Category News

ଛାତ୍ରନେତାଙ୍କୁ ଭରସା FaceBook-ଇନ୍‌ଷ୍ଟା-WhatsApp

କଲେଜ ଇଲେକ୍ସନକୁ ଭରସା ସୋସିଆଲ ମିଡିଆ । ଘରକୁ ଘର ଯାଇ କ୍ୟାମ୍ପେନ୍ କରିବାକୁ ସମୟ ପାଉ ନାହାନ୍ତି ଛାତ୍ରନେତା । FaceBook-ଇନ୍‌ଷ୍ଟା-WhatsAppରେ ଚାଲିଛି ପ୍ରଚାର । ଆସନ୍ତା 15 ତାରିଖରେ କଲେଜ ଇଲେକ୍ସନ, ହାତରେ ମାତ୍ର 3 ଦିନ ବାକି । 14 ତାରିଖରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ପରେ କ୍ୟାମ୍ପସ ଭିତରେ ପ୍ରଚାର ମନା । ହାତରେ ଯଥେଷ୍ଟ ସମୟ ନଥିବାରୁ ହରଡ଼ଘଣାରେ ପ୍ରାର୍ଥୀ । ନା ଡୋର ଟୁ ଡୋର କ୍ୟାମ୍ପେନ୍ କରି ପାରୁଛନ୍ତି ନା କ୍ୟାମ୍ପସରେ କ୍ଲାସ୍ ୱାଇଜ୍ କ୍ୟାମ୍ପେନ ହେଇପାରୁଛି । ସବୁ ଷ୍ଟୁଡେଣ୍ଟ୍ସଙ୍କୁ ଭେଟି ଭୋଟ ମାଗିବାକୁ ନାହିଁ ସମୟ । ପୂର୍ବରୁ କଲେଜ ଇଲେକ୍ସନକୁ ନେଇ ଛାତ୍ର ନେତାଙ୍କ ପାଖରେ ଯଥେଷ୍ଟ ସମୟ ରହୁଥିଲା । ପ୍ରାର୍ଥୀ ହେବାର ବହୁ ପୂର୍ବରୁ ଚାଲୁଥିଲା ନନ୍ ଅଫିସିଆଲ କ୍ୟାମ୍ପେନିଂ ।  ଷ୍ଟୁଡେଣ୍ଟ୍ସ ୟୁନିୟନ୍ ଇଲେକ୍ସନ୍ ରେଗୁଲାର ହେଉଥିବାରୁ ନୋଟିଫିକେସନ ପୂର୍ବରୁ ବି ନିଜ ସପୋର୍ଟରଙ୍କ ସଂଖ୍ୟା ବଢାଉଥିଲେ ଷ୍ଟୁଡେଷ୍ଟ ଲିଡର । ଘରକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟୁଥିଲେ। କିନ୍ତୁ ଏଥର ସମୟ ଅଭାବ ପାଇଁ ଅଡ଼ୁଆରେ ପ୍ରାର୍ଥୀ। ଘରକୁ ଘର ଯାଇ ହେଉନି, ପ୍ରଚାର ପାଇଁ ଭରସା ସୋସିଆଲ ମିଡିଆ । ହ୍ୱାଟ୍ସପ୍ ଗ୍ରୁପ୍-ଫେସ୍‌ବୁକ-ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଓ ପୋଷ୍ଟର ଜରିଆରେ ଚାଲିଛି ପ୍ରଚାର ।

