IPL ଢାଞ୍ଚାରେ ଖେଳିବ ଓଡ଼ିଶା

ଓଡ଼ିଶା ଖେଳିବ ମିନି IPL । ଦିନକ ପରେ ଆରମ୍ଭ ହେବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL)ବାରବାଟି ଷ୍ଟାଡ଼ିୟମରେ ହେବ କ୍ରିକେଟରଙ୍କ ମହାମିଳନ ।ଭାଗ ନେବେ 6 ଟି ଟିମ୍ । ସେପ୍ଟେମ୍ବର 17ରୁ 26 ପର୍ଯ୍ୟନ୍ତ ଚାଲିବ IPL ଢାଞ୍ଚାର ମ୍ୟାଚ୍ । ଓଡ଼ିଶାରେ ଟି-୨୦ ଲିଗ୍ ର ଆୟୋଜନ ହେବ। IPL ଭଳି ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ହେବବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ୱର ୧୭ ତାରିଖରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ ଖେଳାଯିବ ଓଡ଼ିଶା କ୍ରିକେଟ ଆସୋସିଏସନ ଏହି ଫ୍ରାଞ୍ଚାଇଜ ଭିତ୍ତିକ ଟି-୨୦ ଲିଗ୍ ଆୟୋଜନ କରୁଛି
ଏ ଖେଳକୁ ନେଇ ଅକ୍ସନ୍ ମଧ୍ୟ ହୋଇ ସାରିଛିଖେଳାଳିଙ୍କୁ A, B, C, D ରେ ଫ୍ରାଞ୍ଚାଇଜରେ ସାମିଲ କରିଛନ୍ତି । ମରକ୍ୟୁ ଖେଳାଳିଙ୍କ ମୂଲ୍ୟ ୧,୨୫,୦୦୦ ଟଙ୍କା, A ବର୍ଗର ଖେଳାଳିଙ୍କ ମୂଲ୍ୟ ୧,୦୦,୦୦୦ ଟଙ୍କା, B ବର୍ଗର ଖେଳାଳିଙ୍କ ମୂଲ୍ୟ ୭୫,୦୦୦ ଟଙ୍କା, C ବର୍ଗର ଖେଳାଳିଙ୍କ ମୂଲ୍ୟ ୫୦,୦୦୦ ଟଙ୍କା, D ବର୍ଗର ଖେଳାଳିଙ୍କ ମୂଲ୍ୟ ୪୦,୦୦୦ ଟଙ୍କା ରଖାଯାଇଛି

୬ଟି ଦଳ ଓ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା ସରିଛି । ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ୱଲପୁର ଓ୍ୱାରିୟର୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ଏହି ଲିଗର ବ୍ରାଣ୍ଡ ଆମ୍ୱାସାଡର ରହିଛନ୍ତି ଅଷ୍ଟ୍ରେଲିଆର ଫେମସ୍ କ୍ରିକେଟର ବ୍ରେଟ ଲି ଏବଂ ପୂର୍ବତନ ଓଡ଼ିଶା କ୍ରିକେଟର ଦେବାଶିଷ ମହାନ୍ତି
ଓଡ଼ିଶାର ବଛା ବଛା ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେପ୍ରତି ଦଳରେ ୧୬ ଜଣ ଖେଳାଳି ରହିଛନ୍ତି। ତେବେ ପୁରୀର ଅଧିନାୟକ ସନ୍ଦୀପ ପଟ୍ଟନାୟକ,ରାଉରକେଲାର ଆଶୀର୍ବାଦ ସ୍ୱାଇଁ, ସମ୍ୱଲପୁରର ଶୁଭ୍ରାଶୁଂ ସେନାପତି, ଭୁବନେଶ୍ୱରର ସୂର୍ୟ୍ୟକାନ୍ତ ପ୍ରଧାନ, କଟକର ସ୍ୱସ୍ତିକ ସାମଲ, କେନ୍ଦୁଝରର ଗୋବିନ୍ଦ ପୋଦ୍ଦାରପ୍ରତିଦିନ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ଏହି ଟି-୨୦ ଲିଗର ସବୁ ମ୍ୟାଚ ଡେ ନାଇଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ ବୋଲି ଚର୍ଚ୍ଚା ହେଉଛି

