Posts tagged Bobby Das

BJDରୁ ହଟିଯିବ ସଂଗଠନ ସମ୍ପାଦକ ପଦ !

ବିଜୁ ଜନତା ଦଳରେ ବିବାଦ ଏବେ ଉଗ୍ର। ଭୈରବ ପାଣ୍ଡିଆନଙ୍କୁ ନେଇ ବରିଷ୍ଠଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକ। ପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀଙ୍କ ପରି ବରିଷ୍ଠ BJD ନେତା, ନବୀନଙ୍କୁ “ମିଛୁଆ” ଉପାଧିରେ ସମ୍ବୋଧିତ କଲାବେଳେ, ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ସିନିୟର କହୁଛନ୍ତି- “ନବୀନ ବାବୁ, ନାଲିଆଖି ଦେଖାନ୍ତୁ ନାହିଁ”।
କିନ୍ତୁ ଯାହା ପାଇଁ ଏତେ ସବୁ ନାଟ, ସେହି ପାଣ୍ଡିଆନ ମହାଶୟ, ନିଜ କୋଟରୀକୁ ଧରି BJD ସଂଗଠନ ନିର୍ବାଚନ କାମରେ ଲାଗିଛନ୍ତି। ଆସନ୍ତା 19 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ BJD ରାଜ୍ୟ ସଭାପତି ଘୋଷଣା ହୋଇପାରନ୍ତି। ତାହାରି ଭିତରେ ନିଜର ସମସ୍ତ ବିରୋଧି ତଥା ପ୍ରତିଭାବାନ ନେତାଙ୍କୁ କୋଣଠେସା କରିବାରେ ଲାଗିଛନ୍ତି ପାଣ୍ଡିଆନ। ଗୋଡ଼ାଣିଆଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ଦେଇ ଖୋସାମତିଆ ନେତାଙ୍କୁ ରାଜ୍ୟସ୍ତରୀୟ ପଦରେ ବସାଇବା ଯୋଜନାରେ ଅଛନ୍ତି ପାଣ୍ଡିଆନ।

                       ନମ୍ବର 2 ରେସରେ ସଞ୍ଜୟ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,
BJDରେ ଆଉ ସଂଗଠନ ସଂପାଦକ ପଦ ରହି ନପାରେ ! ଅଣଓଡ଼ିଆ ପାଣ୍ଡିଆନ ଏତେ ପାଓ୍ୱାରଫୁଲ୍ ଯେ ପୂର୍ବରୁ BJDର “ମହାସଚିବ” ପଦକୁ ଉଚ୍ଛେଦ କରିଥିଲେ । BJPକୁ କପି କରୁଥିବା ପାଣ୍ଡିଆନ ମହାଶୟ, BJDରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କଲେ। ଫଳରେ 5 ମାର୍ଚ୍ଚ 2020 ବିଜୁ ଜୟନ୍ତୀରେ ପ୍ରଣବ ପ୍ରକାଶ ଦାସ ଓରଫ ବବି BJDର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେଲେ। କିନ୍ତୁ 2024 ନିର୍ବାଚନରେ BJD ପରାଜିତ ହେବା ପରେ ହେଲିକପ୍ଟରରେ ଉଡୁଥିବା ପାଣ୍ଡିଆନ ବାବୁ ଏବେ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିବା ଯୋଜନାରେ…।
                     ପଲିଟିକାଲ୍ ଆଫାୟାର୍ସ କମିଟି
ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦକୁ ହଟାଇ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହେଉଛି । ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ୱ ସଦସ୍ୟ ରହିବେ । ନବୀନ ପଟ୍ଟନାୟକ ସେହି କମିଟିର ଅଧ୍ୟକ୍ଷ ହୋଇପାରନ୍ତି । BJDର ପଦ ମର୍ଯ୍ୟାଦାରେ ନବୀନଙ୍କ ପଛକୁ ସଞ୍ଜୟ ଦାସବର୍ମାଙ୍କୁ ଫିଟ୍ କରିପାରନ୍ତି ପାଣ୍ଡିଆନା । କାରଣ ପାଣ୍ଡିଆନା ଜାଣିଛନ୍ତି, ସଞ୍ଜୟ ଜଣେ ବିଫଳ ନେତା। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ଲଢ଼ିବାକୁ ଭୟ କରି ସତ୍ୟବାଦୀରୁ ଲଢି, ପରାଜିତ ହୋଇଛନ୍ତି ସଞ୍ଜୟ। ସେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ପାଇଁ ବିପଦ ହୋଇନପାରନ୍ତି! ବରଂ Yes Boss କହି ପାଣ୍ଡିଆନଙ୍କ ଆଜ୍ଞାଧିନ ହୋଇଯିବେ ସଞ୍ଜୟ ଦାସବର୍ମା।

