Category News

    ପାଓ୍ୱାରଲେସ୍ ନବୀନ, BJD ଫାଟକୁ ଯୋଡି ପାରିବେ ତ?

17 ସେପ୍ଟେମ୍ବର 2002, ସଚିବାଳୟର ତୃତୀୟ ମହଲାରେ ବସିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ ବାଜିଲା, ଉଠାଇଲେ ନବୀନଖବର ଆସିଲା BJDର 6 ସାଂସଦ,ସ୍ୱତନ୍ତ୍ର ଗ୍ରୁପର ମାନ୍ୟତା ଦାବି କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତିଏପରି ଶୁଣି ଗମ୍ଭୀର ହୋଇଗଲେ ନବୀନ।ଦିଲ୍ଲୀ ଫୋନରେ ମୃଦୁ ଭୂମିକମ୍ପ ହେଲା ଓଡ଼ିଶା ପଲିଟିକ୍ସରେ। ସମସ୍ତେ ଭାବିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ BJD ଦି ଫାଳ ହେଇଯିବମୁଖ୍ୟମନ୍ତ୍ରୀ ପଦରୁ ହଟିଯିବେ ନବୀନ। କିନ୍ତୁ ସେହି ଫୋନର କିଛି ମିନିଟ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଲେ, “Nothing is wrong. I am in command.”

ସେଥର ଲୋକସଭାରେ…

ତେବେ 2002 ସେପ୍ଟମ୍ବରରେ BJDର ଲୋକସଭା ସଂସଦୀୟ ଦଳରେ ଫାଟ ହୋଇଥିଲା। 10 ସାଂସଦଙ୍କ ମଧ୍ୟରୁ 6 ଜଣ ନବୀନଙ୍କ ନେତୃତ୍ୱକୁ ଚାଲେଞ୍ଜ କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଭାତ ସାମନ୍ତରାୟ, କୁମୁଦିନୀ ପଟ୍ଟନାୟକ, ଭର୍ତ୍ତୃହରି ମହତାବ ଏବଂ ଜଗନ୍ନାଥ ମଲ୍ଲିକ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ।ସେମାନେ ପ୍ରକୃତ ବିଜୁ ଜନତା ଦଳ, ବ୍ରଜକିଶୋର ତ୍ରିପାଠୀଙ୍କୁ ହଟାଇ ଭର୍ତ୍ତୃହରି ମହତାବଙ୍କୁ ମୁଖ୍ୟ ସଚେତକ କରିବା ସହ ଅର୍ଜୁନ ସେଠୀଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସଂସଦୀୟ ଦଳ ନେତା କରାଯାଉ। ହେଲେ ତତ୍କାଳୀନ ବାଚସ୍ପତି ମନୋହର ଯୋଷୀ, ବିରୋଧି ପକ୍ଷରେ ଥିବା 4 BJD ସାଂସଦଙ୍କୁ ପ୍ରାଧାନ୍ୟ ଦେଲେ। ଫଳରେ ବ୍ରଜ ତ୍ରିପାଠୀ, ଅର୍ଜୁନ ସେଠୀ, ତ୍ରିଲୋଚନ କାନୁନଗୋ ଏବଂ ପଦ୍ମନାଭ ବେହେରାଙ୍କ ଗ୍ରୁପର ଜିତାପଟ ହୋଇଥିଲା।

