ଅଣ ଓଡ଼ିଆଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

  • ଓଡ଼ିଆ ଅସ୍ମିତାକୁ ଶକ୍ତ ଚାପୁଡ଼ା
  • ଓଡ଼ିଆ ଖେଳାଳୀଙ୍କୁ ଅଣଦେଖା
  • ଛତିଶଗଡ଼ ପ୍ରୀତିରେ ଅଣ ଓଡ଼ିଆ IAS ଅଫିସର
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଶସ୍ତା କରିଦେଲେ କ୍ରୀଡ଼ାମନ୍ତ୍ରୀ
  • ଛତିଶଗଡ଼ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
  • ବିଜୁ ଜନତା ଦଳର ତାମିଲ ପ୍ରୀତି, ଓଡ଼ିଶା ବିଜେପିର ଛତିଶଗଡ଼ ପ୍ରୀତି
  • ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ପୁଣି ବିବାଦ ଗତବର୍ଷ କ୍ରୀଡ଼ା ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟାଇ ଦେଇଥିଲେ ଏବର୍ଷ ଛତିଶଗଡ଼ର ଅନିମେଷ କୁଜୁରଙ୍କୁ ପୁରସ୍କାର ଦେଇଦେଲେ। ଯାହାକୁ ନେଇ ତୁମ୍ବି ତୋଫାନ।

ଗତ ଅଗଷ୍ଟ 29 ତାରିଖ ଥିଲା ଜାତୀୟ କ୍ରୀଡ଼ା ଦିବସ ଓଡ଼ିଶା ସରକାରଙ୍କ ପକ୍ଷରୁ 2024 ବର୍ଷ ପାଇଁ 8ଟି ବିଭାଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା, ଯାହାଙ୍କ ମଧ୍ୟରେ ଥିଲେ ଅନିମେଷ କୁଜୁରଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପର୍‌ଫରମାସ୍ ସେଣ୍ଟରରେ ରହୁଛନ୍ତି ଅନିମେଷ। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ କରୁଛନ୍ତି । କିନ୍ତୁ ତାଙ୍କର ନିଜ ଘର ହେଉଛି ପଡ଼ୋଶୀ ରାଜ୍ୟ ଛତିଗଡ଼ର ଯଶପୁର ଜିଲ୍ଲା ଘୁଇଟାଙ୍ଗର ଗ୍ରାମରେ। ନିୟମ ଅନୁସାରେ କେବଳ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କ୍ରୀଡ଼ାବିତ୍ ହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାକୁ ହକଦାର। ମାତ୍ର ଏଥର ଆୱାର୍ଡ ପାଇଛନ୍ତି ଅଣ ଓଡ଼ିଆ  ।

22 ବର୍ଷୀୟ ଅନିମେଷ ବର୍ତ୍ତମାନ ଦେଶର ଦ୍ରୁତତମ ଧାବକ ଭାବେ ଜଣାଶୁଣା। 100 ଏବଂ 200 ମିଟର ରନିଂ ରେସରେ ନ୍ୟାସନାଲ୍ ରେକର୍ଡର ଅଧିକାରୀଏପରିକି, ଚଳିତ ମାସ 13ରୁ ଟୋକିଓରେ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଅନିମେଷଙ୍କ ଟ୍ୟାଲେଣ୍ଟକୁ ନେଇ ସନ୍ଦେହ ନାହିଁକିନ୍ତୁ ତାଙ୍କୁ ପୁରସ୍କାର ଦେବା ଆଇନ ବିରୋଧୀ ।ନିୟମ ଅନୁସାରେ, ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇବା ପାଇଁ ଜଣେ ପ୍ରାର୍ଥୀ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେନଚେତ୍ ଅତି କମରେ 7 ବର୍ଷ ହେବ ଓଡ଼ିଶାରେ ରହୁଥିବେସେହି ନିୟମ ଯୋଗୁ ମାଇକେଲ୍ କିଣ୍ଡୋଙ୍କ ଭଳି ମହାନ ହକି ଖେଳାଳି, ମରିଗଲେ ପଛେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇ ପାରିଲେ ନାହିଁ

