ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ 12 ବର୍ଷରେ ସରିଥିଲା । ନିଜ ବଂଶର ଭାଇଙ୍କ ପାଇଁ ହିଁ ତାଙ୍କୁ ବନବାସ ଭୋଗିବାକୁ ପଡ଼ିଥିଲା । ପୁଣି କୌରବଙ୍କ ସହ ଯୁଦ୍ଧରେ ଜିତିଲା ପରେ ସେ ହସ୍ତିନାପୁରର ରାଜା ହେଲେ । କିନ୍ତୁ ଓଡ଼ିଆ ଆଇପିଏସ୍ ଅଫିସରଙ୍କର ବନବାସ ଶେଷ ହେଉନାହିଁ । 12 ବର୍ଷରୁ ଅଧିକ ସମୟ ହେଇଗଲାଣି କୌଣସି ଓଡ଼ିଆ ଆଇପିଏସ୍ ଅଫିସର ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ହୋଇ ପାରି ନାହାନ୍ତି । ଡିଜିପି ପଦରୁ ପ୍ରକାଶ ମିଶ୍ର 2014 ମସିହା ଜୁଲାଇ 6 ରେ ହଟିଥିଲେ । ଏହା ମଧ୍ୟରେ ଆଠ ଜଣ ଓଡ଼ିଶାର ଡିଜିପି ହୋଇଗଲେଣି । ସେମାନଙ୍କ ମଧ୍ୟରେ 6 ଜଣ ହେଉଛନ୍ତି ଅଣ ଓଡ଼ିଆ ଆଇ ପିଏସ୍ ଅଫିସର। ଯଦିଓ ବିଜୟ ଶର୍ମା ଏବଂ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱରେ ରହିଥିଲେ କିନ୍ତୁ ସେମାନେ ପୂର୍ଣ୍ଣକାଳୀନ ଦାୟିତ୍ୱରେ ନଥିଲେ ଅର୍ଥାତ ସେମାନେ ଥିଲେ ଆକ୍ଟିଂ ଡିଜିପି । ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ ଡିଜିପି ହୋଇଥିବା 6 ଜଣ ଅଣଓଡ଼ିଆ ଆଇ ପି ଏସ ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ ଭି ଖୁରାନୀଆ । ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ । କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ ଆଇପିଏସ ଅଫିସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ କରି ୱାଇ ଭି ଖୁରାନୀଆଙ୍କୁ ଡିଜିପି କରିଥିଲା ।

ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ DGP ହୋଇଥିବା 6 ଅଣଓଡ଼ିଆ IPS ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ.ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ.ଭି. ଖୁରାନୀଆ । ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ IPS ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ୍ କରି ୱାଇ ଭି ଖୁରାନୀଆଙ୍କୁ DGP କଲେ ।ଉଭୟ ଖୁରାନୀଆ ଏବଂ ସୁଧାଂଶୁ ଷଡ଼ଙ୍ଗୀ 1990 ବ୍ୟାଚର IPS ଅଫିସର,କିନ୍ତୁ 2024ରେ ଖୁରାନୀଆ DGP ହେଲାବେଳକୁ ଧର୍ମରାଜ ଯୁଧିଷ୍ଠିରଙ୍କ ପରି ଓଡ଼ିଆ IPS ଅଫିସର ମାନଙ୍କର 12 ବର୍ଷର ବନବାସ ଶେଷ ହୋଇନଥିଲା । ସେଥିପାଇଁ ବୋଧହୁଏ ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳରେ ହରିୟାଣାର ମୂଳନିବାସୀ ୱାଇ.