ସବୁବେଳେ ସାମନ୍ତରାୟ…

ସେତେବେଳର ବିବାଦର ମୂଳରେ ଥିଲେ, ଅର୍ଜୁନ୍ ଚରଣ ସେଠୀଙ୍କୁ ବିରୋଧ କରିବାରୁ ପ୍ରଭାତ ସାମନ୍ତରାୟ, ଜଗନ୍ନାଥ ମଲ୍ଲିକ ଓ କୁମୁଦିନୀ ପଟ୍ଟନାୟକଙ୍କୁ ଅଗଷ୍ଟ 2002ରେ ଦଳରୁ ନିଲମ୍ବିତ କରାଯାଇଥିଲା। ସେତେବେଳେ ଟାର୍ଗେଟରେ ଥିଲେ BJD ଲୋକସଭା ସଂସଦୀୟ ଦଳର ନେତା ଅର୍ଜୁନ ସେଠୀ, ଆଉ ପ୍ରସଙ୍ଗ ଥିଲା ସଂସଦୀୟ ଦଳର ବୈଠକ କରାଯାଉ ଆଉ ଏବେ ଟାର୍ଗେଟରେ ଅଛନ୍ତି BJD ରାଜ୍ୟସଭା ସଂସଦୀୟ ଦଳର ନେତା ସସ୍ମିତ୍ ପାତ୍ରଆଉ ପ୍ରସଙ୍ଗ ରହିଛି, ୱାକଫ୍ ସଂଶୋଧନ ବିଲରେ BJDର ବିବେକାନୁମୋଦିତ ଭୋଟିଂସେ ସମୟରେ ନବୀନଙ୍କ ପାଇଁ କଣ୍ଟା ହୋଇଥିଲେ ପ୍ରଭାତ ସାମନ୍ତରାୟଏବେ ଆଉ ଜଣେ ସାମନ୍ତରାୟ, ଅର୍ଥାତ ଦେବାଶିଷଙ୍କ ପାଇଁ ନବୀନଙ୍କ ମାନସପୁତ୍ର କୁହାଯାଉଥିବା ପାଣ୍ଡିଆନ ଅଡ଼ୁଆରେ

ନାହାଁନ୍ତି ବାଜପେୟୀ

ତେବେ 2002 ସେପ୍ଟେମ୍ବର ମାସର ସ୍ଥିତି ଥିଲା ଭିନ୍ନ। ସେତେବେଳେ ଓଡ଼ିଶାରେ BJP-BJD ମେଣ୍ଟ ସରକାର ଥିଲା। ଆଉ ବାଜପେୟୀ-ଆଡଭାନୀଙ୍କ ପ୍ରିୟ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ନବୀନଏବେ କିନ୍ତୁ ଚିତ୍ର ସଂପୂର୍ଣ୍ଣ ଅଲଗା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାଁନ୍ତି,କି BJP-BJD ମଧ୍ୟରେ ମେଣ୍ଟ ନାହିଁ। ବରଂ ବାଜପେୟୀ-ଆଡଭାନୀଙ୍କ ସିଟରେ ଏବେ ମୋଦୀ-ଶାହଙ୍କ ଭଳି ହାର୍ଡକୋର ପଲିଟିସିଆନ୍।

ଫାଟିଯିବ ଶଙ୍ଖ

ଅନ୍ୟପଟେ ପ୍ରଭାତ ତ୍ରିପାଠୀ ନବୀନଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ ପ୍ରଫୁଲ୍ଲ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ କଲେଣି BJDର ଏଭଳି ଅବସ୍ଥା ଦେଖି କଂଗ୍ରେସରୁ ଆସି BJD ଟିକେଟରେ ବିଧାୟକ ହୋଇଥିବା ଗଣେଶ୍ୱର ବେହେରା, ସାରଦା ଜେନା, ସାରଦା ନାୟକ, ଯୋଗେଶ ସିଂହ, ଅଧିରାଜ ପାଣିଗ୍ରାହୀଙ୍କ ପରି ନେତା ହୁଏତ ନବୀନଙ୍କୁ ଆଉ ଭରସି ପାରିବେ ନାହିଁ । ସେପଟେ BJDର ଅନେକ ବିଧାୟକ 2029 ନିର୍ବାଚନରେ BJPରେ ନିଜର ଭବିଷ୍ୟତ ସୁରକ୍ଷିତ ଦେଖୁଛନ୍ତି

