ବିଜୁଙ୍କ ସମାଧିକୁ ନେଇ ମିଛ କହିଛନ୍ତି ପାଣ୍ଡିଆନ

17 ଏପ୍ରିଲ 1997ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା। ବିଜୁ ବାବୁଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱରରୁ ସ୍ୱର୍ଗ ଦ୍ୱାର ପର୍ଯ୍ୟନ୍ତ ଥିଲା ଜନସମୁଦ୍ର। ଯଦିଓ ଭୋଟରଙ୍କ ବିଶ୍ୱାସ ଜିଣିବାରେ ଶତ ପ୍ରତିଶତ ସଫଳ ନଥିଲେ, କିନ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ହୃହୟର ରାଜା ଥିଲେ ବିଜୁ ବାବୁ । ତାଙ୍କର ଶେଷ କୃତ୍ୟରେ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ। ସେଥିପାଇଁ ତ ବିଜୁଙ୍କ ଅନ୍ତିମ ଯାତ୍ରା ଏବଂ ଶେଷକୃତ୍ୟର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ
ବିଜୁ ବାବୁଙ୍କ ଲୋକପ୍ରିୟତା ଦେଖି, ସାନ ପୁଅ ନବୀନ ପଟ୍ଟନାୟକ ଧାଇଁ ଆସିଲେ ଓଡ଼ିଶା। ବାପାଙ୍କ ଆସିକା ଆସନରୁ ଜିତି ଲୋକସଭାରେ ଏଣ୍ଟ୍ରି ମାରିଲେ। ଆଉ ତାପରେ ବାପାଙ୍କ ନାଁରେ ବିଜୁ ଜନତା ଦଳ(BJD) ଗଠନ କରି କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଭୁବନେଶ୍ୱର ୟୁନିଟ୍-6ର Qtr No. 6R-3କୁ ଥିବା ବାପା ବିଜୁଙ୍କର ଜନତା ଦଳ ଅଫିସକୁ BJDର ରାଜ୍ୟ କାର୍ଯ୍ୟାଳୟ କରିଦେଲେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ BJDର ରାଜ୍ୟ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ 3ଟି ସରକାରୀ ପ୍ଲଟକୁ BJDକୁ ଆବଣ୍ଟିତ କଲେ ନବୀନ

ଶଙ୍ଖ ଭବନ ପାଇଁ ଆଇନ ବାଟବଣା

ନିୟମ କାନୁନକୁ ମୋଡି ମକଚି ରାସ୍ତା ବା ସଡ଼କ କିସମର ଜମିକୁ ଘରବାଡ଼ି କରି BJD ଅଫିସ ପାଇଁ ଆବଣ୍ଟିତ କଲେ। ଶେଷରେ 4ଟି ପ୍ଲଟକୁ ମିଶାଇ 1 ଏକର 183 ଡେସିମିଲି ଜାଗା ଉପରେ ନିର୍ମାଣ ହେଲା ଶଙ୍ଖ ଭବନ। ସାରା ବିଶ୍ୱ କରୋନା ଭୟରେ କ୍ୱାରଣ୍ଟାଇନରେ ଥିଲାବେଳେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା BJDର ଉଚ୍ଚ ଅଟ୍ଟାଳିକା ଶଙ୍ଖ ଭବନ ଏହାକୁ ଯେପରି ଅତ୍ୟାଧୁନିକ କରାଯାଇ ପାରିବ, ସେଥିପାଇଁ ଦାୟିତ୍ୱରେ ରହିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ
ତେବେ ଶଙ୍ଖ ଭବନକୁ ଭବ୍ୟ କରିବା ପାଇଁ ସବୁ ପ୍ରକାର ବେଆଇନ କାର୍ଯ୍ୟ କରି ପାଣି ପରି ଟଙ୍କା ଉଡ଼ାଇ ଥିବା ନବୀନ ପଟ୍ଟନାୟକ, ନିଜ ବାପା ବିଜୁ ବାବୁଙ୍କ ନିମନ୍ତେ ସମାଧିଟିଏ କରିବା ପାଇଁ କାହିଁକି ଅନିଚ୍ଛୁକ? ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନର କଥା କହି 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ ନବୀନ ପଟ୍ଟନାୟକ । କିନ୍ତୁ ଜଣେ ପୁଅର କାର୍ଯ୍ୟ କରିବାକୁ ଉଚିତ ଭାବିଲେ ନାହିଁ। ନବୀନ ବାବୁ ଓ ତାଙ୍କ ପାର୍ଟି ବିଜୁଙ୍କୁ କେବଳ ରାଜନୀତି ପାଇଁ ବ୍ୟବହାର କରିଛନ୍ତି ।