ଛାତ୍ରସଂସଦ ନିର୍ବାଚନ କରି ପାରିବ ତ BJP

  • ଛାତ୍ରସଂସଦ ନିର୍ବାଚନକୁ ନେଇ ଦ୍ୱନ୍ଦ
  • କଲେଜ ଇଲେକ୍ସନକୁ ନେଇ ସିରିୟସ୍ ନାହାନ୍ତି ବିଜେପି ସରକାର
  •  ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ବିବୃତ୍ତି ସତ୍ତ୍ୱେ ପ୍ରକାଶ ପାଇନି ବିଜ୍ଞପ୍ତି
  • ସରକାରଙ୍କଠାରୁ ଆରମ୍ଭ କରି ବିରୋଧୀ, ସମସ୍ତଙ୍କର ଅନାଗ୍ରହ
  •  ବିଜେପିର ଇଚ୍ଛା ନାହିଁ, ବିରୋଧୀଙ୍କ ଦାବୀ ନାହିଁ
  • କେମିତି ହେବ କଲେଜ ଇଲେକ୍ସନ୍?
    2024 ଡିସେମ୍ବର 26ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରସଂସଦ ନିର୍ବାଚନକୁ ନେଇ ଘୋଷଣା କରିଥିଲେ । 2018ରୁ ବନ୍ଦ ହୋଇ ରହିଥିବା କଲେଜ ଇଲେକ୍ସନକୁ 2025ରେ ବିଜେପି ସରକାର କରି ଦେଖାଇବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ବି ଦେଇଥିଲେ। ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ସେପ୍ଟେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ଭାବ୍ୟ ତାରିଖ ଦର୍ଶାଯାଇଥିଲା।  ମାତ୍ର  ଦ୍ୱିତୀୟ ସପ୍ତାହ ସରିଥିଲେ ମଧ୍ୟ ଏଯାଏଁ  ନୋଟିଫିକେସନ୍ ପ୍ରକାଶ ପାଇନାହିଁ।

ସେପ୍ଟେମ୍ବର ୧୭-୧୮ରେ ୯ଟାରୁ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଏବଂ ୧୮-୧୯ ରେ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହବା କଥା। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ନୋଟିଫିକେସନ୍ ପ୍ରକାଶ ପାଇ ନାହିଁ । ବିରୋଧି ଦଳରେ ଥିଲାବେଳେ ଛାତ୍ର ସଂସଦ ନିର୍ବାଚନକୁ ନେଇ ହୋ ହାଲ୍ଲା କରୁଥିବା ବିଜେପି ଏବେ କ୍ଷମତାକୁ ଆସିଲା ପରେ ଇଲେକ୍ସନକୁ ନେଇ ଚୁପ୍ ବସିଥିବା ଅନୁମାନ ହେଉଛି ।
ବିଜୁ ଜନତା ଦଳ ଯଦିଓ ଛାତ୍ର ସଭାପତି ମନୋନୀତ କରି ସାରିଛି କଲେଜ୍ ଇଲେକ୍ସନକୁ ନେଇ ଦାବୀ କରୁଥିବା ଦେଖିବାକୁ ମିଳୁନି। କଂଗ୍ରେସର ଛାତ୍ର ସଭାପତି ଗିରଫ ହେବା ପରଠାରୁ ନେତୃତ୍ୱହୀନ ଏବଂ ନୀରବ। ନୂଆ ଛାତ୍ର ସଭାପତି ହେବା କିମ୍ବା କଲେଜ୍ ଇଲେକ୍ସନକୁ ନେଇ କ୍ୟାମ୍ପସ ସକ୍ରିୟ ହେବା ମଧ୍ୟ ଦେଖିବାକୁ ମିଳୁନି। ବିଜେପିର ଛାତ୍ର ସଙ୍ଗଠନ ଭାବେ ଜଣାଶୁଣା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବେ ସମ୍ପୂର୍ଣ୍ଣ ନିରବ।