ଅନ୍ୟପଟେ ଛତିଶଗଡ଼ର ଅନିମେଷ କୁଜୁର 2023ରେ ବର୍ଷେ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ପାଇଥିଲେ ଗୋଟିଏ ବର୍ଷ ପୂରଣ ପରେ ବିନା ଅନୁମତି ପତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ପ୍ରଶ୍ନ ଉଠୁଛି, 2002ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ସମ୍ମାନ ପାଇବା ପାଇଁ କଣ ଆମ ରାଜ୍ୟର କୌଣସି ଖେଳାଳି ଯୋଗ୍ୟ ନଥିଲେ ?
ତେବେ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବା ଦାୟିତ୍ୱ ଏକ କମିଟିରଅଣଓଡ଼ିଆ IAS କ୍ରୀଡ଼ା ସଚିବ ସଚିନ୍ ରାମଚନ୍ଦ୍ର ଯାଦବ କମିଟିର ଅଧ୍ୟକ୍ଷ ଥିଲାବଳେ କ୍ରୀଡ଼ା ନିର୍ଦ୍ଦେଶକ ଯେଦୁରା ବିଜୟ ହେଉଛନ୍ତି ଆବାହକଏହା ବ୍ୟତୀତ ଜଣେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ ପୁରସ୍କାର ବିଜୟୀ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ, ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଓ ଜଣେ ବେସରକାରୀ କ୍ରୀଡା ପ୍ରଶାସକ ସେହି କମିଟିର ସଦସ୍ୟI
ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀ ସ୍ଥିର କରିବା ପରେ ଅନୁମୋଦନ ପାଇଁ ତାଲିକା, ଯାଇଥିଲା କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଖକୁ। କିନ୍ତୁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପୁରସ୍କାର ପ୍ରଦାନ ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇ ଥିଲା। ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଁ ଅନିମେଷ କୁଜୁରଙ୍କ ନାଁ ଆସିବା ବେଳେ ଏହାର ଦୃତ ପ୍ରତିବାଦ କରିଥିଲେ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ । କିନ୍ତୁ ଅନ୍ୟମାନେ ଅନିମେଷଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଦର୍ଶାଇ ଛତିଶଗଡ଼ ହାତକୁ ଟେକିଦେଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କେବେ ଫେରିବ ଶ୍ରୀମନ୍ଦିର ଜମି?

 

  • ଜବର ଦଖଲରେ ଜଗନ୍ନାଥଙ୍କର 58 ହଜାର ଏକର ଜମି
  • ପ୍ରଶାସନ ପାଖରେ ନାହିଁ ଅଧାରୁ ଅଧିକ ଜମିର ସତ୍ତ୍ୱଲିପି
  • ଭାଗଚାଷୀଙ୍କ ଠାରୁ ମିଳୁନି ଦେବସ୍ୱ
  • ଆଦାୟ ହୋଇ ପାରୁନି ରାଜସ୍ୱ
  • ଖଣି ମାଫିଆଙ୍କ କବଜାରେ ରହିଛି ଶ୍ରୀମନ୍ଦିର ସମ୍ପତ୍ତି
  • କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରେଇ ଆଣିବାକୁ ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ପାଖାପାଖି 58 ହଜାର ଏକର ଜଗନ୍ନାଥଙ୍କ ଜମି ଫେରେଇ ଆଣିବାକୁ ଅଣ୍ଟା ଭିଡ଼ୁଛନ୍ତି ସରକାର ଏପରିକି 36 ରୁ 37 ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି, ବାକି ଜମିର କାଗଜପତ୍ର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି। ମାତ୍ର ପ୍ରଶ୍ନ ଉଠୁଛି କେବେ ଫେରିବ ମହାପ୍ରଭୁଙ୍କ ଜମି? କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି? ଧାଡ଼ିଦର୍ଶନର ପ୍ରତିଶ୍ରୁତି ଭଳି ବିଳମ୍ବ ହେବନି ତ ଜମି ଫେରିବା ପ୍ରସଙ୍ଗ?

ପାଖାପାଖି 61 ହଜାର ଏକରର ଭୂସମ୍ପତ୍ତିର ମାଲିକ ଶ୍ରୀଜଗନ୍ନାଥ । ଓଡ଼ିଶାର 23ଟି ଜିଲ୍ଲାରେ 60 ହଜାର 410 ଏକର ଏବଂ 6ଟି ବାହାର ରାଜ୍ୟରେ 395 ଏକର 252 ଡିସିମିଲି ଭୂସମ୍ପତ୍ତି ଶ୍ରୀମନ୍ଦିର ନାଁରେ ରହିଛି

  • ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ 60,805 ଏକର ଜମି ବ୍ୟବସ୍ଥା କରିଥିବା ବେଳେ ଏଥିରୁ ଅଧାରୁ ଅଧିକ ଜମିର କାଗଜପତ୍ର ପ୍ରଶାସନ ପାଖରେ ନାହିଁ।
  • ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ପାଇଁ ଶ୍ରୀମନ୍ଦିର ଜମି ଏବେ ଅନ୍ୟମାନଙ୍କ କବଜାରେ ।
  • କେବଳ ଯେ ଜମିକୁ କବଜା କରିଛନ୍ତି ତାହା ନୁହେଁ, ମହାପ୍ରଭୁଙ୍କ ଜମିରୁ ଖଣିଜ ଲୁଟ ବି ଚାଲିଛି
  • ଯାହାକୁ ନେଇ ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି
  • ପୂର୍ବ ସରକାରରେ ଶ୍ରୀମନ୍ଦିରକୁ ନେଇ ଅନେକ ଅବ୍ୟବସ୍ଥା ଦେଖାଦେଇଥିଲା ବେଳେ ବିଜେପି ସରକାର ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ । ରତ୍ନଭଣ୍ଡାର ଚାବିଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବଜେପିର ବିଜେଡିକୁ ଟାର୍ଗେଟ କେବଳ ବାହାସ୍ଫୋଟରେ ପରିଣତ ହୋଇଛି । ସରକାରକୁ ବର୍ଷେ ପୂରି ସାରିଥିଲେ ସୁଦ୍ଧା ଅନେକ ପ୍ରତିଶ୍ରୁତି ଏବେ ବି ଅପୂରଣ ହୋଇ ରହିଯାଇଛି ।
  • 1999ରୁ 2016 ମସିହା ଭିତରେ 300 ଏକରରୁ ଅଧିକ ଜମି ବିକ୍ରି କରାଯାଇ 10କୋଟିରୁ ଅଧିକ ଅର୍ଥ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ରଖାଯାଇଛି ଯଦି ସରକାର ଶ୍ରୀମନ୍ଦିରକୁ ନେଇ ସିରିୟସ୍ ଜଗନ୍ନାଥଙ୍କ ଭୂସମ୍ପତ୍ତି,ବେଦାନ୍ତକୁ ଦିଆଯାଇଥିବା ଜମି, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିବା ସହ ବାହାର ରାଜ୍ୟରେ ଥିବା ଭୂସମ୍ପତ୍ତିରୁ କୋଟି କୋଟି ଟଙ୍କା ରାଜସ୍ୱ ଆସି  ଶ୍ରୀମନ୍ଦିରର ଉନ୍ନତିରେ ଲାଗନ୍ତା ।

 

