Category News

ଧାନର MSP ବଢ଼ିଲା : ଓଡ଼ିଶା ସରକାରଙ୍କ ୬୮୫ କୋଟି ବଞ୍ଚିବ

ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କାର ବୋନସ୍ ଦେବାର ପ୍ରତିଶ୍ରୁତିରେ ଖିଲାଫ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ MSP ଯେତିକି ବଢୁଛି ରାଜ୍ୟ ସରକାରଙ୍କ ବୋନସ୍ ସେତିକି କମୁଛି । ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କରିବାକୁ କଥା ଦେଇ କଥା ରଖି ପାରୁ ନାହାନ୍ତି ସରକାର ।
2024 ମେ’ 5ରେ ବିଜେପି ପକ୍ଷରୁ 60 ପେଜର ମୋଦୀଙ୍କ ଗ୍ୟାରେଣ୍ଟି-2024 ଘୋଷଣାପତ୍ର ପ୍ରକାଶ ପାଇଥିଲା । ସେହି ଘୋଷଣା ପତ୍ରର 21ଟି ସଂକଳ୍ପ ମଧ୍ୟରେ ଦ୍ୱିତୀୟରେ ଥିଲା-ଧାନ
ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ, ଏହି ନୀତି ଜରିଆରେ..

  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଧାର୍ଯ୍ୟ କରିବୁ
  • ମାନେ 2024 ମସିହାରେ ଧାନ କ୍ୱିଣ୍ଟାଲର ସର୍ବନିମ୍ନ ସହାୟକ(MSP) ଦର ଥିଲା-2300
  • ଓଡ଼ିଶାରେ ଯଦି ବିଜେପି ସରକାର ଆସିବ, ତାହେଲେ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ ରାଜ୍ୟ ସରକାର 800 ଟଙ୍କାର ବୋନସ୍ ପ୍ରଦାନ କରିବେ
  • 12 ଜୁନ 2024ରେ ଶପଥ ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନକୁ ମଞ୍ଜୁର ଦେଲେ ମୋହନ ସରକାର
  • 8 ଡିସେମ୍ବର 2024 ମସହିହାରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କଲେ
    କିନ୍ତୁ ଏହା ପରବର୍ତ୍ତି ବର୍ଷ ମାନେ 2025 ଖରିଫ ଧାନ କିଣା ହେଲା ବେଳକୁ ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ପରିବର୍ତ୍ତେ 731 ଟଙ୍କା ଦେଲେ
  • ଆସନ୍ତା ଖରିଫ ଧାନ ଯେତେବେଳେ 2026 ଡିସେମ୍ବର ମାସରେ କିଣାଯିବ, ସେତେବେଳ 800 ଟଙ୍କାର ବୋନସ୍ ବଦଳରେ ସରକାର 659 ଟଙ୍କା ଦେବେ ।
  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଦେବେ, 800 ଟଙ୍କାର ବୋନସ୍ ପ୍ରଦାନ ତାହା ସ୍ଥାୟୀ ରହିବ ନାହିଁ
  • ଅର୍ଥାତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଧାର୍ଯ୍ୟ MSP ଯେତେ ବଢ଼ିବ, ଓଡ଼ିଶାର ସରକାରଙ୍କ ବୋନସ୍ ରାଶି ସେତିକି କମିବ

ବର୍ଷ                 MSP      ବୋନସ୍         କ୍ୱିଣ୍ଟାଲ୍ ଦର

୨୦୨୪       ୨୩୦୦        ୮୦୦        ୩୧୦୦

୨୦୨୫       ୨୩୬୯        ୭୩୧        ୩୧୦୦

୨୦୨୬      ୨୪୪୧         ୬୫୯        ୩୧୦୦

  • ମେ 13 ତାରିଖରେ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ପାଇଛି
  • ଫଳରେ 2026 ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ଦର 2441 ଟଙ୍କା ହେବ
  • କିନ୍ତୁ ଓଡ଼ିଶା ସରକାର 2441 ଟଙ୍କା ସହ 800 ଟଙ୍କା ଦେବେ ନାହିଁ
  • ନିଜର ପ୍ରତିଶ୍ରୁତିକୁ ଭୁଲି 800 ଟଙ୍କା ବଦଳରେ 659 ଟଙ୍କା ପ୍ରଦାନ କରିବେ

