କମିବ Googleର ଚାହିଦା !

ଅଲୋଡ଼ା ହୋଇଯିବ ଗୁଗଲ୍ ବ୍ରାଉଜର । ଟେକ୍ନୋଲୋଜି ଦୁନିଆରେ ପଛରେ ପଡ଼ିଯିବ ଗୁଗଲ୍। ଗୁଗଲର ଜାଗା ନେବ ଏଆଇ ଆଟଲାସ ।ଆଟଲାସ୍‌ ବଦଳାଇବ ବ୍ରାଉଜିଂର ପରିଭାଷା ।ଗୁଗଲ୍ ସର୍ଚ୍ଚ ଇଞ୍ଜିନ ମଡେଲ ପାଇଁ ବଡ଼ ଆହ୍ୱାନ ଆଣିଛି ଏଆଇ ଆଟଲାସ । ଧିରେଧିରେ ଅଲୋଡ଼ା ହେଉଛି ଗୁଗଲ୍ । ଇଣ୍ଟରନେଟ୍ ଜଗତର ସର୍ବବୃହତ୍ ବ୍ରାଉଜର ଗୁଗଲ୍ ବଡ଼ ଲସ ସହିବାକୁ ଯାଉଛି । ଚାଟ୍‌ଜିପିଟି ଆଣିଥିବା ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ନିଜର ବ୍ରାଉଜର ଆଟ୍‌ଲାସ୍‌ଉନ୍ମୋଚନ କରିଛି। ଗୋଟିଏ । ଦିନରେ 14 ଲକ୍ଷ କୋଟି ଟଙ୍କା ଲସ୍ କରିଛଇ ଗୁଗଲ୍।

ଓପନ୍‌ଏଆଇର ସିଇଓ ସାମ୍ ଅଲ୍ଡମ୍ୟାନ ଚାଟ୍‌ଜିପିଟି ଆଟ୍‌ଲାସ୍‌କୁ ଉନ୍ମୋଚନ କରିଛନ୍ତି | ଗୁଗଲ୍ କ୍ରୋମ୍ ଭଳି ଆଡ଼ଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଛି ଆଟଲାସ । ପ୍ରତିଟି ୱେବ୍‌ପେଜ୍‌ରେ ଚାଟଜିପିଟିକୁ ଲିଙ୍କ କରାଯାଇଛି । ଗୋଟାଏ ଟ୍ୟାବରେ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଆଟଲାସ । ଏଜେଣ୍ଟ ମୋଡରେ ଟିକେଟ ବୁକିଂ, ଡକ୍ୟୁମେଣ୍ଟ ଏଡିଟର ସୁବିଧା ମଧ୍ୟ ରହିଛି । ଗୁଗଲର ଜାଗା ଆଟଲାସ ନେଉଥିବାରୁ ବଡ଼ ଧରଣର ଲସ ସହିବାକୁ ପଡ଼ିବ ।
ସର୍ଚ୍ଚ ବେଳେ ଆସୁଥିବା ଆଡ଼ଭାଟାଇଜମେଣ୍ଟରୁ ଗୁଗଲ୍ ଇନକମ୍ କରେ । ଓପନ ଏଆଇର ଆଟଲାସ ବ୍ରାଉଜର ଏବେ ଗୁଗଲ୍ କୁ ଏ କ୍ଷେତ୍ରରେ କଡା ଟକ୍କର ଦେବ । ଓପନଏଆଇ ନିକଟରେ ପୂର୍ବରୁ ୮୦୦ ନିୟୁତ ସାପ୍ତାହିକ ଡାଟ୍ ଜିପିଟି ୟୁଜର ରହିଛନ୍ତି । ଏହି ୟୁଜରମାନେ ସହଜରେ ଆଟ୍‌ଲାସକୁ ଗ୍ରହଣ କରିବେ । ଗୁଗଲ୍ ନିକଟରେ ଏହାର କ୍ରୋମ ବ୍ରାଉଜରକୁ ଜେମିନିଏଆଇ ସହ ଯୋଡ଼ିଛି। ଏଆଇ ପଡିଆରା ଲଢ଼େଇରେ ଗୁଗଲ ସର୍ଜ ଇଞ୍ଜିନ ବିଜନେସ ଇନକମ୍ କମିବ ।

