Category Politics

ଟ୍ରମ୍ପ୍ ନା କମଲା ହାରିସ୍? କିଏ ଜିତିଲେ ଲାଭରେ ରହିବ ଭାରତ

କାହାର ହେବ ହ୍ୱାଇଟ୍ ହାଉସ?କାହା ହାତରେ ରହିବ ଆମେରିକାର ଶାସନ ଡ଼ୋରୀ?ଆମେରୀକା ଲଢେଇ ଉପରେ କଡା ନଜର ରଖିଛି ଭାରତ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଭାରତରେ ବି ଚାଲିଛି ଅଙ୍କକଶା।ଟ୍ରମ୍ପ ନା କମଲା ହାରିସ୍ କିଏ ଜିତିଲେ ଭାରତ ପାଇଁ ଭଲ ହେବ ତାକୁ ନେଇ ଆଲୋଚନା ଜୋର୍ ଧରୁଛି।ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏଥର ବେଶ୍‌ ରୋଚକ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ  କମଳା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି କ୍ୟାଣ୍ଡିଡେଟ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ମୁକାବିଲା।ଜାନୁୟାରୀ 6 ର ଘୋଷଣାକୁ ଅପେକ୍ଷା କରିଛି ଭାରତ।

ଏନ୍‌ବିସି ନ୍ୟୁଜ୍‌ ପୋଲ୍‌ ଅନୁସାରେ,ପ୍ରତ୍ୟେକଙ୍କ  ଭୋଟ ହାର ୪୯% ରହିବାକୁ ଥିବାବେଳେ ବାକି  ୨% ଭୋଟର ଦୁଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ  କରିବେ ।୫୦%ରୁ ସାମାନ୍ୟ ଅଧିକ ଭୋଟର ଟ୍ରମ୍ପ୍‌ଙ୍କ  ବିଜୟ ଚାହୁଁଥିବାବେଳେ ୪୯%ରୁ ସାମାନ୍ୟ ଅଧିକ ମତଦାତା କମଳାଙ୍କୁ ଚାହୁଁଥିବା ୟୁଏସ୍‌ଏ ଟୁଡେ ରିପୋର୍ଟ କହୁଛି।ତେବେ କିଏ ଜିତିଲେ ଭାରତ ଲାଭରେ ରହିବ ତାକୁ ନେଇ ଚର୍ଚ୍ଚା । ଯଦିଓ କମଲା ହାରିସ୍ ଭାରତୀୟ ବଂଶୋଭ୍ଭବ ତାଙ୍କର ବିଜୟ ଭାରତ ପାଇଁ ଲାଭଦାୟକ ହୋଇ ନପାରେ।ଜମ୍ମb କାଶ୍ମୀରରୁ ଧାରା 370 ହଟିବା ପ୍ରସଙ୍ଗରେ ବିବାଦୀୟ ବୟାନ୍ ଦେଇଥିଲେ କମଲା ହାରିସ୍। ଜମ୍ମୁ କାଶ୍ମୀର ଉପରେ ଆମେରୀକା ବି ନଜର ରଖିଥିବା ସେ ମନ୍ତବ୍ୟ ଦେଇଥିଲେ।ଏପରିକି ହସ୍ତକ୍ଷେପର ପ୍ରସଙ୍ଗ ମଧ୍ୟ ଉଠାଇଥିଲେତେବେ ଯଦିଓ କମଲା ହାରିସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି କିନ୍ତୁ ଉଭୟଙ୍କ ଭିତରେ ସେମିତି ଉଲ୍ଲେଖନୀୟ ବନ୍ଧୁତା ନାହିଁକମଳା ଜିତିଲେ ହୁଏତ ଭାରତ ବିଶେଷ ଲାଭବାନ୍ ହେବନାହିଁ।କାରଣ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ଟିମ୍ ୱାଲଜ୍ ଚୀନର ଦୃଢ ସମର୍ଥକ।ତେଣୁ ଏ ଦୃଷ୍ଟିରୁ ଦେଖିବାକୁ ଗଲେ କମଲା ହାରିସଙ୍କ ପରାଜୟ ଭାରତକୁ ଲାଭ ଦେଇପାରେ।