ଏଇ ଯେମିତି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ(ବଦ୍ରି ପାତ୍ର, ସନା ମହାକୁଢ଼ ଓ ଅଭିମନ୍ୟୁ ସେଠୀ) ନବୀନଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୁସମ୍ପର୍କରେ ଅଛନ୍ତି ଏଥିରୁ ବୁଝା ପଡୁଛି BJD ବିଧାୟକଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣ ହ୍ରାସ ପାଉଛିତାହଲେ କଣ 2024 ନିର୍ବାଚନରେ ଓଡ଼ିଶା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଏବେ ନିଜ ଦଳକୁ ବଞ୍ଚାଇବାରେ ନବୀନ ପଟ୍ଟନାୟକ ବିଫଳ ହେବେ !

ଆୟୁଷ୍ମାନ ଆଁରେ BSKY ସ୍ୱାହା

  • ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି
  • କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ଜନସଭାରରେ,କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା,ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୨୦ ହଜାରରୁ ଅଧିକ ହିତାଧିକାରୀ ସାମିଲ ହୋଇଛନ୍ତି
  • ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବାର ୭ ବର୍ଷ ପରେ ଓଡ଼ିଶାରେ ଲାଗୁ ହୋଇଛି
  • 23 ସେପ୍ଟେମ୍ବର 2018ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିଲା
  • ଓଡ଼ିଶାରେ ଥିବା ପୂର୍ବ ସରକାର (ବିଜୁ ଜନତା ଦଳ) ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଇ ଦେଇ ନଥିଲା
  • ଏନେଇ ଜେ.ପି ନଡ୍ଡା କହିଛନ୍ତି ଯେ’- ଅନେକ ଥର ସେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ କହିଥିଲେ,ମାତ୍ର ନବୀନ ତାଙ୍କର ଅହଙ୍କାର ପାଇଁ ଓଡ଼ିଶାରେ ଏ କାର୍ଡ ଲାଗୁ କରେଇ ଦେଇ ନଥିଲେ।ସେହିଭଳି କେଜରୀୱାଲ ବି କାର୍ଡ ଲାଗୁ ନକରି ପରାଜୟର ସ୍ୱାଦ ଚାଖିଥିଲା ବେଳେ ପଶ୍ଚିମବଙ୍ଗରେ ବି ଫୁଲ ଫୁଟିବାକୁ ଯାଉଛି। ଅର୍ଥାତ୍ ଯେଉଁ ରାଜ୍ୟରେ ଏ କାର୍ଡ ଲାଗୁ କରେଇ ଦେଇ ନାହାନ୍ତି ସେଠି ସେ ସରକାର ହଟି ପଦ୍ମ ଫୁଟିବ ବୋଲି ଭବିଷ୍ୟବାଣୀ ଦେଇଛନ୍ତି ନଡ୍ଡା। ଏଥି ସହିତ ନଡ୍ଡା କହିଛନ୍ତି କି ଏ କାର୍ଡ ଇନ୍ସୁରାନ୍ସ ନୁହେଁ ବରଂ ଆସୁରାନ୍ସ।
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ଓଡ଼ିଶାରେ ଚିକିତ୍ସା ସୁବିଧା ଉପଲବ୍ଧ ଥିଲା
  • ଏହି କାର୍ଡ ଜରିଆରେ ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଉପଲବ୍ଧ ଥିଲା ବେଳେ ମହିଳାଙ୍କୁ ଅତିରିକ୍ତ ସହାୟତା ରାଶି ଥିଲା
  • ମାତ୍ର ବିଜୁ ଜନତା ଦଳ ସରକାରରୁ ହଟିଲା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ନୂଆ ଯୋଜନା
  • ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରକମଳରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
  • ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 13 ଜାନୁଆରୀରେ mou ସ୍ୱାକ୍ଷର ହୋଇଛି ।
  • ଏହି ଯୋଜନାରେ 1 କୋଟି 3 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭ ଉଠାଇବେ
  • 86% ଓଡ଼ିଶାବାସୀଙ୍କୁ ମାଗଣା ଚିକିତ୍ସା ମିଳିବ
  • ପ୍ରବାସୀ ଶ୍ରମିକ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ
    ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମଧ୍ୟ ନିର୍ମାଣ ହେବ
  • ୭୦ ଵର୍ଷ ବୟସରୁ ଅଧିକ ବୟସର ଲୋକଙ୍କ ପାଇଁ ‘ଆୟୁଷ୍ମାନ ବୟୋବନ୍ଦନା’ ଯୋଜନା କାର୍ଯ୍ୟକାରୀ ହେବ
  • ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସୁବିଧା ଏହି କାର୍ଡରେ ଉପଲବ୍ଧ ହେବ
  • ୩.୫ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ
  • ୨୯,୦୦୦ରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା।
  • ତେବେ ପୂର୍ବ ସରକାରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇ ପାରି ନଥିଲା ବେଳେ ବିଜେପି ସରକାରର ଏ କାର୍ଡ ଦ୍ୱାରା ଜନସାଧାରଣ କେତେ ଉପକୃତ ହେଉଛନ୍ତି ତାହା ସମୟ କହିବ।

