ଛାତ୍ରଛାତ୍ରୀ ପିନ୍ଧିବେ ଗେରୁଆ ରଙ୍ଗର ଆଇ କାର୍ଡ !

ସରକାର ବଦଳିବା ପରେ ତେଜୁଛି ରଙ୍ଗ ରାଜନୀତି। ଅଫିସର, ସ୍କୁଲ୍ ବସଠାରୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ରଙ୍ଗର ପରିବର୍ତ୍ତନ ହେଉଛି । ପୂର୍ବ ସରକାର ସବୁଥିରେ ପାର୍ଟିର କଲର (ସବୁଜ) ବୋଳିଥିଲା ବେଳେ ବିଜେପି ସରକାର ତାଙ୍କର ପାର୍ଟି କଲର (ଗେରୁଆ) ବୋଳିବାରେ ବ୍ୟସ୍ତ । ସ୍କୁଲ କାନ୍ଥ ପରେ ଏବେ ପଡ଼ିଛି ସ୍କୁଲ ପିଲାଙ୍କ ପାଳି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଗେରୁଆ ରଙ୍ଗ ଲାଗିବ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ବଦଳିବ ଆଇ କାର୍ଡ ରଙ୍ଗ
ସରକାର ବଦଳିଲା ପରେ ସ୍କୁଲ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳିବାକୁ ଯାଉଛି। BJD ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥର  ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇକାର୍ଡ ପିନ୍ଧିବେ । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ।

Visited 2 times, 1 visit(s) today
Share this post

Leave A Comment

Your email address will not be published. Required fields are marked *