Posts tagged BJD

ପାଣ୍ଡିଆନଙ୍କ ପାଇଁ ନବୀନ କାହିଁକି ମିଛ କହୁଛନ୍ତି?

BJD ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ। ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କୁ ନବୀନଙ୍କର ଖୋଲା ସମର୍ଥନକୁ ସେ ବିରୋଧ କରିଛନ୍ତି ପ୍ରଭାତ କହିଛନ୍ତି,ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ9 ଏପ୍ରିଲ(ଗତକାଲି)ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଲେ.. 

  • ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁ BJDରେ ନାହିଁ,
  • ଗୋଟେ କେସ୍ ର ତଦନ୍ତ ଷ୍ଟେଜରେ BJD ମୋତେ ନିଲମ୍ବନ କରିଥିଲା,
  • ଆଜି ଯାଏଁ ମୁଁ ଦଳରେ ନାହିଁ ବୋଲି ବୋଧେ ନବୀନଙ୍କୁ, ତାଙ୍କ ଅଫିସ ଫିଡ୍ କରିଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ 2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ନିଲମ୍ବନ ପ୍ରତ୍ୟାହାର ପାଇଁ ମୁଁ ନିଜ ଆଡୁ କହି ନଥିଲି,
  • ମାନେ ଗତକାଲି ଯାଏଁ ମୁଁ BJDର ସଦସ୍ୟ ଥିଲି,
  • ଅପର ପକ୍ଷରେ ନବୀନ ବାବୁ କହିଲେ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ଯାହା ରାଜ୍ୟବାସୀ ଓ BJD କର୍ମୀଙ୍କୁ irritate କରିଛି
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା
  • ମୁଁ ନିଲମ୍ବନ ନହୋଇ ମୁଁ ଦଳରେ ନାହିଁ କହିବା ଅର୍ଥ ମୁଁ ଆଉ BJDରେ ସୁରକ୍ଷିତ ନୁହେଁ

ସେହିଭଳି ବିଭିନ୍ନ ନିର୍ବାଚନରେ BJD ତାଙ୍କୁ ପ୍ରଚାର କାର୍ଯ୍ୟରେ ଉପଯୋଗ କରିଛି । ଯଦି ସେ 2017ରେ BJDରୁ ନିଲମ୍ବିତ, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ  କାହିଁକି ବସିଥିଲେ ବୋଲି ପ୍ରଭାତ ପ୍ରଶ୍ନ କରିଛନ୍ତି? ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିବା ପ୍ରଭାତ, ପାଣ୍ଡିଆନଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କହି ଟାର୍ଗେଟ କରି କହିଛନ୍ତି…

  • ନିର୍ବାଚନ ସଭାରେ ମୋ ବିନା ଉପସ୍ଥିତିରେ ପାଣ୍ଡିଆନ ମୋ ସପକ୍ଷରେ କହିଥିଲେ,
  • ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ସମୟରେ BJD ପାଇଁ ମୋ ଯୋଗଦାନ କଣ ଥିଲା, 10 ହଜାର ଲୋକଙ୍କ ଆଗରେ ପାଣ୍ଡିଆନ ସ୍ୱୀକାର କରିଥିଲେ

ଅପର ପକ୍ଷରେ ୱାକଫ୍ ବିଲରେ BJD ସାଂସଦ ମାନଙ୍କ ଭୋଟିଂ ବିବାଦର ସମାଧାନ ପରିବର୍ତ୍ତେ, ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରି, ସ୍ଥିତିକୁ ଗୋଳିଆ କରାଗଲା ପାଣ୍ଡିଆନଙ୍କୁ ସମର୍ଥନ ଦେଇ ତାଙ୍କ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି ବୋଲି ପ୍ରଭାତ ଆକ୍ଷେପ କରି କହିଛନ୍ତି…

  • ଗତ ନିର୍ବାଚନରେ ଲୋକେ ଅଣଓଡ଼ିଆ ପାଣ୍ଡିଆନାଙ୍କ ରାଜନୈତିକ ପ୍ରାଧାନ୍ୟକୁ ଗ୍ରହଣ କଲେନି,
  • ଯଦି ସେ 10 ମାସ ହେବ ଦଳରେ ନାହାନ୍ତି, ଲୁଚୁଛି ନା ଗୋଡ଼ ଦୁଇଟା ଦିଶୁଛି ଯଦି ପାଣ୍ଡିଆନ ନିଷ୍ପତ୍ତି ନେଉଥିବେ ତେବେ BJDର ଭବିଷ୍ୟତ ଅନ୍ଧାର,
  • ଯିଏ କହୁଛନ୍ତି ପାଣ୍ଡିଆନ ଆମ ନେତା ଓ ତାଙ୍କ ଦୟାରୁ ନେତା ହୋଇଛନ୍ତି, ଲୋକେ ସେ ନେତା ମାନଙ୍କୁ ହଟାଇ ଦେବେ