ଯାହା ଅନୁମାନ କରାଯାଉଛି ବିଜେପି ସରକାରର ବହୁ ବିଧାୟକ ଓ ଦଳୀୟ ନେତାମାନେ ନିର୍ବାଚନ ସପକ୍ଷରେ ନାହାନ୍ତି। ବିରୋଧୀ ଦଳ ପଟୁ ବି ଜୋର୍‌ଦାର ଚାପ ବି ଆସୁନାହିଁ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି ଇଲେକ୍ସନ ଝାମେଲାରେ ପସିବାକୁ ଚାହୁଁ ନାହାନ୍ତି । ତେଣୁ  ହୁଏତ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନଠାରୁ ଦୂରେଇକୁ ଯୋଜନା କରୁଛନ୍ତି।
ବିଜେଡି ସରକାରରେ ଥିଲା ବେଳେ କଲେଜ୍ ଇଲେକ୍ସନକୁ ବନ୍ଦ କରିଥିବା କାରଣରୁ ଏବେ ଇଲେକ୍ସନ୍ ପାଇଁ ଦାବି କରିବା ବୁମେରାଂ ହୋଇପାରେ । ଏମିତିରେ ବି ଦଳର ସ୍ଥିତି ଯାହା ଜାଣିଜାଣି ପରାଜୟକୁ ନିମନ୍ତ୍ରଣ କରିବାକୁ ବିରୋଧୀ ଚାହିଁବେ ନାହିଁ । ଯାହା ବିଜେପି ସରକାରଙ୍କୁ ସୁହାଇବ। ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ  ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିଥିବା ବିଜେପି ଛାତ୍ର ସମାଜକୁ କି ବାର୍ତ୍ତା ଦେବ? ନେତା ଗଢିବାରେ ନିଜେ ବାଧକ ହେଉନି ତ ବିଜେପି

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛିକିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ଲୋକାୟୁକ୍ତ ନିଯୁକ୍ତି କେବେ?

  • ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ
  • ଓଡ଼ିଶାର ଲୋକାୟୁକ୍ତ କେବେ ହେବେ ସଚଳ
  • ଓଡ଼ିଶାରେ BJP ସରକାର ଗଠନ ହେବା ପରେ ଲୋକାୟୁକ୍ତରେ ଅଚଳାବସ୍ଥା
  • 2024 ଅଗଷ୍ଟରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପଡ଼ିଛି ଖାଲି
  • ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ନିମନ୍ତେ ହାଇକୋର୍ଟଙ୍କ ନୋଟିସ୍
  • 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
  • ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା କି, ଲୋକାୟୁକ୍ତରେ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାକୁ ଯାଉଛି।
  • କିନ୍ତୁ ସରକାରୀ ନିଷ୍ପତ୍ତି କେବେ ଓ କଣ ହେବ ଏବଂ ସେ ବାବଦରେ କି ପଦକ୍ଷେପ ନିଆଯାଉଛି,
    ସବୁର ବିସ୍ତୃତ ବିବରଣୀ, ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  • ଆବେଦନକାରୀ ତଥା ପ୍ରତିପକ୍ଷ ଯଦି ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ପ୍ରତି ଜବାବ ଦାଖଲ କରି ପାରିବେ
  • 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ
  • ଲୋକାୟୁକ୍ତଙ୍କୁ ସଚଳ କରିବା ସହ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ପ୍ରବୀର ଦାସ
  • ମୁଖ୍ୟ ବିଚାରପତି ଜଷ୍ଟିସ ହରିଷ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରାମଚନ୍ଦ୍ର ରାଓ ମାମଲାର କରୁଛନ୍ତି ଶୁଣାଣୀ
  • ଲୋକାୟୁକ୍ତର ଶେଷ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅବସର ପରେ ଓଡ଼ିଶା ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ।
  • ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଥିବା ଜଷ୍ଟିସ ଅଜିତ୍ ସିଂହ 2024 ମାର୍ଚ୍ଚରେ ଅବସର ନେଇଛନ୍ତି
  • ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ 2019ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
  • ସେ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ କରି 2024 ମାର୍ଚ୍ଚରେ ଅବସର ଗ୍ରହଣ କରିଛନ୍ତି ।
  • ସେହିଭଳି ଲୋକାୟୁକ୍ତରେ ଜୁଡ଼ିସିଆଲ ମେମ୍ବର ହିସାବରେ ନିଯୁକ୍ତ ପାଇଥିବା ଜଷ୍ଟିସ୍ ବି.କେ ନାୟକଙ୍କର କାର୍ଯ୍ୟକାଳ 2024 ମାର୍ଚ୍ଚରେ ଶେଷ ହୋଇଯାଇଛି ।
  • ଲୋକାୟୁକ୍ତର ଅନ୍ୟ ଜଣେ ସଦସ୍ୟ ଦେବବ୍ରତ ସ୍ୱାଇଁଙ୍କ କାର୍ଯ୍ୟକାଳ ଏପ୍ରିଲ 2024ରେ ଶେଷ ହୋଇଯାଇଛି ।
  • ଓଡ଼ିଶା ଲୋକାୟୁକ୍ତ ଆଇନ୍ 2014 ଅନୁସାରେ ଲୋକାୟୁକ୍ତର ଅଧ୍ୟକ୍ଷଙ୍କ ସହ 5 ଜଣ ସଦସ୍ୟ ରହିବା କଥା ।
  • ଯାହା ମଧ୍ୟରୁ 2 ଜଣ ଜୁଡ଼ିସିଆଲ ମେମ୍ବର ହୋଇ ଥାଆନ୍ତି ।
  • ବର୍ତ୍ତମାନ ନା ଅଧ୍ୟକ୍ଷ ଅଛନ୍ତି ନା କୌଣସି ସଦସ୍ୟ ନିଯୁକ୍ତି ପାଇଛନ୍ତି 

      ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ

ସୁନା ଭରି, ଲକ୍ଷେ ପାର! କାହିଁକି ବଢୁଛି ସୁନା ଦର

ହୁ ହୁ ହୋଇ ସୁନାଦର ବଢୁଛି। ବାଇଶି କ୍ୟାରେଟ୍ ସୁନା ଲକ୍ଷେ ଟପିଲାଣି। ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଅସମ୍ଭବ ହେଇଗଲାଣି।ବାହାଘର, ପୂଜାପର୍ବ ସବୁଥିରେ ସୁନା ଦରକାର ପଡ଼ୁଥିଲା ବେଳେ ଆକାଶଛୁଆଁ ଦର ଯୋଗୁଁ ସୁନା କିଣିବା ସହଜ ହେଉନି। ଆଗକୁ ଦୂର୍ଗାପୂଜା, ଲକ୍ଷ୍ମୀପୂଜା, ଧନତେରସ୍ ଆଦି ପର୍ବ ଆସୁଥିଲା ବେଳେ ସୁନାର ଦାମ୍ ଦେଖିଲେ ଲୋକଙ୍କ ମୁଣ୍ଡ ବିନ୍ଧା ହେଉଛି। ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ କହିଁକି ବଢୁଛି ସୁନା ଦର? କାହିଁକି ଦିନକୁ ଦିନ ସୁନାର ଦର ବଢିବଢି ଏତେ ଟଙ୍କାରେ ପହଞ୍ଚିଛି? ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି , ୦୧,୧୦୦ ଟଙ୍କାରେ ପହଞ୍ଚିଛି। ଏଇ କିଛି ଦିନ ହେବ ଦିନକୁ ପାଖାପାଖି ସୁନା ଦରରେ ୧୨୫୦ ଟଙ୍କା ବୃଦ୍ଧି ଘଟିଛି। ଗଢ଼ା ମଜୁରୀ ଏବଂ ଜିଏସ୍‌ଟିକୁ ମିଶାଇଲେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି।

ସୁନାର ରେଟ ଚାଟ୍ କହୁଛି ସେପ୍ଟେମ୍ବର ୪ ତାରିଖରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କା କମିଥିଲା। ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ରେଟ୍ ବଢ଼ିଛି। ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ୱରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଛି। ୧୦ ତାରିଖରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବଢି  ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି। ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି।
ରୁଷ୍‌-ୟୁକ୍ରେନ ଯୁଦ୍ଧ, ଟ୍ରମ୍ପଙ୍କ ଟାରିଫ୍ ଆଦି ସୁନାର ରେଟ୍ ବଢେଇବାରେ ସହାୟକ ହେଉଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ରେଟ୍ ବଢୁଥିବାରୁ ଆଞ୍ଚଳିକ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସୁନା ରେଟ୍ ବଢିବାର ଅନ୍ୟତମ କାରଣ ହେଉଛି ଗୋଲ୍ଡ ଇନଭେଷ୍ଟମେଣ୍ଟ। ଏ କ୍ଷେତ୍ରରେ ନିବେଶକୁ ନିବେଶକମାନେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ଫଳରେ ବଜାରରେ ସୁନାର ଚାହିଦା ବଢୁଛି। ଏହି ବଢୁଥିବା ଚାହିଦା ମଧ୍ୟ ରେଟ୍ ବଢିବାରେ କାରଣ ପାଲଟୁଛି । ଫଳରେ ସୁନା ଦର ଆକାଶଛୁଆଁ ହେଉଛି ।