ବିଜୁଙ୍କ ନାଁରେ ପାଣ୍ଡିଆନଙ୍କ ମିଛ
ନବୀନଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ବିଦେଶ ମାଟିରେ ଡାହା ମିଛ କହିଲେ ପାଣ୍ଡିଆନ ମିଥ୍ୟାବାଦୀ ପାଣ୍ଡିଆନ ଦୁବାଇରେ କହିଲେ ଯେତେବେଳେ ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧି ଥିବା କଥା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ, ତତକ୍ଷଣାତ୍ ନବୀନ ପଟ୍ଟନାୟକ ପ୍ରତିକ୍ରିୟାଶୀଳ ହେଲେ ପରିବାରବାଦର ଉର୍ଦ୍ଧ୍ୱକୁ ଯାଇ ବିଜୁଙ୍କ ସମାଧି, ସ୍ୱର୍ଗ ଦ୍ୱାରରୁ ହଟେଇବାକୁ କହିଲେ
ମାତ୍ର ପାଣ୍ଡିଆନଙ୍କ କଥା ଥିଲା ମିଛ ପେଡିର କାହାଣୀ । ପ୍ରକୃତ କଥା ହେଲା, ବିଜୁ ବାବୁଙ୍କ ଦେହାନ୍ତର ଠିକ୍ 3 ମାସ ପରେ ଅର୍ଥାତ 17 ଜୁଲାଇ 1997ରେ ସ୍ୱର୍ଗଦ୍ୱାରରେ ତାଙ୍କର ସମାଧି କରାଗଲା। ବିଜୁ ବାବୁଙ୍କ ସମାଧି ରହିଲା ସର୍ବସାଧାରଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ସ୍ୱର୍ଗଦ୍ୱାରରେ ।

  • ଲୋକଙ୍କ ଭାବନକୁ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ବିଜୁଙ୍କ ସମାଧି ନିର୍ମାଣକୁ ବିରୋଦ୍ଧ କରିନଥିଲା।
  • କିନ୍ତୁ 1999ରେ ଆଇନଜୀବୀ ରମେଶ ପ୍ରସାଦ ସିଂହ, ପୁରୀ ସିଭିଲ୍ କୋର୍ଟରେ କେସ୍ କଲେସର୍ବସାଧାରଣ ଜାଗାରେ ବିଜୁ ବାବୁଙ୍କର କାହିଁକି ସମାଧି ରହିବ ବୋଲି ପ୍ରଶ୍ନ କଲେ।
  • ମାମଲାର ଶୁଣାଣି କରି ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ 27 ଡିସେମ୍ବର 2014ରେ ସ୍ୱର୍ଗ ଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟେଇବାକୁ ଅର୍ଡର ଦେଲେ
  • ସେ ସମୟରେ ଭୈରବ ପାଣ୍ଡିଆନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ।
    ପାଣ୍ଡିଆନ ବାବୁ ଏସବୁ ଜାଣି ମଧ୍ୟ 2023 ମେ ମାସରେ ଦୁବାଇରେ ଅନୁଷ୍ଠିତ ଓଡ଼ିଆ ମାନଙ୍କ ଏକ ସମ୍ମିଳନୀରେ ବିଜୁ ପଟ୍ଟନାୟକଙ୍କ ସମାଧି ସଂପର୍କରେ ମିଛ କହିଥିଲେ।
    କେବଳ ପାଣ୍ଡିଆନ କାହିଁକି ବିଜୁ ବାବୁଙ୍କ ନାଁ ବ୍ୟବହାର କରି ନବୀନ ପଟ୍ଟନାୟକ ଭୋଟ ହାତେଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ବିଜୁ ବାବୁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା ବେଳେ ନବୀନ ମାତ୍ର 2ଥର ଦେଖିବାକୁ ଯାଇଥିଲେ। ମାତ୍ର ବାପାଙ୍କ ମୃତ୍ୟୁ ପରେ ପ୍ରତିବର୍ଷ ମାର୍ଚ୍ଚ 5ରେ ବିଜୁ ଜୟନ୍ତୀ ପାଳନଆଉ ଏପ୍ରିଲ 17ରେ ବିଜୁଙ୍କ ତିରୋଧାନ ଦିବସରେ ଗୁଣ କୀର୍ତ୍ତନ କରି ନବୀନ ଜଣେ ସ୍ୱାର୍ଥବାଦୀ ରାଜନେତାର କର୍ତ୍ତବ୍ୟ ସାରି ଦେଉଛନ୍ତି କିନ୍ତୁ 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ବାବୁ ଚାହିଁଥିଲେ ଶଙ୍ଖ ଭବନ ପରି ନହେଲା ନାହିଁ ,ବାପାଙ୍କ ନାଁରେ ସମାଧିଟିଏ ତ କରି ପାରିଥାଆନ୍ତେ !

Visited 59 times, 1 visit(s) today
Share this post

Leave A Comment

Your email address will not be published. Required fields are marked *