ସେହିଭଳି ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ସୁଜାତାଙ୍କ ଦୃଢ଼ ସମର୍ଥକ ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାତ। ସେ BJDରେ ନଥିବା କଥା କହୁଥିବା ଅତନୁଙ୍କୁ ପ୍ରଭାତଙ୍କ ପ୍ରଶ୍ନ…. 

  • “BJDର ନିର୍ବାଚନ ପ୍ରକ୍ରିୟା ଚାଲିଛି,
  • BJDରେ ସଦସ୍ୟ କିଏ ଅଛି କି ନାହିଁ, ଅତନୁ ବାବୁ କେମିତି ଆଗରୁ ଜାଣି ଗଲେ?
  • ମିଡନାଇଟ୍ ଅପରେସନ ପରେ ମୁଁ BJDର ନିର୍ବାଚନ ପରିଚାଳନା କରିଥିଲି,
  • ପ୍ୟାରୀ ବାବୁଙ୍କ ସହ ଅତନୁ ବାବୁ ମିଡନାଇଟ ଅପରେସନରେ ଥିଲେ

ମୋ ସମର୍ଥନରେ ନେତା ଆସିବେ ନା ନାହିଁ, ତାହା ସମୟ କହିବ । କିନ୍ତୁ ମୋତେ କହିବା ଜରିଆରେ ଅନ୍ୟ ବରିଷ୍ଠ ନେତାଙ୍କୁ ନବୀନ ୱାର୍ଣ୍ଣିଙ୍ଗ ଦେଇଛନ୍ତିତେବେ BJD ବିଧାୟକ ଥିବା ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଜଣେ adult, ପୁଅ BJDରେ ଯାହା କରିବ କରୁକିନ୍ତୁ ୱାକଫ୍ ବିଲ୍ ସମୟରେ BJD ସାଂସଦଙ୍କ ଭୋଟ୍ ସଂପର୍କରେ ଦଳର ନିଷ୍ପତ୍ତି କଣ ଥିଲା, ତାହା ନବୀନ ସ୍ପଷ୍ଟ କରନ୍ତୁ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି ।

ନବୀନଙ୍କ ମାନସପୁତ୍ରଙ୍କ ଉପରେ ରାଗ ଶୁଝାଇଲେ ଅଂଶୁମାନ

ସ୍ୱର୍ଗତ ଦାମଦୋର ରାଉତଙ୍କ ପୁଅ କହିଲେ ପାଣ୍ଡିଆନ କିଏ ମୁଁ ଚିହ୍ନିନି । ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ କହିଲେଣି ପାଣ୍ଡିଆନ ଏବେ ଅତୀତ । ଯଦି ଦାମ ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତ ଏବଂ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ପାଣ୍ଡିଆନଙ୍କୁ ନେଇ ଏମିତି କହୁଛନ୍ତି, ତାହେଲେ ଅଣଓଡିଆ ଭୈରବ କଣ BJD ପାଇଁ ଅଲୋଡ଼ା ହୋଇଗଲେଣି ?
ସବୁ ବିଗାଡ଼ି ଦେଇଛି ୱାକଫ୍ ସଂଶୋଧନ ବିଲରେ ରାଜ୍ୟସଭାରେ BJDର ଭୋଟିଂ…
ପ୍ରଥମେ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପାଣ୍ଡିଆନଙ୍କ ନାଁ ନନେଇ କହିଲେ ନବୀନ ପଟ୍ଟନାୟକଙ୍କ ମାନସପୁତ୍ର ଦିଲ୍ଲୀରେ BJDକୁ ବିକି ଦେଇଛନ୍ତି

BJP-BJD Deal

ତା ପରେ ନବୀନ ନିବାସରେ Go Back ପାଣ୍ଡିଆନ୍ ନାରା ପଡିଲା। ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ଆସନର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କହିଲେଣି…