               ପାଣ୍ଡିଆନଙ୍କ କଳା କାରନାମା ଜାଣନ୍ତି ବବି
କିନ୍ତୁ ପାଣ୍ଡିଆନଙ୍କ ସବୁ କଳା କାରନାମାର ମୁଖସାକ୍ଷୀ ବବି ଦାସ, ଭବିଷ୍ୟତରେ କଣ୍ଟା ହୋଇପାରନ୍ତି
। ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆଗରେ ରଖି ବବି ଦାସ କିଛି ବି ଖେଳ କରିପାରନ୍ତି । ସିନିୟର ପଲିଟିଆସନଙ୍କ ପୁଅ ମାନଙ୍କୁ ମେଳି କରିବା ପାଇଁ ଆର୍ଥିକ ସହଯୋଗ ବି ଦେଇପାରନ୍ତି। ତେଣୁ ସବୁ ଜାଣୁଥିବା ପାଣ୍ଡିଆନଙ୍କ ଫୁର୍ମୂଲାରେ ରେଡ୍ ଜୋନକୁ ଆସି ଯାଇଛନ୍ତି ବବି। ସେଥିପାଇଁ ସାଙ୍ଗଠନିକ ସମ୍ପାଦକ ପଦ ହଟିପାରେ?
ପୂର୍ବରୁ ତ ବବିଙ୍କୁ ପାୱାରଲେସ୍ କରିବାକୁ ଚକ୍ରାନ୍ତ ହୋଇଥିଲା। ପାଣ୍ଡିଆନଙ୍କ ଚକ୍ରାନ୍ତରେ ସମ୍ବଲପୁର ଲଢ଼ିବାକୁ ଗଲେନି ଯେ, ଲୋକସଭା ତ ଦୂରର କଥା ବିଧାନସଭାର ରାସ୍ତା ବି ତାଙ୍କ ପାଇଁ ବନ୍ଦ ହୋଇଗଲା। ନିଜେ ଜିତିଥିବା ଯାଜପୁର ସିଟରେ ମା
’ଙ୍କୁ ଲଢ଼ାଇ ଥିଲେ ହୁଏତ ଉପ-ନିର୍ବାଚନ ଜରିଆରେ ବିଧାନସଭା ଆସି ପାରିଥାଆନ୍ତେ। ମାତ୍ର କୋରେଇରୁ ମା’ଙ୍କୁ ଲଢ଼ାଇ ପରାଜୟର ସ୍ୱାଦ ଚାଖିଲେ। ନା’ ବବି ଲୋକସଭା ଯାଇପାରିଲେ,ନା’ ମା’ ବିଧାନସଭା। ଆଉ ନିର୍ବାଚନ ପରେ ଭାଇ ଭବପ୍ରକାଶ ଦାସ ଗିରଫ ହୋଇ ଜେଲ୍ ଗଲେ।
ବବି ଦାସଙ୍କ ଭିତରେ କୁହୁଳୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ, ବବିଙ୍କୁ ପାଓ୍ୱାରଲେସ୍ କରୁଛନ୍ତି। ଆଉ ବବି ଦାସଙ୍କୁ ଚେକମେଟ୍ ଦେବା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ପ୍ରମୋଟ କରିପାରନ୍ତି ପାଣ୍ଡିଆନ !

BJDରେ ଶୀତଳ ଯୁଦ୍ଧ, ବଦଲା ନେଉଛନ୍ତି ବବି

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜୁ ଜନତା ଦଳରେ ଦେଖା ଦେଇଥିବା ବିବାଦ, ଏବେ ଭିନ୍ନ ମୋଡ଼ ନେଲାଣି।