ଚାଟଜିପିଟି ଆଟଲାସ ଏବଂ ଗୁଗଲ କ୍ରୋମ ମଧ୍ୟରେ ଏହି ଲଢ଼େଇ ଟେକ୍ଡ଼ୋଲୋଜି  ଦୁନିଆରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଓପଏଅଇ ଏଆଇ ଜରିଆରେ ବ୍ରାଜଙ୍ଗିକୁ ଅଧିକ ସିମ୍ପଲ ଓ ସ୍ପିଡ୍ କରିବାକୁ ଯାଉଥିବା ବେଳେ ଗୁଗଲ୍ ନିଜ ଦବ୍‌ଦବା ଜାରି ରଖିବା ଲାଗି ଯଥା ସମ୍ଭବ ଉଦ୍ୟମ କରୁଛି। ତଥାପି ଏଆଇର ବଡ଼ଭାନ୍ସ ଟେକ୍ଡ଼ୋଲୋଜି ଯୋଗୁଁ ହୁଏତ ଗୁଗୁଲର ଲୋକପ୍ରିୟତା କମିପାରେ  । 1998 ରୁ ଆରମ୍ଭ ହୋଇଥିବା ଗୁଗୁଲ 27 ବର୍ଷ ପରେ ଫେସ୍ କରୁଥିବା ଏ ପ୍ରୋବ୍ଲେମର ସଲ୍ୟୁସନ୍ ଏତେ ସହଜ ହୋଇନପାରେ ।

ନୂଆପଡ଼ା ପଲିଟିକ୍ସ, ୨୪ ଘଣ୍ଟାରେ ୩ ଥର ଦଳ ପରିବର୍ତ୍ତନ

ଦୁଇ ଦିନରେ 3 ଥର ପାର୍ଟି ଚେଞ୍ଜ । ସକାଳେ କଂଗ୍ରେସ, ସନ୍ଧ୍ୟାରେ ବିଜେଡି ଛାଡ଼ି ପରଦିନ ପଦ୍ମଧରି ଚର୍ଚ୍ଚାରେ । ନୂଆପଡ଼ା ରାଜନୀତିରେ ଦିନକୁଦିନ ଘଟଣା ନୂଆ ମୋଡ଼ ନେଉଛି । କେତେବେଳେ ବିଜେଡି ଭାବିଥିବା ପ୍ରାର୍ଥୀଙ୍କୁ ବିଜେପି ନେଇଯାଉଛି ତ ପୁଣି କେତେବେଳେ ଜିଲ୍ଲା ବାହାରକୁ ଯାଇ ଜଣେ ହାରୁ ନେତ୍ରୀଙ୍କୁ ପ୍ରାର୍ଥୀ ଦେଇଛି ବିଜେଡି । ତେବେ ୟାରି ଭିତରେ ନୂଆପଡ଼ାର ଚର୍ଚ୍ଚାକୁ ଅଧିକ ସରଗରମ କରିଛନ୍ତି ଜଣେ ନିଆରା ବ୍ୟକ୍ତି । 2 ଦିନରେ କରିଛନ୍ତି ତିନିଥର ପାର୍ଟି ଚେଞ୍ଜ । ବିଜେଡି, କଂଗ୍ରେସ ଏବଂ ବିଜେପିରେ ମିଶିବାକୁ ତାଙ୍କୁ ବେଶୀ ସମୟ ଲାଗିନି । ଅକ୍ଟୋବର 9 ତାରିଖ ସକାଳେ କଂଗ୍ରେସର ହାତ ଧରି ସନ୍ଧ୍ୟାକୁ ଶଙ୍ଖ ଫୁଙ୍କିଥିବା ଏହି ବ୍ୟକ୍ତିଜଣଙ୍କ ରାତି ପାହିଲା ମାତ୍ରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏ  ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ଲୋକ ନହନ୍ତି ବରଂ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରାମଲାଲ ହଂସ । ନୂଆପଡ଼ାର ରାମଲାଲଙ୍କ ଦିନକୁ ଦିନ ନୂଆ ଇନିଂସ ପଲିଟିକାଲ କ୍ରିକେଟ ଗ୍ରାଉଣ୍ଡରେ ଚର୍ଚ୍ଚାର କାରଣ । ଦୁଇଦିନରେ ତିନିଟା ପାର୍ଟି ଚେଞ୍ଜ କରିଛନ୍ତି ରାମଲାଲ ।