  • ପାଣ୍ଡିଆନ ଏବେ ଅତୀତ । ପାଣ୍ଡିଆନଙ୍କ କଥା କାହିଁ ପଚାରୁଛ ? ସେ ସନ୍ନ୍ୟାସ ନେଇ ସାରିଛନ୍ତି,
  • ୱକ୍‌ଫ ସଂଶୋଧନ ବିଲ୍ ସଂପର୍କରେ BJD ସାଂସଦଙ୍କ ଅଭିମୁଖ୍ୟକୁ ନେଇ ଆମେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ,
  • BJD ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ,
  • ଯଦି ଡାକନ୍ତି, ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ,
  • ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ
  • ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ‘4 ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟ ଜନକ’ କହି ପାଣ୍ଡିଆନ ଏବଂ ତାଙ୍କ ସମର୍ଥକଙ୍କୁ ଧୋଇଛନ୍ତି ଅଂଶୁମାନ।
SAMBIT ROUT

ଅଂଶୁମାନଙ୍କ ବାପା ଦିବଂଗତ ନଳିନୀ ମହାନ୍ତିଙ୍କୁ ଛାୟା ଦୁର୍ନିତୀ ନାଁରେ ମନ୍ତ୍ରିମଣ୍ଡଳରୁ ହଟାଇ ଥିଲେ, ନବୀନ ପଟ୍ଟନାୟକ

  • ଯେଉଁ ଦୁର୍ନୀତିର ସତ୍ୟାସତ୍ୟ, BJDର 24 ବର୍ଷର ଶାସନ କାଳରେ ମିଳିପାରିଲା ନାହିଁ,
  • ଜୀବନରେ କେବେ ହାରିନଥିବା ନଳିନୀ ମହାନ୍ତିଙ୍କୁ ହରାଇବା ପାଇଁ ମଧ୍ୟ ଚଞ୍ଚକତା କରିଥିଲେ ନବୀନ,
  • ସୀମା ପୁନଃ ନିର୍ଦ୍ଧାରଣ ଆଢୁଆଳରେ 2009ରେ ରାଜନଗର ଆସନର ଭୌଗଳିକ ଚିତ୍ରକୁ ପରିବର୍ତ୍ତନ କଲେ,
  • ଫଳରେ ଅଜାତ ଶତ୍ରୁ ନଳିନୀ ମହାନ୍ତି, ଜୀବନରେ ପ୍ରଥମ ଥର ପାଇଁ ହାରିଲେ ଏବଂ ପରେ ତାଙ୍କର ମୃତ୍ୟୁ ହେଲା।
    ତେବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କ ଉପରେ ଭରସା କଲେ ରାଜନଗର ଭୋଟର । 2014ରେ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଅଂଶୁମାନ
  • କିନ୍ତୁ ଚାଲ୍ କରି ଅଂଶୁମାନଙ୍କୁ 2024 ନିର୍ବାଚନ ପୂର୍ବରୁ BJDରେ ସାମିଲ୍ କରାଇଲେ ପାଣ୍ଡିଆନ ଆଣ୍ଡ କଂପାନୀ,
  • ବିଧାୟକ ପ୍ରାର୍ଥୀ କରିବା ବଦଳରେ ଲୋକସଭା ଆସନରେ ଲଢ଼ାଇଲେ,
  • ଅଂଶୁମାନଙ୍କ ପଲିଟିକାଲ୍ କ୍ୟାରିଅରକୁ ଧୂଳିସାତ୍ କଲେ ନବୀନଙ୍କ ମାନସପୁତ୍ର ଭୈରବ ପାଣ୍ଡିଆନ ।

ଏବେ ବାପା ଏବଂ ତାଙ୍କ ସହ ହୋଇଥିବା ବିଶ୍ୱାସ ଘାତକର ଜବାବ ରଖୁଛନ୍ତି ଅଂଶୁମାନ। ତାଙ୍କ ଟାର୍ଗେଟରେ ପାଣ୍ଡିଆନ ଏବଂ ନିଶାନାରେ ବାପାଙ୍କ ରାଜନୈତିକ ହତ୍ୟାକାରୀ ନବୀନ ପଟ୍ଟନାୟକ।

BJDରେ ଶୀତଳ ଯୁଦ୍ଧ, ବଦଲା ନେଉଛନ୍ତି ବବି

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜୁ ଜନତା ଦଳରେ ଦେଖା ଦେଇଥିବା ବିବାଦ, ଏବେ ଭିନ୍ନ ମୋଡ଼ ନେଲାଣି

