ପ୍ରଧାନମନ୍ତ୍ରୀଙ୍କ ନୂଆ ଅଫିସ

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା। ପୁରୁଣା ଅଫିସ ବଦଳରେ ନୂଆ ଅଫିସରେ କାମ ଚାଲିବ। ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ। ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହି । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି।ଯାହା ତିଆରି କରିବାକୁ ଖର୍ଚ୍ଚ ହୋଇଛି ୧୧୮୯ କୋଟି

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଥିଲା। ଏ ଅଫିସ୍ ବର୍ତ୍ତମାନ ସେବା ତୀର୍ଥରେ ପରିଣତ ହେବାକୁ ଯାଉଛି। ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ “ସେବା ତୀର୍ଥ” କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ଯାହା ପରିବର୍ତ୍ତନ ହେବ। ଦୀର୍ଘବର୍ଷ ପରେ ଅଫିସର ଠିକଣା ବଦଳାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପଲ୍ୟୁସନ୍ ପଲିଟିକ୍ସ:କଂଗ୍ରେସ ନୀରବ

ପଲ୍ୟୁସନ୍ ଯାଞ୍ଚ ଆଳରେ ବକେୟା ଚାଲାଣ ଆଦାୟ କରିବାକୁ ଜାଲ ପକେଇଛନ୍ତି ବିଜେପି ସରକାର। ପୁରୁଣା ଫାଇନ ନ ଦେଲେ ପଲ୍ୟୁସନ ସାର୍ଟିଫିକେଟ ନ ଦେବାର ନିୟମ କରି ଜନତାଙ୍କୁ ହରଡାଘଣାରେ ପକାଇଛନ୍ତି ନୂଆ ସରକାର। ଟୋଲ ଗେଟରେ ବି ଫାସଟ୍ୟାଗ ଉପରେ ଚଲେଇଛନ୍ତି ଫାଇନ୍ ପଲିଟିକ୍ସ। ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ନ ମିଳିବା, ପୁରୁଣା ଫାଇନ୍ ନ ଦେଲେ ପଲ୍ୟୁସନ୍ ସାର୍ଟିଫିକେଟ ନ ଦେବାର ନିୟମ ଲାଗୁକୁ ନେଇ ଗର୍ଜିଛି ବିଜେଡି। ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଯୁବ ଓ ଛାତ୍ର ବିଜେଡି। ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ବି ଦିଆ ଯାଇଛି ଡାକରା। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଛନ୍ତି ବିଜେଡି ସମର୍ଥକ। ଆନ୍ଦୋଳନ ପରେ କଟକଣା କୋହଳ କରିବା ସହ ଏପ୍ରିଲ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ ପାଇଁ ଫାଇନ ନ କାଟିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ମାତ୍ର ଏଭଳି ଗୁରୁତ୍ତର ପ୍ରସଙ୍ଗକୁ ନେଇ କାହିଁକି ରାସ୍ତାକୁ ଓହ୍ଲାଉ ନାହିଁ କଂଗ୍ରେସ? ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଉଠାଇ ମାଇଲେଜ୍ ନେବାର ସୁଯୋଗ ଥିଲାବେଳେ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ? ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଶାସନରେ ନଥିବା କଂଗ୍ରେସ ଶାସନକୁ ଫେରିବାକୁ ଚାହୁଁଥିଲା ବେଳେ କାହିଁକି ବ୍ୟବହାର କରି ପାରୁନି ପ୍ରପର ଷ୍ଟ୍ରାଟେଜି? ବିଜେଡି ଭଳି ଅଧିକ ସିଟ ଥିଲେ ବିଧାନସଭା ଚଲାଇ ନ ଦେବାର ଚେତାବନୀ ଦେଉଥିବା ପିସିସି ସଭାପତି ଏତେ ବଡ଼ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁ ନାହାନ୍ତି କାହିଁକି? ଆଗକୁ ପଞ୍ଚାୟତ ନିର୍ବାଚନ ଥିଲାବେଳେ ଭୋଟରଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଭୋଟ ବ୍ୟାଙ୍କ ବଢେଇବାର ସୁଯୋଗ ଥିଲା ବେଳେ କାହିଁକି ହାତ ଛଡ଼ା କରୁଛି କଂଗ୍ରେସ। ଦଳୀୟ ବିବାଦ ଆଳରେ ଜନତାଙ୍କଠୁ ମୁହଁ ଫେରାଉ ନାହାନ୍ତି ତ କଂଗ୍ରେସ ନେତା? ଯଦି ଏ କଥା ସତ ହୁଏ , ତେବେ ଭୋଟରଙ୍କ ଆସ୍ଥା ଜିତିବା ହୁଏତ ସହଜ ହୋଇ ନପାରେ?

