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଯିବା ପରେ ପେଟ୍ରୋଲ ଓ ଡିଜେଲ ବିଲ୍ ବକେୟା ରହୁଥିବା ନେଇ ଅଭିଯୋଗ ଉଠିଛି।ଏବେ ପ୍ରାୟ ୪୦ ଲକ୍ଷ ଟଙ୍କାର ତେଲ ବିଲ୍ ବାକି ରହିଥିବାରୁ ଟାଙ୍କି କର୍ତ୍ତୃପକ୍ଷ ତେଲ ଯୋଗାଇବାକୁ ରାଜି ନଥିବା କୁହାଯାଉଛି। ବସ୍ ଚଳାଚଳ ବନ୍ଦ ହେବାର ସିଧାସଳଖ ପ୍ରଭାବ ପଡ଼ିଛି ଯାତ୍ରୀଙ୍କ ଉପରେ। ଅନେକ ଯାତ୍ରୀ ଅନଲାଇନ୍‌ରେ ଟିକେଟ୍ ବୁକ୍ କରିଥିଲେ ମଧ୍ୟ ବସ୍ ବାତିଲ୍ ହୋଇଯାଇଥିବାରୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଅନ୍ୟପଟେ, ତେଲ ସମସ୍ୟା ନୁହେଁ, ବରଂ ବସ୍ ମରାମତି ପାଇଁ ସର୍ଭିସ୍ ବନ୍ଦ ଥିବା ନେଇ କେନ୍ଦୁଝର ସଡ଼କ ପରିବହନ ବିଭାଗର କର୍ତ୍ତୃପକ୍ଷ ମତ ରଖିଥିବା ସୂଚନା ମିଳିଛି। ତେବେ ଏହି ସବୁ ଦାବି ଓ ପ୍ରତିଦାବି ମଧ୍ୟରେ ବଡ଼ ପ୍ରଶ୍ନ ହେଉଛି- ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଯଦି ସରକାରୀ ବସ୍ ସେବା ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହେଉଛି, ତେବେ ରାଜ୍ୟର ଅନ୍ୟ ଜିଲ୍ଲାରେ ସରକାରୀ ପରିବହନ ବ୍ୟବସ୍ଥାର ସ୍ଥିତି କ’ଣ?

 

ନିଜ ଲୋକଙ୍କୁ ମନ୍ତ୍ରୀ କରିବାକୁ ମୋହନଙ୍କ ଇଚ୍ଛା !

ଜୁଲାଇ 2 ତାରିଖରେ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣି ଜୁଲାଇ 31 ତାରିଖରେ ନୂଆଦିଲ୍ଲୀରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେଲା । ଆଉ ଏବେ ଶୁଣା ଯାଉଛି ରାଷ୍ଟ୍ରପତିଙ୍କ 3 ଦିନିଆ ଓଡ଼ିଶା ଗସ୍ତ ସରିବା ପରେ ପୁଣି ଅଗଷ୍ଟ 6 ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରୁଛି। 29 ଦିନ ମଧ୍ୟରେ ଦୁଇ ଥର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ  ଭେଟିଛନ୍ତି ମୋହନ ମାଝୀ । ବିଜେପି ଏକ ଜାତୀୟ ଦଳ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାରେ କିଛି ଅସୁବିଧା ନାହିଁ । ମାତ୍ର ଲଗାତର ଗସ୍ତ ପଲିଟିକାଲ ଚର୍ଚ୍ଚାକୁ ସରଗରମ କରୁଛି । ଜୁଲାଇ 2 ତାରିଖରେ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ । ଯେଉଁ ବୈଠକରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସରକାରୀ ସ୍କୁଲର ବହିରେ ବ୍ୟାପକ ତ୍ରୁଟିକୁ ନେଇ ଭୀଷଣ ବିରକ୍ତ ହୋଇଥିଲେ ଅମିତ ଶାହ । ଜୁଲାଇ 2 ତାରିଖରେ ଅମିତ ଶାହଙ୍କ ସହ ହୋଇଥିବା CMଙ୍କ ମିଟିଂର ଫଟୋ ବାହାରକୁ ଆସିଲା ନାହିଁ । ସେହି ବୈଠକର ଫଟୋ ନ ଉଠାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କର ଅଫିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିଲା । ଏପରିକି ଓଡ଼ିଶାର BJP ନେତୃବର୍ଗଙ୍କୁ କୁହାଯାଇଥିଲା ଯେ ଶାହଙ୍କୁ ଭେଟିବା ସମୟରେ ଫୁଲତୋଡ଼ା ଉପହାର ଦେବେ ନାହିଁ । କିନ୍ତୁ ଜୁଲାଇ 31 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ଡ଼କରା ନଥିଲା ! ମୋହନ ମାଝୀ ନିଜ ଆଡୁ ଯାଇଥିଲେ। ଅମିତ ଶାହଙ୍କୁ ଭେଟିବା ସହ ଫୁଲତୋଡ଼ା ଏବଂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଫଟୋଚିତ୍ର ଦେଉଥିବାର ଫଟୋ ଭାଇରାଲ ହୋଇଛି।