  • ସୁଯୋଗ ଅପେକ୍ଷାରେ ଥିବା ବବି ଦାସ, ଭୈରବ ପାଣ୍ଡିଆନଙ୍କୁ କାଉଣ୍ଟର ଆଟାକ୍ କରୁଥିବାର ସୂଚନା ମିଳୁଛି
  • 2024 ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢାଇ ବବିଙ୍କ ପଲିଟିକାଲ୍ କ୍ୟାରିୟର ଖତମ୍ କରିବାର ଯୋଜନା ପାଣ୍ଡିଆନ କରିଥିଲେ ବୋଲି ବବି ଦାସଙ୍କ କ୍ୟାମ୍ପ୍ ନିର୍ବାଚନ ଫଳାଫଳ ପରେ ଜାଣି ସାରିଥିଲେ
  • କିନ୍ତୁ ଅପେକ୍ଷା କରିଥିଲେ ସୁଯୋଗକୁ.
    ୱାକଫ୍ ସଂଶୋଧନ ବିଲରେ BJD ରାଜ୍ୟସଭା ସାଂସଦଙ୍କ ଭୋଟିଂ ଦେବାର ଶୈଳୀ, ବବିଙ୍କ ପାଇଁ ଆଣିଲା ସୁବର୍ଣ୍ଣ ସୁଯୋଗ
  • ପାଣ୍ଡିଆନଙ୍କ ଇଙ୍ଗିତରେ BJDର 5 ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।କିନ୍ତୁ ମୁନ୍ନା ଖାଁଙ୍କ ପରି ସାଂସଦ, ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିଲେ
    ଏହି ଗୋଳିଆ ପରିସ୍ଥିତି, ବବି ଦାସଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ..
    ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଫ୍ରଣ୍ଟରେ ରଖି ପାଣ୍ଡିଆନଙ୍କୁ କରାଗଲା ଟାର୍ଗେଟ,
  • ଭୈରବ ମଧ୍ୟ ସଙ୍ଗେ ସଙ୍ଗେ ନିଜ 4 ସାଂସଦ ସମର୍ଥକଙ୍କୁ ଆଗକୁ ଆଣିଲେ,
  • ରାଜ୍ୟସଭା ସାଂସଦ ଶୁଭାଷିଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ମିଳିମିଶି ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ

ପାଣ୍ଡିଆନଙ୍କ ଏହି ଓପନ୍ ଚ୍ୟାଲେଞ୍ଜକୁ କାଉଣ୍ଟର କରିବାକୁ ବବି ଦାସ ପୁଣି ଖେଳିଲେ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍,

  • ବିଜୁ ଜନତା ଦଳର ପୁରୁଖା ନେତାଙ୍କ ପୁଅମାନେ ଆଗେଇ ଆସିଲେ, ଦେବାଶିଷଙ୍କ ସମର୍ଥନରେ,
  • ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ, କଳ୍ପତରୁ ଦାସ, କାଳିନ୍ଦି ବେହେରାବିଜୟଶ୍ରୀ ରାଉତରାୟଙ୍କ ପରି ଭେଟେରାନଙ୍କ ପୁଅମାନେ ଦେବାଶିଷ ସାମନ୍ତରାୟଙ୍କୁ ସପୋର୍ଟ କଲେ,
  • ପାଣ୍ଡିଆନ୍ ଯେପରି ନବୀନ ନିବାସରେ ଲୁଚି ରହିଛନ୍ତି ବବି ଦାସ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଆଢୁଆଳରେ ବସି ଗୋଟି ଚଳାଉଛନ୍ତି।

ଶୁଣିବାକୁ ମିଳୁଛି, ପାଣ୍ଡିଆନଙ୍କୁ ହଟାଇବା ପାଇଁ BJDର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଶରଣରେ ପଶିଛନ୍ତି ବବି ଦାସBJDକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ର ଦାୟିତ୍ୱ ନିଅନ୍ତୁ ବୋଲି ବବି ଦାସଙ୍କ କ୍ୟାମ୍ପ୍ ଉଦ୍ୟମ ଚଳାଇଛନ୍ତି