2019ରେ ବାତ୍ୟାର କାରଣ ଦର୍ଶାଇ ଇଲେକ୍ସନ୍ ବନ୍ଦ କଲା ବିଜେଡି ସରକାର । ଚଳିତ ବର୍ଷ ମଧ୍ୟ ଛାତ୍ରସଂସଦ ନିର୍ବାଚନକୁ ନେଇ ନିଶ୍ଚିନ୍ତତା ନଥିଲା । ତରବରିଆ ଭାବରେ ଅକ୍ଟୋବର 5 ତାରିଖରେ କଲେଜ ଇଲେକ୍ସନକୁ ନେଇ ହିଣ୍ଟ୍ସ ଦେଲେ ମୁଖ୍ୟମନ୍ତ୍ରୀ। 7 ତାରିଖରେ ଆସିଲା ନୋଟିଫିକେସନ୍ । ମାତ୍ର 2 ଦିନ ଭିତରେ ପ୍ରାର୍ଥୀ କସରତରେ ଲାଗିଲେ ପଲିଟିକାଲ ପାର୍ଟି । 9 ତାରିଖରେ ନୋମିନେସନ ପରେ 10 ତାରିଖରେ ଆସିଲା ଫାଇନାଲ କ୍ୟାଣ୍ଡିଡେଟ ଲିଷ୍ଟ । 11 ତାରିଖ ରବିବାରରେ ବନ୍ଦ ରହିଲା କ୍ୟାମ୍ପସ । 15 ତାରିଖରେ ଭୋଟ ଥିଲା ବେଳେ ହାତରେ ମାତ୍ର 3 ୱାର୍କିଂ ଡେ । ଫଳରେ ଭୋଟରଙ୍କୁ କନଭିନ୍ସ କରିବାକୁ ପ୍ରାର୍ଥୀଙ୍କ ପାଖରେ ନାହିଁ ଯଥେଷ୍ଟ ସମୟ ।ଯଦିଓ 8 ବର୍ଷ ପରେ କଲେଜ ଇଲେକ୍ସନ୍ କରି ବିଜେପି ସରକାର ବାଃ ବାଃ ନେବାକୁ ଚେଷ୍ଟା କରିଛନ୍ତି ମାତ୍ର ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଉଛି ଟାଇମ୍ ଫ୍ୟାକ୍ଟର । କଲେଜରେ ପ୍ରତିକ୍ରିୟା, ଇଲେକ୍ସନ୍ ବନ୍ଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ଇଲେକ୍ସନ୍ ପାଇଁ ପ୍ରପର ଷ୍ଟ୍ରାଟେଜି କରି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଷ୍ଟୁଡେଣ୍ଟ ପଲିଟିକକ୍ସକୁ ନେଇ ଉଭୟ ନବୀନ ଓ ମୋହନଙ୍କ ଫଣ୍ଡା ଠିକ୍ ନାହିଁ ବୋଲିି ଚର୍ଚ୍ଚା।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା

ୟୁନିଭରସିଟିରେ ଅଧ୍ୟାପକ ମରୁଡ଼ି, ୭୦% ପୋଷ୍ଟ ଖାଲି

ବିପର୍ଯ୍ୟସ୍ତ ଅବସ୍ଥାରେ ଓଡ଼ିଶାର ଉଚ୍ଚଶିକ୍ଷା। ଓଡ଼ିଶାର ୧୭ଟି ସରକରୀ ବିଶ୍ୱବିଦ୍ୟାଳୟରେ ଫାକଲ୍ଟି ସମସ୍ୟା ଜଟିଳ। ୩୦% ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠ ପଢା। ମଞ୍ଜୁରପ୍ରାପ୍ତ ପୋଷ୍ଟ ମଧ୍ୟରୁ ପ୍ରାୟ ୭୦% ଖାଲି ପଡ଼ିଛି। ଅଗଷ୍ଟ ୩୧ ସୁଦ୍ଧା ୨,୦୮୬ଟି ମଞ୍ଜୁରପ୍ରାପ୍ତ ଲେକଚର ପୋଷ୍ଟରୁ ୧,୪୫୦ ଓ ନନ୍ ଟିଚିଂ ପୋଷ୍ଟରୁ ୨,୧୫୦ରୁ ଅଧିକ ଭାକାଣ୍ଟ ଥିବା ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ୟୁନିଭରସିଟିରେ ମୋଟ ସବୁଠାରୁ ଅଧିକ ପୋଷ୍ଟ ଫାଙ୍କା ପଡ଼ିଛି। ୪୬ଟି ପ୍ରଫେସର ପୋଷ୍ଟରୁ ୩୯ ପୋଷ୍ଟ ଖାଲି। ୭୫ ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୫୨ଟି ଖାଲି ପଡ଼ିଛି, ୧୨୩ ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ୫୧ ପୋଷ୍ଟ ଖାଲି। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୨୨.୧। ରେଭେନ୍ସା ୟୁନିଭରସିଟିର ମଧ୍ୟ ସମାନ ଅବସ୍ଥା। ୨୯ଟି ପ୍ରଫେସର ପୋଷ୍ଟରୁ ୨୨, ୭୧ ଆସିଷ୍ଟାଣ୍ଟ ପ୍ରଫେସରରୁ ୫୫ଟି ୧୬୭ଟି ଆସୋସିଏଟ ପ୍ରଫେସର ପୋଷ୍ଟରୁ ୯୦ ପୋଷ୍ଟ ଫାଙ୍କା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ବି ୟୁନିଭସରିଟିର ଅବସ୍ଥା ଭଲ ନାହିଁ। ଷ୍ଟୁଡେଣ୍ଟ ଟିଚର ରେସିଓ ରହିଛି ୪୦:୧। ଧରଣୀଧର ୟୁନିଭରସିଟିରେ ୧୮ଟି ସାଙ୍କସନ୍ ପ୍ରଫେସର ପୋଷ୍ଟରୁ ଗୋଟାଏ ବି ପୂରଣ ହୋଇନି। ୩୭ଟି ଆସିଷ୍ଟାଣ୍ଡ ପ୍ରଫେସର ପୋଷ୍ଟରୁ ଜଣେ ମାତ୍ର ଅଛନ୍ତି, ବାକି ୩୬ ପୋଷ୍ଟ ଫାଙ୍କା। ସେହିଭଳି ୭୩ ଆସୋସିଏଟ ପ୍ରଫେସର ପୋଷ୍ଟରୁ ୬୯ ଫାଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ। ଲଜ୍ଜାଜନକ ଘଟଣାଟି ହେଉଛି ମଧୁସୂଦନ ଦାସଙ୍କ ନାଁରେ ନାମିତ ଆଇନ ବିଶ୍ୱବିଦ୍ୟାଳୟକୁ ସରକାରଙ୍କର ଦୃଷ୍ଟି ନାହିଁ। ସବୁତକ ସାଙ୍କସନ ପୋଷ୍ଟ ଫାଙ୍କା ପଡ଼ିଛି। ଠିକାରେ ଚାଲିଛି ଆଇନ ଶିକ୍ଷା। ଅସ୍ମିତାର କଥା କହୁଥିବା ବିଜେପି ସରକାରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୌଣସି ମଞ୍ଜୁରପ୍ରାପ୍ତ ପୋଷ୍ଟ ପୂରଣ ହୋଇନି।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସବୁଠାରୁ ଅଧିକ ଅଭାବ ମଧ୍ୟମ ଏବଂ କନିଷ୍ଠ ସ୍ତରର ଫ୍ୟାକଲ୍ଟି ପଦରେ ରହିଛି। ମୋଟ ୫୯୩ଟି ମଞ୍ଜୁରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ପୋଷ୍ଟରୁ ମଧ୍ୟରୁ ୪୭୦ଟି (୭୯%) ଖାଲି ଅଛି। ସେହିପରି ୧,୧୯୪ଟି ମଞ୍ଜୁରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟରୁ ୭୧୫ଟି (୬୦%) ଖାଲି ଅଛି। ଏମିତି ହେବା ଦ୍ୱାରା ଟିଚର ଷ୍ଟୁଡେଣ୍ଟ ରେସିଓ ପ୍ରଭାବିତ ହେଉଛି। ଫ୍ୟାକଲ୍ଟି ଅଭାବରେ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ- ୪୪:୧, ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ- ୩୮:୧  ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-୩୮:୧, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ-୩୮:୧, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ-୩୫:୧ ରହିଛି ଶିକ୍ଷକ ଛାତ୍ର ଅନୁପାତ।

ନିୟମିତ ନିଯୁକ୍ତି ନହେବା ପର୍ଯ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୪୨୫ ଜଣ ଅତିଥି ଅଧ୍ୟାପକ (Guest Faculty) ନିୟୋଜିତ ହୋଇଛନ୍ତି। ସରକାର OPSC ଜରିଆରେ ୩୮୫ଟି ପୋଷ୍ଟ ସହ ୩୦୪ଟି ପୋଷ୍ଟ ପାଇଁ Requisition ପଠାଇଥିବା ଚର୍ଚ୍ଚା। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ ହେଲେ ଉଚ୍ଚଶିକ୍ଷାର ସ୍ଥିତି ନୀଚ୍ଚ ପ୍ରମାଣିତ ହୋଇଯିବ।