ମନ୍ତ୍ରୀ ପଦ ଯିବା ପରେ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ 28 ତାରିଖରେ ଓଡ଼ିଶା ଆସିଥିଲେ । ଧର୍ମେନ୍ଦ୍ରଙ୍କର ପାଓ୍ୱାର ଶୋର 24 ଘଣ୍ଟା ପରେ ଅର୍ଥାତ ଜୁଲାଇ 29 ତାରିଖରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧର୍ମେନ୍ଦ୍ରଙ୍କୁ ରିସିଭ୍ କରିବାକୁ ଏୟାରପୋର୍ଟକୁ 21 ଜଣ ବିଧାୟକ ଏବଂ 5 ଜଣ ମନ୍ତ୍ରୀ ଯାଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କର ବାସଭବନ ଅନ୍ୟ 3 ଜଣ ବିଧାୟକ ଏବଂ 2 ଜଣ ମନ୍ତ୍ରୀ ଯାଇ ସାକ୍ଷାତ କଲେ । ଧର୍ମେନ୍ଦ୍ରଙ୍କ ପାୱାର ଶୋ ଦେଖି ମୋହନ ମାଝୀ ଚାଲ ଚଲୋଉଥଇବା ଚର୍ଚ୍ଚା ହେଉଛି । ଜୁଲାଇ 29 ତାରିଖରେ ଦିଲ୍ଲୀ ଯାଇ ନୀତି ଆୟୋଗର ଅଧିକାରୀଙ୍କୁ ଭେଟିଲେ, BJP ସାଂସଦ ମାନଙ୍କ ସହ ମିଟିଂ କଲେ ଏବଂ ମହାନଦୀର ଜଳ ବିବାଦର ସମାଧାନ କରିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ କିନ୍ତୁ 30 ତାରିଖ ସଂଧ୍ୟାରୁ ମୁଖ୍ୟମନ୍ତ୍ରୀ ନିଜ ମିଶନରେ ଲାଗି ପଡିଲେ  । ପ୍ରଧାନମନ୍ତ୍ରୀଙ୍କର ପ୍ରିନିସପାଲ୍ ସେକେଟ୍ରାରୀ ପି.କେ.ମିଶ୍ର ଏବଂ ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ । ତାର ପରଦିନ ଅର୍ଥାତ ଜୁଲାଇ 31 ତାରିଖରେ Railway Minister ଅଶ୍ୱିନୀ ବୈଷ୍ଣବଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସିରିୟସ୍ ବୈଠକ ଚାଲିଲା । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସହ ମଧ୍ୟ ମିଟିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋହନଙ୍କୁ ମିଳୁନି ଶାହଙ୍କ ଗ୍ରୀନ୍ ସିଗନାଲ
ଓଡ଼ିଶାର ମନ୍ତ୍ରିମଣ୍ଡଳ ରିସଫଲ୍ କରିବା ପାଇଁ ଏକ ଲିଷ୍ଟ ଧରି ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଅମିତ ଶାହ ମାତ୍ର 5ରୁ 7ମିନିଟ୍ ସମୟ ଦେଇ ଏ ଆଲୋଚନାରେ ଆଗ୍ରହ ଦେଇ ନଥିବା ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳ Reshuffle ସଂପର୍କରେ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ମିଳିନି । ବରଂ BJPର ଅର୍ଗନାଇଜିଂ ସେକ୍ରେଟାରୀ B.L.ସନ୍ତୋଷଙ୍କୁ ଭେଟିବା ପାଇଁ ଶାହଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଗଲା  । ଫଳରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ନିଜ ଲୋକଙ୍କୁ ମିନ୍ତ୍ରୀ କରାଇ ଓଡ଼ିଶା ସରକାର ଉପରେ ଫୁଲ୍ କମାଣ୍ଡ ରଖିବାର ସ୍ୱପ୍ନ ଦେଖୁଥିବା ମୋହନ ମାଝୀଙ୍କର ଏଜେଣ୍ଡାକୁ ଝଟକା ଲାଗିଛି । ଅଗଷ୍ଟ 6ତାରିଖରେ ପୁଣି ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସଂପର୍କରେ ଆଲୋଚନା କରିପାରନ୍ତି । କାରଣ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ନମିଳିବା ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଅସମ୍ଭବ ! ଅନ୍ୟପଟେ ବିଜେପିର ରାଜ୍ୟ ନେତା ଏବଂ କର୍ମକର୍ତ୍ତା ବିଭିନ୍ନ କର୍ପୋରେସନରେ ଅଧ୍ୟକ୍ଷ ନିଯୁକ୍ତି କରିବାରେ ବିଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାୟୀ କରୁଛନ୍ତି । ତେବେ ବିଜେପିର ଇଣ୍ଟରନାଲ୍ ଫାଇଟିଂ ଓଡ଼ିଶାର ବିକାଶକୁ କେବଳ ଅଟକାଉ ନାହିଁ ଅଫିସର ରାଜକୁ ସଂପୂର୍ଣ୍ଣ ବାଟ ଖୋଲି ଦେଇଛି ।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ

 

ଭିକ ମାଗୁଛନ୍ତି ଭତ୍ତା ହିତାଧିକାରୀ !

ବୟସ ପାଖାପାଖି ୭୦। ନା ଆଖିକୁ ଭଲରେ ଦିଶୁଛି ନା ଚଲାବୁଲା କରିବା ପାଇଁ ସାମର୍ଥ୍ୟ ଅଛି । ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେଇ ବୟସରେ ଭିକ ମାଗୁଛନ୍ତି ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତର ମୂଷାପାଲାର ଦୈତାରି ଭତ୍ରା ଓ ତାଙ୍କ ସ୍ତ୍ରୀ ବାଲ ଭତ୍ରା ବାଧ୍ୟ ହୋଇ ଭିକ ମାଗୁଛନ୍ତି । ଘରେ ରୋଜଗାର କରିବାକୁ କେହି ନାହାନ୍ତି । ୨ ପିଲା ମାନସିକ ରୋଗରେ ପୀଡ଼ିତ ହେଉଥିବାରୁ ପରିବାର ଭତ୍ତା ଉପରେ ନିର୍ଭରଶୀଳ । ତିନି ମାସ ହେବ ଭତ୍ତା ମିଳୁନି । ଖର୍ଚ୍ଚ କରିବା ତ ଦୂରର କଥା,ଖାଇବା ଗଣ୍ଡେ ଯୋଗାଡ଼ କରିବାକୁ ହାତ ପତେଇବାକୁ ପଡ଼ୁଛି। ଆଖିକୁ ଭଲ ନ ଦିଶିଲେ ବି ଜୀବନ ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ମୁଣ୍ଡଫଟା ଖରାରେ ଗାଁ ଗାଁ ବୁଲି ଜୀବନ ପାଇଁ କରୁଛନ୍ତି ସଙ୍ଘର୍ଷ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବେ କଣ ଓଲଟା ଭିକାରୀ ସଜେଇ ସାରିଲେଣି ସରକାର । ସରକାରଙ୍କ ଅବହେଳା ପାଇଁ ଭିକ ମାଗିବା ହିଁ ପାଲଟିଛି ଶେଷ ଆଶା  । ଜୀବନ ପାଇଁ ଘରଘର ବୁଲି ଭିକ ମାଗିବା ସହ ମୂଷାପାଲାରୁ ଲକ୍ଷ୍ମୀ ବସରେ ମୈଦଲପୁର ଆସି ଯାତ୍ରୀଙ୍କୁ ଭିକ ମାଗିବାକୁ ପଡ଼ୁଛି ।