                  କଥା ଦେଇ କଥା ରଖିଲେନି ମୋହନ ସରକାର

ବର୍ଷ                                           ବୋନସ୍                            

୨୦୨୪                                     ୮୦୦                          

୨୦୨୫                                      ୭୩୧                          

୨୦୨୬                                      ୬୫୯ 

 କଥା ଦେଇ କଥା ରଖୁନଥିବା ମୋହନ ସରକାର ଆସନ୍ତା ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ଦେବେ । କାରଣ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ହେବ । ଓଡ଼ିଶା ସରକାର ବର୍ଷକୁ ପ୍ରାୟ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଛନ୍ତି । ଯଦି ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ବୋନସ୍ ଦେବେ, ତେବେ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାରେ ଓଡ଼ିଶା ସରକାରଙ୍କ ବୋନସ୍ ପ୍ରଦାନ ରାଶି 684 କୋଟି ଟଙ୍କା ହ୍ରାସ ପାଇବ । ମୋହନ ମାଝୀଙ୍କ 685 କୋଟି ଟଙ୍କା ଆର୍ଥିକ ବୋଝକୁ କମାଇ ଦେଲେ ମୋଦୀ ସରକାର ।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ଯୋଗଜନ୍ମା ଜାନକୀ ବଲ୍ଲଭ, ଓଡ଼ିଶାର ସର୍ବଶ୍ରେଷ୍ଠ ନେତା

ଯୋଗଜନ୍ମା ଜାନକୀ ବଲ୍ଲଭ ପଟ୍ଟନାୟକ,ସବୁ କ୍ଷେତ୍ରରେ ଅଲ ରାଉଣ୍ଡର। ଭାରତ ଛାଡ଼ ଆନ୍ଦୋଳନରୁ ସ୍ୱାଧୀନ ଭାରତର କେନ୍ଦ୍ରମନ୍ତ୍ରୀ, ୟୁନିୟନ୍ ଜ୍ୟାକ୍ ପତାକା ଆନ୍ଦୋଳନରେ କଲେଜରୁ ବହିଷ୍କୃତ ହେବାଠାରୁ ଶହଶହ କଲେଜ ପ୍ରତିଷ୍ଠାର ରେକର୍ଡ । ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି 1967 କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା। ଧର୍ମଶାଳା ଆସନରୁ ସ୍ୱାଧୀନ ଭାବେ ବିଧାୟକ ଲଢିଥିଲେ । ୧୯୭୧ରେ କଟକ ଲୋକସଭା ଆସନରୁ ଜିତି ପାର୍ଲିଆମେଣ୍ଟରେ ପାଦ ଥାପିଲେ । ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ  ହେବା to ବହୁ ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି।

ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଚ୍ଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାର। ନବୀନ ପଟ୍ଟନାୟକ  ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇଥିଲେ ଜେ.ବି ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଟିରେ ସେ ଥିଲେ ସଫଳ ବିନ୍ଧାଣୀ। ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପ,କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନହଡୋର ଷ୍ଟାଡ଼ିୟମ୍, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।

ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣସି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ନବୀନ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା କିନ୍ତୁ ରାଜ୍ୟପାଳ ହୋଇ ପାରି ନାହାନ୍ତି । ୨୦୧୫ ଅପ୍ରେଲ ୨୧ ରେ ତାଙ୍କର ଦେହାନ୍ତ ଏକ ଯୁଗର ଅବସାନ ।

ମହିଳା ସଂରକ୍ଷଣ ବିଲ୍ କାହିଁକି ହେଲା ଫେଲ୍? ବିରୋଧୀଙ୍କ ପାଇଁ ହେବ କି ବୁମେରାଙ୍ଗ ?

