ଚୟନ କରିବା ବଦଳରେ, ହାତେଇ ନେଲେ ଅଧ୍ୟକ୍ଷ ପଦ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ବ୍ୟକ୍ତି ଏକ କିନ୍ତୁ ଅନେକ ପଦର ଅଧିକାରୀ ଓଡ଼ିଶାରେ ମୁଖ୍ୟ ଶାସନ ସଚିବ, ଦିଲ୍ଲୀରେ ମୁଖ୍ୟ ରେସିଡେନ୍ସ କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ମନୋଜ ଆହୁଜାନିୟମ କାନୁନକୁ ମାଡ଼ି ମକଚି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ମାଡ଼ି ବସିଛନ୍ତି । ପ୍ରଦୂଷଣ ବୋର୍ଡରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଓଡ଼ିଶା ପ୍ରଶାସନିକ ସେବାର ମୁଖ୍ୟ ଶ୍ରୀଯୁକ୍ତ ଆହୁଜା ମହାଶୟ। ଗତ ବର୍ଷ ନଭେମ୍ବର 25 ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଥିଲାସେହି ବିଜ୍ଞପ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ହେବା କଥା। ସେହି ବିଜ୍ଞପ୍ତି ଆଧାରରେ ଏକ ଚୟନ କମିଟି ଗଠନ ହେବପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ଚୟନ କମିଟି ତିନି ଜଣଙ୍କ ନାଁ ସୁପାରିଶ କରିବ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ସର୍ବାଧିକ ତିନି ବର୍ଷ ପାଇଁ ନିଯୁକ୍ତି ଦେଇ ପାରିବେ । ଏପରିକି ତିନି ବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଯଦି ପଞ୍ଚଷଠି ବର୍ଷ ହେଇଯାଉଛି ତାହେଲେ ମଧ୍ୟ ତାଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ ।

କିନ୍ତୁ ବିଡ଼ମ୍ବନା, ଚୟନ କମିଟିର ଅଧ୍ୟକ୍ଷ ହେବାକୁ ଯୋଗ୍ୟ ବ୍ୟକ୍ତି ମନୋଜ ଆହୁଜା, ଏବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ହାତେଇ ନେଇଛନ୍ତି। ନିୟମ ଅନୁସାରେ ଚୟନ କମିଟିର ଅଧ୍ୟକ୍ଷ ହେବେ  ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ।  ଏହାସହ ସେହି ଚୟନ କମିଟିରେ ଚାରି ଜଣ ସଦସ୍ୟ ରହିବେ।
ଚୟନ କମିଟିର ସ୍ୱରୁପ
1. ମୁଖ୍ୟ ଶାସନ ସଚିବ-ଅଧ୍ୟକ୍ଷ
2.ରାଜ୍ୟ କାର୍ମିକ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
3.କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ପାହିଆର ଜଣେ ଅଧିକାରୀ-ସଭ୍ୟ
4.ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ପରିବେଶ ବିଶେଷଜ୍ଞ-ସଭ୍ୟ
5.ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ ଚୟନ କମିଟିର ଅଧ୍ୟକ୍ଷ ହେବା କଥା ଶ୍ରୀଯୁକ୍ତ ଆହୁଜା। କିନ୍ତୁ ଚୟନ କରିବା ପରିବର୍ତ୍ତେ ସେହି ପଦକୁ  ମାଡ଼ି ବସିଛନ୍ତି ମନୋଜ ଆହୁଜା

ଅପରପକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଇନ କାନୁନ ଜାଣି ମଧ୍ୟ ନିଜର ଫାଇଦା ପାଇଁ ଅତୀତରେ ଅନେକ ଥର ନିଜ ସ୍ୱାର୍ଥପର ମନୋଭାବର ପରିଚୟ ଦେଇଛନ୍ତି । ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ  ନିଜ ସ୍ତ୍ରୀ ଆରତୀ ଆହୂଜାଙ୍କ ସମ୍ପୃକ୍ତି ଥିବା କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷର ହୋଇଛି । TCFର ଶାଖା ଦ ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ମେମ୍ବର ହେଉଛନ୍ତି ମନୋଜଙ୍କ ସ୍ତ୍ରୀଓଡ଼ିଶାର ବିଭିନ୍ନ ପ୍ରୋଜେକ୍ଟରେ ନିଜ ପରିବାରର ଫାଇଦା ଦେଖୁଥିବା ମନୋଜ ଆହୁଜା ସିଲେକ୍ସନ କରିବା ପରିବର୍ତ୍ତେ ନିଜକୁ ସିଲେକ୍ଟ କରୁଛନ୍ତି ।

