BJDରୁ ହଟିଯିବ ସଂଗଠନ ସମ୍ପାଦକ ପଦ !

ବିଜୁ ଜନତା ଦଳରେ ବିବାଦ ଏବେ ଉଗ୍ର ଭୈରବ ପାଣ୍ଡିଆନଙ୍କୁ ନେଇ ବରିଷ୍ଠଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀଙ୍କ ପରି ବରିଷ୍ଠ BJD ନେତା, ନବୀନଙ୍କୁ ମିଛୁଆ ଉପାଧିରେ ସମ୍ବୋଧିତ କଲାବେଳେ, ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ସିନିୟର କହୁଛନ୍ତି- ନବୀନ ବାବୁ, ନାଲିଆଖି ଦେଖାନ୍ତୁ ନାହିଁ
କିନ୍ତୁ ଯାହା ପାଇଁ ଏତେ ସବୁ ନାଟ, ସେହି ପାଣ୍ଡିଆନ ମହାଶୟ, ନିଜ କୋଟରୀକୁ ଧରି BJD ସଂଗଠନ ନିର୍ବାଚନ କାମରେ ଲାଗିଛନ୍ତିଆସନ୍ତା 19 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ BJD ରାଜ୍ୟ ସଭାପତି ଘୋଷଣା ହୋଇପାରନ୍ତିତାହାରି ଭିତରେ ନିଜର ସମସ୍ତ ବିରୋଧି ତଥା ପ୍ରତିଭାବାନ ନେତାଙ୍କୁ କୋଣଠେସା କରିବାରେ ଲାଗିଛନ୍ତି ପାଣ୍ଡିଆନଗୋଡ଼ାଣିଆଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ଦେଇ ଖୋସାମତିଆ ନେତାଙ୍କୁ ରାଜ୍ୟସ୍ତରୀୟ ପଦରେ ବସାଇବା ଯୋଜନାରେ ଅଛନ୍ତି ପାଣ୍ଡିଆନ।

                       ନମ୍ବର 2 ରେସରେ ସଞ୍ଜୟ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,
BJDରେ ଆଉ ସଂଗଠନ ସଂପାଦକ ପଦ ରହି ନପାରେ ! ଅଣଓଡ଼ିଆ ପାଣ୍ଡିଆନ ଏତେ ପାଓ୍ୱାରଫୁଲ୍ ଯେ ପୂର୍ବରୁ BJDମହାସଚିବ ପଦକୁ ଉଚ୍ଛେଦ କରିଥିଲେ । BJPକୁ କପି କରୁଥିବା ପାଣ୍ଡିଆନ ମହାଶୟ, BJDରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କଲେଫଳରେ 5 ମାର୍ଚ୍ଚ 2020 ବିଜୁ ଜୟନ୍ତୀରେ ପ୍ରଣବ ପ୍ରକାଶ ଦାସ ଓରଫ ବବି BJDର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେଲେ। କିନ୍ତୁ 2024 ନିର୍ବାଚନରେ BJD ପରାଜିତ ହେବା ପରେ ହେଲିକପ୍ଟରରେ ଉଡୁଥିବା ପାଣ୍ଡିଆନ ବାବୁ ଏବେ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିବା ଯୋଜନାରେ…।
                     ପଲିଟିକାଲ୍ ଆଫାୟାର୍ସ କମିଟି
ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦକୁ ହଟାଇ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହେଉଛି ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ୱ ସଦସ୍ୟ ରହିବେ । ନବୀନ ପଟ୍ଟନାୟକ ସେହି କମିଟିର ଅଧ୍ୟକ୍ଷ ହୋଇପାରନ୍ତି  BJDର ପଦ ମର୍ଯ୍ୟାଦାରେ ନବୀନଙ୍କ ପଛକୁ ସଞ୍ଜୟ ଦାସବର୍ମାଙ୍କୁ ଫିଟ୍ କରିପାରନ୍ତି ପାଣ୍ଡିଆନା । କାରଣ ପାଣ୍ଡିଆନା ଜାଣିଛନ୍ତି, ସଞ୍ଜୟ ଜଣେ ବିଫଳ ନେତା। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ଲଢ଼ିବାକୁ ଭୟ କରି ସତ୍ୟବାଦୀରୁ ଲଢି, ପରାଜିତ ହୋଇଛନ୍ତି ସଞ୍ଜୟସେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ପାଇଁ ବିପଦ ହୋଇନପାରନ୍ତି! ବରଂ Yes Boss କହି ପାଣ୍ଡିଆନଙ୍କ ଆଜ୍ଞାଧିନ ହୋଇଯିବେ ସଞ୍ଜୟ ଦାସବର୍ମା।