ଏମିତିରେ ବି ବଜାର ବିଶେଷଜ୍ଞଙ୍କ କହିବାନୁସାରେ,ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଳା ହାରିସ୍‌ଙ୍କ  ବିଜୟ ଅର୍ଥନୀତି, ଇକ୍ୱିଟି ଏବଂ ଅନ୍ୟାନ୍ୟ ଆସେଟ୍‌ କ୍ଲାସ୍‌ଗୁଡ଼ିକ ପାଇଁ ନ୍ୟୁଟ୍ରାଲ ରହିବ।କାରଣ  ବର୍ତ୍ତମାନ ଯାହା ଢ଼ାଞ୍ଚା ରହିଛି ତାହାକୁ କମଳା  ଜାରି ରଖିବେ।କିନ୍ତୁ ଟ୍ରମ୍ପଙ୍କ ବିଜୟ ବିକାଶମୁଖୀ  ବଜାର,ଇକ୍ୱିଟି ଏବଂ କରେନ୍ସିଗୁଡ଼ିକ ଉପରେ  ପ୍ରଭାବ ପକାଇବ।ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ବିଜୟ  ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇବ।ଏହାର କାରଣ ହେଉଛି ଭାରତର ଘରୋଇ ଚାହିଦା-ପରିଚାଳିତ ଅଭିବୃଦ୍ଧି ମଡେଲ।କମୋଡିଟି ଦର ହ୍ରାସ,ସପ୍ଲାଏ ଚେନ୍‌ ସିଫ୍ଟ ଏବଂ ବୈଦେଶିକ ନୀତିର ସୁବିଧା ଭାରତକୁ  ମିଳିବ। ଅଶୋଧିତ ତୈଳ ଦର କମିବା ଦ୍ୱାରା  ବିପିସିଏଲ୍‌, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌  ଭଳି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଟ୍ରମ୍ପଙ୍କ ବିଜୟ ସକାରାତ୍ମକ ରହିବ। 

ଏମିତିରେ ବି ଦେଖିବାକୁ ଗଲେ ଟ୍ରମ୍ପଙ୍କ ସହ ମୋଦୀଙ୍କ ଖୁବ୍ ଭଲ ସମ୍ପର୍କ ରହିଛି।ପୂର୍ବ ନିର୍ବାଚନରେ ମୋଦି ଅବକି ବାର୍ ଟ୍ରମ୍ପ ସରକାରର ନାରା ମଧ୍ୟ ଦେିଥିଲେ। ଟ୍ରମ୍ପ ନିର୍ବାଚନ ଜିତିଲେ ଋଷ ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିଦେବାର ପ୍ରତିଶ୍ରୁତି ମଧ୍ଅ ଦେିଛନ୍ତି। ତେବେ ଟ୍ରମ୍ପଙ୍କ ଜିତିବା ଭାରତ ପାଇଁ ଲାଭଜନକ ହୋଇ ନପାରେ ବୋଲି ବି କିଛି ଗୋଷ୍ଠୀ ମତ ରଖୁଛନ୍ତି। ଟାରିଫ୍ ପ୍ରସଙ୍ଗକୁ ନେଇ ଟ୍ରମ୍ପଙ୍କ ଭାରତକୁ ସମାଲୋଚନା ପ୍ରସଙ୍ଗ ଓ ଟାରିଫ୍ କିଙ୍ଗର ଅଟ୍ଟହାସ୍ୟକୁ ଅନେକ ଭୁଲିନାହାନ୍ତି। ଆମଦାନୀ ଟିକସର ମାତ୍ରା ବଢେଇବା ପ୍ରସଙ୍ଗ ବି ଚର୍ଚ୍ଚରାର କାରଣ ହେଇଛି। ତେବେ ଏ ସବୁ ସତ୍ତ୍ୱେ ମୋଦୀଙ୍କ ସହ ବନ୍ଧୁତା ଦୃଷ୍ଟିରୁ ଡୋନାଲ୍ଡ ଟ୍ରମ୍ପ ଜିତିଲେ ଭାରତ ପାଇଁ ଅଧିକ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି।

ନବୀନଙ୍କ କଣ୍ଟ୍ରୋଲରୁ ଯିବ BJD

ବିଜୁ ଜନତା ଦଳର ସରି ଆସିଲାଣି ସମୟ। ଆଉ ନାହିଁ ସେ ଦବ୍‍‍ଦବା। ୫୧ ବିଧାୟକଙ୍କୁ ନେଇ ସଶକ୍ତ ବିରୋଧୀ ଦଳର ଢ଼ୋଲ ପିଟୁଥିଲେ ବି ଭିତର ଫମ୍ପା। ୨୪ ବର୍ଷର ଶାସନ କ୍ଷମତା ଯିବା ପରେ, ଏବେ ମୁହଁ ଫେରାଇଲେଣି ନେତା। ଦାନା ବାନ୍ଧିଲାଣି ବିଦ୍ରୋହ। ଖୁବ୍‍ଶୀଘ୍ର ନେତୃତ୍ୱ ପରିବର୍ତ୍ତନ ପାଇଁ ବାଜିବ ବିଗୁଲ୍ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଖୋଜିଲେଣି ନେତା। ବିକଳ୍ପ ସନ୍ଧାନରେ ଥିବା ବିଜେଡି ବିଧାୟକଙ୍କ ଭିଡ ଜମିଲାଣି, ବିଜୁ ଜନତା ଦଳର ଫାଉଣ୍ଡର ମେମ୍ବର ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ପାଖରେ।

ଅନ୍ୟପଟେ ସିନିୟର ବିଜେଡି ନେତାମାନେ ନାଖୁସ୍ ଥିବା ଜାଣି ମଧ୍ୟ, ମଜା ନେଉଛନ୍ତି ନବୀନ-ପାଣ୍ଡିଆନ୍। ସେଥିପାଇଁ ନବୀନଙ୍କୁ ଆଉ ଭରସା କରୁନାହାନ୍ତି ବିଜେଡି ନେତା। ପାଣ୍ଡିଆନଙ୍କୁ ବିଜେଡିର ସର୍ବେସର୍ବା କରିଥିବା ନବୀନ, ଆଗକୁ ଯେ କଣ କରିବେ ତାହା ଆକଳନ କରିବା ମୁସ୍କିଲ୍ ! କିନ୍ତୁ ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ସତ୍ତା ହରାଇଥିବା କଥା ଅନେକ ନେତା ତାଙ୍କ ମୁହଁରେ କହିଲେଣି। କିନ୍ତୁ ଏବେ ବି, ପାଣ୍ଡିଆନଙ୍କ ରିମୋର୍ଟରେ ଚାଲୁଛନ୍ତି ନବୀନ ଯାହାକୁ ହଜମ କରି ପାରୁନାହାନ୍ତି ଦଳୀୟ ନେତା। ଏଥିପାଇଁ ବିଜେଡିର ଅନେକ ବିଧାୟକ ଏବଂ ବରିଷ୍ଠ ନେତାଏ କହିଲେଣି, ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ନବୀନ ପଟ୍ଟନାୟକ।

ସେପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ୍, ବିଜେଡି ବିଧାୟକ ହେବା ପରେ ଏବେ ସମସ୍ତଙ୍କ ନଜର ବିଜୟଙ୍କ ଉପରେନବୀନଙ୍କ ସ୍ଥାନରେ ବିଜୟ ମହାପାତ୍ର, ବିଜେଡିର ନେତୃତ୍ୱ ନିଅନ୍ତୁ ବୋଲି ଚର୍ଚ୍ଚା କଲେଣି। ଆଉ ତ୍ରାହିମାମ୍ ତ୍ରାହିମାମ୍ ଡାକି, ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଦିଲ୍ଲୀପ ରାୟଙ୍କ ପାଖରେ ଜମାଇଲେଣି ଭିଡ଼।