AI ନେଉଛି IT ଚାକିରି

ଚାକିରି କ୍ଷେତ୍ରରେ ବଡ଼ ବିପଦ ସୃଷ୍ଟି ହେଉଛି । ୧୨ ହଜାର କର୍ମଚାରୀ ଚାକିରି ହରାଇବେ । AI ପାଇଁ ବିପଦରେ କର୍ମଚାରୀଙ୍କ ଚାକିରି  । TCSରେ ଚାକିରୀ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏମିତି ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ବଡ଼ ବିପଦ ଆସୁଥିବା କୁହାଯାଉଛି । ଟିସିଏସ୍‌ରେ 12 ହଜାର କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଯଦିଓ ଏନେଇ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଚାଲିଛି । ଭାରତର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଟାଟା କନ୍‌ସଲ୍‌ଟାନ୍ସ ସର୍ଭିସେସ୍ ବା ଟିସିଏସ୍ ଏକ ବଡ଼ ଧରଣର ଛଟେଇ ଯୋଜନା ଘୋଷଣା କରିଥିବା କୁହାଯାଉଛି । କମ୍ପାନି ୨୦୨୬ ମଧ୍ୟରେ ନିଜର ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ, ଯାହାଫଳରେ ୧୨,୦୦୦ରୁ ଅଧିକ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଦେଶରେ ଅନେକ ଲୋକ ଏହି କମ୍ପାନି ଉପରେ ନିର୍ଭର କରନ୍ତି । ଭଲ ଦରମା ସାଙ୍ଗକୁ ଅନେକ ଯୋଜନା ମିଳୁଥିବାରୁ କମ୍ପାନିରେ ଚାକିରି କରିବା ପାଇଁ ଅନେକ ଆଶାୟୀ ଥାଆନ୍ତି । ମାତ୍ର କମ୍ପାନି ଏବେ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିସିଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. କୃତିବାସନଙ୍କ ଅନୁଯାୟୀ, ବଦଳୁଥିବା ପ୍ରଯୁକ୍ତିବିଦ୍ୟା, ବିଶେଷକରି AI ର ବ୍ୟାପକ ପ୍ରୟୋଗ ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି
IT Industryକମ୍ପାନି ଏହି ନିଷ୍ପତ୍ତି ନେଇଛି । ତେବେ ଯେଉଁ କର୍ମଚାରୀମାନେ ପ୍ରଭାବିତ ହେବେ ସେମାନଙ୍କୁ ସବୁ ପ୍ରକାର ସହାୟତା ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି । ଏହି ସହାୟତା ପ୍ୟାକେଜରେ ଛଟେଇ ପ୍ୟାକେଜ୍, ନୋଟିସ୍ ଅବଧି ପାଇଁ ସମ୍ପୂର୍ଣ୍ଣ ଦରମା, ବର୍ଦ୍ଧିତ ସ୍ୱାସ୍ଥ୍ୟବୀମା ଆଦିକୁ ଅନ୍ତର୍ଭୁକ୍ତ କରାଯିବ ।