  • ଗାନ୍ଧୀ ପରିବାରରୁ ମହିଳା ମାନେ ନେତୃତ୍ୱ ନେବେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ, ପ୍ରିୟଙ୍କା ଗାନ୍ଧୀ ସାଂସଦ ହେବେ, ରାଜ୍ୟସଭାରେ ବସି ସୋନିଆ ଗାନ୍ଧୀ ପରୋକ୍ଷରେ ଗୋଟି ଚାଳନା କରିବେ
  • ଲାଲୁ ଯାଦବଙ୍କର ସ୍ତ୍ରୀ ରାବିଡ଼ି ଦେବୀ ସିଏମ୍ ସିଟରେ ବସିବେ କିନ୍ତୁ ଯେତେବେଳେ ସାଧାରଣ ମହିଳାଙ୍କ ପାଇଁ ସିଟ୍ ରିଜର୍ଭର କଥା ଉଠିବ ସେତେବେଳେ ଆଭିମୁଖ୍ୟ ବଦଳିଯିବ
  • ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବେ । ଇଏ ହେଉଛି ନେତାଙ୍କ ଅସଲ ଚେହେରା
  • ଦେଶର ପ୍ରତେକ ପଲିଟିକାଲ୍ ପାର୍ଟି ପ୍ରଚାରକୁ ଆସିଲେ ବଡ଼ବଡ଼ କଥା କୁହନ୍ତି
  • ମହିଳା ଭୋଟ୍ ହାତେଇବାକୁ ଦୁନିଆ ପ୍ରକାରର ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଯେତେବେଳେ ସେସବୁକୁ କରିକି ଦେଖାଇବାର ସମୟ ଆସେ ସେତେବେଳେ ମୁହଁ ମୋଡନ୍ତି ।  

ମହିଳାଙ୍କୁ ନେଇ ନିଜର ପଲିଟିକାଲ୍ ଇଣ୍ଟେସସନ୍ ଯେ କେତେ ତଳକୁ ଯାଇପାରେ ତାହା ଲୋକସଭାରେ ପ୍ରମାଣିତ ହେଇଛି ।

  • ଓମେନ୍ ରିଜରଭେସନ୍ ବିଲ୍ ବିପକ୍ଷରେ ,ଭୋଟ୍ ଦେଇଥିବା 230 ଲିଡରଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାରେ
  • ଲୋକସଭାରେ ଏପ୍ରିଲ 17ରେ ମହିଳା ସଂରକ୍ଷଣ ବିଲକୁ ନେଇ ହେଇଥିବା ଭୋଟରେ NDAପଛରେ ପଡ଼ିଯାଇଛି
  • ବିଲ୍ ପାସ୍ ହେବା ପାଇଁ 326 ଭୋଟ୍ ଦରକାର ଥିଲା ବେଳେ ବିଲ୍ ସପକ୍ଷରେ 298 ଭୋଟ୍ ମିଳିଛି । ବିଲ୍ ବିପକ୍ଷରେ 230 ଜଣ ସଦସ୍ୟ ଭୋଟ୍ ଦେଇଥିଲେ
  • ସରକାରଙ୍କୁ ଦୁଇ ତୃତୀୟାଂଶ ଭୋଟ୍ ମିଳି ପାରିନଥିଲା। ଯାହା ଫଳରେ ବିଲ୍ଟି ଲୋକସଭାରେ ପାସ୍ ହୋଇପାରିନାହିଁ
  • ଯଦି ଏ ବିଲ୍ ଟି ପାସ୍ ହୋଇଥାଆନ୍ତା 2029 ବେଳକୁ ଲୋକସଭା ସିଟ୍ ସଂଖ୍ୟା 543ରୁ 850କୁ ବୃଦ୍ଧି ହେବା ସହିତ ମହିଳାଙ୍କ ପ୍ରତିୁନିଧିତ୍ୱ ବଢି ଥାଆନ୍ତା
  • 33 % ମହିଳା, ମାନେ 281 ଜଣ ମହିଳା ସାଂସଦ ଲୋକସଭାରେ ପ୍ରତିନିଧିତ୍ୱ କରିଥାଆନ୍ତେ
  • ମାତ୍ର ଏଭଳି ଏକ ବିଲକୁ ବିରୋଧ କରି ବର୍ତ୍ତମାନ ଇଣ୍ଡି ମେଣ୍ଟ ପଲିଟିକାଲ ଲସ୍ କଲା ବୋଲି କୁହାଯାଇପାରେ
  • ଲୋକସଭାରେ ଏମାନେ ବିଲକୁ ବିରୋଧ କଲେନି ଯେ ବର୍ତ୍ତମାନ ଦେଶବ୍ୟାପୀ ସେମାନଙ୍କୁ ମହିଳା ବିରୋଧରୀ ସାର୍ଟିଫିକେଟ ମିଳିଗଲା ।