ନବୀନ ବାବୁ, ‘ଆମେ ତମ ପାଖରେ ଚାକିରି କରିନାହୁଁ’

‘‘ଆମେ କିଏ କୋଉଠି ବସିବୁ, ସେସବୁ ଆମ ବ୍ୟକ୍ତିଗତ କଥା। କିଏ ଆମକୁ କାହିଁକି ନାଲିଆଖି ଦେଖାଇବ? କେହି ବି ଆମକୁ ନାଲିଆଖି ଦେଖେଇ ପାରିବେ ନାହିଁ । ଆମର ବୟସ ହେଲାଣି, ଆମେ କଣ ଚାକିରି କରିଛୁ ? ଯେତେବେଳେ ଯୋଉଠି ମନ ହବ ବସିବୁ, ଆମକୁ କେହି ମନା କରି ପାରିବେ ନାହିଁ । ଆମେ କେତେବେଳେ କୋଉଠି ବସିବୁ ସେଥିରେ କ’ଣ ଅଛି? ଆମେ କଣ ହୋଟେଲରେ ବସି ପାରିବୁନି ? ନାଲିଆଖି ଦେଖାଅନି, ଆମେ ହୋଟେଲରେ ବସିବୁ, କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ।’’
ଏଭଳି ମୁହଁ ଚିଞ୍ଚଡ଼ା କଥା କହି ନବୀନ ପଟ୍ଟନାୟକଙ୍କୁ ନାଲିଆଖି ଦେଖାଇବା ବନ୍ଦ କରିବା ପାଇଁ ତାଗିଦ କରିଛନ୍ତି BJDର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କୁ ଖାତିର କରୁନଥିବା ପ୍ରଫୁଲ୍ଲଙ୍କ କଥାରୁ ସ୍ପଷ୍ଟ ହେଲାଣି ଯେ BJD କନ୍ଦଳ ଘମାସନ ହେଲାଣି। ଯେଉଁଥିରେ BJDର ବରିଷ୍ଠ ନେତା ନବୀନଙ୍କୁ କାଉଣ୍ଟର କରିବା ଆରମ୍ଭ କରିଦେଲେଣି।

