BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।

Visited 15 times, 1 visit(s) today
Share this post

Leave A Comment

Your email address will not be published. Required fields are marked *