ବର୍ତ୍ତମାନ ଯଦି ଆମେ ଦେଖିବା ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ରହିଛି 74ଜଣ  ଯାହାକି ମୋଟ୍ ସଦସ୍ୟ ସଂଖ୍ୟାର 13.6 % ମାନେ 15 % ରୁ ବି କମ୍ । ସେମିତି ରାଜ୍ୟସଭାରେ ମହିଳା ପ୍ରତିନିଧି ଅଛନ୍ତି ମାତ୍ର 12%

  • ଗୋଟାଏ ପଟେ ଆମେ ନାରୀ ସଶକ୍ତିକରଣର ନାରା ଦେଉଥିଲା ବେଳେ ଇଏ ହେଉଛି ଅସଲ ଚିତ୍ର
  • ବଡ଼ ଆଶ୍ଚର୍ଯ୍ୟ, ଆଭିମୁଖ୍ୟ ଗୋଟାଏ ପଟେ ଏମାନେ ବିଭିନ୍ନ ସମୟରେ ନାରୀଙ୍କୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କିନ୍ତୁ ଯେତେବେଳେ ସେମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା କଥା ଆସୁଛି ସେତେବେଳେ ସୁଯୋଗକୁ ହାତ ଛଡ଼ା କରୁଛନ୍ତି
  • କାଳେ ଏ ଶ୍ରେୟ ସରକାର ନେଇଯିବେ
  • ଅଖିଳେଶ ଯାଦବ ମୁସଲିମ୍ ମହିଳାଙ୍କ ସଂରକ୍ଷଣକୁ ନେଇ ଚିନ୍ତିତ ମାତ୍ର ବିଲକୁ ବିରୋଧ
    ତେବେ ଏ ଘଟଣା କେବଳ ଏବେ ନୁହେଁ । ବହୁବାର ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇ ସାରିଛି
  • ୧୯୯୬ରେ ଏଚ୍.ଡି. ଦେବେଗୌଡ଼ାଙ୍କର ସରକାରରେ ଥିଲାବେଳେ ପ୍ରଥମ ଥର ପାଇଁ ୮୧ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ଏହାକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା
  • କିନ୍ତୁ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ସମର୍ଥନ ଅଭାବରୁ ଏହା ପାସ୍ ହୋଇପାରିଲାନି ।

 ଦ୍ୱିତୀୟ ପ୍ରୟାସ (୧୯୯୮)
ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ NDA ସରକାର ମହିଳା ସଂରକ୍ଷଣ ବିଲ୍ ପୁଣି ଆଣିଥିଲେ
କିନ୍ତୁ ବିରୋଧୀ ଦଳର ହଟ୍ଟଗୋଳ ଏବଂ ଲୋକସଭା ଭଙ୍ଗ ହେବା କାରଣରୁ ଏହି ବିଲ୍‌ଟି କାଟ୍ ଖାଇଥିଲା।

  • ତୃତୀୟ ପ୍ରୟାସ (୧୯୯୯ – ୨୦୦୩)
    ୧୯୯୯, ୨୦୦୨ ଏବଂ ୨୦୦୩ରେ ବାରମ୍ବାର ବିଲ୍‌କୁ ଆଣିବାକୁ ଚେଷ୍ଟା କରିଥିଲେ । ମାତ୍ର ସେତେବେଳେ କିଛି ଆଞ୍ଚଳିକ ଦଳ “କୋଟା ଭିତରେ କୋଟା” (OBC ଏବଂ ସଂଖ୍ୟାଲଘୁ ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ) ଦାବି କରିବାରୁ ଏହା ଆଗକୁ ବଢ଼ିପାରିନଥିଲା ।
  • ଚତୁର୍ଥ ପ୍ରୟାସ (୨୦୦୮ – ୨୦୧୦)
    PM ମନମୋହନ ସିଂ (UPA ସରକାର) ।
  • ଘଟଣା: ୨୦୦୮ରେ ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା ଏବଂ ୨୦୧୦ ମାର୍ଚ୍ଚ ୯ରେ ରାଜ୍ୟସଭାରେ ପାସ୍ ହୋଇଯାଇଥିଲା
  • କିନ୍ତୁ ଲୋକସଭାରେ ମେଣ୍ଟ ସହଯୋଗୀଙ୍କର ବିରୋଧ ଯୋଗୁଁ ଏହା ଉପସ୍ଥାପନ ହୋଇପାରିଲାନି ଏବଂ ୨୦୧୪ରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ସହ ବିଲ୍‌ଟି ରଦ୍ଦ ହୋଇଯାଇଥିଲା।