କୋହ୍ଲାପୁରରେ ପ୍ରତିଷ୍ଠା ହେଉଛି, ହାଇକୋର୍ଟ ସର୍କିଟ ବେଞ୍ଚ

ଚଳିତ ମାସ(ଅଗଷ୍ଟ) ୧୮ରୁ ମହାରାଷ୍ଟ୍ରର କୋହ୍ଲାପୁରରେ ହାଇକୋର୍ଟର ଏକ ସର୍କିଟ ବେଞ୍ଚ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ମହାରାଷ୍ଟ୍ରର ୬ଟି ଜିଲ୍ଲାବାସୀ ଯଥା- କୋହ୍ଲାପୁର, ସତାରା, ସଙ୍ଗଲି, ସୋଲାପୁର, ରତ୍ନଗିରି ଓ ସିନ୍ଧୁଦୁର୍ଗର ଲୋକମାନେ ଉପକୃତ ହେବେ । ପୂର୍ବରୁ ମହାରାଷ୍ଟ୍ରରେ ବମ୍ବେ ସମେତ ନାଗପୁର ଏବଂ ଔରଙ୍ଗାବାଦରେ ହାଇକୋର୍ଟର ଦୁଇଟି ସ୍ଥାୟୀ ବେଞ୍ଚ ରହିଛି। ଅର୍ଥାତ ମହାରାଷ୍ଟ୍ରର ପ୍ରାୟ ୧୩ କୋଟି ୩୯ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟର ୩୬ଟି ଜିଲ୍ଲାରେ ହାଇକୋର୍ଟର ୩ଟି ବେଞ୍ଚ କାର୍ଯ୍ୟକାରୀ ହେଉଥିଲା। ଏବେ ଯୋଡି ହେବାକୁ ଯାଉଛି କୋହ୍ଲାପୁର ସର୍କିଟ ବେଞ୍ଚ
                            ଅନ୍ୟପଟେ ଓଡ଼ିଶାର ୩୦ଟି ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୪ କୋଟି ୮୦ ଲକ୍ଷ ହୋଇଥିବା ବେଳେ, ହାଇକୋର୍ଟର ଆଉ ଏକ ବେଞ୍ଚ ପ୍ରତିଷ୍ଠା ହୋଇପାରୁନାହିଁ। ଏପରିକି ଗତ ବର୍ଷ ସେପ୍ଟମ୍ବର ୨ରେ ବିଧାୟକ କଳିକେଶ ସିଂହ ଦେଓମନୋହର ରନଧାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାହି ଦେଇ ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

ଅବଶ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ ମାମଲାର ଶୁଣାଣି କରି ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ଏବେ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହୋଇଛି। ତେଣୁ ଓଡ଼ିଶାରେ ହାଇକୋର୍ଟର ଏକ ନୂଆ ବେଞ୍ଚ ପ୍ରତିଷ୍ଠା ଦାବି ଅପ୍ରସଙ୍ଗ ହୋଇଯାଇଛି। କିନ୍ତୁ ଭାରତର ପ୍ରଧାନ ବିଚାରପତି ବି.ଆର୍. ଗଭାଇ କୋହ୍ଲାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠାକୁ ସମର୍ଥନ କରିଛନ୍ତି । ବିଭିନ୍ନ କେସରେ କୋହ୍ଲାପୁର ଅଞ୍ଚଳର ଲୋକମାନେ ବମ୍ବେ ହାଇକୋର୍ଟକୁ ଯିବା ଫଳରେ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। କୋହ୍ଲାପୁର ହାଇକୋର୍ଟର ଏକ ଖଣ୍ଡପୀଠ ପ୍ରତିଷ୍ଠା ହେଲେ ଲୋକମାନଙ୍କୁ ମୁମ୍ବାଇ ଯିବାକୁ ପଡିବ ନାହିଁ।
      ଯଦି ବମ୍ବେ ହାଇକୋର୍ଟ ଠାରୁ ପ୍ରାୟ ୩୮୧ କିଲୋମିଟର ଦୂରରେ ଥିବା କ୍ଲୋହାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇପାରିଲା। ତେବେ କଟକ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହୁଥିବା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କିପରି ଅପ୍ରାସଙ୍ଗିକ? ମହାରାଷ୍ଟ୍ର ୬ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇ ଯଦି କ୍ଲୋହାପୁରରେ ସର୍କିଟ ବେଞ୍ଚ ପ୍ରତିଷ୍ଠା ହେଉଛି ? ତାହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା ଉଚିତ କି ?
   ଦୋଷ ଲଦିବା ପାଇଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦେଇ ଚୁପ୍ ବସି ପଡୁଥିବା ପୂର୍ବର ବିଜେଡି ସରକାରଙ୍କ ବାଟରେ ବର୍ତ୍ତମାନର ବିଜେପି ସରକାର ଯିବେ ? ନା’ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବାସ୍ତବ ରୂପ ଦେବେ ମୋହନ ମାଝୀଙ୍କ ସରକାର ?
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ,ପୋଲିସ ନିଷ୍କ୍ରିୟ