ସଙ୍କଳ୍ପ ନାଁ ରେ ଧୋକ୍କା
ନିର୍ବାଚନ ପୂର୍ବରୁ ବିଜେପି ସଙ୍କଳ୍ପପତ୍ରରେ ଭତ୍ତା ହିତାଧିକାରୀଙ୍କୁ ମିଛ ସ୍ୱପ୍ନ ଦେଖାଇଥିଲା । ୨୦୨୪ ମସିହା ମେ ୫ ତାରିଖରେ
BJPର ଘୋଷଣା ପତ୍ରର ୧୮ତମ ସଂକଳ୍ପ ଥିଲା- ଆମେ “ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟ ମାନଙ୍କୁ ୩୦୦୦ ଟଙ୍କାର ମାସିକ ପେନସନ୍ ପ୍ରଦାନ କରିବୁ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବୁ । କିନ୍ତୁ ଜାନୁଆରୀ ୨୦୨୫ରୁ ୮୦ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଛାଡ଼ିଦେଲେ କାହାରିକୁ ବି ୩୦୦୦ ଟଙ୍କାର ଭତ୍ତା ଦେଇନାହାନ୍ତି ସରକାର । ୩୦୦୦ ତ ଦୂରର କଥା ମାସିକ ୧୦୦୦ ଟଙ୍କାର ଭତ୍ତା ହିତାଧିକାରୀଙ୍କୁ ବି ଠିକ୍ ସମୟରେ ଭତ୍ତା ମିଳୁନି ।

୫୧,୪୫,୨୯୪ ଲୋକଙ୍କୁ ଠକିଦେଲେ
ନିଜ ସଂକଳ୍ପତ୍ରରେ ବୃଦ୍ଧ, ବୟସ୍କ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ବୃଦ୍ଧିର ଲିଖିତ ପ୍ରତିଶ୍ରୁତି ଦେଇଥିଲା ବିଜେପି । ରାଜ୍ୟରେ ପେନସନ୍ ପାଉଥ‌ିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୫୬,୩୦,୩୯୯  । ଏମାନଙ୍କ ମଧ୍ୟରୁ ୪,୮୫,୧୦୫ ଜଣ ହିତାଧିକାରୀ ୩୫୦୦ ଟଙ୍କାର ପେନସନ୍ ପାଉଛନ୍ତି । ବଳକା ୫୧,୪୫,୨୯୪ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୩୦୦୦ ଟଙ୍କା ମିଳୁ ନାହିଁ । ମିଛ ପ୍ରଲୋଭନ ଦେଖାଇ  ଭୋଟ୍ ନେଲାପରେ ୫୧,୪୫,୨୯୪ ଭତ୍ତା ହିତାଧିକାରୀଙ୍କୁ ବିଜେପି ସରକାର ଠକିଦେଇଛି । ଆଉ ଏବେ ୩  ମାସ ହେଇଯିବ ରାଜ୍ୟବ୍ୟାପୀ ହିତାଧିକାରୀଙ୍କୁ ଭତ୍ତା ଦେଇ ନଥିବା ଅଭିଯୋଗ ଆସୁଛି । ରାଜ୍ୟର ଅଧିକାଂଶ ଭତ୍ତା ହିତାଧିକାରୀଙ୍କର ଭତ୍ତା ଟଙ୍କା ହିଁ ବଞ୍ଚିବାର ଏକମାତ୍ର ମାଧ୍ୟମ । ଟଙ୍କା ଦେବାର ଅନିୟମିତତା ହିତାଧିକାରୀଙ୍କୁ ସମସ୍ୟାରେ ପକାଉଛି ।ପରିସ୍ଥିତି ଏତେ ଶୋଚନୀୟ ଯେ ନବରଙ୍ଗପୁର ପରି ରାଜ୍ୟର ବିଭିନ୍ନ ହିତାଧିକାରୀ ଭିକ୍ଷାବୃତ୍ତି ଭରସାରେ ।