୨୦୨୩ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ‘ (୧୨୮ତମ ସଂଶୋଧନ ବିଲ୍) ଆଣିଥିଲେ, ଯାହା ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିପୁଳ ସଂଖ୍ୟାରେ ଗୃହୀତ ହୋଇଥିଲା । ମାତ୍ର କାର୍ଯ୍ୟକାରୀ ହୋଇପାରିଲା ନାହିଁ
ତେବେ ଇଏ ହେଉଛି ଆମ ନେତାଙ୍କ ଅସଲ ଆଭିମୁଖ୍ୟ। ଉଭୟ ବିରୋଧୀ କୁହନ୍ତୁ ବା ସରକାର ସମସ୍ତେ ପଲିଟିକାଲ ଫାଇଦା ନେବାରେ ବ୍ୟସ୍ତ ।
ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ଥିବାବେଳେ ସରକାର ବି କାହିଁକି ଏ ବିଲ୍ ଆଣିବାକୁ ଚିନ୍ତା କଲେ?

  • ବିରୋଧର ଆଶଙ୍କା ଅଛି ଜାଣିକି ଡିଲିମିଟେସନକୁ ଯୋଡ଼ିବାର କଣ ଆବଶ୍ୟକତା ଥିଲା?
  • ସରକାରଙ୍କୁ ବି ଭଲରେ ଜଣା କି ଆବଶ୍ୟକୀୟ ସଂଖ୍ୟା ନଥିବା ହେତୁ ଏ ବିଲ୍ ପାସ୍ ହୋଇପାରିବ ନାହିଁ
  • ବିଲ୍ ପାସ୍ ହେଲେ BJPର ଶ୍ରେୟ ଆଉ ଯଦି ନହୁଏ ତେବେ West Bengal ଏବଂ Tamilnadu ନିର୍ବାଚନରେ ସରକାରଙ୍କ ପାଇଁ ଇଏ ଏକ ମୁଦ୍ଧା ହେବ କି ଇଣ୍ଡି ମେଣ୍ଟ ମହିଳା ବିରୋଧୀ
  • ମୋଦୀଙ୍କ ଚାଲରେ ଫସିଗଲେ ବିରୋଧୀ। ଏବେ ପଲିଟିକାଲ ପ୍ରୋପାଗଣ୍ଡାରୁ କାହାକୁ ବି ମୁକ୍ତି ମିଳିପାରିବ ନାହିଁ ।

 ପଶ୍ଚିମବଙ୍ଗର ପଲିଟିକାଲ ଇମେଜ୍
ଅତି କମରେ ୩୩ ପ୍ରତିଶତ ଟିକେଟ୍ ମହିଳା ପ୍ରାର୍ଥୀଙ୍କୁ ମିଳିନାହିଁ
TMC: ୨୭.୨% (୫୨ଜଣ ମହିଳା ପ୍ରାର୍ଥୀ ମୋଟ୍ ୨୯୧ ପ୍ରାର୍ଥୀରୁ)
CPM ଓ ବାମ ମୋର୍ଚ୍ଚା: ୧୩.୪୩% (୩୪ ମହିଳା ପ୍ରାର୍ଥୀ ମୋଟ୍ ୨୫୩ ପ୍ରାର୍ଥୀରୁ)
INC: ୧୧.୯% (୩୫ ମହିଳା ପ୍ରାର୍ଥୀ ମୋଟ୍ ୨୯୪ ପ୍ରାର୍ଥୀରୁ)
BJP: ୧୧.୩% (୩୩ ମହିଳା ପ୍ରାର୍ଥୀ ମୋଟ୍ ୨୯୪ ପ୍ରାର୍ଥୀରୁ)