  • ବିଜୟ ମହାପାତ୍ର ଯଦିଓ ନିଜର ଭୂମିକାକୁ ନେଇ କଛି କ୍ଲିୟର୍ କରୁନାହାନ୍ତି, କିନ୍ତୁ ବିଜୟଙ୍କର ବ୍ଲୁ-ଆଏଡ୍ ବୟ ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ଭିଲେନ୍ ବୋଲି ସମ୍ବୋଧନ କରୁଛନ୍ତି ।
  • ବବି ଦାସ ଜାଣିଛନ୍ତି BJD ବଞ୍ଚାଇବା ପାଇଁ ପ୍ରୟାସ ଜରିଆରେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିଲେ ପାଣ୍ଡିଆନ ନିଶ୍ଚିତ ବିଦା ହେବେ

ତେବେ  ବବିଙ୍କ ଏ ରଣନୀତି ସଫଳ ହେବ କି ନାହିଁ ତାହା ଆଉ ଖୁବ୍ କମ ଦିନରେ ସ୍ପଷ୍ଟ ହେବକିନ୍ତୁ ପାଣ୍ଡିଆନଙ୍କ ପାଇଁ BJD ହରିଲା, ଏହି ବାର୍ତ୍ତା ଦଳୀୟ କର୍ମୀଙ୍କ ପାଖକୁ ଆଗରୁ ଯାଇଥିଲା। ଏବେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଧାରଣା ଜନ୍ମଲାଣି ଯେ ଦିଲ୍ଲୀ BJP ନିକଟରେ BJDକୁ ସମର୍ପି ଦେଇଛନ୍ତି ଭୈରବ ପାଣ୍ଡିଆନ !

ଅଣଓଡ଼ିଆ ପାଣ୍ଡିଆନଙ୍କ ସପକ୍ଷରେ ବିଜେଡିର ୪ ରାଜ୍ୟସଭା ସାଂସଦ

ପାଣ୍ଡିଆନଙ୍କ ଅଭେଦ୍ୟ ଦୁର୍ଗ ନବୀନ ନିବାସରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ନାରାର ଘଣ୍ଟା ନ ପୁରୁଣୁ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଆସିଛନ୍ତି ରାଜ୍ୟସଭା ସାଂସଦ

  • ଲାଗୁଛି ଯେମିତି ଗରିଲା ଯୁଦ୍ଧରେ ନିପୁଣ ଏହି ସାଂସଦ
  • କେବଳ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଉନାହାନ୍ତି ବରଂ,ୱାକଫ୍ ବିଲରେ ବିପର୍ଯ୍ୟୟ ପାଇଁ ନିଜର ସହଯୋଗୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି
  • ଭୈରବ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ମଧ୍ୟ ସୁରକ୍ଷିତ ଭାବେ ନବୀନ ନିବାସରୁ ପଲିଟିକ୍ସ କରୁଛନ୍ତି
  • କିନ୍ତୁ ୱାକଫ୍ ବିଲରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କର କାର୍ଯ୍ୟକଳାପ ସବୁ ବିଗାଡ଼ି ଦେଲା
    ନିଜ ପାଇଁ ଅଭେଦ୍ୟ ଦୁର୍ଗର ଭାବୁଥିବା ନବୀନ ନିବାସରେ ପାଣ୍ଡିଆନ ଏବେ ଅସୁରକ୍ଷିତ।
  • ସାଂସଦ ମୁନ୍ନା ଖାଁଙ୍କ ସମର୍ଥକ ମାନେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି
  • ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଛନ୍ତି
    ଉଚ୍ଚ ଅଭିଳାଶି ପାଣ୍ଡିଆନ ଅଣଓଡ଼ିଆ ବିଚଳିତ ହେଲା ଭଳି ଲାଗୁ ନାହାନ୍ତି ।
    ନିଜକୁ ବିଜେଡିର ନମ୍ବର 2 ଭାବେ ଦେଖେଇବା ପାଇଁ
    ଜଣ ସାଂସଦଙ୍କୁ କାମରେ ଲଗାଇ ଦେଇଛନ୍ତି
  • କଂଗ୍ରେସରୁ ଆସି ରାଜ୍ୟସଭା ସାଂସଦ ହୋଇଥିବା ମାନସ ମଙ୍ଗରାଜ,ଏବେ ପାଣ୍ଡିଆନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଓକିଲାତି କରୁଛନ୍ତି
  • ସେହିଭଳି ବିଜେଡି ସହ ସମ୍ପର୍କ ନଥାଇ ମଧ୍ୟ ନିରଞ୍ଜନ ବିଶି ପାଣ୍ଡିଆନଙ୍କ ଦୟାରୁ ରାଜ୍ୟସଭା ସାଂସଦ ହୋଇଥିବାରୁ ଋଣ ଶୁଝାଉଛନ୍ତି
  • ରାଜ୍ୟସଭା ନିର୍ବାଚନରେ ବିଜେଡିର ଭୂମିକା ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି ବୋଲି ମାନସମଙ୍ଗରାଜ,ନିରଞ୍ଜନ ବିଶି ଓକିଲାତି କରୁଛନ୍ତି
  • ଏପରିକି ନିଜ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଟାର୍ଗେଟ କରିଛନ୍ତି।