ମୁଖ୍ୟମନ୍ତ୍ରୀ ହେବେ ଅନୀଲ କପୁର !

ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ଅନୀଲ। ୨୫ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶିବାଜୀ ରାଓ୨୦୦୧ ମସିହାରେ ଅନିଲ କପୁର ନାୟକ ଫିଲ୍ମରେ ନଜର ଆସିଥିଲେ। ହିଟ ହୋଇଥିବା ଫିଲ୍ମରେ ଖଳନାୟକ ଭାବେ ଅମରେଶ ପୁରି ନଜର ଆସିଥିଲା ବେଳେ  ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ ଗୋଟାଏ ଦିନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶିବାଜୀ ରାଓଙ୍କର ଚରିତ୍ର ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା। ୨୫ ବର୍ଷ ପରେ ପୁଣି ନାୟକ ଫିଲ୍ମ ଫେରୁଛି। ଘରେ ଘରେ ପରିଚିତ ନାୟକ ଫିଲ୍ମ ରିଲିଜ ହେଲା ପରେ ବେଶ୍ ଆଦୃତ ହୋଇଥିଲାଏ ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିଲେ। କେବଳ ସେ ସମୟରେ ନୁହେଁ ଏବେ ବି ଏ ଫିଲ୍ମ ଅନେକଙ୍କର ଫେଭରାଇଟ।

ନାୟକ ମୁଭିରେ ପାୱାରଫୁଲ ଡାଇଲଗ୍ ,ଆକ୍ସନ, ଡ୍ରାମା ଏବଂ ସୁପରହିଟ ସଙ୍ଗ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା । ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, ଅମରେଶ ପୁରୀ, ପରେଶ ରାୱଲ, ସୌରଭ ଶୁକ୍ଳା, ଜନି ଲିଭରଙ୍କ ଭଳି ଅଭିନେତା ଲିଡ ରୋଲରେ ଥିଲେ। ଅନିଲଙ୍କ କ୍ୟାରିଅରର ସବୁଠୁ ବେଷ୍ଟ ମୁଭି ଭାବରେ ଏହାକୁ ବିବେଚନା କରାଯାଏ । ଚଳଚ୍ଚିତ୍ରରେ ଅନିଲ କପୁର ଜଣେ ସାମ୍ବାଦିକଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପୁରା ସିଷ୍ଟମ ଚେଞ୍ଜ କରିଦେଇଥିଲେ ଦେଶର ରାଜନୈତିକ ବ୍ୟବସ୍ଥାରେ ମାତ୍ରାଧିକ ପରିବର୍ତ୍ତନ ହୋଇଥିଲା ବେଳେ ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ତିଆରି ହୋଇଥିବା ପିଲ୍ମ ବେଶ୍ ଲୋକପ୍ରିୟତା ପାଇବ ବୋଲି ଆଶା । ଏସ୍. ଶଙ୍କରଙ୍କ ଡିରେକ୍ସନରେ ଫିଲ୍ମଟି ସୁପରହିଟ ହୋଇଥିଲା ବେଳେ ପାର୍ଟ 2 ରେ ଅନିଲ କପୁର ନିଜେ ସହ ପ୍ରଜୋଯନାରେ ରହିବା ସହ ଜୟ ମେହେତା ଡିରେକ୍ସନ୍ ଦେବେ।