ନୂଆ ରତ୍ନପଲଙ୍କରେ ଶୋଇବେ ଶ୍ରୀ ଜଗନ୍ନାଥ

 ଓଡ଼ିଆ ନବବର୍ଷରୁ ବଦଳିବ ପରମ୍ପରା। ନୂଆ ରତ୍ନପଲଙ୍କରେ ନିଦ୍ରା ଯିବେ ମହାପ୍ରଭୁ । ପୁରୁଣା ପଲଙ୍କରୁ ବାହାରି ନୂଆରେ ଲାଗିଛି ହାତୀଦାନ୍ତ । ବର୍ମା ଟିକ୍ କାଠ ଓ ରୁପା ଚାଦରରେ ଝଲସୁଛି ‘ଗଜଦନ୍ତ ପଲଙ୍କ’ ଆସନ୍ତା ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏଣିକି ପୁରୁଣା ପଲଙ୍କ ନୁହେଁ, ବରଂ ନୂତନ ଭାବେ ନିର୍ମିତ ଭବ୍ୟ ‘ରତ୍ନପଲଙ୍କ’ରେ ନିଦ୍ରା ଯିବେ ଚତୁର୍ଦ୍ଧାମୂର୍ତ୍ତି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି ଗଜଦନ୍ତ ପଲଙ୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।  ମୋଟ ୩ଟି ପଲଙ୍କ ନିର୍ମାଣ କରାଯାଇ ଏହା ସମ୍ପୂର୍ଣ୍ଣ ରୂପା ଆଚ୍ଛାଦିତ ହୋଇଛି। ପୂର୍ବରୁ ବ୍ୟବହୃତ ହେଉଥିବା ପଲଙ୍କଟି ଶାଳ କାଠରେ ନିର୍ମିତ ହୋଇଥିବାରୁ ଏହା ବେଶ୍ ଭାରି ଥିଲା, ଯାହାଫଳରେ ସେବାୟତମାନଙ୍କୁ ଏହାକୁ ବୋହିବାରେ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ‘ବର୍ମା ଟିକ୍’ କାଠରେ ଏହି ହାଲୁକା ତଥା ମଜଭୁତ ପଲଙ୍କ ପ୍ରସ୍ତୁତ କରାଯାଇଛି।

ତେବେ ଏହି ପଲଙ୍କର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏଥିରେ ଖଞ୍ଜା ଯାଇଥିବା ହାତୀଦାନ୍ତ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଓ କଟକଣା ଯୋଗୁଁ ନୂଆ ହାତୀଦାନ୍ତ ବ୍ୟବହାର ନକରି, ପୁରୁଣା ଜରାଜୀର୍ଣ୍ଣ ପଲଙ୍କରୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ହାତୀଦାନ୍ତକୁ ହିଁ ଏହି ନୂଆ ପଲଙ୍କରେ ସଂଯୋଗ କରାଯାଇଛି। ସେଥିପାଇଁ ଏହାକୁ ‘ଗଜଦନ୍ତ ପଲଙ୍କ’ ମଧ୍ୟ କୁହାଯାଏ। ଜଣେ ବଦାନ୍ୟ ଦାତାଙ୍କ ସହଯୋଗରେ ଏହି ପଲଙ୍କରେ ରୁପା ଛାଉଣି କରାଯାଇଛି। କେବଳ ପଲଙ୍କ ନୁହେଁ, ମହାପ୍ରଭୁଙ୍କ ସହ ସାତ ମୂର୍ତ୍ତି ନାରାୟଣ, ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ପ୍ରଭା ମଧ୍ୟ ନୂତନ ଭାବେ ରୁପାରେ ନିର୍ମିତ ହୋଇଛି।  ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ନବବର୍ଷରୁ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ପୁରୁଣା ପଲଙ୍କଟିକୁ ଏକ ସ୍ୱତନ୍ତ୍ର ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯିବ।ପୁରୁଣା ଡିଜାଇନ୍‌କୁ ଅକ୍ଷୁର୍ଣ୍ଣ ରଖି ଏହାକୁ ଏକ ପାରମ୍ପରିକ ରୂପ ଦିଆଯାଇଛି। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ପାଣ୍ଡିଆନ୍ ପାଓ୍ୱାରଫୁଲ୍: ଅଭିଜ୍ଞତା ଉପରେ ଭାରି ପଡ଼ିବ ଆନୁଗତ୍ୟ