ପୁରୀ ଜିଲ୍ଲା ବଳଙ୍ଗା ବାୟାବର ଗାଁରେ ବଳଙ୍ଗା ପିଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଦୀଲ୍ଲି ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଛି। ଘଟଣାକୁ ଅନେକ ଦିନ ବିତିଯାଇଥିଲେ ବି ପୋଲିସର ହାତ ଖାଲି। ଏ ଘଟଣାରେ ପୋଲିସ କାହାର ଟେର୍ ପାଉନି। ଘଟଣାର ପ୍ରାରମ୍ଭିକ ତଦନ୍ତରୁ ତିନିଜଣ ଯୁବକଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପାଙ୍କ ବୟାନ ଘଟଣାକୁ ସନ୍ଦେହ ଆଡ଼କୁ ଟାଣୁଛି। ଝିଅର ମାନସିକ ଅବସ୍ଥା ଭଲ ନଥିବା କହିବା ସହ ଏ ଘଟଣାରେ ରାଜନୀତି ନ କରିବାକୁ ତାଙ୍କ ବାପା ଅନୁରୋଧ କରିଛନ୍ତି। ତେବେ ଯଦି ତାଙ୍କ ବାପାଙ୍କ କଥା ସତ ହୁଏ ତାହେଲେ ପୋଲିସ କାହିଁକି ଏହାକୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରୁନି  ସେ ନେଇ ମଧ୍ୟ ଜନଅସନ୍ତୋଷ ଦେଖାଯିବା ସହିତ ପୋଲିସର ନିଷ୍କ୍ରିୟତା ଏବେ ଚର୍ଚ୍ଚାରେ।

ଜୁଲାଇ ୧୯ ତାରିଖ (ଶନିବାର)ରେ ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିଲାଗୁରୁତର ନାବାଳିକାଙ୍କୁ ସେଦିନ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୭୫% ପୋଡ଼ିଯାଇଥିଲା। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ଏୟାର ଲିଫ୍ଟ୍ କରାଯାଇଥିଲା। ଠିକ୍ ଦୁଇ ସପ୍ତାହ ପରେ ଅଗଷ୍ଟ 2 ତାରିଖ ଶନିବାରରେ ସେ ଆଖି ବୁଜିଛନ୍ତିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୁଲିସ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ କରିଛିତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ସ୍ପଷ୍ଟ କରିବା ସହିତ ସମ୍ବେଦନଶୀଳ ମନ୍ତବ୍ୟ ନ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଯାହାକୁ ନେଇ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ

କିଏ କହୁଛି ସତ?
ଏ ଘଟଣା ଘଟିବା ଦିନ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ, ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ତାଙ୍କ  ଘର ଭିତରକୁ ଦୌଡ଼ି ଆସିଥିଲା। ତାଦେହରେ ନିଆଁ ଲାଗିଥିବାରୁ ତୁରନ୍ତ ତାଉପରେ ପାଣି ଢାଳି ନିଆଁ ଲିଭାଇ ଥିଲେ। ବହି ଦେଇ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ସେ ଝିଅ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ଝିଅଟି ତାଙ୍କୁ କହିଥିବା ସେ କହିଥିଲେ ଦୁର୍ବୃତ୍ତମାନେ ଝିଅର ମୁହଁରେ କପଡ଼ା ପକେଇ ଦେଇଥିବାରୁ ସେ ଚିହ୍ନିପାରି ନଥିବା କଥା ମଧ୍ୟ କହିଥିଲେ। ୩ ଦୁର୍ବୃର୍ତ୍ତ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ମଧ୍ୟ ହେଲା । ପୁରୀ SP ପୀନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍ ତଦନ୍ତ ମଧ୍ୟ ହୋଇଥିଲା । ସେ ସମୟରେ ପରିବାର ଲୋକେ ନ୍ୟାୟଦାବୀ କରୁଥିଲା ବେଳେ ଏବେ କିନ୍ତୁ ଝିଅର ମାନସିକ ଅବସ୍ଥାକୁ ନେଇ  ଘଟଣାର ମୋଡ଼ ବଦଳା ଯାଉଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ସନ୍ଦେହରେ ପୋଲିସ…