  • ସୁଯୋଗ ଅପେକ୍ଷାରେ ଥିବା ବବି ଦାସ, ଭୈରବ ପାଣ୍ଡିଆନଙ୍କୁ କାଉଣ୍ଟର ଆଟାକ୍ କରୁଥିବାର ସୂଚନା ମିଳୁଛି ।
  • 2024 ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢାଇ ବବିଙ୍କ ପଲିଟିକାଲ୍ କ୍ୟାରିୟର ଖତମ୍ କରିବାର ଯୋଜନା ପାଣ୍ଡିଆନ କରିଥିଲେ ବୋଲି ବବି ଦାସଙ୍କ କ୍ୟାମ୍ପ୍ ନିର୍ବାଚନ ଫଳାଫଳ ପରେ ଜାଣି ସାରିଥିଲେ ।
  • କିନ୍ତୁ ଅପେକ୍ଷା କରିଥିଲେ ସୁଯୋଗକୁ.
    ୱାକଫ୍ ସଂଶୋଧନ ବିଲରେ BJD ରାଜ୍ୟସଭା ସାଂସଦଙ୍କ ଭୋଟିଂ ଦେବାର ଶୈଳୀ, ବବିଙ୍କ ପାଇଁ ଆଣିଲା ସୁବର୍ଣ୍ଣ ସୁଯୋଗ
  • ପାଣ୍ଡିଆନଙ୍କ ଇଙ୍ଗିତରେ BJDର 5 ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।କିନ୍ତୁ ମୁନ୍ନା ଖାଁଙ୍କ ପରି ସାଂସଦ, ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିଲେ ।
    ଏହି ଗୋଳିଆ ପରିସ୍ଥିତି, ବବି ଦାସଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ..
    ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଫ୍ରଣ୍ଟରେ ରଖି ପାଣ୍ଡିଆନଙ୍କୁ କରାଗଲା ଟାର୍ଗେଟ,
  • ଭୈରବ ମଧ୍ୟ ସଙ୍ଗେ ସଙ୍ଗେ ନିଜ 4 ସାଂସଦ ସମର୍ଥକଙ୍କୁ ଆଗକୁ ଆଣିଲେ,
  • ରାଜ୍ୟସଭା ସାଂସଦ ଶୁଭାଷିଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ମିଳିମିଶି ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ

ପାଣ୍ଡିଆନଙ୍କ ଏହି ଓପନ୍ ଚ୍ୟାଲେଞ୍ଜକୁ କାଉଣ୍ଟର କରିବାକୁ ବବି ଦାସ ପୁଣି ଖେଳିଲେ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍,

  • ବିଜୁ ଜନତା ଦଳର ପୁରୁଖା ନେତାଙ୍କ ପୁଅମାନେ ଆଗେଇ ଆସିଲେ, ଦେବାଶିଷଙ୍କ ସମର୍ଥନରେ,
  • ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ, କଳ୍ପତରୁ ଦାସ, କାଳିନ୍ଦି ବେହେରା ଓ ବିଜୟଶ୍ରୀ ରାଉତରାୟଙ୍କ ପରି ଭେଟେରାନଙ୍କ ପୁଅମାନେ ଦେବାଶିଷ ସାମନ୍ତରାୟଙ୍କୁ ସପୋର୍ଟ କଲେ,
  • ପାଣ୍ଡିଆନ୍ ଯେପରି ନବୀନ ନିବାସରେ ଲୁଚି ରହିଛନ୍ତି ବବି ଦାସ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଆଢୁଆଳରେ ବସି ଗୋଟି ଚଳାଉଛନ୍ତି।

ଶୁଣିବାକୁ ମିଳୁଛି, ପାଣ୍ଡିଆନଙ୍କୁ ହଟାଇବା ପାଇଁ BJDର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଶରଣରେ ପଶିଛନ୍ତି ବବି ଦାସ। BJDକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ର ଦାୟିତ୍ୱ ନିଅନ୍ତୁ ବୋଲି ବବି ଦାସଙ୍କ କ୍ୟାମ୍ପ୍ ଉଦ୍ୟମ ଚଳାଇଛନ୍ତି ।

  • ବିଜୟ ମହାପାତ୍ର ଯଦିଓ ନିଜର ଭୂମିକାକୁ ନେଇ କଛି କ୍ଲିୟର୍ କରୁନାହାନ୍ତି, କିନ୍ତୁ ବିଜୟଙ୍କର ବ୍ଲୁ-ଆଏଡ୍ ବୟ ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ଭିଲେନ୍ ବୋଲି ସମ୍ବୋଧନ କରୁଛନ୍ତି ।
  • ବବି ଦାସ ଜାଣିଛନ୍ତି BJD ବଞ୍ଚାଇବା ପାଇଁ ପ୍ରୟାସ ଜରିଆରେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିଲେ ପାଣ୍ଡିଆନ ନିଶ୍ଚିତ ବିଦା ହେବେ।

ତେବେ  ବବିଙ୍କ ଏ ରଣନୀତି ସଫଳ ହେବ କି ନାହିଁ ତାହା ଆଉ ଖୁବ୍ କମ ଦିନରେ ସ୍ପଷ୍ଟ ହେବ । କିନ୍ତୁ ପାଣ୍ଡିଆନଙ୍କ ପାଇଁ BJD ହରିଲା, ଏହି ବାର୍ତ୍ତା ଦଳୀୟ କର୍ମୀଙ୍କ ପାଖକୁ ଆଗରୁ ଯାଇଥିଲା। ଏବେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଧାରଣା ଜନ୍ମଲାଣି ଯେ ଦିଲ୍ଲୀ BJP ନିକଟରେ BJDକୁ ସମର୍ପି ଦେଇଛନ୍ତି ଭୈରବ ପାଣ୍ଡିଆନ !