ଏହାରି ଭିତରେ ରାଜଧାନୀର ଏକ ହୋଟେଲରେ ବିଜେଡିର ୭ ପରାଜିତ ନେତା ବୈଠକ କରିଛନ୍ତିପୂର୍ବରୁ କେବେ ଏମିତି ଦେଖା ଯାଇନଥିଲା। ଯେଉଁମାନେ ଏକାଠି ହୋଇଥିଲେ, ସମସ୍ତେ ପୋଖତ ରାଜନେତାଙ୍କ ପୁଅ। ରାଜ୍ୟ ରାଜନୀତିରେ ସେମାନଙ୍କ ବାପାଙ୍କର ଥିଲା ଢ଼େର ଦବ୍‍‍ଦବା। ହେଲେ ପାଣ୍ଡିଆନଙ୍କ ରାଜରେ, ସେମାନଙ୍କର ସବୁ କାଟ୍‍ତି ମାଟିରେ ମିଶିଗଲା। ପୁଅମାନେ ଏବେ ବାପାଙ୍କ ଲିଗାସି କେମିତି ଆଗକୁ ନେବେ ତାକୁ ନେଇ ବେଶ୍ ଚିନ୍ତିତ କେବଳ ଯେ ଏଇ ଯୁବ ନେତା ଅସନ୍ତୁଷ୍ଟ ତାହା ନୁହେଁ, ବରିଷ୍ଠ ନେତା ବି ପତନ ପାଇଁ ପାଣ୍ଡିଆନଙ୍କୁ ଦାୟୀ କଲେଣି। ହେଲେ ନବୀନ ଦେଉଛନ୍ତି, ପାଣ୍ଡିଆନଙ୍କୁ କ୍ଳିନ୍‍ଚିଟ୍‍।

ତେବେ ବିକଳ୍ପ ଖୋଜୁଥିବା, ବିଜେଡି ବିଧାୟକମାନେ ଜାଣିଛନ୍ତି ଯେ ବିଜୁ ଜନତା ଦଳର ପ୍ରତିଷ୍ଠାରେ ସର୍ବାଧିକ ଯୋଗଦାନ ଥିଲା ଦିଲ୍ଲୀପ ରାୟଙ୍କର। ୨୦୦୦ ନିର୍ବାଚନ ସମୟରେ ବିଜୁ ଜନତା ଦଳ ପାଇଁ ନିଜ ଘର ବିକିଥିବା ଦିଲ୍ଲୀପ ରାୟଙ୍କୁ ଭେଟୁଛନ୍ତି ବିଜେଡି ଲିଡରସ୍। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦିଲ୍ଲୀପଙ୍କର କଳା ଏବଂ ବିଜୟଙ୍କ ବିଚକ୍ଷଣତାକୁ ଭରସା କରୁଛନ୍ତି ବିଜେଡି ନେତାଏ।ବିଜେଡିର ଏଭଳି ସ୍ଥିତିକୁ ଦେଖି ଲାଗୁଛି ଶରଦ ପାୱାରଙ୍କ ଦଶା ଭୋଗି ପାରନ୍ତି ନବୀନ । ଏକଦା ଜାତୀୟ ରାଜନୀତିରେ ଦବ୍‍ଦବା ରଖୁଥିବା ଶରଦ ପାୱାର, ଯେମିତି ଝିଅ ମୋହରେ ଅନ୍ଧ ହୋଇ ସତ୍ତା ହରାଇଲେ, ଠିକ୍‍ ସେମିତି ପାଣ୍ଡିଆନଙ୍କ ପାଇଁ ଲାଇମ୍‍ ଲାଇଟ୍‍‍ରୁ ହଟି ଯିବେ ନବୀନ । ଝିଅ ପାଇଁ ଯେମିତି ପାଓ୍ୱାର ହରାଇଲେ ଘଡ଼ି ଚିହ୍ନ। ନବୀନ ପଟ୍ଟନାୟକ ମଧ୍ୟ ହରାଇ ପାରନ୍ତି ଶଙ୍ଖ ଚିହ୍ନ!

