ଭୈରବ ପାଣ୍ଡିଆନଙ୍କୁ ନେଇ BJDରେ ଓପନ୍ ଲଢେଇ। ଲୋକସଭାରେ ଶୂନ ଥିବା BJD, ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭାରେ ଦି’ ଫାଳ। ୱାକଫ୍ ସଂଶୋଧନ ବିଲରେ ପାଣ୍ଡିଆନଙ୍କ ବିବେକାନୁମୋଦିତ ଭୋଟିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଥିଲେ ମଧ୍ୟ କେବଳ 2 ସାଂସଦ ନୁହେଁ, 12 ବିଧାୟକ ଖୋଲାଖୋଲି ବିରୋଧ କଲେଣି।
- ପାଣ୍ଡିଆନଙ୍କୁ ଦୃଢ ବିରୋଧ କରୁଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ ।
- ଆଉ ପ୍ରସନ୍ନ ଆଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ନିରଞ୍ଜନ ପୂଜାରୀ, କ୍ଷମତାଚ୍ୟୁତ ପାଣ୍ଡିଆନଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି ।
- ପାଣ୍ଡିଆନଙ୍କୁ ଇଙ୍ଗିତ କରି ଲଗାତର 8ଥର ବିଧାୟକ ହୋଇଥିବା ରାଜା ସ୍ୱାଇଁ କହିଲେଣି, BJDକୁ ହାଇଜାକ୍ କରିବା ପାଇଁ ଚେଷ୍ଟା ହେଉଛି।
- ନବୀନଙ୍କ ବାଲ୍ୟବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ, ପାଣ୍ଡିଆନଙ୍କର ଜଣେ ଘୋର ବିରୋଧି ।
- ନବୀନଙ୍କୁ ଜଣେ ମିଥ୍ୟାବାଦୀ ଭାବେ ପ୍ରମାଣିତ କରିଥିବା BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିରୋଧି କ୍ୟାମ୍ପରେ।
- ବଦ୍ରି ପାତ୍ର ଓ ସନା ମହାକୁଡଙ୍କ ଭଳି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି ।
- ନିର୍ବାଚନୀ ରାଜନୀତିରୁ ବାପା ପ୍ରଭାତ ବିଶ୍ୱାଳଙ୍କୁ ଦୂରେଇ ରଖାଯିବାକୁ ଗ୍ରହଣ କରୁନାହାଁନ୍ତି ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ।
- ଆଉ ବିଜୟ ମହାପାତ୍ରଙ୍କ ପୁଅ ତଥା BJD ବିଧାୟକ ଅରବିନ୍ଦ ମହାପାତ୍ର କହୁଛନ୍ତି ପାଣ୍ଡିଆନ କିଏ ମୁଁ ଜାଣିନି ।
- ସେହିଭଳି ଭେଟେରାନ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ପାଣ୍ଡିଆନଙ୍କ ନେତୃତ୍ୱକୁ ପସନ୍ଦ କରୁନାହାନ୍ତି । ରାଜ୍ୟସଭା ସାଂସଦ ଶୁଭାଶିଷ (ଲକି) ଖୁଣ୍ଟିଆଙ୍କ ପ୍ରତି ପାଣ୍ଡିଆନଙ୍କ ଅହେତୁକ ସମର୍ଥନ, ସୁନିଲ ମହାନ୍ତିଙ୍କୁ ବିରୋଧ କରିବାକୁ ଖୋରାକ୍ ଯୋଗାଉଛି।
- ଆଉ 2019 ମନ୍ତ୍ରିମଣ୍ଡଳରୁ ଅଧାରୁ ବିତାଡିତ ହୋଇଥିବା ଅରୁଣ ସାହୁ, ପାଣ୍ଡିଆନଙ୍କୁ ଘେରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ।

ତେବେ BJD ଟିକେଟରେ ପ୍ରଥମ ଥର ବିଧାୟକ ହୋଇଥିବା 15 ଜଣ, ପାଣ୍ଡିଆନଙ୍କୁ ନୀରବ ସମର୍ଥନ ଦେଉଛନ୍ତି। ପାଣ୍ଡିଆନଙ୍କ ଦୟାରୁ BJD ଟିକେଟ ପାଇ ବିଧାନସଭାକୁ ଏଣ୍ଟ୍ରି ମାରିଥିବା ସେହି ବିଧାୟକଙ୍କ ଚଏସ୍ ଅଣଓଡ଼ିଆ ଭୈରବ ହେବା ସ୍ୱାଭାବିକ।
ଅପର ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ନେତା ମାନୁଥିବା 23 ବିଧାୟକଙ୍କ ପରୋକ୍ଷ ସମର୍ଥନ ପାଉଛନ୍ତି ପାଣ୍ଡିଆନ।ସେହି 23 ବିଧାୟକଙ୍କ ପସନ୍ଦ ଯଦିଓ ପାଣ୍ଡିଆନ ନୁହନ୍ତି, କିନ୍ତୁ ଶଙ୍ଖଚିହ୍ନ ଏବଂ ନବୀନଙ୍କ ନେତୃତ୍ୱରେ ସେମାନେ ବିଜୟ ହୋଇଥିବାରୁ ସେମାନେ ଏବେ ସାଇଲେଣ୍ଟ।

କିନ୍ତୁ ସେମାନଙ୍କ ମଧ୍ୟରୁ ଗଣେଶ୍ୱର ବେହେରା, ଅଧୀରାଜ ପାଣିଗ୍ରାହୀ ଏବଂ ଯୋଗୋଶ ସିଂଙ୍କ ପରି ବିଧାୟକ, ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବେ ନାହିଁ ବୋଲି ଏ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ ।