BJD ସଭାପତି ପାଇଁ ନୋମିନେସନ୍ କରିବେ ନବୀନ ପଟ୍ଟନାୟକ

ଏପ୍ରିଲ 17ରେ BJD ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ
୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ
BJD ଗଠନ ହେବା ଦିନରୁ ନିୟମିତ ସଭାପତି ରହି ଆସିଛନ୍ତି ନବୀନ
କେମିତି ପ୍ରତିଷ୍ଠା ହୋଇଥିଲା BJD

  • ୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ।
  • ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କରିଥିଲେ ନବୀନ ପଟ୍ଟନାୟକ ।
  • 1997 ଜୁନରେ ବିଧିବଦ୍ଧ ଭାବେ ଜନତା ଦଳରେ ସାମିଲ୍ ହୋଇ NDA ସହ ହାତ ନ ମିଳାଇ ଦଳର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ, ଜନତା ଦଳ ପୂର୍ବରୁ ବାପାଙ୍କ ନାଁ ଯୋଡି ପ୍ରତିଷ୍ଠା କରିଥଇଲେ ବିଜୁ ଜନତା ଦଳ
  • 26 ଡିସେମ୍ବର 1997ରେ ଦଳରେ ଲାଗିଥିଲା ବିଜୁ ବ୍ରାଣ୍ଡ୍। ଯୋଉଥିରେ ମୁଖ୍ୟ ସହଯୋଗୀ ଥିଲେ ବିଜୟ ମହାପାତ୍ର,ରାମକୃଷ୍ଣ ପଟ୍ଟନାୟକ,ଦୀଲ୍ଲିପ ରାୟଙ୍କ ଭଳି ଭଳି ପୃଷ୍ଠପୋଷକ ।
  • ନୁଆ ଦଳ ଗଢିବାକୁ ଫଣ୍ଡିଂ କରିଥିଲେ ଅଟଳ ବିହାରୀ ବାଜପେୟୀ। ଓଡ଼ିଶାରୁ ଦୀଲ୍ଲିପ ରାୟଙ୍କର ମଧ୍ୟ ଏଥିରେ କମ୍ ସହଯୋଗ ନଥିଲା ।
  • ଭାରତୀୟ ଜନତା ପାର୍ଟି ସହ ମିଶି ମେଣ୍ଟ ରାଜନୀତିରେ ସମଝୋତା କରି 2000 ମସିହା ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲା ବିଜେଡି।
  • ବିଜେଡିର ମଙ୍ଗ ଧରିବା ପୁର୍ବରୁ ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ।
  • BJD ଓ BJPର ଗଠବନ୍ଧନରେ କଂଗ୍ରେସ ଚିତପଟାଙ୍ଗ ମାରିଥିଲା
  • 2000 ନିର୍ବାଚନରେ BJD ଏକାକି 71 ସିଟ ହାତେଇବା ସହ BJP 38ଟି ଆସନ ହାସଲ କରେ। କଂଗ୍ରେସ ମାତ୍ର 26ଟି ଆସନରେ ସୀମିତ ଥିଲା।
  • 2009ରେ ଗଠବନ୍ଧନ ଭାଙ୍ଗି ଏକାକୀ ଲଢି ସରକାର କରିଥିଲା ବିଜେଡି
  • 2000ରୁ 2024 ଯାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସି ଆସିଥିବା ନବୀନ 2024 ନିର୍ବାଚନରେ ପରାଜିତ ହୋଇ ବିରୋଧୀ ଦଳ ନେତା ଆସନରେ ବସିଛନ୍ତି ।
  • କ୍ରମାଗତ ଭାବେ ପାର୍ଟିର ପ୍ରେସିଡେଣ୍ଡ ହେଇ ଆସିଥିବା ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ପାଇଁ ଏପ୍ରିଲ 17ରେ ନାମାଙ୍କନ ଭରିବେ,
  • 19 ତାରିଖରେ ରେଜଲ୍ଟ ସାମ୍ନାକୁ ଆସିବ ।
Visited 11 times, 1 visit(s) today
Share this post

Leave A Comment

Your email address will not be published. Required fields are marked *