ରାଜନୀତି ପାଇଁ ପ୍ରେମକୁ ଛାଡ଼ିଥିଲେ ଅମିତାଭ

ରିଲ ଲାଇଫରୁ ଯୋଡ଼ି ହେଇଥିବା ସମ୍ପର୍କ ରିୟଲ ଲାଇଫରେ ଚର୍ଚ୍ଚା ହେଲା ପରେ ବି ନେତା ହବାର ମୋହ ପାଇଁ ନେଇଥିଲେ ବୋଲ୍ଡ ଷ୍ଟେପ୍ । ବଲିଉଡ଼ର ସୁପରଷ୍ଟାର ଭାବରେ ପରିଚିତ ବିଗ୍ ବଚ୍ଚନ ଅର୍ଥାତ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯେଉଁ ପରିସ୍ଥିତିରେ ପଡ଼ି ସେ ତାଙ୍କର କ୍ଲୋଜ୍ ରିଲେସନରୁ ବିଦାୟ ନେଇଛନ୍ତି। ସୁଟିଂ ସେଟରୁ ପ୍ରେମରେ ପଡ଼ିଥିବା ଅମିତାଭ ସେ ସମ୍ପର୍କରୁ ମୁହଁ ଫେରାଇଛନ୍ତି। ଏମିତି ଏକ କାହାଣୀ ଆରମ୍ଭ ହୋଇଥିଲା 1974ରେ। ରେଖାଙ୍କ ସହ ତାଙ୍କର ଫାଷ୍ଟ ଫିଲ୍ମ ‘ଦୁନିୟା କା ମେଲା’ରେ ଗୋଟାଏ ପରଦାରେ ଅଭିନୟ କରିବାକୁ ସାଇନ୍ କରିଥିଲେ ଅମିତାଭ। ମାତ୍ର କୌଣସି କାରଣରୁ ସ୍କ୍ରିନରେ ନଜର ଆସି ନଥିଲେ ଅମିତାଭ। 1976ରେ ଦୋ ଅଞ୍ଜାନୀ ଫିଲ୍ମରେ ଉଭୟଙ୍କ ଯୋଡ଼ି ବଲିଉଡ଼ରେ ନୂଆ କ୍ରେଜ୍ ଆଣିଥିଲା । ଏହାର ଠିକ୍ ଗୋଟାଏ ବର୍ଷ ପରେ 1977ରେ 2 ଟି ଫିଲ୍ମରେ ନଜର ଆସିଥିଲେ ଅମିତାଭ-ରେଖା। ଆଳାପ ଏବଂ ଖୁନ୍ ପସିନା ଫିଲ୍ମରେ ଉଭୟଙ୍କୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। 1978 ରେ ଗଙ୍ଗା କି ସୌଗନ୍ଧ ସାଙ୍ଗକୁ ମକଦର କି ସିକନ୍ଦର ଫିଲ୍ମରେ ଉଭୟ କାଷ୍ଟ କରିଥିଲେ। ଭଳିଭଳି ଭାବରେ ଗୋଟାଏ ବର୍ଷରେ 2 ଟି ଲେଖାଁ ହିଟ୍ ଫିଲ୍ମ ଭେଟି ଦେଉଥିବା ଏ ଯୋଡ଼ି ଧିରେଧିରେ ରିଲ୍ ସେଟରୁ ବାହାରି ରିୟଲ ଲାଇଫର ମଳାମିଶାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ।