ପୋଲିସ ପାଇଁ ବ୍ୟାକଫୁଟରେ ସରକାର
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ପୋଲିସର ଆଭିମୁଖ୍ୟ ସରକାରଙ୍କୁ ବ୍ୟାକଫୁଟକୁ ନେଇଛି । ବିରୋଧୀଙ୍କୁ ଏ ପ୍ରସଙ୍ଗ ରାଜନୀତିର ଖୋରାକ୍ ଯୋଗାଇଛି । ପୀଡ଼ିତା ମରିବା ପୂର୍ବରୁ କାହିଁକି ତଦନ୍ତ ରିପୋର୍ଟ ଆସିଲାନି, ଯଦି ଝିଅର ମୁଣ୍ଡ ଦୋଷ ଥିଲା ତାହାଲେ ଆରମ୍ଭରୁ କାହିଁକି  ତାଙ୍କ ବାପା ଥିଲେ ଚୁପ୍ ଥିଲେ? ପୋଲିସ ଯେତେବେଳେ ପଚରାଉଚରା କରୁଥିଲା, ସେତେବେଳେ କାହିଁକି ଏକଥା କହିନଥିଲେ ? ପୋଲିସ ପଚରାଉଚରା କରି କ’ଣ ଜାଣି ପାରିନଥିଲା ଝିଅର ମୁଣ୍ଡ ଦୋଷ ଅଛି ? ତେବେ ପୋଲିସ କି ତଦନ୍ତ କରୁଥିଲା ? ମିଛରେ ସରକାର କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ନାଟକ କରୁଥିଲେ କହି ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ସେହିଭଳି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଆରମ୍ଭରୁ ଦୋଷୀ ଧରାପଡ଼ିବ କହୁଥିବା କ୍ରାଇମବ୍ରାଞ୍ଚ ୧୦ ଦିନରୁ ଅଧିକ ସମୟ ତଦନ୍ତ କରିବା ଭିତରେ କୌଣସି ତଥ୍ୟ ସାମ୍ନାକୁ ଆଣିନଥିଲା । କିନ୍ତୁ ଯେତେବେଳେ ପୀଡ଼ିତାଙ୍କ ମୃତ୍ୟୁ ହେଲା ସେତେବେଳେ ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନଥିବା କୁହାଯାଉଛି। ପୋଲିସ ବିଭାଗର ଆଭିମୁଖ୍ୟକୁ ନେଇ ଏବେ ପ୍ରଶ୍ନବାଚୀ। ପୋଲିସ ସରକାରଙ୍କ ନିର୍ଦେଶରେ କାମ କରୁଛି ନା ସରକାରଙ୍କୁ ବଦନାମ କରୁଛି ଏ କଥା ମଧ୍ୟ ଦ୍ୱନ୍ଦରେ। ଲାଗୁଛି ପୋଲିସର ଏଭଳି ଆଚରଣ ଯୋଉଁ ବାରମ୍ବାର ସରକାର ବ୍ୟାକଫୁଟକୁ ଯାଉଛନ୍ତି।

‘ଜଳ ବିବାଦର ସମାଧାନ, ଟ୍ରିବ୍ୟୁନାଲରେ ହୁଏନି’ – ଆଡଭୋକେଟ୍ ଜେନରାଲ୍

  • ଆଜି ପର୍ଯ୍ୟନ୍ତ କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲରେ ହୋଇନାହିଁ
  • ମହାନଦୀର ଜଳ ବ୍ୟବହାରକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲରେ କିଛି ବି ଅଗ୍ରଗତି ହୋଇନାହିଁ,
  • ଗତ ୬ ବର୍ଷ ମଧ୍ୟରେ, ମାତ୍ର ଜଣିଏ ସାକ୍ଷୀର ତଥ୍ୟ ନିଆଯାଇଛି,
  • ଆଗକୁ ୧୦ ବର୍ଷ ଟ୍ରିବ୍ୟୁନାଲ୍‌ରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ,
    ତେଣୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣାରେ ମହାନଦୀ ଜଳ ବିବାଦର ସମାଧାନ କରିବା ଶ୍ରେୟସ୍କର ବୋଲି ଓଡ଼ିଶାର ଆଡଭୋକେଟ୍ ଜେନରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। 

ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତିକେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇଛିଉଭୟ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି ସୁଫଳ ମିଳିବ ବୋଲି ଆମେ ଆଶାବାଦୀ, ଏକଥା କହିଛନ୍ତି ଆଡଭୋକେଟ୍ ଜେନରାଲ।ଆଜି ଅର୍ଥାତ ଅଗଷ୍ଟ ୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍ ଆଗରେ ଏଭଳି ପକ୍ଷ ରଖିଛି ଓଡ଼ିଶା। ଆସନ୍ତା ସେପ୍ଟମ୍ବର ୬ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ଅନ୍ୟପଟେ ଆପୋଷ ବୁଝାମଣାରେ ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗତ ୨୫ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଚିଠିରେ ଉତ୍ତରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, ଓଡ଼ିଶାର ପ୍ରସ୍ତାବକୁ ବିଚାର କରାଯିବ