Posts tagged Biju Patnaik

ନବୀନ ଛାଡି ପାରୁନାହାଁନ୍ତି, ସଭାପତି ମୋହ

19 ଏପ୍ରିଲ 2025ରେ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ ଲଗାତର ନବୀନଙ୍କ ନବମ ଇନିଂସକୁ ନେଇ ଚର୍ଚ୍ଚା ଆଲୋଚନା ଏଇଥିପାଇଁ ନୁହେଁ କି, ନବୀନ ସଭାପତି ହେଲେସିଏ ତ ପ୍ରତିଥର ସଭାପତି ହୁଅନ୍ତି ! ଏଥିରେ କିଛି ନୂଆ କାହାଣୀ ନାହିଁ । କଥାଟି ହେଉଛି CM in Waiting ରେସ୍ ବା ମୁଖ୍ୟମନ୍ତ୍ରୀ ଚେୟାରରେ ଥାଇ, ନବୀନ ଏଥର BJD ସଭାପତି ହୋଇନାହାଁନ୍ତି
                             BJD ପ୍ରତିଷ୍ଠା ସମୟରେ ଅର୍ଥାତ 26 ଡିସେମ୍ବର 1997ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ, କିନ୍ତୁ ସେ ଦଳର ପ୍ରଥମ ସଭାପତି ହେଲେ । ଆଉ ବିଜୁ ଜନତା ଦଳ ସରକାର ଗଠନ କରିବା ପରେ, ସେ BJD ସଭାପତି ପଦ ବଜାୟ ରଖିଲେ । କିନ୍ତୁ ବିରୋଧି ଦଳ ନେତାଙ୍କ ଦାୟିତ୍ୱରେ ରହିବା ବେଳେ, ନବୀନ ପ୍ରଥମ ଥର ପାଇଁ BJD ସଭାପତି ଭାବେ ମନୋନୀତ ହୋଇଛନ୍ତି ବିରୋଧି ଦଳରେ ବସିବାର ଅଭିଜ୍ଞତା ନଥିବା ନବୀନ ପଟ୍ଟନାୟକଙ୍କର, ନା ବିଧାନସଭା ପ୍ରତି ସମ୍ମାନ ଅଛି ନା BJD ସଂଗଠନ ପ୍ରତି।

  • ଗୋଟାଏ ପଟେ ବିରୋଧୀଦଳ ନେତା ହୋଇ ମଧ୍ୟ ବଜେଟ୍ ଅଧିବେଶନରେ ବିଧାନସଭା ପ୍ରାୟତଃ ଗଲେ ନାହିଁ ଅନ୍ୟପଟେ ପାଣ୍ଡିଆନଙ୍କ ପାଇଁ BJD ବରିଷ୍ଠ ନେତାଙ୍କ ନାଁରେ ମିଛ କହୁଛନ୍ତି
  • ସେଥିପାଇଁ BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ, ନବୀନ ପଟ୍ଟନାୟକଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କହିଲେଣି -ନବୀନ ବାବୁ ଆଉ ‘ନାଲି ଆଖି ଦେଖାନ୍ତୁନି’

 

BJDରେ ଗଣତନ୍ତ୍ର ନାହିଁ

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ, ଆଉ ଭାରତୀୟ ରାଜନୀତିର ମୂଳ ଆଧାର ଗଣତନ୍ତ୍ର ମାତ୍ର ବିଜୁ ଜନତା ଦଳର ସଭାପତି ଲିଷ୍ଟ୍ କହୁଛି, BJDରେ ଗଣତନ୍ତ୍ର ଶବ୍ଦର କିଛି ମାନେ ନାହିଁ