ହାଇକୋର୍ଟ ଆସିବେନି ଆଡଭୋକେଟ

ଓଡ଼ିଶା ହାଇକୋର୍ଟରେ କମୁଛନ୍ତି ବିଚାରପତି। ଅଧାରୁ ଅଧିକ ବିଚାରପତି ପଦ ଫାଙ୍କା। ଯାହାକୁ ବିରୋଧ କରି ଅକ୍ଟୋବର 1 ତାରିଖରେ କୋର୍ଟ ବର୍ଜନ କରିବେ ଆଇନଜୀବୀ। କେସ୍ ଲଢିବେନି କୌଣସି ଆଡଭୋକେଟ। ଏ ନେଇ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍। ଜଷ୍ଟିସ୍ ନିଯୁକ୍ତିରେ ଡବଲ ଇଞ୍ଜିନ୍ ସରକାରଙ୍କଠୁ ନିରାଶ ହେଲା ପରେ ରାଜ୍ୟପାଳଙ୍କୁ ଦେବେ ସ୍ମାରକୀ ପତ୍ର। କେବଳ ସେତିକି ନୁହେଁ ତୁରନ୍ତ ଜଷ୍ଟିସ୍ ନିଯୁକ୍ତି କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଜଣେଇବେ। ଆଉ ଯଦି ଦାବି ପୂରଣ ନ ହୁଏ ଆନଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍। ହାଇକୋର୍ଟରେ ଜଷ୍ଟିସ୍ ନିଯୁକ୍ତି ନ ହେଲେ ଆନ୍ଦୋଳନ ତୀବ୍ର କରିବେ ହାଇକୋର୍ଟ ଓକିଲ। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34 ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15 ତାରିଖରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ।ବିଚାରପତିଙ୍କ ସଂଖ୍ୟା 13 ହୋଇଯିବ।ହାଇକୋର୍ଟରେ ପାଖାପାଖି ୧୭ ଲକ୍ଷ କେସ୍ ପେଣ୍ଡିଂ ରହିଛି। ଜଷ୍ଟିସଙ୍କ ଅଭାବରୁ କେସର ବିଚାର ହୋଇପାରୁନି। ଫଳରେ ହଜାର ହଜାର ଆବେଦନକାରୀ ନିରାଶ ହେଉଛନ୍ତି। ପ୍ରୋବ୍ଲେମରେ ପଡୁଛନ୍ତି ଆଡଭୋକେଟ।

ବିଜେପି ସରକାରକୁ ଆସିବା ପରେ ହାଇକୋର୍ଟ ଜଷ୍ଟିସ୍ ନିଯୁକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରରେ କିଛି ବି ଫାଇଦା ମିଳିନି। ଦୁଇ ଦୁଇ ଥର ନିରାଶ ହେଲାଣି ଓଡ଼ିଶା।  ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସ ଓ ସେପ୍ଟେମ୍ବର 19 ତାରିଖରେ 14 ଜଣ ଜଷ୍ଟିସଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ମାତ୍ର ଦୁର୍ଭାଗ୍ୟ ଦୁଇ ଥର ଜାକ ଓଡ଼ିଶାର ଭାଗ ପଡ଼ିଲାନି।  ଏମିତିକି ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ମାତ୍ର କୌଣସି ସଫଳତା ମିଳିଲାନି । ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାକୁ ମିଳିଲା ଡବଲ ଧୋକା। ଦିଲ୍ଲୀ, ଜାମ୍ମୁ କାଶ୍ମୀର ଓ ଲଦାଖ, ଝାଡ଼ଖଣ୍ଡ ଏବଂ କର୍ଣାଟକ ସେମତ ଅନ୍ୟ ହାଇକୋର୍ଟଗୁଡ଼ିକରେ ତୁରନ୍ତ ବିଚାରପତି ନିଯୁକ୍ତି କରାଯାଉଥିବା ବେଳେ ଓଡ଼ିଶା ହାଇକୋର୍ଟ ପ୍ରତି ଅବହେଳା କରାଯାଉଥିବା ନେଇ ବାର୍ ଆସୋସିଏସନ୍ କ୍ଷୁବ୍ଧ। ଜଷ୍ଟିସ ନିଯୁକ୍ତିକୁ ଗୁରୁତ୍ୱ ନ ଦେଲେ ଓଡ଼ିଶା ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ଦେଖିବ।

 

 

ଡବଲ ଇଞ୍ଜିନ ସରକାରରେ ହାଇକୋର୍ଟକୁ ଡବଲ ଧୋକା

ଦେଶର 4ଟି ହାଇକୋର୍ଟ ପାଇଁ 14 ବିଚାରପତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସର୍ବାଧିକ 7 ଜଣ ବିଚାରପତି ନିଯୁକ୍ତି ପାଇବେ । କର୍ଣ୍ଣାଟକ ହାଇକୋର୍ଟରେ 3ଜଣ ଏବଂ ଛୋଟ ରାଜ୍ୟ ଝାଡ଼ଖଣ୍ଡ ହାଇକୋର୍ଟରେ 3ଜଣ ବିଚାରପତି ନିଯୁକ୍ତି ନିମନ୍ତେ ନୋଟିଫିକେସନ୍ ଜାରି ହୋଇଛି । ଆଉ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟ ପାଇଁ ଜଣେ ବିଚାରପତିଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଓଡ଼ିଶା ନିରାଶ ହୋଇଛି। ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସଙ୍କୁ ଆପଏଣ୍ଟ କରିଥିଲେ ଭାରତ ସରକାର । ସେଥିରେ ଓଡ଼ିଶାର ଭାଗ ପଡ଼ିନଥିଲା, ଏହାପରେ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ସୁପ୍ରିମକୋର୍ଟ କଲେଜିୟମର ସେହି ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ବୋଧହୁଏ ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିଚାର ପ୍ରକ୍ରିୟା ଗତିଶୀଳ ହେବାର ନାହିଁ । ନଚେତ କଂଗ୍ରେସ ଏବଂ ଇଣ୍ଡି ଆଲାଏନ୍ସ ଥିବା କର୍ଣ୍ଣାଟକ, ଝାଡଖଣ୍ଡ ଏବଂ ଜମ୍ମୁ-କାଶୀରରେ ବିଚାରପତି ନିଯୁକ୍ତି ହେବେ। ଅଥଚ ଓଡ଼ିଶାରେ ବିଜେପିର ସରକାର ଥାଇ ମଧ୍ୟ ଓଡ଼ିଶା ହାଇକୋର୍ଟରେ ଏବେ 19ଟି ବିଚାରପତି ପଦ ଖାଲି ପଡିଛି।

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ ।ବିଚାରପତିଙ୍କ ସଂଖ୍ୟା 13କୁ କମିଆସିବ।ଭାରତ ସରକାରଙ୍କର ଆଞ୍ଚଳିକ ବୈଷମ୍ୟବାଦର ଶିକାର ହେଉନାହିଁ ତ ଓଡ଼ିଶା ହାଇକୋର୍ଟ?