ସେହିଭଳି ଶୁଭାଶିଷ ଓରଫ୍ ଲକି ଖୁଣ୍ଟିଆ( ସାର୍) ସମ୍ବୋଧନ କରି ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି
ସେହିଭଳି ସୁଲତା ଦେଓ ମଧ୍ୟ ଦେବାଶିଷଙ୍କୁ  ୱାକଫ୍ ବିଲ ଭୋଟିଂରୁ ନିଜକୁ ଦୁରେଇ ରଖିଥିବାରୁ ଟାର୍ଗେଟ୍ କରିଛନ୍ତି ।

ଭିଲେନ ଚୁପ୍ ସୈତାନଙ୍କ କବଳରେ BJD

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ସମର୍ଥନ ଓ ବିରୋଧକୁ ନେଇ BJDରେ ଘମାସନ

  • ବିଲ୍ ସପକ୍ଷରେ ସାଂସଦ ସସ୍ମିତ ପାତ୍ର କାହିଁକି ଭୋଟ ଦେଲେ?, ସେ ପ୍ରସଙ୍ଗରେ ସାଂସଦ ମାନଙ୍କ ଅପେକ୍ଷା କାଠଗଡ଼ାକୁ ଟାଣି ହୋଇ ଆସିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ ।
  • ଖ୍ରୀଷ୍ଟିଆନ ସଂପ୍ରଦାୟର ସସ୍ମିତ ପାତ୍ର, ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ମୁସଲମାନ ସଂପ୍ରଦାୟର ମୁନ୍ନା ଖାଁ, ୱାକଫ୍ ବିଲ୍ ବିରୁଦ୍ଧରେ ଭୋଟ ଦେଲେ।

ସସ୍ମିତ ପାତ୍ର କାହିଁକି ବିଲକୁ ସମର୍ଥନ କଲେ ଏବଂ କାହା ନିର୍ଦ୍ଦେଶରେ ଭୋଟ ଦେଲେ ବୋଲି BJDର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କ ଠାରୁ ଜାଣିବାକୁ ଚାହିଁଥିଲେ?

ପ୍ରଭାତ ତ୍ରିପାଠୀଙ୍କ ବୟାନ୍, ପାଣ୍ଡିଆନ ଭିଲେନ୍
-ସୌମ୍ୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା,ନବୀନ ଚୁପ୍ ସୈତାନ୍
-ୱାକଫ୍ ବିଲକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବଢୁଛି ଅଡ଼ୁଆ
-ଗଣେଶ୍ୱର ବେହେରା, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲଙ୍କ ପରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ତ୍ରିପାଠୀ
ସସ୍ମିତ ପାତ୍ରଙ୍କର ଏତେ ସାହସ ନାହିଁ,ପାଣ୍ଡିଆନ ହିଁ ଖଳନାୟକ
ପାଣ୍ଡିଆନଙ୍କ ପାଇଁ ନିର୍ବାଚନ ଫଳ ଭୋଗିଲୁ
କିଛି ତୋଷାମଦକାରୀ ପାଣ୍ଡିଆନଙ୍କୁ ଶ୍ରେୟ ଦେଇ ନବୀନଙ୍କୁ କମ କରୁଛନ୍ତି
#ଦଳ_ବୁଡ଼ିବାରେ_ପାଣ୍ଡିଆନ_ମୁଖ୍ୟକାରଣ

ନବୀନଙ୍କୁ ଚୁପ୍ ସୈତାନ୍ କହି ଟାର୍ଗେଟ କରିଛନ୍ତି ସୌମ୍ୟ
-“ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।
-‘Waqf Bills’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ?
-ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।“