  • କେବଳ ନବୀନ ହିଁ 9ଥର ସଭାପତି ହୋଇ BJDକୁ ପାରିବାରିକ ଓ ବ୍ୟକ୍ତିକୈନ୍ଦ୍ରିକ ଦଳର ସାର୍ଟିଫିକେଟ ଦେଇଛନ୍ତି
  • BJDରେ ଅନ୍ୟ ନେତାଙ୍କୁ ବଢିବାକୁ ପ୍ରଶୟ ଦେଇନାହାନ୍ତି ଖୋଦ୍ ନବୀନ
  • ଏମିତିରେ ଦେଖିବାକୁ ଗଲେ କେବଳ BJD ନୁହେଁ ସବୁ ଆଞ୍ଚଳିକ ଦଳ, ବ୍ୟକ୍ତି ଓ ପରିବାର ଜାଲରେ ଛନ୍ଦି ହୋଇ ରହିଛନ୍ତି
  • ସମାଜବାଦୀ ପାର୍ଟି ହେଉ ବା RJD, JMM, TMC, TDP, DMK, ନ୍ୟାସନାଲ କନଫରେନ୍ସ ଏବଂ PDP ପରି ଆଞ୍ଚଳିକ ଦଳ, ସବୁଠି ରହୁଛି ବ୍ୟକ୍ତିବାଦର ପ୍ରଭାବ
  • ସମାଜବାଦୀ ପାର୍ଟିରେ ମୁଲାୟମ୍ ସିହଂ ଯାଦବଙ୍କ ପରେ ମୁଖ୍ୟ ମଙ୍ଗୁଆଳ ପୁଅ ଅଖିଳେଶ ଯାଦବ,
  • ଲାଲୁ ଯାଦବଙ୍କ ପରେ ତାଙ୍କ ସ୍ତ୍ରୀ ରାବିଡି ଦେବୀ ମୁଖ୍ୟମନ୍ତ୍ରୀ ହେଲେ। ଏବେ ପୁଅ ତେଜସ୍ୱୀ ଯାଦବ କହୁଛନ୍ତି ସେ ବିହାରର ମୁଖ୍ୟମନ୍ତ୍ରୀ ହେବେ
  • TMCରେ ମମତା ବାନାର୍ଜୀଙ୍କ ପରେ ମଙ୍ଗୁଆଳ ଲିଷ୍ଟରେ ଅଛନ୍ତି, ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ,
  • ସେହିପରି କରୁଣାନିଧିଙ୍କ ନିଧନ ପରେ ତାଙ୍କ ପୁଅ ଷ୍ଟାଲିନ୍ ଏବେ DMKର ମଙ୍ଗୁଆଳ,
  • ପଡୋଶୀ ଝାରଖଣ୍ଡରେ ଶିବୁ ସୋରେନଙ୍କ ପରିବାର ନିୟନ୍ତ୍ରଣରେ ସରକାର ଏବଂ କାଶ୍ମୀରରେ ଚାଲିଛି ଅବଦୁଲ୍ଲା ପରିବାରର ସରକାର ।
  • ତେବେ ଆନ୍ଧ୍ରରେ ଯଦିଓ NTR ପରିବାରର ସରକାର ଚାଲିଛି । କିନ୍ତୁ ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁ, ଶ୍ୱଶୁର NTRଙ୍କୁ ଧୋକା ଦେଇ TDPକୁ ନିଜ ନିୟନ୍ତ୍ରଣକୁ ନେଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ।
    ଆଉ ଓଡ଼ିଶାରେ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ତିଆରି କରି ଦୀର୍ଘ 24 ବର୍ଷ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଶାସନ କାଳରେ, ନା କ୍ଷମତାରୁ ବିଦା ହେବା ପରେ, କାହାକୁ BJD ସଭାପତି କଲେ ନବୀନ?

କେବଳ ଆଞ୍ଚଳିକ ଦଳ କାହିଁକି କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା ! ନେହରୁ ପରିବାରରୁ 5 ଜଣ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି। ଗୋଟିଏ ପରିବାରରୁ ଜବାହରଲାଲ ନେହୁର, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହୋଇଛନ୍ତି । କଂଗ୍ରେସ ଇତିହାସରେ ତ ଦଳର ସର୍ବକାଳୀନ ସଭାପତି ହେଉଛନ୍ତି ସୋନିଆ ଗାନ୍ଧି  ଦୁଇଟି କାର୍ଯ୍ୟକାଳରେ 22 ବର୍ଷ ପାଇଁ କଂଗ୍ରେସ ସଭାପତି ପଦର ଦାୟିତ୍ୱ ତୁଲାଇଛନ୍ତି ସୋନିଆ ଗାନ୍ଧି
ତେବେ BJP, CPI ଏବଂ  CPI(M) ପରି ରାଜନୈତିକ ପାର୍ଟିରେ କୌଣସି ପରିବାର ବା ବ୍ୟକ୍ତିଙ୍କର ଶତ ପ୍ରତିଶତ ନିୟନ୍ତ୍ରଣ ନଥାଏ। ଏସବୁ ଦଳରେ ନିରନ୍ତର ବ୍ୟବଧାନରେ ସଭାପତି ବା ମହାସଚିବ ପରିବର୍ତ୍ତନ ହୋଇଥାଆନ୍ତି।  

