କଥା ଦେଇ, କଥା ରଖିଲେନି ମୋହନ

ଦୀପାବଳୀ ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କଲେ । ଜୁଲାଇ 30 ତାରିଖରେ ଦିଲ୍ଲୀ ମିଡିଆ ଆଗରେ ମୁଖ୍ୟମନ୍ତ୍ରୀ ଏଭଳି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କର ସେହି କଥା ପଦକ, ଓଡ଼ିଶାବାସୀଙ୍କ ମନରେ ଖୁସି ଭରି ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱାସ କରିବାର ରିଜିନ୍ ମଧ୍ୟ ଥିଲା । କାରଣ ଗତ ଜୁଲାଇ 30 ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ବସାଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ଦିଲ୍ଲୀରେ ମିଟିଂ କଲେ। ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ଲାଗି ବାଟ ଖୋଜାଗଲା । ସେହି ମିଟିଂରୁ ବାହାରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉତ୍ସାହିତ ହୋଇ କହିଥିଲେ ଯେ ମହାନଦୀ ଜଳ ବିବାଦର ସମାଧାନ, ଦୀପାବଳୀ ପୂର୍ବରୁ ନିଶ୍ଚେ ହୋଇଯିବ । କିନ୍ତୁ ଦୀପାବଳୀ ତ ଆସିଗଲା, କାହିଁ ମହାନଦୀ ଜଳ ବିବାଦର ସମାଧାନ ତ ହେଲା ନାହିଁ ? କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପରେ ଆଗକୁ ଆସିଥିଲେ ଅମିତ ଶାହ। ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସାଇ ଶାହ ଦିଲ୍ଲୀରେ ବୈଠକ କରିଥିଲେ। କିନ୍ତୁ ଗତ ଅକ୍ଟୋବର ୧ ତାରିଖରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ମିଟିଂ ମଧ୍ୟ ଫ୍ଲପ୍ ହୋଇଗଲା ବୋଲି ଏବେ କହିବାକୁ ପଡିବ । କାରଣ ଟ୍ରିପଲ୍ ଇଞ୍ଜିନର ସରକାରଙ୍କ ଡିସକସନ୍ ପରେ ବି ଦୀପାବଳୀ ସୁଦ୍ଧା ହେଲାନାହିଁ ମହାନଦୀ ଜଳ ବିବାଦର ସମାଧାନ । ଏବେ ଚର୍ଚ୍ଚା ଓଡ଼ିଶା, ଛତିଶଗଡ଼ ଏବଂ କେନ୍ଦ୍ରରେ ବିଜେପିର ସରକାର ଥାଇ ମଧ୍ୟ କାହିଁକି ହୋଇ ପାରୁନାହିଁ ମହାନଦୀ ବିବାଦର ସମାଧାନ?

କୁଆଡ଼େ ଗଲା ଅମିତ ଶାହଙ୍କ ମିଟିଂର ପ୍ରତିଶ୍ରୁତି
ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ ସହ ପରିବେଶ ସୁରକ୍ଷା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ସେତେବେଳେ କହିଥିଲେ ଓଡ଼ିଶା CM। ଉଭୟ ରାଜ୍ୟ ସମାଧାନ ଦିଗରେ ଆଗକୁ ବଢୁଛନ୍ତି । ଦୀପାବଳୀ ସୁଦ୍ଧା ସମାଧାନର ରୂପରେଖ ସାମ୍ନାକୁ ଆସିବ ବୋଲି କୁହାଯାଇଥିଲା। ମାତ୍ର ସେମିତି କିଛି ବି ହେଲାନି ।ସେପଟେ ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିଜେଡି-କଂଗ୍ରେସ ।ନଭେମ୍ବର 18 ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନ ।ଲାଗୁଛି ଦୀପାବଳୀର ବାଣ ଫୋଟକା ପରି ବିଧାନସଭାରେ ଫୁଟିବେ ବିରୋଧି ଦଳ । ମହାନଦୀ ଜଳ ପାଇଁ ବିଧାନସଭାର ଶୀତକାଳୀନ ଅଧିବେଶନ ଧୋଇ ଯିବନାହିଁ ତ?
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *