- UPI ଟ୍ରାଞ୍ଜାକ୍ସନ କଲେ କଟିବନି GST।
- 2000 ଟଙ୍କାରୁ ଊର୍ଦ୍ଧ୍ୱ UPI ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି ।
- UPI ନେଣଦେଣରେ ଜିଏସ୍ଟି (GST) ଲାଗିବା ଖବର ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।
- ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
- UPIର ମାଗଣା ସେବା ସମାପ୍ତ ହେବ ଏବଂ ୨୦୦୦ ଟଙ୍କାରୁ ଅଧିକUPI କାରବାର ଉପରେ ସରକାର ଜିଏସଟି ଲଗାଇବା ନେଇ ଚର୍ଚ୍ଚା ହେଉଥିଲା ।
- ଏ ଚର୍ଚ୍ଚାର କୌଣସି ଆଧାର ନଥିବା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।
- ଏପରିକି ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ମଧ୍ୟ ନଥିବା ସ୍ପଷ୍ଟୀକରଣ ରଖିଛି ଅର୍ଥ ବିଭାଗ ।
- ଆଗରୁ କେବଳ କିଛି କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା ଏମଡିଆର ଉପରେ ଜିଏସଟି ଲାଗୁ ହେଉଥିଲା । ତେବେ ୨୦୨୦ ଜାନୁଆରୀରୁ ଏହି ମର୍ଚ୍ଚାଣ୍ଟ କାରବାର ଉପରେ ଏମଡିଆର ବ୍ୟବସ୍ଥାକୁ ହଟାଇ ନେଇଥିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ବା CBDT ।

- ଏ ସମ୍ପର୍କରେ ୨୦୧୯ ଡିସେମ୍ବର ୩୦ ଗେଜେ୍ଟ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର UPI କାରବାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
- ବର୍ତ୍ତମାନ ଭାରତରେ ଟଙ୍କା ନେଣଦେଣର ମୁଖ୍ୟ ମାଧ୍ୟମ ସାଜିଛି UPI । ଛୋଟ ପରିବା ଦୋକାନୀଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତେUPI ବ୍ୟବହାର କରୁଛନ୍ତି ।
- ଘର ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ପୈଠ ପାଇଁ ସାଧାରଣ ଲୋକେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ UPIରେ ୨୦୦୦ରୁ ଅଧିକ ଟଙ୍କା ନେଣଦେଣ ଉପରେ GST ଲାଗିବା ଖବର ପ୍ରଚାରିତ ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଥିଲା ।
Visited 4 times, 1 visit(s) today