               ପାଣ୍ଡିଆନଙ୍କ କଳା କାରନାମା ଜାଣନ୍ତି ବବି
କିନ୍ତୁ ପାଣ୍ଡିଆନଙ୍କ ସବୁ କଳା କାରନାମାର ମୁଖସାକ୍ଷୀ ବବି ଦାସ, ଭବିଷ୍ୟତରେ କଣ୍ଟା ହୋଇପାରନ୍ତି
ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆଗରେ ରଖି ବବି ଦାସ କିଛି ବି ଖେଳ କରିପାରନ୍ତି । ସିନିୟର ପଲିଟିଆସନଙ୍କ ପୁଅ ମାନଙ୍କୁ ମେଳି କରିବା ପାଇଁ ଆର୍ଥିକ ସହଯୋଗ ବି ଦେଇପାରନ୍ତି। ତେଣୁ ସବୁ ଜାଣୁଥିବା ପାଣ୍ଡିଆନଙ୍କ ଫୁର୍ମୂଲାରେ ରେଡ୍ ଜୋନକୁ ଆସି ଯାଇଛନ୍ତି ବବି। ସେଥିପାଇଁ ସାଙ୍ଗଠନିକ ସମ୍ପାଦକ ପଦ ହଟିପାରେ?
ପୂର୍ବରୁ ତ ବବିଙ୍କୁ ପାୱାରଲେସ୍ କରିବାକୁ ଚକ୍ରାନ୍ତ ହୋଇଥିଲା। ପାଣ୍ଡିଆନଙ୍କ ଚକ୍ରାନ୍ତରେ ସମ୍ବଲପୁର ଲଢ଼ିବାକୁ ଗଲେନି ଯେ, ଲୋକସଭା ତ ଦୂରର କଥା ବିଧାନସଭାର ରାସ୍ତା ବି ତାଙ୍କ ପାଇଁ ବନ୍ଦ ହୋଇଗଲା। ନିଜେ ଜିତିଥିବା ଯାଜପୁର ସିଟରେ ମା
ଙ୍କୁ ଲଢ଼ାଇ ଥିଲେ ହୁଏତ ଉପ-ନିର୍ବାଚନ ଜରିଆରେ ବିଧାନସଭା ଆସି ପାରିଥାଆନ୍ତେ ମାତ୍ର କୋରେଇରୁ ମାଙ୍କୁ ଲଢ଼ାଇ ପରାଜୟର ସ୍ୱାଦ ଚାଖିଲେ। ନା ବବି ଲୋକସଭା ଯାଇପାରିଲେ,ନା ମା ବିଧାନସଭା। ଆଉ ନିର୍ବାଚନ ପରେ ଭାଇ ଭବପ୍ରକାଶ ଦାସ ଗିରଫ ହୋଇ ଜେଲ୍ ଗଲେ।
ବବି ଦାସଙ୍କ ଭିତରେ କୁହୁଳୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ, ବବିଙ୍କୁ ପାଓ୍ୱାରଲେସ୍ କରୁଛନ୍ତି। ଆଉ ବବି ଦାସଙ୍କୁ ଚେକମେଟ୍ ଦେବା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ପ୍ରମୋଟ କରିପାରନ୍ତି ପାଣ୍ଡିଆନ !

Visited 191 times, 1 visit(s) today
Share this post

Leave A Comment

Your email address will not be published. Required fields are marked *