କମିଛି GST:ସେପ୍ଟମ୍ବର ୨୨ରୁ ନିତି ଦିନିଆ ସାମଗ୍ରୀ ଶସ୍ତା

  • ସେପ୍ଟମ୍ବର 22 ତାରିଖରୁ ଶସ୍ତା ହେବ ନିତି ଦିନିଆ ସାମଗ୍ରୀ
  • ଟ୍ୟାକ୍ସ ଫ୍ରି ହେବ 33 ପ୍ରକାର ମେଡିସିନ୍
  • କମିବ କ୍ଷୀର, ଦହି ଏବଂ ପନିରର ଦାମ୍
  • ଲାଇଫ୍ ଇନସ୍ୟୁରାନ୍ସ ଏବଂ ହେଲଥ୍ ଇନସ୍ୟୁରାନ୍ସରେ Zero ଟ୍ୟାକ୍ସ
  • ପ୍ରଧାନମନ୍ତ୍ରୀଙ୍କର ସ୍ୱାଧିନତା ଦିବସର ପ୍ରତିଶ୍ରୁତି ହେଲା ପାଳନ। ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଦରରେ ଆସିଲା ବିରାଟ ପରିବର୍ତ୍ତନ। ଭାରତୀୟଙ୍କୁ
  • ମିଳିଲା ଦୀପାବଳୀ ଉପହାର। ଏଣିକି ଦେଶରେ ରହିବ ଦୁଇ ଥାକିଆ GST ସ୍ଲାବ୍ହଟିଗଲା 12% ଏବଂ 28% GST ଦର। ଏବେ କେବଳ 5% ଏବଂ 18% ସ୍ଲାବ୍ ରହିବ ।
  • ଶିକ୍ଷା ସାମଗ୍ରୀକୁ ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରାଯାଇଛି। ପୂର୍ବରୁ ଏହି ଜିନିଷ ଗୁଡ଼ିକ 12 ପ୍ରତିଶତ ଏବଂ 5 ପ୍ରତିଶତ ସ୍ଲାବ୍‌ରେ ଥିଲା।
  • ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଟ୍ୟାକ୍ସ କମିବ । ସାମ୍ପୁ, ଟୁଥ୍‌ପେଷ୍ଟ, ସାବୁନ, ଟୁଥ୍ ବ୍ରସ୍‌ ଓ ସେଭିଂ କ୍ରିମ୍‌, ବାସନ କୁସନ, ନାପ୍‌କିନ୍ ଓ ଡାଇପର୍‌, ସିଲାଇ ମେସିନ୍ କିଣଇଲେ ଏଣିକି 5 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।
  • ପୂର୍ବରୁ ଏହି ଜିନିଷ ଗୁଡ଼ିକ କିଣିବା ପାଇଁ ଆମକୁ 12 କିମ୍ବା 18 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା।
    ଅନ୍ୟପକ୍ଷରେ ହାନିକାରକ ସାମଗ୍ରୀ ଯେମିତିକି ପ‌ାନ ମସଲା, ସିଗାରେଟ୍ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନଶୈଳୀ ଆହୁରି ମହଙ୍ଗା ହୋଇଯିବ। ସେହିଭଳି ଦାମୀ ଗାଡ଼ି ଚଢ଼ିବା ଏବଂ ପ୍ଲେନରେ ବୁଲିବା ଭାରି ମହଙ୍ଗା ହୋଇଯିବ। କାରଣ ଏଭଳି ବ୍ୟକ୍ତିମାନଙ୍କ ଠାରୁ ସରକାର  40 ପ୍ରତିଶତ ଟ୍ୟାକ୍ସ ନେବେ।
  • କିନ୍ତୁ ଚାଷୀ ଭାଇମାନେ ନିର୍ଭରଶୀଳ ଥିବା ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ, ଚାଷ ଅମଳରେ ବ୍ୟବହୃତ ଉପକରଣ ଗୁଡ଼ିକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଚଷମାକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସେପଟେ ମଧ୍ୟବିତ୍ତ ପରିବାର ବହୁତ ଖୁସି ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ଡିସ୍‌ ୱାସିଂ ମେସିନକୁ 28 ପ୍ରତିଶତ ସ୍ଲାବ୍‌ରୁ ବାହାର କରି 18 ପ୍ରତିଶତ ସ୍ଲାବ୍‌ରେ ଯୋଡ଼ାଯାଇଛି। ଜିଏସ୍‌ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି 28 ପ୍ରତିଶତ ଜିଏସ୍‌ଟି ଓ ସେସ୍‌ ବଳବତ୍ତର ରହିବ।

ନବୀନଙ୍କୁ ବାଏ-ବାଏ କରିବେ କି ଭୂପିନ୍ଦର

ଧିରେଧିରେ ବିଜୁ ଜନତା ଦଳକୁ ମୁହଁ ମୋଡ଼ୁଛନ୍ତି ବରିଷ୍ଠ ନେତା । ପାଣ୍ଡିଆନ ପଲିଟିକ୍ସ ପାଇଁ କିଛି ବରିଷ୍ଠ ନେତା ନବୀନଙ୍କୁ ସିଧାସିଧା ଅବଗତ କରୁଥିଲା ବେଳେ ଆଉ କିଛି ନେତା ଏବେ ଅନ୍ୟ ଦଳ ମୁହାଁ ହେଲେଣି । ୟାରି ଭିତରେ BJDର ବରିଷ୍ଠ ନେତା ଭୂପିନ୍ଦର ସିଂହ କଂଗ୍ରେସକୁ ପ୍ରଂଶସା କରିଛନ୍ତି। ରାଜ୍ୟ ସହିତ ଦେଶରେ କଂଗ୍ରେସ ବଢୁଛି। ଯଦି ବିଜେଡି ରାଜ୍ୟରେ ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ଯେଉଁଥିପାଇଁ ସେ ବିଜେଡି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ଲୋକ ମୋ ପାଇଁ ଶ୍ରେଷ୍ଠ, କେଉଁ ଦଳ ନୁହେଁ । ଲୋକ ଯାହା ବି ନିଷ୍ପତ୍ତି ନେବେ, ତାଙ୍କର ଭବିଷ୍ୟତ ସେଇଆ ହେବ ବୋଲି କହି ପରୋକ୍ଷରେ ବିଜୁ ଜନତା ଦଳ ପ୍ରତି ମୋହ ତୁଟୁଥିବା ବାରି ହେଉଛି । ପୂର୍ବରୁ ମଧ୍ୟ କଂଗ୍ରେସ ନେତା ତାଙ୍କୁ ଡାକୁଥିବା କହି ସେ ଚର୍ଚ୍ଚାକୁ ଆସି ସାରିଛନ୍ତି ।