ରାଜୁଙ୍କ ରାଇଟ ହ୍ୟାଣ୍ଡ- ରାମଲାଲ
ନୂଆପଡ଼ାର ରାମଲାଲ ହଂସ ହେଉଛନ୍ତି ଉତ୍କଳ ଯାଦବ ସମାଜର ରାଜ୍ୟ ସାଧାରଣ ସମ୍ପାଦକ । ଏଥିସହିତ ରାଜୁ ଢୋଲକିଆଙ୍କ ଖାସ୍ ଲୋକ ହିସାବରେ ତାଙ୍କର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ରାଜୁ ଢୋଲକିଆଙ୍କ ରିପ୍ରେଜେଣ୍ଟେଟିଭ୍ ଭାବେ ସେ ତାଙ୍କର ଅନୁପସ୍ଥିତିରେ ବିଭିନ୍ନ ପ୍ରୋଗ୍ରାମ , ଫଙ୍କସନ୍ ଆଟେଣ୍ଡ କରନ୍ତି ରାମଲାଲ । ରାଜୁ ଢୋଲକିଆଙ୍କ ଅନୁପସ୍ଥିତିରେ ଲୋକ ରାମଲାଲଙ୍କ ସହ ଯୋଗାଯୋଗ କରି କାମ କରାଇ ନିଅନ୍ତି । ରାଜୁଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ରାମଲାଲ ଅନେକ ଲୋକଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି । ସେ ଦୃଷ୍ଟିରୁ ରାମଲାଲଙ୍କ ଯୋଗଦାନ ପାର୍ଟିକୁ ଭଲ ପ୍ରଫିଟ ଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ରାମଲାଲ ଯେଉଁଭଳି ଭାବରେ , ପଲିଟିକାଲ ପାର୍ଟିକୁ ଚକମା ଦେଇ ଗୋଟାଏ ପରେ ଗୋଟାଏ ପାର୍ଟି ଚେଞ୍ଜ କରିଛନ୍ତି ଭୋଟ ସମୟରେ ସେ କାହା ପାଖରେ ରହିବେ ତାର ଅନୁମାନ କରାଯାଇପାରୁନାହିଁ ।

ତେବେ ଢୋଲକିଆ ପରିବାର ସହ ବ୍ୟକ୍ତିଗତ ସମ୍ପର୍କ ଥିବା ରାମଲାଳଲଙ୍କ ପାର୍ଟି ଚେଞ୍ଜ ପ୍ଲାନ୍ ଆଉ ବିଜେଡି କଂଗ୍ରେସର ପଲିଟିକାଲ ଏଜେଣ୍ଡା ଜାଣିବା ପାଇଁ ନଥିଲା ତ? ହୁଏତ ରାମଲାଲଙ୍କ ଏ ମାଷ୍ଟର ପ୍ଲାନ୍ ବିଜେପିକୁ ପ୍ରଫିଟ୍ ଦେବାକୁ ହୋଇଥାଇପାରେ । ବିଜେଡି କଂଗ୍ରେସ ଛାଡ଼ି ବିଜେପିରେ ଜଏନ୍ କରିଥିବା ରାମଲାଲଙ୍କ ଏ ଟ୍ରିକ୍ ବିଜେପିକୁ କେତେ ଫାଇଦା ଦେଉଛି ତାହା ଦେଖିବା ବାକି ।

