Posts tagged VK Pandian

ଅଣଓଡ଼ିଆ ପାଣ୍ଡିଆନଙ୍କ ସପକ୍ଷରେ ବିଜେଡିର ୪ ରାଜ୍ୟସଭା ସାଂସଦ

ପାଣ୍ଡିଆନଙ୍କ ଅଭେଦ୍ୟ ଦୁର୍ଗ ନବୀନ ନିବାସରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ନାରାର ଘଣ୍ଟା ନ ପୁରୁଣୁ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଆସିଛନ୍ତି ରାଜ୍ୟସଭା ସାଂସଦ

  • ଲାଗୁଛି ଯେମିତି ଗରିଲା ଯୁଦ୍ଧରେ ନିପୁଣ ଏହି ସାଂସଦ
  • କେବଳ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଉନାହାନ୍ତି ବରଂ,ୱାକଫ୍ ବିଲରେ ବିପର୍ଯ୍ୟୟ ପାଇଁ ନିଜର ସହଯୋଗୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି
  • ଭୈରବ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ମଧ୍ୟ ସୁରକ୍ଷିତ ଭାବେ ନବୀନ ନିବାସରୁ ପଲିଟିକ୍ସ କରୁଛନ୍ତି
  • କିନ୍ତୁ ୱାକଫ୍ ବିଲରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କର କାର୍ଯ୍ୟକଳାପ ସବୁ ବିଗାଡ଼ି ଦେଲା
    ନିଜ ପାଇଁ ଅଭେଦ୍ୟ ଦୁର୍ଗର ଭାବୁଥିବା ନବୀନ ନିବାସରେ ପାଣ୍ଡିଆନ ଏବେ ଅସୁରକ୍ଷିତ।
  • ସାଂସଦ ମୁନ୍ନା ଖାଁଙ୍କ ସମର୍ଥକ ମାନେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି
  • ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଛନ୍ତି
    ଉଚ୍ଚ ଅଭିଳାଶି ପାଣ୍ଡିଆନ ଅଣଓଡ଼ିଆ ବିଚଳିତ ହେଲା ଭଳି ଲାଗୁ ନାହାନ୍ତି ।
    ନିଜକୁ ବିଜେଡିର ନମ୍ବର 2 ଭାବେ ଦେଖେଇବା ପାଇଁ
    ଜଣ ସାଂସଦଙ୍କୁ କାମରେ ଲଗାଇ ଦେଇଛନ୍ତି
  • କଂଗ୍ରେସରୁ ଆସି ରାଜ୍ୟସଭା ସାଂସଦ ହୋଇଥିବା ମାନସ ମଙ୍ଗରାଜ,ଏବେ ପାଣ୍ଡିଆନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଓକିଲାତି କରୁଛନ୍ତି
  • ସେହିଭଳି ବିଜେଡି ସହ ସମ୍ପର୍କ ନଥାଇ ମଧ୍ୟ ନିରଞ୍ଜନ ବିଶି ପାଣ୍ଡିଆନଙ୍କ ଦୟାରୁ ରାଜ୍ୟସଭା ସାଂସଦ ହୋଇଥିବାରୁ ଋଣ ଶୁଝାଉଛନ୍ତି
  • ରାଜ୍ୟସଭା ନିର୍ବାଚନରେ ବିଜେଡିର ଭୂମିକା ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି ବୋଲି ମାନସମଙ୍ଗରାଜ,ନିରଞ୍ଜନ ବିଶି ଓକିଲାତି କରୁଛନ୍ତି
  • ଏପରିକି ନିଜ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଟାର୍ଗେଟ କରିଛନ୍ତି।

ସେହିଭଳି ଶୁଭାଶିଷ ଓରଫ୍ ଲକି ଖୁଣ୍ଟିଆ( ସାର୍) ସମ୍ବୋଧନ କରି ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି
ସେହିଭଳି ସୁଲତା ଦେଓ ମଧ୍ୟ ଦେବାଶିଷଙ୍କୁ  ୱାକଫ୍ ବିଲ ଭୋଟିଂରୁ ନିଜକୁ ଦୁରେଇ ରଖିଥିବାରୁ ଟାର୍ଗେଟ୍ କରିଛନ୍ତି ।

ଭିଲେନ ଚୁପ୍ ସୈତାନଙ୍କ କବଳରେ BJD

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ସମର୍ଥନ ଓ ବିରୋଧକୁ ନେଇ BJDରେ ଘମାସନ

  • ବିଲ୍ ସପକ୍ଷରେ ସାଂସଦ ସସ୍ମିତ ପାତ୍ର କାହିଁକି ଭୋଟ ଦେଲେ?, ସେ ପ୍ରସଙ୍ଗରେ ସାଂସଦ ମାନଙ୍କ ଅପେକ୍ଷା କାଠଗଡ଼ାକୁ ଟାଣି ହୋଇ ଆସିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ ।
  • ଖ୍ରୀଷ୍ଟିଆନ ସଂପ୍ରଦାୟର ସସ୍ମିତ ପାତ୍ର, ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ମୁସଲମାନ ସଂପ୍ରଦାୟର ମୁନ୍ନା ଖାଁ, ୱାକଫ୍ ବିଲ୍ ବିରୁଦ୍ଧରେ ଭୋଟ ଦେଲେ।

ସସ୍ମିତ ପାତ୍ର କାହିଁକି ବିଲକୁ ସମର୍ଥନ କଲେ ଏବଂ କାହା ନିର୍ଦ୍ଦେଶରେ ଭୋଟ ଦେଲେ ବୋଲି BJDର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କ ଠାରୁ ଜାଣିବାକୁ ଚାହିଁଥିଲେ?

ପ୍ରଭାତ ତ୍ରିପାଠୀଙ୍କ ବୟାନ୍, ପାଣ୍ଡିଆନ ଭିଲେନ୍
-ସୌମ୍ୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା,ନବୀନ ଚୁପ୍ ସୈତାନ୍
-ୱାକଫ୍ ବିଲକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବଢୁଛି ଅଡ଼ୁଆ
-ଗଣେଶ୍ୱର ବେହେରା, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲଙ୍କ ପରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ତ୍ରିପାଠୀ
ସସ୍ମିତ ପାତ୍ରଙ୍କର ଏତେ ସାହସ ନାହିଁ,ପାଣ୍ଡିଆନ ହିଁ ଖଳନାୟକ
ପାଣ୍ଡିଆନଙ୍କ ପାଇଁ ନିର୍ବାଚନ ଫଳ ଭୋଗିଲୁ
କିଛି ତୋଷାମଦକାରୀ ପାଣ୍ଡିଆନଙ୍କୁ ଶ୍ରେୟ ଦେଇ ନବୀନଙ୍କୁ କମ କରୁଛନ୍ତି
#ଦଳ_ବୁଡ଼ିବାରେ_ପାଣ୍ଡିଆନ_ମୁଖ୍ୟକାରଣ

ନବୀନଙ୍କୁ ଚୁପ୍ ସୈତାନ୍ କହି ଟାର୍ଗେଟ କରିଛନ୍ତି ସୌମ୍ୟ
-“ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।
-‘Waqf Bills’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ?
-ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।“