ବିଜେଡି-ବିଜେପି ଭିତରେ କିଛି ବି ଫରକ ନାହିଁ
ବିଜେଡିକୁ ତେରେଛା ତୀର ମାରି ଭୂପିନ୍ଦର କହିଛନ୍ତି

  • ବିଜେଡି-ବିଜେପି ଭିତରେ କିଛି ବି ଫରକ୍ ନାହିଁ ବୋଲି ଲୋକ ଅନୁଭବ କରୁଛନ୍ତି ।
  • ଯେହେତୁ ବିରୋଧୀ ଭାବେ ବିଜେଡି ଠିକ୍ ପ୍ରସଙ୍ଗ ଉଠାଉନି, ତେଣୁ କଂଗ୍ରେସ ଏହାର ଫାଇଦା ନେଉଛି ।
  • ୨୦୨୪ ପରଠୁ ଆଜି ପର୍ଯ୍ୟନ୍ତ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ହେଇପାରିନି ।

ପୁଣି କଂଗ୍ରେସ ଫେରିବେ କି ଭୂପିନ୍ଦର
କଂଗ୍ରେସ ଟିକେଟରେ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ଭୂପିନ୍ଦର ସିଂହ। 2009ରେ ନର୍ଲା ସିଟରେ କଂଗ୍ରେସ ଟିକେଟରେ ଜିତିଥିବା ଭୂପିନ୍ଦର ସିଂହ କଂଗ୍ରେସରେ ଥାଇ ବିରୋଧୀ ଦଳ ନେତା ଥିଲେ। 2014ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ରାଜ୍ୟସଭା ସାଂସଦ ହେବା ସହ 2019ରେ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ମାତ୍ର 2024ରେ ତାଙ୍କ ପରିବର୍ତ୍ତେ ବିଜେଡି ମନୋରମା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ଟିକେଟ ନ ପାଇବାର କ୍ଷୋଭ ସାଙ୍ଗକୁ ଦଳରେ ବରିଷ୍ଠଙ୍କ ଅବହେଳିତ ସ୍ଥିତି ହେତୁ ସେ ପୁଣି କଂଗ୍ରେସ ଫେରି ପାରନ୍ତି ବୋଲି ଚର୍ଚ୍ଚା ।

ବାଣୀବିହାରରୁ କେବେ ବିଦା ହେବେ ଅଣଛାତ୍ର

ଉତ୍କଳ ୟୁନିଭରସିଟିରେ ଅଣଛାତ୍ରଙ୍କ ପତିଆରା ବଢିବାରେ ଲାଗିଛି। ଅଣଛାତ୍ରଙ୍କ କବଜାରେ କ୍ୟାମ୍ପସ୍ । ଯାହାକୁ ଏବେ ଗମ୍ଭୀରତାର ସହ ନେଇ ଆକ୍ଟିଭ୍ ହେଉଛି ୟୁନିଭରସିଟି । ସେପ୍ଟେମ୍ବର ୪ ସୁଦ୍ଧା ଭଲରେ ଭଲରେ ହଷ୍ଟେଲ୍‌ ନ ଛାଡ଼ିଲେ କଠୋର ପଦକ୍ଷେପ ନେବାକୁ ୱାର୍ଣ୍ଣିଂ ଦିଆଯାଇଛି । କେବଳ ସେତିକି ନୁହେଁ, ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ଚେତାବନୀ ଦିଆଯାଇଛି। ମାତ୍ର  ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି ଅଣଛାତ୍ର ।

1 ନମ୍ବର, 2 ନମ୍ବର ଓ 3 ନମ୍ବର ହଷ୍ଟେଲରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ।ବସ୍ତି ହଟାଇଲେ ଆମେ ହଷ୍ଟେଲ୍‌ ଛାଡ଼ିବୁ ବୋଲି ଯୁକ୍ତି କରିଛନ୍ତି ଅଣଛାତ୍ର ।

ତେବେ ଅଣଛାତ୍ରଙ୍କ କବଳରୁ ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରା ନ ଯାଏ ତାହେଲେ ବିଶ୍ୱବିଦ୍ୟାଳୟର ଅପାରଗତା ବାହାରେ ପଡ଼ିବା ସହ ଉପଯୁକ୍ତ ଛାତ୍ର ହଷ୍ଟେଲ ସୁବିଧାରୁ ବଞ୍ଚିତ ହେବେ ।