ପେଟ୍ରୋଲ ପମ୍ପରେ ବନ୍ଦ ହୋଇପାରେ UPI ପେମେଣ୍ଟ

2 ହଜାରରୁ ଅଧିକ ଟଙ୍କାର ପେଟ୍ରୋଲ କିମ୍ବା ଡିଜେଲ ବିକ୍ରି ହେଉଥିଲେ, ଟଙ୍କା ଗ୍ରାହକଙ୍କ ଠାରୁ UPIରେ ପେମେଣ୍ଟ ଆକ୍ସେପ୍ଟ କରିବେ ନାହିଁ ମଧ୍ୟପ୍ରଦେଶର କୌଣସି ପେଟ୍ରୋଲ ପମ୍ପ ଡିଲର । ଆଗାମୀ ଅକ୍ଟୋବର 15ତାରିଖରୁ 2ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ପେଟ୍ରୋଲ ପମ୍ପ ମାଲିକ ଗ୍ରହଣ କରିବେ ନାହିଁ । ଏଥିପାଇଁ ଗ୍ରାହକ ମାନଙ୍କୁ କ୍ୟାସରେ ପେମେଣ୍ଟ କରିବାକୁ ପଡିବ ।ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ମାଲିକ ସଂଘର ଏଭଳି ନିଷ୍ପତ୍ତି ପଛରେ ରହିଛି Merchant Discount Rate ବା MDR ।ମାନେ 2 ହଜାରରୁ ଅଧିକ ଟଙ୍କା UPIରେ ପେମେଣ୍ଟ କଲେ ପ୍ରତି ଟ୍ରାଞ୍ଜାକ୍ସନ୍‌ରେ 5 ଟଙ୍କାର MDR ଚାର୍ଜେସ୍ ଲାଗୁ ହେବ । ତା’ ଉପରେ 18 ପ୍ରତିଶତର GST ।MDR ଚାର୍ଜେସ୍ ସହ GSTକୁ ମିଶାଇଲେ 2ହଜାରରୁ ଅଧିକ ଟଙ୍କାର ପେଟ୍ରୋଲ କିମ୍ବା ଡିଜେଲ ବିକ୍ରିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ 5 ଟଙ୍କା 90 ପଇସା ବହନ କରିବାକୁ ପଡିବ

ଡିଲରଙ୍କର ହିସାବ ଅନୁଯାୟୀ, ଗୋଟିଏ ପେଟ୍ରୋଲ ପମ୍ପରେ ଦୈନିକ ପ୍ରାୟ 100 ଜଣ ଗ୍ରାହକ 2 ହଜାର ଟଙ୍କାରୁ ଅଧିକ ଅର୍ଥର ପେଟ୍ରୋଲ କିଣିଥାନ୍ତି। ଏହି ହିସାବରେ ଦିନକୁ ପ୍ରାୟ 590 ଟଙ୍କା ଏବଂ ମାସକୁ ପ୍ରାୟ 17 ହଜାର 700 ଟଙ୍କାର ଆର୍ଥିକ ବୋଝ ଡିଲରଙ୍କ ଉପରେ ପଡିବ।ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ସଂଘର ଆକଳନ ଅନୁସାରେ ସେଠିକାର ଡିଲର ମାନଙ୍କୁ ଦିନକୁ ପ୍ରାୟ 27 ଲକ୍ଷ 70 ହଜାର ଟଙ୍କା ଏକ୍ସଟ୍ରା ଖର୍ଚ୍ଚ କରିବାକୁ ପଡିବ। ମାନେ ମାସିକ ଖର୍ଚ୍ଚ ପ୍ରାୟ 8 କୋଟି 30 ଲକ୍ଷ ଟଙ୍କା ହୋଇପାରେ। ଯୋଉଥିପାଇଁ ସେମାନେ UPI ପେମେଣ୍ଟ ଆକ୍ସେପ୍ଟ କରି ରିସ୍କ ନେବାକୁ ଚାହୁଁନାହାନ୍ତି। ମଧ୍ୟପ୍ରଦେଶର ଏହି ଡିସିସନ୍ ସାରା ଭାରତକୁ ପ୍ରଭାବିତ କରିପାରେ ।ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ସେଥିପାଇଁ ଉତ୍କଳ ପେଟ୍ରୋଲିୟମ୍ ଡିଲର ଆସୋସିଏନ୍ ଦାବି କରୁଛି MDR ଚାର୍ଜେସ୍ ହଟାଯାଉ। ଯଦି UPI ପେମେଣ୍ଟ ବନ୍ଦ ହୁଏ, ତେବେ 2000 ଟଙ୍କାରୁ ଅଧିକ ପେମେଣ୍ଟ କ୍ୟାସ୍ ମୋଡରେ କରିବାକୁ ପଡ଼ିପାରେ। ମାନେ ଡିଜିଟାଲ୍ ଯୁଗରେ ପେଟ୍ରୋଲ-ଡିଜେଲ ବିଲ୍ ପାଇଁ ପୁଣି କ୍ୟାସ୍ ମୋଡକୁ ଫେରିବେ ଗ୍ରାହକ।