(ବିଜୟ କେତନ ବରାଳ): ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ BJD ନେତା ଡ଼ ସଂତୃପ୍ତ ମିଶ୍ର ସାଂସଦ ହେବାର ପ୍ରଥମ ଦିନରୁ ହିଁ ସଂତୃପ୍ତଙ୍କ ପାଇଁ ସ୍ପେଶାଲ ଆରେଞ୍ଜମେଣ୍ଟ କଲେଣି ଭୈରବ ପାଣ୍ଡିଆନ। ଅଭିଜ୍ଞ ନେତା ଡ଼ ସସ୍ମିତ ପାତ୍ରଙ୍କୁ BJDର ରାଜ୍ୟସଭା ନେତା ପଦରୁ ହଟାଇବାକୁ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ ! ସସ୍ମିତଙ୍କ ସ୍ଥାନରେ ସଂତୃପ୍ତଙ୍କୁ ରାଜ୍ୟସଭାରେ BJDର ନେତା କରିବା ପାଇଁ ପାଣ୍ଡିଆନ ଚାହୁଁଛନ୍ତି ! ତେବେ ସନ୍ତୃପ୍ତ ମିଶ୍ରଙ୍କର ରାଜ୍ୟସଭାରେ ପରିଚାଳନାରେ ଆଦୌ ଅଭିଜ୍ଞତା ନାହିଁ କର୍ପୋରେଟ ଜଗତରୁ ଅବସର ନେବା ପରେ କଟକ ଭଳି ଗୁରୁତ୍ୱପୁର୍ଣ୍ଣ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ସଂତୃପ୍ତ। କିନ୍ତୁ ସମ୍ବେଦନଶୀଳ କଟକ ଭୋଟର ତାଙ୍କୁ ପ୍ରତ୍ୟାଖାନ କରିଥିଲେତେବେ ନିଜ ଏଜେଣ୍ଡାରେ କିନ୍ତୁ ଆଗେଇ ଚାଲିଲେ ରାଜନୀତିର ଧାର ଧରିନଥିବା ସଂତୃପ୍ତ ବାବୁ ପାଣ୍ଡିଆନଙ୍କ ଆଶୀର୍ବାଦରେ ମିଳିଗଲା BJD ସଭାପତି ନବୀନ ପଟ୍ଟନାୟକଙ୍କ ପଲିଟିକାଲ୍ ସେକ୍ରେଟାରୀ ପୋଷ୍ଟ।