ବିଜୁଙ୍କ ସମାଧିକୁ ନେଇ ମିଛ କହିଛନ୍ତି ପାଣ୍ଡିଆନ

17 ଏପ୍ରିଲ 1997ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା। ବିଜୁ ବାବୁଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱରରୁ ସ୍ୱର୍ଗ ଦ୍ୱାର ପର୍ଯ୍ୟନ୍ତ ଥିଲା ଜନସମୁଦ୍ର। ଯଦିଓ ଭୋଟରଙ୍କ ବିଶ୍ୱାସ ଜିଣିବାରେ ଶତ ପ୍ରତିଶତ ସଫଳ ନଥିଲେ, କିନ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ହୃହୟର ରାଜା ଥିଲେ ବିଜୁ ବାବୁ । ତାଙ୍କର ଶେଷ କୃତ୍ୟରେ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ। ସେଥିପାଇଁ ତ ବିଜୁଙ୍କ ଅନ୍ତିମ ଯାତ୍ରା ଏବଂ ଶେଷକୃତ୍ୟର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ
ବିଜୁ ବାବୁଙ୍କ ଲୋକପ୍ରିୟତା ଦେଖି, ସାନ ପୁଅ ନବୀନ ପଟ୍ଟନାୟକ ଧାଇଁ ଆସିଲେ ଓଡ଼ିଶା। ବାପାଙ୍କ ଆସିକା ଆସନରୁ ଜିତି ଲୋକସଭାରେ ଏଣ୍ଟ୍ରି ମାରିଲେ। ଆଉ ତାପରେ ବାପାଙ୍କ ନାଁରେ ବିଜୁ ଜନତା ଦଳ(BJD) ଗଠନ କରି କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଭୁବନେଶ୍ୱର ୟୁନିଟ୍-6ର Qtr No. 6R-3କୁ ଥିବା ବାପା ବିଜୁଙ୍କର ଜନତା ଦଳ ଅଫିସକୁ BJDର ରାଜ୍ୟ କାର୍ଯ୍ୟାଳୟ କରିଦେଲେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ BJDର ରାଜ୍ୟ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ 3ଟି ସରକାରୀ ପ୍ଲଟକୁ BJDକୁ ଆବଣ୍ଟିତ କଲେ ନବୀନ

ଶଙ୍ଖ ଭବନ ପାଇଁ ଆଇନ ବାଟବଣା

ନିୟମ କାନୁନକୁ ମୋଡି ମକଚି ରାସ୍ତା ବା ସଡ଼କ କିସମର ଜମିକୁ ଘରବାଡ଼ି କରି BJD ଅଫିସ ପାଇଁ ଆବଣ୍ଟିତ କଲେ। ଶେଷରେ 4ଟି ପ୍ଲଟକୁ ମିଶାଇ 1 ଏକର 183 ଡେସିମିଲି ଜାଗା ଉପରେ ନିର୍ମାଣ ହେଲା ଶଙ୍ଖ ଭବନ। ସାରା ବିଶ୍ୱ କରୋନା ଭୟରେ କ୍ୱାରଣ୍ଟାଇନରେ ଥିଲାବେଳେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା BJDର ଉଚ୍ଚ ଅଟ୍ଟାଳିକା ଶଙ୍ଖ ଭବନ ଏହାକୁ ଯେପରି ଅତ୍ୟାଧୁନିକ କରାଯାଇ ପାରିବ, ସେଥିପାଇଁ ଦାୟିତ୍ୱରେ ରହିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ
ତେବେ ଶଙ୍ଖ ଭବନକୁ ଭବ୍ୟ କରିବା ପାଇଁ ସବୁ ପ୍ରକାର ବେଆଇନ କାର୍ଯ୍ୟ କରି ପାଣି ପରି ଟଙ୍କା ଉଡ଼ାଇ ଥିବା ନବୀନ ପଟ୍ଟନାୟକ, ନିଜ ବାପା ବିଜୁ ବାବୁଙ୍କ ନିମନ୍ତେ ସମାଧିଟିଏ କରିବା ପାଇଁ କାହିଁକି ଅନିଚ୍ଛୁକ? ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନର କଥା କହି 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ ନବୀନ ପଟ୍ଟନାୟକ । କିନ୍ତୁ ଜଣେ ପୁଅର କାର୍ଯ୍ୟ କରିବାକୁ ଉଚିତ ଭାବିଲେ ନାହିଁ। ନବୀନ ବାବୁ ଓ ତାଙ୍କ ପାର୍ଟି ବିଜୁଙ୍କୁ କେବଳ ରାଜନୀତି ପାଇଁ ବ୍ୟବହାର କରିଛନ୍ତି ।