  • ଭୈରବ ପାଣ୍ଡିଆନଙ୍କୁ ପାଇଁ ଓକିଲାତି କରୁଥିବା ନବୀନ ପଟ୍ଟନାୟକଙ୍କୁ ଜଣେ ମିଛୁଆ ବୋଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ କହିଲେ ।
  • ପ୍ରଭାତ ତ୍ରିପାଠୀ BJDରେ ନାହାନ୍ତି କହୁଥିବା ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ପ୍ରଭାତ କହିଲେ,ତାଙ୍କ ଉପରୁ 10 ନଭେମ୍ୱର 2017ରେ ନିଲମ୍ବନର ଆଦେଶ ଉଠା ଯାଇଛି9 ଏପ୍ରିଲ 2025ରେ ନବୀନ କହୁଛନ୍ତି ମୁଁ BJDରେ ନାହିଁ। ଏଥିରୁ ବୁଝା ପଡୁଛି ନବୀନ ଜଣେ ମିଛୁଆ।
Pravat Tripathy
  • ପୂର୍ବତନ ମନ୍ତ୍ରୀ ଅମର ଶତପଥି କହିଲେ,ପ୍ରଭାତ ତ୍ରିପାଠୀ BJDର ଆସେଟ୍, ନବୀନ ବାବୁଙ୍କ ସହ ସେ ଗତ ନିର୍ବାଚନରେ ଷ୍ଟେଜ୍ ସେୟାର୍ କରିଛନ୍ତି ପ୍ରଭାତଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ହଟିଛି। ପ୍ରଭାତ ଏବେ BJDରେ ନାହାନ୍ତି ବୋଲି ନବୀନ ବାବୁ କହିବା ଠିକ୍ ହୋଇନି।’’

ପ୍ରଭାତ-ଅମରଙ୍କ କାଉଣ୍ଟରକୁ 24ଘଣ୍ଟା ନପୁରୁଣୁ, ନବୀନଙ୍କୁ ତାଗିଦ୍ କଲେଣି ଆଉ ଜଣେ ନେତା
ହୋଟେଲରେ ନେତାଙ୍କ ବୈଠକକୁ ନେଇ ନବୀନ ମନା କରୁଥିଲା ବେଳେ, ପ୍ରଫୁଲ୍ଲ ମଲ୍ଲିକ କହିଲେଣି, ଆମ ତମ ପାଖରେ ଚାକିରି କରିନାହୁଁ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି

  • ‘‘ନବୀନ ବାବୁ ନାଲିଆଖି ଦେଖାଇ ପାରିବେ ନାହିଁ
  • କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ
  • ଆମେ କେହି ଚାକିରି କରିନୁ, ଆମର ବୟସ ହେଲାଣି
  • ଆମେ କିଏ କୋଉଠି ବସିବୁ, ଆମ ବ୍ୟକ୍ତିଗତ କଥା
  • ଆମ ମନ ଯେତେବେଳେ ଯୋଉଠି ହବ ବସିବୁ
  • ଆମକୁ କେହି ମନା କରି ପାରିବେନି
  • ବରିଷ୍ଠ ନେତାମାନେ ହୋଟେଲରେ ମେଳି କରି ନାହାନ୍ତି
  • ଆମେ କେତେବେଳେ କୋଉଠି ବସିବୁ ସେଥିରେ କଣ ଅଛି
  • ଆମେ କଣ ହୋଟେଲରେ ବସି ପାରିବୁନି?
  • ମୁଁ ଦୁଇଟା ଦୃଷ୍ଟିରୁ ପାଣ୍ଡିଆନଙ୍କୁ ବିଚାର କରେ, 1- ସେ ନବୀନ ବାବୁଙ୍କ ପୂର୍ବତନ ପ୍ରାଇଭେଟ୍ ସେକ୍ରେଟାରୀ, 2- ସେ ଜଣେ ଅବସରପ୍ରାପ୍ତ IAS 
  • ପାଣ୍ଡିଆନ ସ୍ପଷ୍ଟ କରନ୍ତୁ, ସେ BJDରେ ହସ୍ତକ୍ଷେପ କରୁ ନାହାନ୍ତି ’’
    ଜଣକ ପରେ ଜଣେ ବରିଷ୍ଠ ନେତା ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରୁଥିଲା ବେଳେ, ପାଣ୍ଡିଆନ ପନ୍ଥୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ କେତେ ଲୋକହସା କରିବେ ?