ମିଷ୍ଟର ନଟବର ଲାଲ୍, ରାମ ବଳରାମ୍ ଫିଲ୍ମ ପରେ ଚର୍ଚ୍ଚା ଧିରେଧିରେ ବଢିବାକୁ ଲାଗିଲା। ଉଭୟଙ୍କ ମିଳାମିଶାକୁ ନେଇ ଏତେ ଚର୍ଚ୍ଚା ଚାଲିଥିଲା ଯେ ବିବାହିତ ଅମିତାଭଙ୍କ ଜୀବନରେ ଏହାର ପ୍ରଭାବ ବି ଦେଖିବାକୁ ପଡ଼ିଲା । ଏମିତିକି ସେ ସମୟରେ ବାହା ହୋଇନଥିବା ରେଖା ଶଙ୍ଖା ସିନ୍ଦୂର ପିନ୍ଧି ବିଭିନ୍ନ ଫଙ୍କସନ୍ ଆଟେଣ୍ଡ କରିବା ଓ ଅମିତାଭଙ୍କ ସହ ସେଇ ବେଶରେ କମ୍ଫର୍ଟେବଲ କଥା ହେବା ଚର୍ଚ୍ଚାକୁ ଅଧିକ ଖୋକାକ୍ ଦେଇଥିଲା । ଇଣ୍ଡଷ୍ଟ୍ରୀ ଉପରେ ଏହାର ଖରାପ ପ୍ରଭାବକୁ ବିଚାର ନେଇ ଅମିତାଭଙ୍କ କ୍ୟାରିୟର ଦୃଷ୍ଟିରୁ ଏ ପ୍ରଚାରରେ ରୋକ୍ ଲଗାଇବାକୁ କରିଥିଲେ ମାଷ୍ଟରପ୍ଲାନ୍। 1981ରେ ସିଲସିଲା ମୁଭିରେ ଉଭୟ ରେଖା ଏବଂ ଜୟା ବଚ୍ଚନଙ୍କୁ ନେଇ ତିଆରି କରିଥିଲେ ଫିଲ୍ମ ସିଲସିଲା। ଯାହା କିଛି ମାତ୍ରାରେ ଅମିତାଭଙ୍କ ସହ ରେଖାଙ୍କ ସମ୍ପର୍କ ଆଲୋଚନାରେ ବ୍ରେକ୍ ଲଗାଇଥିଲା । ଆଉ ଏମିତିରେ ବି ରାଜନୀତି ଆଡ଼କୁ ଢଳୁଥିବା ଅମିତାଭ ନିଜର ପଲିଟିକାଲ କ୍ୟାରିୟର ଗଢିବା ପାଇଁ ଏ ପ୍ରକାରର କଣ୍ଟ୍ରୋଭର୍ସିରେ ପଶିବାକୁ ଚାହୁଁ ନଥିଲେ। ରେଖା ଓ ଅମିତାଭଙ୍କ ସମ୍ପର୍କ ରାଜନୀତିରେ ତାଙ୍କୁ ପଛକୁ ଟାଣି ନେଇପାରେ ବୋଲି ଆକଳନ କରି ରେଖାଙ୍କ ଠାରୁ ଦୂରେଇଥିଲେ ଅମିତାଭ। 1984ରେ କଂଗ୍ରେସରେ ଯୋଗ ଦେଇ ଆଲହାବାଦ୍ ସିଟରୁ ସାଂସଦ ହୋଇଥିବା ଅମିତାଭ ରେଖାଙ୍କ ସହ କୌଣସି ଫିଲ୍ମରେ ନଜର ଆସି ନଥିଲେ।

ଜନ ନାୟକ ଜେ.ବି : ଓଡ଼ିଶାର ସବୁ ନେତାଙ୍କ ଠାରୁ ଉର୍ଦ୍ଧ୍ୱରେ

‘‘ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ, କିନ୍ତୁ ପୁରୁଷକାର ମୋର ଅଧିନ’’ ବେଣୀ ସଂହାରମର ସଂଳାପ ଥିଲାଜୀବନର ମୂଳମନ୍ତ୍ରସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୨୭ ଜାନୁୟାରୀ ୩ ରେ ଜନ୍ମଲାଭ କରି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେ.ବି ନିଜର ବିଚକ୍ଷଣତା ବଳରେ ଇନ୍ଦିରା ଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ  ହେବା ସହ ବେସାମରିକ ବିମାନ ଚଳାଚଳ ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର ୨୫ ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ତ୍ରିବେଣୀ ସଙ୍ଗମ ଜେ.ବି
ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେ.ବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାରନବୀନ ପଟ୍ଟନାୟକ ଯଦିଓ ଓଡ଼ିଶାର ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେ.ବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକୀ ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ। ଯାହା ଏବେକା ସରକାରରେ ହୁଏତ ସମ୍ଭବ ନୁହେଁ। ଏମିତିରେ ବି ପୁର୍ବ ସରକାର ସହ ଏ ସରକାର ମଧ୍ୟ ସରକାର କଲେଜ୍ ଇଲେକ୍ସନ୍ ବନ୍ଦ କରି ଛାତ୍ର ନେତା ସୃଷ୍ଠିରେ ବାଧକ ସାଜିଛି ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି, ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ, ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର  ସ୍ଥାପନା କରିଥିଲେ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଶିଲ୍ପ ଆଣ୍ଠେଇ ପଡିଥିବା ବେଳେ ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
              ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣସି ନେତାଙ୍କ ପାଖରେ ନାହିଁ । ବିଜୁ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇ ନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରି ନାହାନ୍ତି। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ସମୟ କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ସହ ବିରୋଧୀ ଦଳ ନେତା ସାଜିଛନ୍ତି ତଥାପି ଜେ.ବିଙ୍କ ଭଳି ଏକାଧିକ କ୍ଷମତାର ଅଧିକାରୀ ହୋଇ ପାରି ନାହାନ୍ତି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଜାନକୀ ବଲ୍ଲଭ ପଟ୍ଟନାୟକ ସମସ୍ତଙ୍କଠାରୁ ଢେର୍ ଆଗରେ ।