ରିଜର୍ଭ ବ୍ୟାଙ୍କରେ ୧୦୦ ବିଲିୟନ୍ ଡଲାର ସୁନା

ରିଜର୍ଭ ବ୍ୟାଙ୍କରେ ପୁଳାପୁଳା ସୁନା। ସୁନା ଦର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କରେ ଥିବା ସୁନାର ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୯ ଲକ୍ଷ କୋଟି ଟଙ୍କା । ରିଜର୍ଭ ବ୍ୟାଙ୍କରେ ଥିବା ସୁନାର ମୂଲ୍ୟ ୧୦୨,୩୬୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ଏବଂ ବୈଦେଶିକ ମୁଦ୍ରା ପରିମାଣ ୨୧୮ କୋଟି ଡଲାର ହ୍ରାସ ପାଇ ୬୯୭.୭୮୪ କୋଟି ଡଲାରକୁ ଖସିଆସିଛି । ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୧୪.୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୧୯୯୬-୯୭ ପରେ ସର୍ବାଧିକ କୁହାଯାଉଛି। ରିଜର୍ଭ ବ୍ୟାଙ୍କରେସୁନାର ଭାଗ ୭ ପ୍ରତିଶତରୁ କମ ଥିଲା ଯାହା ଏବେ ଡବଲ ହୋଇଛି ।

ବୈଦେଶିକ ମୁଦ୍ରା କମିଲା
ରିଜର୍ଭ ବ୍ୟାଙ୍କ ଅଳ୍ପ ସୁନା କିଣିବା ସତ୍ତ୍ୱେ ଭଣ୍ଡାରରେ ଥିବା ସୁନା ମୂଲ୍ୟ ୧୦୨ ବିଲିୟନ ଡଲାରର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ବିଶ୍ୱ ସୁନା ପରିଷଦ (WGC) ତଥ୍ୟ ଅନୁସାରେ ୨୦୨୫ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମାତ୍ର ୪ ଟନ୍ ସୁନା ଜିଣିଛି । ଆମେରିକୀୟ ଡଲାରର ପ୍ରଭାବକୁ କମ କରିବା ଲାଗି ବିଶ୍ଵବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଭଣ୍ଡାରରେ ଅଧିକରୁ ଅଧିକ ସୁନା ରଖୁଛନ୍ତି । ବିଭିନ୍ନ ପ୍ରକାର ବାଣିଜ୍ୟ କଟକଣା, ଡଲାରର ଅଭାବ ଏବଂ ରାଜନୈତିକ ସଙ୍କଟ ଭଳି ସମୟରେ ସୁନା ହିଁ ଆମଦାନୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ।