ନବୀନଙ୍କ ମାନସପୁତ୍ରଙ୍କ ଉପରେ ରାଗ ଶୁଝାଇଲେ ଅଂଶୁମାନ

ସ୍ୱର୍ଗତ ଦାମଦୋର ରାଉତଙ୍କ ପୁଅ କହିଲେ ପାଣ୍ଡିଆନ କିଏ ମୁଁ ଚିହ୍ନିନି । ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ କହିଲେଣି ପାଣ୍ଡିଆନ ଏବେ ଅତୀତ । ଯଦି ଦାମ ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତ ଏବଂ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ପାଣ୍ଡିଆନଙ୍କୁ ନେଇ ଏମିତି କହୁଛନ୍ତି, ତାହେଲେ ଅଣଓଡିଆ ଭୈରବ କଣ BJD ପାଇଁ ଅଲୋଡ଼ା ହୋଇଗଲେଣି ?
ସବୁ ବିଗାଡ଼ି ଦେଇଛି ୱାକଫ୍ ସଂଶୋଧନ ବିଲରେ ରାଜ୍ୟସଭାରେ BJDର ଭୋଟିଂ…
ପ୍ରଥମେ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପାଣ୍ଡିଆନଙ୍କ ନାଁ ନନେଇ କହିଲେ ନବୀନ ପଟ୍ଟନାୟକଙ୍କ ମାନସପୁତ୍ର ଦିଲ୍ଲୀରେ BJDକୁ ବିକି ଦେଇଛନ୍ତି

BJP-BJD Deal

ତା ପରେ ନବୀନ ନିବାସରେ Go Back ପାଣ୍ଡିଆନ୍ ନାରା ପଡିଲା। ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ଆସନର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କହିଲେଣି…

  • ପାଣ୍ଡିଆନ ଏବେ ଅତୀତ । ପାଣ୍ଡିଆନଙ୍କ କଥା କାହିଁ ପଚାରୁଛ ? ସେ ସନ୍ନ୍ୟାସ ନେଇ ସାରିଛନ୍ତି,
  • ୱକ୍‌ଫ ସଂଶୋଧନ ବିଲ୍ ସଂପର୍କରେ BJD ସାଂସଦଙ୍କ ଅଭିମୁଖ୍ୟକୁ ନେଇ ଆମେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ,
  • BJD ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ,
  • ଯଦି ଡାକନ୍ତି, ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ,
  • ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ
  • ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ‘4 ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟ ଜନକ’ କହି ପାଣ୍ଡିଆନ ଏବଂ ତାଙ୍କ ସମର୍ଥକଙ୍କୁ ଧୋଇଛନ୍ତି ଅଂଶୁମାନ।
SAMBIT ROUT

ଅଂଶୁମାନଙ୍କ ବାପା ଦିବଂଗତ ନଳିନୀ ମହାନ୍ତିଙ୍କୁ ଛାୟା ଦୁର୍ନିତୀ ନାଁରେ ମନ୍ତ୍ରିମଣ୍ଡଳରୁ ହଟାଇ ଥିଲେ, ନବୀନ ପଟ୍ଟନାୟକ