ବିଜୁଙ୍କ ନାଁରେ ପାଣ୍ଡିଆନଙ୍କ ମିଛ
ନବୀନଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ବିଦେଶ ମାଟିରେ ଡାହା ମିଛ କହିଲେ ପାଣ୍ଡିଆନ ମିଥ୍ୟାବାଦୀ ପାଣ୍ଡିଆନ ଦୁବାଇରେ କହିଲେ ଯେତେବେଳେ ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧି ଥିବା କଥା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ, ତତକ୍ଷଣାତ୍ ନବୀନ ପଟ୍ଟନାୟକ ପ୍ରତିକ୍ରିୟାଶୀଳ ହେଲେ ପରିବାରବାଦର ଉର୍ଦ୍ଧ୍ୱକୁ ଯାଇ ବିଜୁଙ୍କ ସମାଧି, ସ୍ୱର୍ଗ ଦ୍ୱାରରୁ ହଟେଇବାକୁ କହିଲେ
ମାତ୍ର ପାଣ୍ଡିଆନଙ୍କ କଥା ଥିଲା ମିଛ ପେଡିର କାହାଣୀ । ପ୍ରକୃତ କଥା ହେଲା, ବିଜୁ ବାବୁଙ୍କ ଦେହାନ୍ତର ଠିକ୍ 3 ମାସ ପରେ ଅର୍ଥାତ 17 ଜୁଲାଇ 1997ରେ ସ୍ୱର୍ଗଦ୍ୱାରରେ ତାଙ୍କର ସମାଧି କରାଗଲା। ବିଜୁ ବାବୁଙ୍କ ସମାଧି ରହିଲା ସର୍ବସାଧାରଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ସ୍ୱର୍ଗଦ୍ୱାରରେ ।

  • ଲୋକଙ୍କ ଭାବନକୁ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ବିଜୁଙ୍କ ସମାଧି ନିର୍ମାଣକୁ ବିରୋଦ୍ଧ କରିନଥିଲା।
  • କିନ୍ତୁ 1999ରେ ଆଇନଜୀବୀ ରମେଶ ପ୍ରସାଦ ସିଂହ, ପୁରୀ ସିଭିଲ୍ କୋର୍ଟରେ କେସ୍ କଲେସର୍ବସାଧାରଣ ଜାଗାରେ ବିଜୁ ବାବୁଙ୍କର କାହିଁକି ସମାଧି ରହିବ ବୋଲି ପ୍ରଶ୍ନ କଲେ।
  • ମାମଲାର ଶୁଣାଣି କରି ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ 27 ଡିସେମ୍ବର 2014ରେ ସ୍ୱର୍ଗ ଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟେଇବାକୁ ଅର୍ଡର ଦେଲେ
  • ସେ ସମୟରେ ଭୈରବ ପାଣ୍ଡିଆନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ।
    ପାଣ୍ଡିଆନ ବାବୁ ଏସବୁ ଜାଣି ମଧ୍ୟ 2023 ମେ ମାସରେ ଦୁବାଇରେ ଅନୁଷ୍ଠିତ ଓଡ଼ିଆ ମାନଙ୍କ ଏକ ସମ୍ମିଳନୀରେ ବିଜୁ ପଟ୍ଟନାୟକଙ୍କ ସମାଧି ସଂପର୍କରେ ମିଛ କହିଥିଲେ।
    କେବଳ ପାଣ୍ଡିଆନ କାହିଁକି ବିଜୁ ବାବୁଙ୍କ ନାଁ ବ୍ୟବହାର କରି ନବୀନ ପଟ୍ଟନାୟକ ଭୋଟ ହାତେଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ବିଜୁ ବାବୁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା ବେଳେ ନବୀନ ମାତ୍ର 2ଥର ଦେଖିବାକୁ ଯାଇଥିଲେ। ମାତ୍ର ବାପାଙ୍କ ମୃତ୍ୟୁ ପରେ ପ୍ରତିବର୍ଷ ମାର୍ଚ୍ଚ 5ରେ ବିଜୁ ଜୟନ୍ତୀ ପାଳନଆଉ ଏପ୍ରିଲ 17ରେ ବିଜୁଙ୍କ ତିରୋଧାନ ଦିବସରେ ଗୁଣ କୀର୍ତ୍ତନ କରି ନବୀନ ଜଣେ ସ୍ୱାର୍ଥବାଦୀ ରାଜନେତାର କର୍ତ୍ତବ୍ୟ ସାରି ଦେଉଛନ୍ତି କିନ୍ତୁ 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ବାବୁ ଚାହିଁଥିଲେ ଶଙ୍ଖ ଭବନ ପରି ନହେଲା ନାହିଁ ,ବାପାଙ୍କ ନାଁରେ ସମାଧିଟିଏ ତ କରି ପାରିଥାଆନ୍ତେ !