ନୂଆପଡ଼ାରେ ପୋଷ୍ଟର ପଲିଟିକ୍ସ : BJD,BJP ପୋଷ୍ଟରରେ ରାଜେନ୍ଦ୍ର ଢୋଲକିଆ

ପୋଷ୍ଟର ରାଜନୀତିରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ  । ଉଭୟ ବିଜେଡି ଏବଂ ବିଜେପି ପୋଷ୍ଟରରେ ରହିଛି ରାଜୁ ଢୋଲକିଆଙ୍କ ଫଟସିମ୍ପାଥୀ ଭୋଟ୍ ପାଇଁ ରାଜୁଙ୍କୁ ୟୁଜ୍ କରୁଛନ୍ତି ଦୁଇ ଦଳ । ରାଜୁଙ୍କୁ ନେଇ ବିଜେଡ଼ି ଏବଂ ବିଜେପିରେ ଟଣା ଓଟରା ଚାଲିଛି । କେବଳ ନୂଆପଡ଼ା ନୁହେଁ ଓଡ଼ିଶା ସାରା ଗୋଟାଏ ଚର୍ଚ୍ଚା ରାଜୁ ଢୋଲକିଆ କାହାର? 2009ରୁ 2024 ନିର୍ବାଚନ ଯାଏଁ ବିଜେଡି ଟିକେଟରେ ଲଢିଥିଲେ ରାଜେନ୍ଦ୍ର । କେବଳ 2014 ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଥିଲା ବେଳେ 2009,2019 ଏବଂ 2024 ରେ ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମଧ୍ୟ ପାଇଛନ୍ତି । 15 ବର୍ଷ ଯାଏଁ ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ରାଜୁ ଢୋଲକିଆ । ମାତ୍ର ତାଙ୍କର ଦେହାନ୍ତ ପରେ ରାଜେନ୍ଦ୍ରଙ୍କ ପରିବାର ବିଜୁ ଜନତା ଦଳ ସହ ସମ୍ପର୍କ କାଟି ବିଜେପି କ୍ୟାମ୍ପରେ ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ବ୍ୟାନରରେ ରାଜେନ୍ଦ୍ର
ଅକ୍ଟୋବର 11 ରେ ବିଜେପିରେ ଜଏନ୍ କରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଜୟ ବିଜେପିରୁ ପ୍ରାର୍ଥୀ ହୋଇଥିଲାବେଳେ ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସ୍ନେହାଙ୍ଗିନୀ 2024 ନିର୍ବାଚନରେ 28 ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ବାହାରିଆ ନେତା ହିସାବରେ ସ୍ନେହାଙ୍ଗିନୀଙ୍କ ଅପେକ୍ଷା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକ ବେଶୀ । ସେ ଦୃଷ୍ଟିରୁ ରାଜୁଙ୍କ ଅନୁଗତଙ୍କୁ ବିଜେଡି ହାତେଇବାକୁ ପୋଷ୍ଟରରେ ରାଜୁ ଢୋଲକିଆଙ୍କ ଫଟୋ ରଖିଛି ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ଥିବାବେଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରଖିଛନ୍ତି ବାପାଙ୍କ ଫଟୋ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ଉପନିର୍ବାଚନକୁ ଆଉ ଅଳ୍ପ କେଇଟା ଦିନ ବାକି ଥିଲାବେଳେ  ନୂଆପଡ଼ାର ଏ  ରୋଚକ ଦୃଶ୍ୟ ଏବେ ଚର୍ଚ୍ଚାରେ ।ରାଜୁଙ୍କୁ ପାର୍ଟି ମେମ୍ବର ହିସାବରେ ବିଜେଡି ୟୁଜ୍ କରୁଥିଲା ବେଳେ ବଜେପି ସହ ରାଜୁ ଢୋଲକିଆଙ୍କର ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପୁଅକୁ ପ୍ରାର୍ଥୀ କରୁଥିବାରୁ ରାଜେନ୍ଦ୍ରଙ୍କ ଫଟକୁ ବିଜେପି ପୋଷ୍ଟରରେ ରଖାଯାଇଛି । ତେବେ ଏ ପୋଷ୍ଟର ରାଜନୀତିରେ କାହାକୁ କେତେ ପ୍ରଫିଟ ମିଳୁଛି ତାହା ଇଲେକ୍ସନ୍ ରେଜଲ୍ଟ କହିବ ।

ପୁରୀରେ ମାଟି ତଳେ ହେବ ଚିଡ଼ିଆଖାନା

ପୁରୀରେ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ଟେରିୟମ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏନେଇ ପଦକ୍ଷେପ ନେଇଛି। ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ସମୁଦ୍ରକୂଳ ନିକଟରେ ଏ ପ୍ରୋଜେକ୍ଟ କରିବାକୁ ପ୍ଲାନ୍ କରାଯାଇଛି। ନଭେମ୍ବର ୪ ତାରିଖରେ ପ୍ରୋଜେକ୍ଟ  ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ପ୍ଲାନ୍ କରୁଛି।

ପ୍ରକଳ୍ପ ନିମନ୍ତେ ସରକାର କମ୍ ମୂଲ୍ୟରେ ଜମି ଯୋଗାଇଦେବେ। ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ଉଠାଇବ। ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ। ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।
ପୁରୀ ରେଲୱେ ଷ୍ଟେସନ ପାଖ ନୀଳାଚଳ ଅର୍ବାନ ହାଟ ସାମ୍ନା ଜମିରେ ଏ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା । ୨୦୦୯ରେ ସେ ସମୟର ମୁଖ୍ୟମନ୍ତ୍ରୀ ତତା ଏବେକାର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ଭଳି ଓଡ଼ିଶାରେ କରିବାକୁ ଯୋଜନା ହୋଇଥିଲା । ସି ବିଚ୍ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏ ପ୍ରୋଜେକ୍ଟ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ନବୀନ ପଟ୍ଟନାୟକ  ୫ କୋଟି ଟଙ୍କା ସାଙ୍କସନ୍ ମଧ୍ୟ କରିଥିଲେ । ମାତ୍ର 15 ବର୍ଷ ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସରକାର ଏ ପ୍ରକଳ୍ପ କାମ ଆଗକୁ ବଢାଇ ପାରିନଥିଲେ।