କର୍ପୋରେଟ୍ ବନ୍ଧୁଙ୍କୁ ଗୁରୁତ୍ୱ
ସାଂସଦ ହେବା ମୋହରେ ସଂତୃପ୍ତ, ବ୍ୟାକ ଡୋରରେ ଏଣ୍ଟ୍ରି ମାରିଲେ। ଅନେକ ପୁରୁଣା ନେତାଙ୍କୁ ଅଣଦେଖା କରି ରାଜ୍ୟସଭା ପ୍ରାର୍ଥୀ ଭାବେ ସଂତୃପ୍ତ ବାବୁଙ୍କୁ ପାଣ୍ଡିଆନ ଚଏସ୍ କଲେ ଆଉ ପାଣ୍ଡିଆନଙ୍କ ମୋହରେ ସଂତୃପ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଇଲେ ନବୀନ ପଟ୍ଟନାୟକ ସଂତୃପ୍ତ ଗଲେ ରାଜ୍ୟସଭାକୁ। ଏପ୍ରିଲ 6 ତାରିଖରେ ସାଂସଦ ପଦର ଶପଥ ନେଲେ ସଂତୃପ୍ତ। ବିଧି-ବ୍ୟବସ୍ଥା ଅନୁଯାୟୀ ଶପଥ ଗ୍ରହଣ ଉତ୍ସବରେ ପ୍ରତ୍ୟେକ ସଭ୍ୟଙ୍କୁ 15ଟି ପାସ୍ ରାଜ୍ୟସଭା ତରଫରୁ ପ୍ରଦାନ କରାଯାଇଥାଏ । ଦିଲ୍ଲୀପ ରାୟ ଏବଂ ମନମୋହନ ସାମଲ ନିଜର ପରିବାର ଜନ ସହ ପଲିଟିକାଲ୍ ବନ୍ଧୁମାନଙ୍କୁ ପାସ୍ ଦେଇ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ମାତ୍ର ସଂତୃପ୍ତ ମିଶ୍ର କେବଳ BJD ସାଂସଦ ସସ୍ମିତ ପାତ୍ରଙ୍କ ବ୍ୟତୀତ କର୍ପୋରେଟ ୱାର୍ଲ୍ଡର ଅନ୍ୟ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ
ଅଭିଜ୍ଞତା ଉପରେ ଭାରି ପଡ଼ିବ କି ଆନୁଗତ୍ୟ
ଅପର ପକ୍ଷରେ ଚଳିତ ମାସ 16,17 ଓ 18 ତାରିଖରେ ସଂସଦର ବିଶେଷ ଅଧିବେଶନ ରାଜ୍ୟସଭା ଆଲୋଚନା ଓ ପରିଚାଳନାରେ ଏକ୍ସପେରିଏନ୍ସ ନଥିବା ସନ୍ତୃପ୍ତ ବାବୁଙ୍କୁ BJD ପକ୍ଷରୁ ଗୃହର ନେତା କରିବା ପାଇଁ ଏକା ଜିଦ୍ ଧରିଛନ୍ତି ପାଣ୍ଡିଆନ। ଅପରପକ୍ଷରେ ସସ୍ମିତ ପାତ୍ର ଜଣେ ଅଭିଜ୍ଞ ନେତାଯିଏ BJDର ରାଜ୍ୟସଭା ନେତା ପଦ ଦାୟିତ୍ୱରେ ଅଛନ୍ତି। ଏହା ବ୍ୟତୀତ ମାନସ ମଙ୍ଗରାଜ, ସୁଲତା ଦେଓ, ଦେବାଶିଷ ସାମନ୍ତରାୟଶୁଭାଶିଷ ଖୁଣ୍ଟିଆ ମଧ୍ୟ 2 ବର୍ଷରୁ ଅଧିକ ସମୟ ହେଲାଣି ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେହି 5 ଜଣ BJDର ଅଭିଜ୍ଞ ସାଂସଦଙ୍କୁ ବାଦ୍ ଦେଇ କାହିଁକି ପାଣ୍ଡିଆନ ଚାହୁଁଛନ୍ତି ସଂତୃପ୍ତ ବାବୁଙ୍କୁ ?

କଣ ବିଜୁ-ନବୀନ ଇନ୍ସିପିରେସନାଲ ଟ୍ରଷ୍ଟରେ ସଦସ୍ୟ କଲାଭଳି ସନ୍ତୃପ୍ତ ବାବୁଙ୍କୁ ରାଜ୍ୟସଭାରେ BJD ନେତା କରିଦେବେ? ଯେଉଁ ଟ୍ରଷ୍ଟ ସମ୍ପର୍କରେ ନବୀନ ପଟ୍ଟନାୟକ ଗଣମାଧ୍ୟମ ଓ ଓଡ଼ିଶାବାସୀଙ୍କୁ ମିଛ କହିଲେ ଭୈରବ ପାଣ୍ଡିଆନ, ସଂତୃପ୍ତ ମିଶ୍ର ଏବଂ ଅଶୋକ ପରିଜାଙ୍କୁ ନେଇ ଗଠିତ ସେହି ଟ୍ରଷ୍ଟ ସମ୍ପର୍କରେ ଓଡ଼ିଶାବାସୀ ପରବର୍ତ୍ତୀ ସମୟରେ ଜାଣିଲେ। ଯାହା ଦ୍ୱାରା ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ ବୋଲି ପ୍ରମାଣିତ ହେଲେ । ଏବେ ସେହି  ସଂତୃପ୍ତଙ୍କୁ ନେଇ ଉଭୟ ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ନୂଆ ଚାଲ ଚଳାଇଲେଣି ଅନଭିଜ୍ଞ ନେତାଙ୍କୁ ରାଜ୍ୟସଭା ନେତା ଭାବେ ପ୍ରୋଜେକ୍ଟ କଲେ ଏହା କେବଳ ସଂସଦୀୟ ଗଣତନ୍ତ୍ର ପାଇଁ ଅଶୁଭ ନୁହେଁ, ବରଂ ଏହା ଓଡ଼ିଶାର ସ୍ୱାର୍ଥ ପାଇଁ ମଧ୍ୟ କ୍ଷତିକାରକ ହେବ