ଭି ଖୁରାନୀଆଙ୍କୁ DGP କରିଥିଲେ ମୋହନ ମାଝୀ ସରକାର । ଆଉ ଆସନ୍ତା 16 ତାରିଖରେ, ଅର୍ଥାତ ଅଗଷ୍ଟ 16ରେ ଖୁରାନୀଆ ରିର୍ଟାୟଡ୍ କରୁଛନ୍ତି, ଏହା ଭିତରେ ଓଡ଼ିଆ IPS ଅଫିସରଙ୍କ DGP ପଦରୁ ଦୂରେଇ ରହିବାର ସମୟ ସୀମା ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ ସହ ସମାନ ହେଇଗଲାଣି, ତେବେ ଓଡ଼ିଆଙ୍କ ଭିତରେ ପ୍ରଶ୍ନ ପରବର୍ତ୍ତୀ DGP କ’ଣ ଜଣେ ଓଡ଼ିଆ ହେବେ? ବରିଷ୍ଠତା ଦୃଷ୍ଟିରୁ 3 ଜଣ IPS ଅଫିସରଙ୍କ ମଧ୍ୟରୁ ଜଣେ DGP ହେବା କଥା। ସେମାନେ ହେଲେ 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, 1993 ବ୍ୟାଚର ସୁଶାନ୍ତ ନାଥ ଏବଂ 1993 ବ୍ୟାଚର ବିନୟ ତୋଷ ମିଶ୍ର ଏବଂ ସେହି 1993 ବ୍ୟାଚର ଆର ପି କୋଚେ
- ବିନୟତୋଷ ମିଶ୍ରଙ୍କ ଅବସର ସମୟ ହେଉଥିବାରୁ ସେ DGP ହୋଇପାରିବେ ନାହିଁ
- ଶୁଣିବାକୁ ମିଳୁଛି ସୁଶାନ୍ତ ନାଥ, DGP ହେବାକୁ ଅନିଚ୍ଛୁକ ବୋଲି ସରକାରଙ୍କୁ ଜଣାଇ ଦେଇଛନ୍ତି
- ସେଥିପାଇଁ 1994 ବ୍ୟାଚର ସଞ୍ଜୀବ ପଣ୍ଡା ଏବେ DGP ରେସକୁ ଆସି ଯାଇଛନ୍ତି
ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚହୁଁଥିଲା ବେଳେ RSS ମଧ୍ୟ ସମର୍ଥନ କରୁଛି ।

ମୁଖ୍ୟମନ୍ତ୍ରୀଙ୍କର ଆଡଭାଇଜର ପ୍ରକାଶ ମିଶ୍ର, ସଞ୍ଜୀବ ପଣ୍ଡାଙ୍କୁ DGP କରିବା ପାଇଁ ଲବି କରୁଛନ୍ତି । କିନ୍ତୁ ଅଣଓଡ଼ିଆ IPS ଅଫିସର ଆର ପି କୋଚେଙ୍କ ସହ CMଙ୍କର ସପୋର୍ଟ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ନଜର ରହିଛି । କାରଣ କେନ୍ଦ୍ର ହୋମ ଡିପାର୍ଟମେଣ୍ଟ ଯୋଉ ଅଫିସରରଙ୍କ ନାଁରେ ମୋହର ଲଗାଇବ ସେହି ବ୍ୟକ୍ତି ଓଡ଼ିଶାର ପରବର୍ତ୍ତୀ DGP ହେବେ । ତେବେ ସିନିୟରିଟି, ଦକ୍ଷତା ଏବଂ ଓଡ଼ିଆ ଅସ୍ମିତାରେ ସୁଧାଂଶୁ ଷଡ଼ଙ୍ଗୀ ଫିଟ୍ ହେଉଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲାର ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ରାଗ ଥିଲା ପରି ଲାଗୁଛି ।
ଢେଙ୍କାନାଉ ଉପରେ ମୁଖ୍ୟମନ୍ତ୍ରୀଙ୍କ ରାଗ
- ପ୍ରଥମେ ଢେଙ୍କାନାଳର ମୂଳନିବାସୀ IAS ଅଫିସର ସତ୍ୟବ୍ରତ ସାହୁଙ୍କୁ ଚିଫ୍ ସେକ୍ରେଟାରୀ କରାଇ ଦେଲେ ନାହିଁ
- ତା’ପରେ ଏଭଳି ପରିସ୍ଥିତି ସୃଷ୍ଟି କଲେ ଯେ ଢେଙ୍କାନାଳର ମୂଳନିବାସୀ ରିଟାୟାର୍ଡ ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା, OERC ଅଧ୍ୟକ୍ଷ ପଦରୁ ରିଜାଇନ୍ କରିଦେଲେ
- ଆଉ ଏବେ ଢେଙ୍କାନାଳ ଜିଲ୍ଲାର ମୂଳନିବାସୀ ସୁଧାଂଶୁ ଷଡ଼ଙ୍ଗୀ DGP ଦୌଡ଼ରେ
ଏସବୁ ସତ୍ତ୍ୱେ ସଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ଯଦି ସୁଧାଂଶୁଙ୍କୁ ଗୁରୁତ୍ୱ ଦେବ ତେବେ ଢେଙ୍କାନାଳର ସମ୍ମାନ ରକ୍ଷା ହେଲା ବୋଲି ବୁଝିବାକୁ ପଡ଼ିବ । କେବଳ ଏତିକି ନୁହେଁ ଓଡ଼ିଆ IPS ଅଫିସର ମାନଙ୍କର ବନବାସ ଶେଷ ହେଲା ବୋଲି ମଧ୍ୟ ଧରି ନବାକୁ ପଡ଼ିବ।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ






