BJP ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । 20 ଜାନୁଆରୀ 2026ରେ ସେ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ।କିନ୍ତୁ ନିଜର ଟିମ୍ ଗଠନ କରିବା ପାଇଁ ପ୍ରାୟ 7 ମାସ ନେଇଗଲେ । ସାଧାରଣତଃ ମାସେରୁ ଦେଢ ମାସ ଭିତରେ ଟିମ୍ ହୋଇଯିବା କଥା, କିନ୍ତୁ ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ କହୁଥିବା ବିଜେପିର ନୂଆ ଟିମ୍ ଘୋଷଣା ହେବାକୁ ପ୍ରାୟ 7 ମାସ ଲାଗିଗଲା । ନିତିନ ନବୀନ 45 ବର୍ଷର ଯୁବକ, 5 ଥରର ବିଧାୟକର ଏକ୍ସପିରିଏନ୍ସ ସାଙ୍ଗକୁ ବିଜେପିର ରାଷ୍ଟ୍ରୀୟ ସଭାପତି, ହେଲେ ବି ଟିମ୍ ଘୋଷଣାରେ ବିଳମ୍ବ ।

RSSର ସୁଦୃଢ଼ ପ୍ରଭାବ
ସଂଗଠନ ସଂପାଦକ- ବି.ଏଲ୍. ସନ୍ତୋଷ
ସହ ସଂଗଠନ ସଂପାଦକ– ସୌଦନ ସିଂ ଏବଂ ଶିବପ୍ରକାଶ
ଉପସଭାପତି- ରାମମାଧବ
ନିତିନ ନବୀନଙ୍କ ଟିମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦ ସଙ୍ଗଠନ ସମ୍ପାଦକ ବି.ଏଲ ସନ୍ତୋଷ ରହିଛନ୍ତି
- ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଶିବ ପ୍ରକାଶ ଏବଂ ସୌଦାନ ସିଂହ ରହିଛନ୍ତି
- ତେବେ କେନ୍ଦ୍ରୀୟ ଅର୍ଗାନାଇଜେସନକୁ ରାମମାଧବଙ୍କର ପ୍ରତ୍ୟାବର୍ତ୍ତନ ZEN–Zର ପ୍ରଭାବ ବୋଲି ଧରି ନେବାକୁ ପଡ଼ିବ
- RSSର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମମାଧବ ଭାରତର ଯୁବବର୍ଗଙ୍କ ନିକଟରେ ଅଧିକ ଗ୍ରହଣୀୟ
ନିତିନ ନବୀନଙ୍କର ନୁଆ ଟିମରେ 3 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି
- ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜ ସିନ୍ଧିଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ଥାନ
ନୀତିନ ନବୀନଙ୍କ ଟିମରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସ୍ଥାନ ମିଳିଛି
- ଚାଟାର୍ଡ ଆକାଉଣ୍ଟାଟ୍ ପିୟୁଷ ଗୋଏଲଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି
ସେହିଭଳି BJP IT cell chief ପଦରୁ Amit Malviyaଙ୍କୁ ହଟାଯାଇଛି । ଦିପକ ମାହସକେଙ୍କୁ IT cellର ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି।
ଓଡ଼ିଶା ଦୃଷ୍ଟିରୁ ବିଚାର କଲେ, 2 ଜଣ ଓଡ଼ିଆଙ୍କୁ ନିତିନ ନବୀନଙ୍କ ଟିମରେ ସ୍ଥାନ ମିଳିଛି
- ସେମାନେ ହେଲେ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର
- ପୂର୍ବଭଳି ଜୟ ପଣ୍ଡାଙ୍କୁ ଏଥର ମଧ୍ୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ମିଳିଛି
- ସମ୍ବିତ ପାତ୍ରଙ୍କୁ ନର୍ଥ ଇଷ୍ଟ ସଂଯୋଜକର ଦାୟିତ୍ୱ ଦିଆଯାଇଛି
ମନ୍ତ୍ରୀ ରେସରୁ ଜୟ-ସମ୍ବିତ ଆଉଟ୍ !
- ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର ଆଗକୁ କେନ୍ଦ୍ରମନ୍ତ୍ରୀ ହେବାର ଚାନ୍ସ ବହୁତ କମ୍
- ଯେହେତୁ ଉଭୟ ବୈଜୟନ୍ତ ଓ ସମ୍ବିତ ଅର୍ଗାନାଇଜେସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଲେ ହୁଏତ ସେମାନଙ୍କୁ ଆଉ ମନ୍ତ୍ରିମଣ୍ଡଳରେ ନିଆଯାଇ ନପାରେ
- ଏଣୁ ମନ୍ତ୍ରୀ ରେସରୁ କଟି ପାରନ୍ତି ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର
ଷ୍ଟୋରୀ ଲେକିଛନ୍ତି- ବିଜୟ କେତନ ବରାଳ