ବବିଙ୍କ ASA,ବିଜେଡିର ବାଡ଼ି           

ବିଜୁ ଜନତା ଦଳର ପରାଜୟ ପରେ ଆତ୍ମସମୀକ୍ଷା ବଦଳରେ ଚାଲିଛି ଦଳୀୟ କନ୍ଦଳ ନବୀନ ପଟ୍ଟନାୟକଙ୍କର ସେନାପତି ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପତିଆରାକୁ ନେଇ ଉଠୁଛି ପ୍ରଶ୍ନ ପଲଟିକ୍ସରେ ନଥିବା ପାଣ୍ଡିଆନ କିପରି ରାଜନୀତିରୁ ସନ୍ନ୍ୟାସ ନେଲେ ? ସଂଗଠନ ସମ୍ପାଦକ ପଦରୁ ବବି ଓହରିଲେ ନା ବିଦା କରାଗଲା ? ଏସବୁ ପ୍ରଶ୍ନ ଲୋକଙ୍କ ମନରେ ଏବେ ବି ଉଙ୍କି ମାରୁଛିଅନେକ ବିଜେଡି ନେତାଙ୍କ କହିବା କଥା, ପାଣ୍ଡିଆନ ହିଁ ନବୀନ ନିବାସରୁ ବିଜେଡିକୁ ପରିଚାଳନା କରୁଛନ୍ତି ସେପଟେ ବବି ମଧ୍ୟ ନିଜର ଏକ ଟିମ୍ ଆଶା(ASA) ପ୍ରତିଷ୍ଠା କରିଛନ୍ତିAରେ ବିଧାୟକ ଅରୁଣ ସାହୁ, S ରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ A ରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।ଚର୍ଚ୍ଚା ହେଉଛି, ଏହି ତିନି ନେତା ଏବେ ବବିଙ୍କ ପେ-ରୋଲରେ ଅଛନ୍ତିବବିଙ୍କ ଇମେଜ୍ ମେକ-ଓଭର କାମରେ ସେମାନେ ଲାଗି ପଡିଛନ୍ତି

ବବି ଏବେ ବି ପାୱାରରେ ଅଛନ୍ତି ବୋଲି ଏହି ତିନି ବିଚକ୍ଷଣ ନେତା ହିଁ ପ୍ରଚାର କରି ପାରିବେ। କାରଣ ନିର୍ବାଚନ ପରାଜୟ ପରେ ବବିଙ୍କୁ ଅନେକ ନେତା ଆଉ ଖାତିର କରୁ ନାହାଁନ୍ତି। ଜିଲ୍ଲା ସମୀକ୍ଷା ବୈଠକରେ ବବିଙ୍କୁ ଦେଖିବାକୁ ମିଳିଲା ନାହିଁ । ବବି କେବଳ ନିଜ ଉପସ୍ଥିତି ଜାହିର କରିବାକୁ ବୈଠକ ରୁମକୁ ମଝିରେ ମଝିରେ ଯାଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ କାନରେ କିଛି କହି ଦେଇ ଆସୁଥିଲେ। ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ଜିଲ୍ଲା ନେତାମାନେ ଜାଣିବେ ଯେ ଦେବୀ ମିଶ୍ର ମଧ୍ୟ ବବିଙ୍କ କଥା ମାନୁଛନ୍ତି।