  • ଯେଉଁ ଦୁର୍ନୀତିର ସତ୍ୟାସତ୍ୟ, BJDର 24 ବର୍ଷର ଶାସନ କାଳରେ ମିଳିପାରିଲା ନାହିଁ,
  • ଜୀବନରେ କେବେ ହାରିନଥିବା ନଳିନୀ ମହାନ୍ତିଙ୍କୁ ହରାଇବା ପାଇଁ ମଧ୍ୟ ଚଞ୍ଚକତା କରିଥିଲେ ନବୀନ,
  • ସୀମା ପୁନଃ ନିର୍ଦ୍ଧାରଣ ଆଢୁଆଳରେ 2009ରେ ରାଜନଗର ଆସନର ଭୌଗଳିକ ଚିତ୍ରକୁ ପରିବର୍ତ୍ତନ କଲେ,
  • ଫଳରେ ଅଜାତ ଶତ୍ରୁ ନଳିନୀ ମହାନ୍ତି, ଜୀବନରେ ପ୍ରଥମ ଥର ପାଇଁ ହାରିଲେ ଏବଂ ପରେ ତାଙ୍କର ମୃତ୍ୟୁ ହେଲା।
    ତେବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କ ଉପରେ ଭରସା କଲେ ରାଜନଗର ଭୋଟର । 2014ରେ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଅଂଶୁମାନ
  • କିନ୍ତୁ ଚାଲ୍ କରି ଅଂଶୁମାନଙ୍କୁ 2024 ନିର୍ବାଚନ ପୂର୍ବରୁ BJDରେ ସାମିଲ୍ କରାଇଲେ ପାଣ୍ଡିଆନ ଆଣ୍ଡ କଂପାନୀ,
  • ବିଧାୟକ ପ୍ରାର୍ଥୀ କରିବା ବଦଳରେ ଲୋକସଭା ଆସନରେ ଲଢ଼ାଇଲେ,
  • ଅଂଶୁମାନଙ୍କ ପଲିଟିକାଲ୍ କ୍ୟାରିଅରକୁ ଧୂଳିସାତ୍ କଲେ ନବୀନଙ୍କ ମାନସପୁତ୍ର ଭୈରବ ପାଣ୍ଡିଆନ ।

ଏବେ ବାପା ଏବଂ ତାଙ୍କ ସହ ହୋଇଥିବା ବିଶ୍ୱାସ ଘାତକର ଜବାବ ରଖୁଛନ୍ତି ଅଂଶୁମାନ। ତାଙ୍କ ଟାର୍ଗେଟରେ ପାଣ୍ଡିଆନ ଏବଂ ନିଶାନାରେ ବାପାଙ୍କ ରାଜନୈତିକ ହତ୍ୟାକାରୀ ନବୀନ ପଟ୍ଟନାୟକ।

BJDରେ ଶୀତଳ ଯୁଦ୍ଧ, ବଦଲା ନେଉଛନ୍ତି ବବି

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜୁ ଜନତା ଦଳରେ ଦେଖା ଦେଇଥିବା ବିବାଦ, ଏବେ ଭିନ୍ନ ମୋଡ଼ ନେଲାଣି

  • ସୁଯୋଗ ଅପେକ୍ଷାରେ ଥିବା ବବି ଦାସ, ଭୈରବ ପାଣ୍ଡିଆନଙ୍କୁ କାଉଣ୍ଟର ଆଟାକ୍ କରୁଥିବାର ସୂଚନା ମିଳୁଛି
  • 2024 ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢାଇ ବବିଙ୍କ ପଲିଟିକାଲ୍ କ୍ୟାରିୟର ଖତମ୍ କରିବାର ଯୋଜନା ପାଣ୍ଡିଆନ କରିଥିଲେ ବୋଲି ବବି ଦାସଙ୍କ କ୍ୟାମ୍ପ୍ ନିର୍ବାଚନ ଫଳାଫଳ ପରେ ଜାଣି ସାରିଥିଲେ
  • କିନ୍ତୁ ଅପେକ୍ଷା କରିଥିଲେ ସୁଯୋଗକୁ.
    ୱାକଫ୍ ସଂଶୋଧନ ବିଲରେ BJD ରାଜ୍ୟସଭା ସାଂସଦଙ୍କ ଭୋଟିଂ ଦେବାର ଶୈଳୀ, ବବିଙ୍କ ପାଇଁ ଆଣିଲା ସୁବର୍ଣ୍ଣ ସୁଯୋଗ
  • ପାଣ୍ଡିଆନଙ୍କ ଇଙ୍ଗିତରେ BJDର 5 ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।କିନ୍ତୁ ମୁନ୍ନା ଖାଁଙ୍କ ପରି ସାଂସଦ, ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିଲେ
    ଏହି ଗୋଳିଆ ପରିସ୍ଥିତି, ବବି ଦାସଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ..
    ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଫ୍ରଣ୍ଟରେ ରଖି ପାଣ୍ଡିଆନଙ୍କୁ କରାଗଲା ଟାର୍ଗେଟ,
  • ଭୈରବ ମଧ୍ୟ ସଙ୍ଗେ ସଙ୍ଗେ ନିଜ 4 ସାଂସଦ ସମର୍ଥକଙ୍କୁ ଆଗକୁ ଆଣିଲେ,
  • ରାଜ୍ୟସଭା ସାଂସଦ ଶୁଭାଷିଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ମିଳିମିଶି ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ

ପାଣ୍ଡିଆନଙ୍କ ଏହି ଓପନ୍ ଚ୍ୟାଲେଞ୍ଜକୁ କାଉଣ୍ଟର କରିବାକୁ ବବି ଦାସ ପୁଣି ଖେଳିଲେ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍,

  • ବିଜୁ ଜନତା ଦଳର ପୁରୁଖା ନେତାଙ୍କ ପୁଅମାନେ ଆଗେଇ ଆସିଲେ, ଦେବାଶିଷଙ୍କ ସମର୍ଥନରେ,
  • ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ, କଳ୍ପତରୁ ଦାସ, କାଳିନ୍ଦି ବେହେରାବିଜୟଶ୍ରୀ ରାଉତରାୟଙ୍କ ପରି ଭେଟେରାନଙ୍କ ପୁଅମାନେ ଦେବାଶିଷ ସାମନ୍ତରାୟଙ୍କୁ ସପୋର୍ଟ କଲେ,
  • ପାଣ୍ଡିଆନ୍ ଯେପରି ନବୀନ ନିବାସରେ ଲୁଚି ରହିଛନ୍ତି ବବି ଦାସ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଆଢୁଆଳରେ ବସି ଗୋଟି ଚଳାଉଛନ୍ତି।

ଶୁଣିବାକୁ ମିଳୁଛି, ପାଣ୍ଡିଆନଙ୍କୁ ହଟାଇବା ପାଇଁ BJDର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଶରଣରେ ପଶିଛନ୍ତି ବବି ଦାସBJDକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ର ଦାୟିତ୍ୱ ନିଅନ୍ତୁ ବୋଲି ବବି ଦାସଙ୍କ କ୍ୟାମ୍ପ୍ ଉଦ୍ୟମ ଚଳାଇଛନ୍ତି

  • ବିଜୟ ମହାପାତ୍ର ଯଦିଓ ନିଜର ଭୂମିକାକୁ ନେଇ କଛି କ୍ଲିୟର୍ କରୁନାହାନ୍ତି, କିନ୍ତୁ ବିଜୟଙ୍କର ବ୍ଲୁ-ଆଏଡ୍ ବୟ ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ଭିଲେନ୍ ବୋଲି ସମ୍ବୋଧନ କରୁଛନ୍ତି ।
  • ବବି ଦାସ ଜାଣିଛନ୍ତି BJD ବଞ୍ଚାଇବା ପାଇଁ ପ୍ରୟାସ ଜରିଆରେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିଲେ ପାଣ୍ଡିଆନ ନିଶ୍ଚିତ ବିଦା ହେବେ

ତେବେ  ବବିଙ୍କ ଏ ରଣନୀତି ସଫଳ ହେବ କି ନାହିଁ ତାହା ଆଉ ଖୁବ୍ କମ ଦିନରେ ସ୍ପଷ୍ଟ ହେବକିନ୍ତୁ ପାଣ୍ଡିଆନଙ୍କ ପାଇଁ BJD ହରିଲା, ଏହି ବାର୍ତ୍ତା ଦଳୀୟ କର୍ମୀଙ୍କ ପାଖକୁ ଆଗରୁ ଯାଇଥିଲା। ଏବେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଧାରଣା ଜନ୍ମଲାଣି ଯେ ଦିଲ୍ଲୀ BJP ନିକଟରେ BJDକୁ ସମର୍ପି ଦେଇଛନ୍ତି ଭୈରବ ପାଣ୍ଡିଆନ !