ଏମିତି ନକଲେ ବି କେମିତି ଚାଲିବ ! କାରଣ ଗୋଟେ ମିଟିଂରୁ ବବିଙ୍କୁ ଉଠି ଯିବାକୁ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଥିବା ଚର୍ଚ୍ଚା ହେଉଛି ଏ ହିନସ୍ଥାରୁ ବଞ୍ଚିବା ପାଇଁ ଅରୁଣ-ସଞ୍ଜୟ ଏବଂ ଅତନୁଙ୍କୁ ବବି ଦାସ ସାଙ୍ଗରେ ରଖି ଥାଇପାରନ୍ତି। ଲାଗୁଛି ବିଜୁ ଜନତା ଦଳ ହିଁ ପ୍ରତିଷ୍ଠା ହୋଇଛି କେବେଳ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ପାଇଁ। କାରଣ ପ୍ୟାରୀମୋହନ ମହାପାତ୍ରଙ୍କ ପିରିୟଡରେ ଏହି ତ୍ରିମୂର୍ତ୍ତିଙ୍କ ରାଜ୍ ଚାଲୁଥିଲା। ପ୍ୟାରୀ ବାବୁଙ୍କ ଖାସମ୍ ଖାସ ଥିଲେ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ। ଆଉ ଯୁବ ବିଜେଡିକୁ ମାଡି ବସିଥିଲେ ବାବୁ ସଞ୍ଜୟ ଦାସବର୍ମା

ପ୍ୟାରୀ ବାବୁଙ୍କ ଆଉଟ୍ ପରେ କଳ୍ପତରୁ ଦାସଙ୍କ ସମୟରେ ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ବିଜେଡିର ସର୍ବେ-ସର୍ବା ହୋଇଗଲେ। ଏବେ ଅଡୁଆରେ ପଡିଥିବା ବବି-ପାଣ୍ଡିଆନଙ୍କର ବିଶ୍ୱସ୍ଥ ମଧ୍ୟ ଏହି ତ୍ରିମୂର୍ତ୍ତିଅରୁଣ, ସଞ୍ଜୟ ଏବଂ ଅତନୁ ମଧ୍ୟ ବିଜେଡି ବୈଠକରେ ବବିଙ୍କୁ ସପୋର୍ଟ କରୁଛନ୍ତି। ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଶଙ୍ଖ ଭବନ ବଦଳରେ ବବି ଦାସଙ୍କୁ ଯାଜପୁରକୁ ପଠାଗଲା ବବି ଜାଣିଥିଲେ ଯେ ହେଡକ୍ୱାଟର ବଦଳରେ ଯାଯପୁର ଗଲେ ତାଙ୍କର ଇମେଜ୍ ଖସିଯିବ ଏଥିପାଇଁ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ଆନୁଗତ୍ୟ ଦେଖାଇଲେ ଟିମ୍ ଆଶା(ASA) ବବିଙ୍କ ଇମେଜ୍ ମେକ-ଓଭର ପାଇଁ ସଲିଡ୍ ପ୍ଲାନ କଲେ ବବିଙ୍କ ଇଜ୍ଜତ୍ ଯେପରି ଠିକ ରହିବ, ସେଥିପାଇଁ ସଞ୍ଜୟ ଦାସବର୍ମା ପୁରୀ ଏବଂ ଅରୁଣ ସାହୁ ନୟାଗଡ ଯାଇ ଭର୍ଚ୍ଚୁଆଲରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେ

କିନ୍ତୁ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ଶଙ୍ଖ ଭବନରେ ରହି ବବିଙ୍କୁ ନୀରବ ସମର୍ଥନ ଦେଲେ। ଏହି ଆଶା(ASA)କୁ ନେଇ ଚାଲିଛନ୍ତି ବବି। ତେବେ ଏହି ତ୍ରିମୂର୍ତ୍ତି, ବିଜୁ ଜନତା ଦଳର ଆଶା ବାଡ଼ି? ନା ବବିଙ୍କର ଆଶା-ଭରସା ?